‘ଗୋଲ୍‌ଡେନ୍‌‌ ଆୱାର’ରେ ଫୋନ୍‌‌ କରି ଜଣାଇଲେ ରୋକିହେବ ସାଇବର ଠକେଇ

The Sakala Picture
Published On

ଭୁବନେଶ୍ୱର: ସାଇବର ଠକେଇ ଦିନକୁ ଦିନ ବଢ଼ି ଚାଲିଥିବାରୁ ପୁଲିସ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ରୋକିବା ପାଇଁ ୧୯୩୦ ସାଇବର କ୍ରାଇମ୍‌‌ ହେଲ୍ପ ଲାଇନ୍‌‌ ନମ୍ବର ଗତ ୪ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଅଫିସର ସମୟରେ ଏହି ହେଲ୍ପଲାଇନ୍‌‌ ନମ୍ବର ଚାଲୁଥିଲା। ଯେଉଁଥି ପାଇଁ ଜଣେ ଲୋକ ସନ୍ଧ୍ୟାରେ ଠକାମିର ଶିକାର ହେଲେ ସାଇବର ହେଲ୍ପଲାଇନ୍‌‌ ନମ୍ବରକୁ କଲ୍‌‌ କରିପାରୁନଥିଲା। ଯେଉଁଥି ପାଇଁ ଠକେଇ ଟଙ୍କା ଗୋଟିଏ ଆକାଉଣ୍ଟରୁ ଏକାଧିକ ଆକାଉଣ୍ଟକୁ […]

ଭୁବନେଶ୍ୱର: ସାଇବର ଠକେଇ ଦିନକୁ ଦିନ ବଢ଼ି ଚାଲିଥିବାରୁ ପୁଲିସ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ରୋକିବା ପାଇଁ ୧୯୩୦ ସାଇବର କ୍ରାଇମ୍‌‌ ହେଲ୍ପ ଲାଇନ୍‌‌ ନମ୍ବର ଗତ ୪ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଅଫିସର ସମୟରେ ଏହି ହେଲ୍ପଲାଇନ୍‌‌ ନମ୍ବର ଚାଲୁଥିଲା। ଯେଉଁଥି ପାଇଁ ଜଣେ ଲୋକ ସନ୍ଧ୍ୟାରେ ଠକାମିର ଶିକାର ହେଲେ ସାଇବର ହେଲ୍ପଲାଇନ୍‌‌ ନମ୍ବରକୁ କଲ୍‌‌ କରିପାରୁନଥିଲା। ଯେଉଁଥି ପାଇଁ ଠକେଇ ଟଙ୍କା ଗୋଟିଏ ଆକାଉଣ୍ଟରୁ ଏକାଧିକ ଆକାଉଣ୍ଟକୁ ଟ୍ରାନ୍ସଫର କରି ଟଙ୍କା କାଢି ନେଇଯାଉଥିଲା। ଏହାକୁ ରୋକିବା ପାଇଁ ୨୪ଘଣ୍ଟିଆ ସାଇବର ଅପରାଧ ହେଲ୍ପଲାଇନ୍‌‌ କାର୍ଯ୍ୟକ୍ଷମ କରାଗଲା। ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି ଯେକୌଣ ସମୟରେ ଫୋନ୍‌‌ କରି ଏବଂ ଅଭିଯୋଗ କରିପାରିବେ। ଏନେଇ କ୍ରାଇମ୍‌‌ବ୍ରାଞ୍ଚ ପ୍ରସ୍‌‌ ବିଜ୍ଞପ୍ତି କରି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ସାଇବର ଠକମାନଙ୍କ ଦ୍ୱାରା ପ୍ରତାରଣା ହୋଇଥିବା ନାଗରିକମାନେ ବିନା ବିଳମ୍ୱରେ ତୁରନ୍ତ ୧୯୩୦ ଡାଏଲ୍‌‌ କରିବା ଉଚିତ୍‌‌। ଠକମାନଙ୍କ ଦ୍ୱାରା ଠକେଇ ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଯିବା ପୂର୍ବରୁ ଗୋଲଡେନ୍‌‌ ସମୟ ମଧ୍ୟରେ ଅଭିଯୋଗ କରିବା ଆବଶ୍ୟକ। ଯାହାଦ୍ୱାରା ଠକମାନେ ଠକେଇ ଟଙ୍କାକୁ ଏକାଧିକ ଆକାଉଣ୍ଟକୁ ନେଇପାରିବେ ନାହିଁ। ଠକେଇର ଶିକାର ହେବା ପରେ ତୁରନ୍ତ ଏହି ହେଲ୍ପଲାଇନ୍‌‌କୁ ଫୋନ୍‌‌ କରି ଜଣାଇବା ପରେ ସେଠାରେ ଥିବା ତାଲିମପ୍ରାପ୍ତ ଅଧିକାରୀମାନେ ଏହାକୁ ଗୁରୁତର ସହ ନେବେ।ଏହା ପରେ ସେମାନେ ତୁରନ୍ତ ପୋର୍ଟାଲରେ ଅଭିଯୋଗ କରିବେ। ଯାହାଦ୍ୱାରା ଠକ ଏବଂ ତାଙ୍କ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବାକୁ ରୋକିବାରେ ସହଜ ହେବ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ଯଦି ଟଙ୍କା ପୂର୍ବରୁ ସ୍ଥାନାନ୍ତରିତ ହୋଇଛି, ତେବେ ବିଳମ୍ୱ ନକରି ଅଭିଯୋଗ ଦାଖଲ ହେଲେ ଏହା ଫେରସ୍ତ ହୋଇପାରିବ। ଠକ ଫୋନ୍‌‌ କରୁଥିବା ନମ୍ବରକୁ ସାଇବର ହେଲ୍ପ ଲାଇନ୍‌‌ ନମ୍ବରକୁ ଦିଆଗଲେ ଏହାକୁ ତୁରନ୍ତ ବନ୍ଦ କରି ଦିଆଯିବ। ଯାହାଫଳରେ ଠକମାନେ ଏହି ନମ୍ବରରେ ଅନ୍ୟ କାହାକୁ ଫୋନ୍‌‌ କରି ଠକେଇ କରିପାରିବେ ନାହିଁ। ଡିଜିପି ସୁନୀଲ ବଂଶଲ ଗତ ଏପ୍ରିଲ ୨୪ ତାରିଖରେ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ସମେତ ସାଇବର କ୍ରାଇମ ୟୁନିଟର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ଏହା ପରେ ସେ ଅତିରିକ୍ତ ମାନବ ଶକ୍ତି ଯୋଗାଇବା ସହିତ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ସହିତ ସିଆଇଡି ଏବଂ ସିବିର ସାଇବର କ୍ରାଇମ ୟୁନିଟକୁ ମଜବୁତ କରିବାକୁ ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୨୧ ମସିହାରେ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଉନ୍ମୋଚିତ ହୋଇଥିଲା ଏବଂ ଭଏସ୍‌‌ କଲ୍‌‌ ମାଧ୍ୟମରେ ଆର୍ଥିକ ସାଇବର କ୍ରାଇମ୍‌‌ ରିପୋର୍ଟ ପାଇଁ ଓଡ଼ିଶାରେ ଡାଏଲ୍‌‌ ୧୯୩୦ ସୁବିଧା ପ୍ରତିଷ୍ଠା କରାଯାଇଥିଲା। ଓଡ଼ିଶା ପାଇଁ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ଓଡ଼ିଶା ପୁଲିସ କ୍ରାଇମ ଶାଖା ଦ୍ୱାରା ପରିଚାଳିତ କଲ୍‌‌ ସେଣ୍ଟର ଦ୍ୱାରା କୋଟି କୋଟି ଟଙ୍କା ଫେରାଇ ଅଣାଇଯାଇ ପାରିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

07 Aug 2023 By The Sakala

‘ଗୋଲ୍‌ଡେନ୍‌‌ ଆୱାର’ରେ ଫୋନ୍‌‌ କରି ଜଣାଇଲେ ରୋକିହେବ ସାଇବର ଠକେଇ

ଭୁବନେଶ୍ୱର: ସାଇବର ଠକେଇ ଦିନକୁ ଦିନ ବଢ଼ି ଚାଲିଥିବାରୁ ପୁଲିସ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ରୋକିବା ପାଇଁ ୧୯୩୦ ସାଇବର କ୍ରାଇମ୍‌‌ ହେଲ୍ପ ଲାଇନ୍‌‌ ନମ୍ବର ଗତ ୪ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଅଫିସର ସମୟରେ ଏହି ହେଲ୍ପଲାଇନ୍‌‌ ନମ୍ବର ଚାଲୁଥିଲା। ଯେଉଁଥି ପାଇଁ ଜଣେ ଲୋକ ସନ୍ଧ୍ୟାରେ ଠକାମିର ଶିକାର ହେଲେ ସାଇବର ହେଲ୍ପଲାଇନ୍‌‌ ନମ୍ବରକୁ କଲ୍‌‌ କରିପାରୁନଥିଲା। ଯେଉଁଥି ପାଇଁ ଠକେଇ ଟଙ୍କା ଗୋଟିଏ ଆକାଉଣ୍ଟରୁ ଏକାଧିକ ଆକାଉଣ୍ଟକୁ ଟ୍ରାନ୍ସଫର କରି ଟଙ୍କା କାଢି ନେଇଯାଉଥିଲା। ଏହାକୁ ରୋକିବା ପାଇଁ ୨୪ଘଣ୍ଟିଆ ସାଇବର ଅପରାଧ ହେଲ୍ପଲାଇନ୍‌‌ କାର୍ଯ୍ୟକ୍ଷମ କରାଗଲା। ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି ଯେକୌଣ ସମୟରେ ଫୋନ୍‌‌ କରି ଏବଂ ଅଭିଯୋଗ କରିପାରିବେ। ଏନେଇ କ୍ରାଇମ୍‌‌ବ୍ରାଞ୍ଚ ପ୍ରସ୍‌‌ ବିଜ୍ଞପ୍ତି କରି ସୂଚନା ଦେଇଛନ୍ତି।

ସାଇବର ଠକମାନଙ୍କ ଦ୍ୱାରା ପ୍ରତାରଣା ହୋଇଥିବା ନାଗରିକମାନେ ବିନା ବିଳମ୍ୱରେ ତୁରନ୍ତ ୧୯୩୦ ଡାଏଲ୍‌‌ କରିବା ଉଚିତ୍‌‌। ଠକମାନଙ୍କ ଦ୍ୱାରା ଠକେଇ ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଯିବା ପୂର୍ବରୁ ଗୋଲଡେନ୍‌‌ ସମୟ ମଧ୍ୟରେ ଅଭିଯୋଗ କରିବା ଆବଶ୍ୟକ। ଯାହାଦ୍ୱାରା ଠକମାନେ ଠକେଇ ଟଙ୍କାକୁ ଏକାଧିକ ଆକାଉଣ୍ଟକୁ ନେଇପାରିବେ ନାହିଁ। ଠକେଇର ଶିକାର ହେବା ପରେ ତୁରନ୍ତ ଏହି ହେଲ୍ପଲାଇନ୍‌‌କୁ ଫୋନ୍‌‌ କରି ଜଣାଇବା ପରେ ସେଠାରେ ଥିବା ତାଲିମପ୍ରାପ୍ତ ଅଧିକାରୀମାନେ ଏହାକୁ ଗୁରୁତର ସହ ନେବେ।ଏହା ପରେ ସେମାନେ ତୁରନ୍ତ ପୋର୍ଟାଲରେ ଅଭିଯୋଗ କରିବେ। ଯାହାଦ୍ୱାରା ଠକ ଏବଂ ତାଙ୍କ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବାକୁ ରୋକିବାରେ ସହଜ ହେବ।

ଯଦି ଟଙ୍କା ପୂର୍ବରୁ ସ୍ଥାନାନ୍ତରିତ ହୋଇଛି, ତେବେ ବିଳମ୍ୱ ନକରି ଅଭିଯୋଗ ଦାଖଲ ହେଲେ ଏହା ଫେରସ୍ତ ହୋଇପାରିବ। ଠକ ଫୋନ୍‌‌ କରୁଥିବା ନମ୍ବରକୁ ସାଇବର ହେଲ୍ପ ଲାଇନ୍‌‌ ନମ୍ବରକୁ ଦିଆଗଲେ ଏହାକୁ ତୁରନ୍ତ ବନ୍ଦ କରି ଦିଆଯିବ। ଯାହାଫଳରେ ଠକମାନେ ଏହି ନମ୍ବରରେ ଅନ୍ୟ କାହାକୁ ଫୋନ୍‌‌ କରି ଠକେଇ କରିପାରିବେ ନାହିଁ। ଡିଜିପି ସୁନୀଲ ବଂଶଲ ଗତ ଏପ୍ରିଲ ୨୪ ତାରିଖରେ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ସମେତ ସାଇବର କ୍ରାଇମ ୟୁନିଟର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ଏହା ପରେ ସେ ଅତିରିକ୍ତ ମାନବ ଶକ୍ତି ଯୋଗାଇବା ସହିତ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ସହିତ ସିଆଇଡି ଏବଂ ସିବିର ସାଇବର କ୍ରାଇମ ୟୁନିଟକୁ ମଜବୁତ କରିବାକୁ ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୨୧ ମସିହାରେ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଉନ୍ମୋଚିତ ହୋଇଥିଲା ଏବଂ ଭଏସ୍‌‌ କଲ୍‌‌ ମାଧ୍ୟମରେ ଆର୍ଥିକ ସାଇବର କ୍ରାଇମ୍‌‌ ରିପୋର୍ଟ ପାଇଁ ଓଡ଼ିଶାରେ ଡାଏଲ୍‌‌ ୧୯୩୦ ସୁବିଧା ପ୍ରତିଷ୍ଠା କରାଯାଇଥିଲା। ଓଡ଼ିଶା ପାଇଁ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ଓଡ଼ିଶା ପୁଲିସ କ୍ରାଇମ ଶାଖା ଦ୍ୱାରା ପରିଚାଳିତ କଲ୍‌‌ ସେଣ୍ଟର ଦ୍ୱାରା କୋଟି କୋଟି ଟଙ୍କା ଫେରାଇ ଅଣାଇଯାଇ ପାରିଛି।

https://www.thesakala.in/crime/24-hour-helpline-number-1930-launched-to-prevent-cyber-fraud/article-24217
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର