ରାଜଧାନୀରେ ଡକାୟତି ଯୋଜନା ପଣ୍ଡ, ୪ ଗିରଫ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ଡକାୟତି ଯୋଜନା ପଣ୍ଡ । ବରମୁଣ୍ଡା ପଡ଼ିଆରେ ଡକାୟତି ଯୋଜନା କରିବା ବେଳେ ଗିରଫ ହେଲେ ୪ ଅଭିଯୁକ୍ତ । ଗିରଫ ୪ ଅଭିଯୁକ୍ତ ହେଲେ ଶିବବ୍ରତ ସ୍ୱାଇଁ, ଚିନ୍ମୟ କୁମାର ସ୍ୱାଇଁ, ରାଜେଶ ବେହେରା ଓ ଅନାମ ଚମ୍ପତି । ଅନ୍ୟତମ ଅଭିଯୁକ୍ତ କରଣ ମଣ୍ଡଳ ଓ ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ବରମୁଣ୍ଡା ପଡିଆ ନିକଟରେ ଏକ ଡକାୟତି ଯୋଜନା […]

ଭୁବନେଶ୍ବର: ରାଜଧାନୀରେ ଡକାୟତି ଯୋଜନା ପଣ୍ଡ । ବରମୁଣ୍ଡା ପଡ଼ିଆରେ ଡକାୟତି ଯୋଜନା କରିବା ବେଳେ ଗିରଫ ହେଲେ ୪ ଅଭିଯୁକ୍ତ । ଗିରଫ ୪ ଅଭିଯୁକ୍ତ ହେଲେ ଶିବବ୍ରତ ସ୍ୱାଇଁ, ଚିନ୍ମୟ କୁମାର ସ୍ୱାଇଁ, ରାଜେଶ ବେହେରା ଓ ଅନାମ ଚମ୍ପତି । ଅନ୍ୟତମ ଅଭିଯୁକ୍ତ କରଣ ମଣ୍ଡଳ ଓ ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ବରମୁଣ୍ଡା ପଡିଆ ନିକଟରେ ଏକ ଡକାୟତି ଯୋଜନା ଚାଲିଥିବା ନେଇ ଖବର ପାଇଥିଲା ଖଣ୍ଡଗିରି ଥାନା । ଘଟଣାସ୍ଥଳରେ ପହଞ୍ଚିବା ବେଳେ ସେଠାରୁ ୪ ଜଣଙ୍କୁ କାବୁ କରିଥିଲା । ସେମାନେ ବ୍ୟବହାର କରିଥିବା ଏକ କାର, ଖଣ୍ଡା, ତେଲେଙ୍ଗା କଟୁରି, ଲୁହା ରଡ଼, ଖେଳନା ବନ୍ଧୁକ, ଭୁଜାଲି ଓ ଛୁରୀ ଜବତ କରିଛି । ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଅନେକ ସଙ୍ଗୀନ ଅଭିଯୋଗ ଥିବା କହିଛନ୍ତି ଡିସିପି ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର