ଭୁବନେଶ୍ବର ବାଲିଯାତ୍ରା ପଡିଆରେ ଅଧାପୋତା ମୃତଦେହ ଘଟଣା: ପୁରୁଷ ମୃତଦେହ ଉଦ୍ଧାର, ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ଏମ୍ସ

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଜରିପାଟଣା ବାଲିଯାତ୍ରା ପଡିଆରେ ଏକ ଅଧାପୋତା ମୃତଦେହକୁ ଆଜି କୁଆଖାଇ ନଦୀପଠାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଜଣେ ପୁରୁଷଙ୍କ ହୋଇଥିବା ବେଳେ ପୋଷ୍ଟମର୍ଟମ ପାଇଁ ମରଶରୀରକୁ ଏମ୍ସ ପଠାଯିବ ବୋଲି ଡିସିପି କହିଛନ୍ତି । ଅନ୍ୟ ପକ୍ଷରେ ଜୋନ୍ ଏସିପି, ଆଇଆଇସି, ସାଇଣ୍ଟିଫିକ୍ ଟିମ୍, ସ୍ପେଶାଲ ସ୍କ୍ୱାଡ୍ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି । କାଲି ରାତି ସାରା ନଦୀ ପଠାରେ ପୋଲିସ […]

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଜରିପାଟଣା ବାଲିଯାତ୍ରା ପଡିଆରେ ଏକ ଅଧାପୋତା ମୃତଦେହକୁ ଆଜି କୁଆଖାଇ ନଦୀପଠାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଜଣେ ପୁରୁଷଙ୍କ ହୋଇଥିବା ବେଳେ ପୋଷ୍ଟମର୍ଟମ ପାଇଁ ମରଶରୀରକୁ ଏମ୍ସ ପଠାଯିବ ବୋଲି ଡିସିପି କହିଛନ୍ତି । ଅନ୍ୟ ପକ୍ଷରେ ଜୋନ୍ ଏସିପି, ଆଇଆଇସି, ସାଇଣ୍ଟିଫିକ୍ ଟିମ୍, ସ୍ପେଶାଲ ସ୍କ୍ୱାଡ୍ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି । କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି ରହିଥିବା ବେଳେ ଆଜି ମୃତଦେହ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ସୂଚନା ଅନୁସାରେ ଗତକାଲି ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡିଆଠାରେ ଏକ ଗଳିତ ମୃତଦେହ ପୋତି ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ । ୩ରୁ ୪ ଦିନ ତଳେ ହତ୍ୟା କରାଯାଇ ଶବକୁ ପୋତାଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛିଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେମାନେ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର