ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବିବନକୁ ନେଇ ସିନ୍ ରିକ୍ରିଏସନ୍ କଲା ସିବିଆଇ

The Sakala Picture
Published On

ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ସିବିଆଇ ଟିମ୍ । ବାରଙ୍ଗ ଅଞ୍ଚଳର ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି । ୧୯୯୯ ମସିହାର ସେହି କାଳ ରାତିରେ କେମିତି ବିବନ କୁକର୍ମ କରିଥିଲା ତାର ଡେମୋ ଦେଖାଉଛି । ସିବିଆଇ ଗୁରୁବାର ଠାରୁ ବିବନ ବିଶ୍ୱାଳ ଓରଫ ଜଳନ୍ଧରକୁ ୨ ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡର ଶେଷ […]

ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ସିବିଆଇ ଟିମ୍ । ବାରଙ୍ଗ ଅଞ୍ଚଳର ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି । ୧୯୯୯ ମସିହାର ସେହି କାଳ ରାତିରେ କେମିତି ବିବନ କୁକର୍ମ କରିଥିଲା ତାର ଡେମୋ ଦେଖାଉଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସିବିଆଇ ଗୁରୁବାର ଠାରୁ ବିବନ ବିଶ୍ୱାଳ ଓରଫ ଜଳନ୍ଧରକୁ ୨ ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡର ଶେଷ ଦିନରେ ୨୨ ବର୍ଷ ତଳର କାଳ ରାତିର କଳଙ୍କିତ ଘଟଣା କିପରି ଘଟାଇଥିଲା ତାହା କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଛି। କେମିତି, କେଉଁ ରାସ୍ତା ଦେଇ ପୀଡିତାଙ୍କୁ ବିବନ ନେଇ ଯାଇଥିଲା, ତାହା ସିବିଆଇକୁ ଦେଖାଇଛି ନିଜେ ବିବନ । ଗତକାଲିଠୁ ସେ ସିବିଆଇର ରିମାଣ୍ଡରେ ଅଛି । ଝାରପଡା ଜେଲରେ ଟିଆଇ ପରେଡ ସରିବା ପରେ ତାକୁ ରିମାଣ୍ଡରେ ନେଇଛି ସିବିଆଇ ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଘଟଣା ପରେ ବିବନ କେମିତି ଖସି ପଳାଇଥିଲା । ନାଁ ପରିବର୍ତ୍ତନ ଓ ଫେରାର୍ ହେବାରେ ତାକୁ କିଏ ସହଯୋଗ କରିଥିଲା । ଜେରା ବେଳେ ଏମିତି ଅନେକ ପ୍ରଶ୍ନ ସିବିଆଇ ଗୁଡ଼େଇ ତୁଡ଼େଇ କରି ପଚାରିଛି । ବୁଧବାର ଝାରପଡ଼ା ଜେଲରେ ଟିଆଇ୍ ପରେଡରେ ଅଞ୍ଚନା ମିଶ୍ର ବିବନକୁ ଚିହ୍ନଟ କରିଥିଲେ । ଟିଆଇ ପରେଡରେ ଅଞ୍ଜନାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର୍ ସାମିଲ୍ ଥିଲେ । ଘଟଣାର ୨୨ ବର୍ଷ ପରେ କମିଶନରେଟ୍ ପୋଲିସ ବିବନକୁ ମହାରାଷ୍ଟ୍ର ଅମ୍ବାଭ୍ୟାଲିରୁ ଅପରେସନ୍ ସାଇଲେଣ୍ଟ ଭାଇପର୍ ମାଧ୍ୟମରେ ଗିରଫ କରିଥିଲା ।

05 Mar 2021 By The Sakala

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବିବନକୁ ନେଇ ସିନ୍ ରିକ୍ରିଏସନ୍ କଲା ସିବିଆଇ

ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ସିବିଆଇ ଟିମ୍ । ବାରଙ୍ଗ ଅଞ୍ଚଳର ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି । ୧୯୯୯ ମସିହାର ସେହି କାଳ ରାତିରେ କେମିତି ବିବନ କୁକର୍ମ କରିଥିଲା ତାର ଡେମୋ ଦେଖାଉଛି ।

ସିବିଆଇ ଗୁରୁବାର ଠାରୁ ବିବନ ବିଶ୍ୱାଳ ଓରଫ ଜଳନ୍ଧରକୁ ୨ ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡର ଶେଷ ଦିନରେ ୨୨ ବର୍ଷ ତଳର କାଳ ରାତିର କଳଙ୍କିତ ଘଟଣା କିପରି ଘଟାଇଥିଲା ତାହା କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଛି। କେମିତି, କେଉଁ ରାସ୍ତା ଦେଇ ପୀଡିତାଙ୍କୁ ବିବନ ନେଇ ଯାଇଥିଲା, ତାହା ସିବିଆଇକୁ ଦେଖାଇଛି ନିଜେ ବିବନ । ଗତକାଲିଠୁ ସେ ସିବିଆଇର ରିମାଣ୍ଡରେ ଅଛି । ଝାରପଡା ଜେଲରେ ଟିଆଇ ପରେଡ ସରିବା ପରେ ତାକୁ ରିମାଣ୍ଡରେ ନେଇଛି ସିବିଆଇ ।

ଘଟଣା ପରେ ବିବନ କେମିତି ଖସି ପଳାଇଥିଲା । ନାଁ ପରିବର୍ତ୍ତନ ଓ ଫେରାର୍ ହେବାରେ ତାକୁ କିଏ ସହଯୋଗ କରିଥିଲା । ଜେରା ବେଳେ ଏମିତି ଅନେକ ପ୍ରଶ୍ନ ସିବିଆଇ ଗୁଡ଼େଇ ତୁଡ଼େଇ କରି ପଚାରିଛି । ବୁଧବାର ଝାରପଡ଼ା ଜେଲରେ ଟିଆଇ୍ ପରେଡରେ ଅଞ୍ଚନା ମିଶ୍ର ବିବନକୁ ଚିହ୍ନଟ କରିଥିଲେ । ଟିଆଇ ପରେଡରେ ଅଞ୍ଜନାଙ୍କ ଗାଡ଼ି ଚଳାଉଥିବା ଡ୍ରାଇଭର୍ ସାମିଲ୍ ଥିଲେ । ଘଟଣାର ୨୨ ବର୍ଷ ପରେ କମିଶନରେଟ୍ ପୋଲିସ ବିବନକୁ ମହାରାଷ୍ଟ୍ର ଅମ୍ବାଭ୍ୟାଲିରୁ ଅପରେସନ୍ ସାଇଲେଣ୍ଟ ଭାଇପର୍ ମାଧ୍ୟମରେ ଗିରଫ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର