କମିଶନରେଟ ପୁଲିସ ପଞ୍ଝାରେ ସାଇବର ଲୁଟେରା: ୭ଗିରଫ, ୧୬ ହଜାର ପ୍ରି- ଆକ୍ଟିଭ ସିମ୍ ଜବତ

The Sakala Picture
Published On

ଭୁବନେଶ୍ୱର: କମିଶନରେଟ ପୁଲିସ ପଞ୍ଝାରେ ସାଇବର ଲୁଟେରା। ସହିଦନଗର ଥାନା ପୁଲିସ ଏବଂ ସ୍ପେଶାଲ ସ୍କ୍ୱାଡ୍‍ ଟିମ୍‍ ବାଲେଶ୍ୱର ଓ ଭଦ୍ରକରେ ଚଢ଼ଉ କରି ସାଇବର ଲୁଟେରାଙ୍କଠୁ ୧୫୦ ମୋବାଇଲ, ୧୭ ହଜାର ସିମ୍ କାର୍ଡ ଜବତ କରିଥିବା ବେଳେ ୭ଜଣ ସାଇବର ଠକକୁ ଗିରଫ କରିିଛି। ୧୭ ହଜାର ସିମ୍ କାର୍ଡରୁ ୧୬ ହଜାର ପ୍ରି- ଆକ୍ଟିଭ ବୋଲି ଜଣାପଡ଼ିଛି। ଏହି ସବୁ ସିମ୍ ଅନ୍ୟ ରାଜ୍ୟକୁ ପଠାଯାଇ ଠକେଇ କରାଯାଉଥିଲା ।  କଟକରେ ଅଫିସ […]

ଭୁବନେଶ୍ୱର: କମିଶନରେଟ ପୁଲିସ ପଞ୍ଝାରେ ସାଇବର ଲୁଟେରା। ସହିଦନଗର ଥାନା ପୁଲିସ ଏବଂ ସ୍ପେଶାଲ ସ୍କ୍ୱାଡ୍‍ ଟିମ୍‍ ବାଲେଶ୍ୱର ଓ ଭଦ୍ରକରେ ଚଢ଼ଉ କରି ସାଇବର ଲୁଟେରାଙ୍କଠୁ ୧୫୦ ମୋବାଇଲ, ୧୭ ହଜାର ସିମ୍ କାର୍ଡ ଜବତ କରିଥିବା ବେଳେ ୭ଜଣ ସାଇବର ଠକକୁ ଗିରଫ କରିିଛି। ୧୭ ହଜାର ସିମ୍ କାର୍ଡରୁ ୧୬ ହଜାର ପ୍ରି- ଆକ୍ଟିଭ ବୋଲି ଜଣାପଡ଼ିଛି। ଏହି ସବୁ ସିମ୍ ଅନ୍ୟ ରାଜ୍ୟକୁ ପଠାଯାଇ ଠକେଇ କରାଯାଉଥିଲା ।  କଟକରେ ଅଫିସ କରି ସାଇବର ଅପରାଧ ଚଳାଇଥିବା ଜଣାପଡ଼ିଛି। ଠକାମୀ କରିବା ପରେ ସିମଗୁଡ଼ିକୁ ନଷ୍ଟ କରି ଦେଉଥିଲେ। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ସୂଚନା ଅନୁସାରେ,ଏହି ସାଇବର ଠକଙ୍କ ଅଫିସ କଟକରେ ଖୋଲାଯାଇଥିଲା। ସେମାନେ ବିଜ୍ଞାପନ ମାଧ୍ୟମରେ ଅନେକ ସ୍ମାର୍ଟ ଯୁବକଙ୍କୁ ଏଥିରେ ଚାକିରି ଦେଉଥିଲେ। ଅନେକ ବେକାର ଯୁବକ ଚାକିରି ଆଶାରେ ଏହି ଠକଙ୍କ ଅଫିସରେ ଯୋଗ ଦେଉଥିଲେ। ଲୋକଙ୍କୁ ଭୁଅାଁ ବୁଲାଇ ଟଙ୍କା ଅସୁଲ କରିବାର କୌଶଳ ସଂପର୍କରେ ସେମାନଙ୍କୁ ପ୍ରଥମେ ତାଲିମ ଦିଆଯାଉଥିଲା। ଏଥିପାଇଁ ସେମାନଙ୍କ ମଧ୍ୟରେ ଜଣେ ଟିମ୍‍ ଲିଡର୍‍ ରହିଥିଲେ। କିଭଳି କେଉଁ ଉପାୟରେ ଲେକାଙ୍କୁ ଠକେଇ କରାଯିବ ସେନେଇ ଟିମ୍‍ ଲିଡର୍‍ ସାଥୀମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ। ବିଶେଷ କରି ଚାକିରି ଦେବା ଓ ମୋବାଇଲ୍‍ ସିମ୍‍ ବନ୍ଦ ହୋଇଯିବାର ଭୟ ଦେଖାଇ ଏମାନେ ଲୋକଙ୍କୁ ଲୁଟୁଥିଲେ। ଆହୁରି ମଧ୍ୟ କେୱାଇସି ଅପ୍‍ଡେଟ୍‍ ଏବଂ କୋଭିଡ ଟିକା ପଞ୍ଜୀକରଣ ଆଳରେ ଏମାନେ ଲୋକଙ୍କୁ ଠକିଛନ୍ତି।

ଗତ ସପ୍ତାହରେ ଏହି ଗ୍ୟାଙ୍ଗ୍‍ ସହିଦନଗର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ମୋବାଇଲ୍‍ରେ ପଡ଼ିଥିବା ସିମ୍‍ ବନ୍ଦ ହୋଇଯିବା ନେଇ ମେସେଜ୍‍ କରିଥିଲେ। ମହିଳା ଜଣଙ୍କ ଏହି ମେସେଜ୍‍ ଦେଖି ସାଇବର ଠକଙ୍କ ସହ ଯୋଗାଯୋଗ କରିଥିଲେ। ସାଇବର ଠକ ତାଙ୍କୁ ସିମ୍‍ ବନ୍ଦ ନ ହେବା ପାଇଁ ଏକ ଲକ୍‍ ଦେଇଥିଲେ। ମହିଳା ଜଣଙ୍କ ଏହି ଲିଙ୍କ୍‍ରେ କ୍ଲିକ୍‍ କରିବା ପରେ ତାଙ୍କ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା କଟି ଯାଇଥିଲା। ଏନେଇ ମହିଳା ଜଣଙ୍କ ସହିଦନଗର ଥନାରେ ଅଭିଯୋଗ କରିଥିଲେ। ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଡିସିପି ଉମାଶଙ୍କର ଦାଶ ତଦନ୍ତ କରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍‍କୁ ଦାୟିତ୍ୱ ଦେଇଥିଲେ। ସ୍ପେଶାଲ ସ୍କ୍ୱାଡ୍‍ର ଅଧିକାରୀମାନେ ତଦନ୍ତ କରିବା ସମୟରେ ଲୋକଙ୍କ ପାଖକୁ ଆସୁଥିବା ଅଧିକାଂଶ ଫୋନ୍‍ କଲ୍‍କୁ ଟ୍ରାକ୍‍ କରିବା ପରେ କଟକରୁ ଆସୁଥିବା ଜାଣିବାକୁ ପାଇଥିଲେ। କଟକରେ ଚଢ଼ଉ କରି ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ତାକୁ ପଚରାଉଚରା କରିବା ପରେ ଅଭିଯୁକ୍ତମାନେ ବାଲେଶ୍ୱର ଏବଂ ଭଦ୍ରକରେ ଲୁଚିଥିବା ଜଣାପଡ଼ିଥିଲା। ପୁଲିସ ଗତ ରବିବାର ବାଲେଶ୍ୱର ଏବଂ ଭଦ୍ରକରେ ଚଢ଼ଉ କରି ଅନ୍ୟ ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ବେଳେ ଏହି ରାକେଟର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ଥିବା ପୁଲିସ ଜାଣିବାକୁ ପାଇଛି। ତାକୁ ଧରିବା ପାଇଁ ଖୁବ୍‍ ଶୀଘ୍ର ଏକ ଟିମ୍‍ ସେଠାକୁ ଯିବ ବୋଲି ଜଣାପଡ଼ିଛି।

29 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର