STF କବଜାରେ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ: ଗରିବ ଆଦିବାସୀଙ୍କୁ କରୁଥିଲେ ଟାର୍ଗେଟ, ସାଇବର ଠକକୁ ବିକୁଥିଲେ ଆକାଉଣ୍ଟ

The Sakala Picture
Published On

ଭୁବନେଶ୍ବର: STF କବଜାରେ ଏକ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ । ଏହି ରାକେଟର ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଗିରଫ ୩ ଅଭିଯୁକ୍ତ ହେଲେ ବାଲେଶ୍ଵର ଜିଲ୍ଲାର ଏସକେ ହାପିଜୁଲ , ଏସକେ ଯାହାଙ୍ଗୀର ଓ ଅନ୍ୟଜଣେ ପଶ୍ଚିମବଙ୍ଗର ଏସକେ ଜାମୀର ଉଦିନ। ରେଡ ବେଳେ ବିଭିନ୍ନ ପ୍ରକାର ବ୍ୟାଙ୍କ ପାସ ବୁକ, ପ୍ରି ଆକ୍ଟିଭେଟେଡ଼ SIM, ଆଧାର କାର୍ଡ ଜବତ ହୋଇଛି। ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଏହି ରାକେଟ ସକ୍ରିୟ […]

ଭୁବନେଶ୍ବର: STF କବଜାରେ ଏକ ଅନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ରାକେଟ । ଏହି ରାକେଟର ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଗିରଫ ୩ ଅଭିଯୁକ୍ତ ହେଲେ ବାଲେଶ୍ଵର ଜିଲ୍ଲାର ଏସକେ ହାପିଜୁଲ , ଏସକେ ଯାହାଙ୍ଗୀର ଓ ଅନ୍ୟଜଣେ ପଶ୍ଚିମବଙ୍ଗର ଏସକେ ଜାମୀର ଉଦିନ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ରେଡ ବେଳେ ବିଭିନ୍ନ ପ୍ରକାର ବ୍ୟାଙ୍କ ପାସ ବୁକ, ପ୍ରି ଆକ୍ଟିଭେଟେଡ଼ SIM, ଆଧାର କାର୍ଡ ଜବତ ହୋଇଛି। ଓଡିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଏହି ରାକେଟ ସକ୍ରିୟ ଥିଲା  । ଏହି ରାକେଟର ମୁଖ୍ୟ ଥିଲା ଏସକେ ଜାମୀର ଉଦିନ । ୧୦ ରୁ୧୫ ଜଣ ଲୋକଙ୍କୁ ଚାକିରି ଦେଇ ମାସକୁ ୧୫ ହଜାର ଟଙ୍କା ଦରମା ଦେଉଥିଲା ଅଭିଯୁକ୍ତ ଏସକେ ଜାମୀର ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ଉପାନ୍ତ ଏରିଆରେ ଯାଇ ଗରିବ ଆଦିବାସୀ ଲୋକଙ୍କଙ୍କୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇ କହୁଥିଲେ ।  ଆକାଉଣ୍ଟ ଖୋଲିଲେ ପ୍ରତି ଏକାଉଣ୍ଟ ପିଛା ୨୦୦୦ଟଙ୍କାର ଲୋଭ ଦେଖଉଥିଲେ। ଏହି ସବୁ ବ୍ୟାଙ୍କ ଆକାଉଣ୍ଟକୁ ସାଇବରଠକଙ୍କୁ ବିକ୍ରି କରିଦେଉଥିଲେ । ଆକାଉଣ୍ଟ ବିକ୍ରି କରିବା ପାଇ ଠକ ମାନେ ବ୍ୟବହାର କରୁଥିଲେ ଟେଲିଗ୍ରାମ ଚ୍ୟାନେଲ, ଫେସବୁକ ଓ ହ୍ଵାଟ୍ସଆପ । ଗୋଟିଏ ଆକାଉଣ୍ଟକୁ ସାଇବର ଠକ ମାନଙ୍କୁ ବିକ୍ରି କରି ୧୫ ରୁ ୨୦ହାଜର ପାଉଥିଲେ ।୫ହଜାରଟି ଆକାଉଣ୍ଟ ବିକ୍ରି କରା ଯାଇଥିବା ଜାଣିବାକୁ ପାଇଛି STF ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର