ବିବାଦ ଘେରରେ କର୍ଣ୍ଣାଟକର ରସିକିଆ ଡିଜିପି: ଅଫିସ୍ ଚାମ୍ବରରେ ଅଶ୍ଳୀଳ ଭିଡିଓ ଭାଇରାଲ, କାର୍ଯ୍ୟରୁ ନିଲମ୍ବିତ

Madhusudan Das Picture
Published On

କର୍ଣ୍ଣାଟକ: କର୍ଣ୍ଣାଟକର ଜଣେ ବରିଷ୍ଠ ଆଇପିଏସ (IPS) ଅଧିକାରୀ ତଥା ଡିଜିପି କେ ରାମଚନ୍ଦ୍ର ରାଓ ଏକ ବଡ଼ ବିବାଦରେ ଫସିଛନ୍ତି। ନିଜ ସରକାରୀ କାର୍ଯ୍ୟାଳୟ ଭିତରେ ଜଣେ ମହିଳାଙ୍କ ସହ ଅଶ୍ଳୀଳ ତଥା ଆପତ୍ତିଜନକ ଆଚରଣ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ରାମଚନ୍ଦ୍ର ରାଓ ନିଜ ଅଫିସ୍ ଚାମ୍ବରରେ ପୋଲିସ ପୋଷାକ ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ଅନ୍ୟ ଏକ କ୍ଲିପରେ ସେ ସୁଟ୍ ପିନ୍ଧି ଜାତୀୟ ପତାକା ଏବଂ ପୋଲିସ ବିଭାଗର ପ୍ରତୀକ ସାମ୍ନାରେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ, ଏହି ଭିଡିଓ ଗୁଡିକ ପ୍ରାୟ ଏକ ବର୍ଷ ପୁରୁଣା ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ଏହି ଘଟଣାକୁ ଗୁରୁତର ସହ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟା କହିଛନ୍ତି ଯେ କୌଣସି ଅଧିକାରୀ ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯିବ ଏବଂ ଆବଶ୍ୟକ ହେଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଜି ପରମେଶ୍ୱରା କହିଛନ୍ତି ଯେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଛି ଏବଂ ତଦନ୍ତ ପରେ ତାଙ୍କୁ ବରଖାସ୍ତ ମଧ୍ୟ କରାଯାଇପାରେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ତେବେ ଡିଜିପି ରାମଚନ୍ଦ୍ର ରାଓ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ ଦାବି କରିଛନ୍ତି ଯେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓଗୁଡ଼ିକ "ମାନିପୁଲେଟେଡ୍" ବା ନକଲି। ସେ ବେଙ୍ଗାଲୁରୁରେ ଗଣମାଧ୍ୟମକୁ କହିଛନ୍ତି ଯେ ଏଭଳି କୌଣସି ଘଟଣା ଘଟିନାହିଁ ଏବଂ ସେ ନିଜ ଓକିଲଙ୍କ ସହ ପରାମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନେବେ।

ସୂଚନାଯୋଗ୍ୟ ଯେ, ରାମଚନ୍ଦ୍ର ରାଓ ପୂର୍ବରୁ ମଧ୍ୟ ବିବାଦରେ ରହିଥିଲେ। ତାଙ୍କ ସାବତ ଝିଅ ରଣ୍ୟା ରାଓ ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିଲେ। ନିଜ ପଦବୀର ଅପବ୍ୟବହାର କରି ଚୋରା ଚାଲାଣରେ ସହଯୋଗ କରିଥିବା ଅଭିଯୋଗରେ ସରକାର ତାଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

20 Jan 2026 By Madhusudan Das

ବିବାଦ ଘେରରେ କର୍ଣ୍ଣାଟକର ରସିକିଆ ଡିଜିପି: ଅଫିସ୍ ଚାମ୍ବରରେ ଅଶ୍ଳୀଳ ଭିଡିଓ ଭାଇରାଲ, କାର୍ଯ୍ୟରୁ ନିଲମ୍ବିତ

କର୍ଣ୍ଣାଟକ: କର୍ଣ୍ଣାଟକର ଜଣେ ବରିଷ୍ଠ ଆଇପିଏସ (IPS) ଅଧିକାରୀ ତଥା ଡିଜିପି କେ ରାମଚନ୍ଦ୍ର ରାଓ ଏକ ବଡ଼ ବିବାଦରେ ଫସିଛନ୍ତି। ନିଜ ସରକାରୀ କାର୍ଯ୍ୟାଳୟ ଭିତରେ ଜଣେ ମହିଳାଙ୍କ ସହ ଅଶ୍ଳୀଳ ତଥା ଆପତ୍ତିଜନକ ଆଚରଣ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ରାମଚନ୍ଦ୍ର ରାଓ ନିଜ ଅଫିସ୍ ଚାମ୍ବରରେ ପୋଲିସ ପୋଷାକ ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ଅନ୍ୟ ଏକ କ୍ଲିପରେ ସେ ସୁଟ୍ ପିନ୍ଧି ଜାତୀୟ ପତାକା ଏବଂ ପୋଲିସ ବିଭାଗର ପ୍ରତୀକ ସାମ୍ନାରେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ, ଏହି ଭିଡିଓ ଗୁଡିକ ପ୍ରାୟ ଏକ ବର୍ଷ ପୁରୁଣା ବୋଲି କୁହାଯାଉଛି।

ଏହି ଘଟଣାକୁ ଗୁରୁତର ସହ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟା କହିଛନ୍ତି ଯେ କୌଣସି ଅଧିକାରୀ ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯିବ ଏବଂ ଆବଶ୍ୟକ ହେଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଜି ପରମେଶ୍ୱରା କହିଛନ୍ତି ଯେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଛି ଏବଂ ତଦନ୍ତ ପରେ ତାଙ୍କୁ ବରଖାସ୍ତ ମଧ୍ୟ କରାଯାଇପାରେ।

ତେବେ ଡିଜିପି ରାମଚନ୍ଦ୍ର ରାଓ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ ଦାବି କରିଛନ୍ତି ଯେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓଗୁଡ଼ିକ "ମାନିପୁଲେଟେଡ୍" ବା ନକଲି। ସେ ବେଙ୍ଗାଲୁରୁରେ ଗଣମାଧ୍ୟମକୁ କହିଛନ୍ତି ଯେ ଏଭଳି କୌଣସି ଘଟଣା ଘଟିନାହିଁ ଏବଂ ସେ ନିଜ ଓକିଲଙ୍କ ସହ ପରାମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନେବେ।

ସୂଚନାଯୋଗ୍ୟ ଯେ, ରାମଚନ୍ଦ୍ର ରାଓ ପୂର୍ବରୁ ମଧ୍ୟ ବିବାଦରେ ରହିଥିଲେ। ତାଙ୍କ ସାବତ ଝିଅ ରଣ୍ୟା ରାଓ ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିଲେ। ନିଜ ପଦବୀର ଅପବ୍ୟବହାର କରି ଚୋରା ଚାଲାଣରେ ସହଯୋଗ କରିଥିବା ଅଭିଯୋଗରେ ସରକାର ତାଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

https://www.thesakala.in/crime/karnataka-dgp-suspended-after-alleged-intimate-video-in-office-goes-viral/article-44145
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର