କଳାଧନର କୁବେର ଜିଏସଟି ଅଧିକାରୀ: ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା, ବିଭିନ୍ନ ବ୍ୟାଙ୍କରେ ଚାଲିଛି ଛାନବିନ୍

The Sakala Picture
Published On

ପାରାଦୀପ: ସିଟି ଆଣ୍ଡ ଜିଏସ୍‌ଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ପୁଳାପୁଳା ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଏସଟି ଅଧିକାରୀଙ୍କ ଅମାପ ସମ୍ପତ୍ତି ଦେଖି  ଭିଜିଲାନ୍ସ  ମଧ୍ଯ ଜଳକା ହୋଇଛି। ପାରାଦୀପ ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ରେଡ୍ ବେଳେ ଜବତ ହୋଇଛି ୫ ଲକ୍ଷ ୪୦ ହଜାର ନଗଦ ଟଙ୍କା ସହ ୧ କିଲୋ ୬୦ ଗ୍ରାମ ସୁନା । କାର୍ଯ୍ଯାଳୟରେ ଥିବା ଆଲମାରିରୁ ବି ଏକ ଲକ୍ଷ ଟଙ୍କା […]

ପାରାଦୀପ: ସିଟି ଆଣ୍ଡ ଜିଏସ୍‌ଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ପୁଳାପୁଳା ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଏସଟି ଅଧିକାରୀଙ୍କ ଅମାପ ସମ୍ପତ୍ତି ଦେଖି  ଭିଜିଲାନ୍ସ  ମଧ୍ଯ ଜଳକା ହୋଇଛି। ପାରାଦୀପ ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ରେଡ୍ ବେଳେ ଜବତ ହୋଇଛି ୫ ଲକ୍ଷ ୪୦ ହଜାର ନଗଦ ଟଙ୍କା ସହ ୧ କିଲୋ ୬୦ ଗ୍ରାମ ସୁନା । କାର୍ଯ୍ଯାଳୟରେ ଥିବା ଆଲମାରିରୁ ବି ଏକ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଲକରରୁ ୫.୪ ଲକ୍ଷ ଟଙ୍କା ଜବତ ହୋଇଛି । ମୋଟ ଏକ କୋଟି ୪ ଲକ୍ଷ ଟଙ୍କାର ବ୍ୟାଙ୍କଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଠାବ କରିଛି ଭିଜିଲାନ୍ସ । କଟକ ସିଡିଏ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ସିନ୍ଧ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସର୍ଚ୍ଚ ଚଳାଇଛି ଭିଜିଲାନ୍ସ । ଜବତ ସୁନା ମଧ୍ୟରେ ୨୬ ଲକ୍ଷ ଟଙ୍କାର ୧୯ଟି ସୁନା ବିସ୍କୁଟ ରହିଥିବା ସୂଚନା ରହିଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଚିତରଞ୍ଜନ ଭିଜିଲାନ୍ସ ରିମାଣ୍ଡରେ ଏପ୍ରିଲ ୧୩ ଯାଏଁ ରହିଛନ୍ତି । ଏକ ବ୍ୟବସାୟୀକ ପ୍ରତିଷ୍ଠାନର ଜିଏସଟି ମାମଲା ରଫାଦଫା ଓ ଜବତ ହୋଇଥିବା ସାମଗ୍ରୀ ଫେରାଇବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଆଗରୁ ମଧ୍ୟ ଅନେକ ଅଭିଯୋଗ ଚିତ୍ତରଂଜନ ମହାନ୍ତିଙ୍କ ବିରୋଧରେ ରହିଥିଲା । କେନ୍ଦ୍ରାପଡ଼ାର ପୈତୃକ ଘର, କଟକର ନିଜ ଘର ଓ ପାରାଦୀପ କାର୍ୟ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସର ତିନୋଟି ଟିମ୍ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

05 Apr 2023 By The Sakala

କଳାଧନର କୁବେର ଜିଏସଟି ଅଧିକାରୀ: ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା, ବିଭିନ୍ନ ବ୍ୟାଙ୍କରେ ଚାଲିଛି ଛାନବିନ୍

ପାରାଦୀପ: ସିଟି ଆଣ୍ଡ ଜିଏସ୍‌ଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ପୁଳାପୁଳା ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଏସଟି ଅଧିକାରୀଙ୍କ ଅମାପ ସମ୍ପତ୍ତି ଦେଖି  ଭିଜିଲାନ୍ସ  ମଧ୍ଯ ଜଳକା ହୋଇଛି। ପାରାଦୀପ ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ରେଡ୍ ବେଳେ ଜବତ ହୋଇଛି ୫ ଲକ୍ଷ ୪୦ ହଜାର ନଗଦ ଟଙ୍କା ସହ ୧ କିଲୋ ୬୦ ଗ୍ରାମ ସୁନା । କାର୍ଯ୍ଯାଳୟରେ ଥିବା ଆଲମାରିରୁ ବି ଏକ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଲକରରୁ ୫.୪ ଲକ୍ଷ ଟଙ୍କା ଜବତ ହୋଇଛି । ମୋଟ ଏକ କୋଟି ୪ ଲକ୍ଷ ଟଙ୍କାର ବ୍ୟାଙ୍କଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଠାବ କରିଛି ଭିଜିଲାନ୍ସ । କଟକ ସିଡିଏ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ସିନ୍ଧ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସର୍ଚ୍ଚ ଚଳାଇଛି ଭିଜିଲାନ୍ସ । ଜବତ ସୁନା ମଧ୍ୟରେ ୨୬ ଲକ୍ଷ ଟଙ୍କାର ୧୯ଟି ସୁନା ବିସ୍କୁଟ ରହିଥିବା ସୂଚନା ରହିଛି ।

ଚିତରଞ୍ଜନ ଭିଜିଲାନ୍ସ ରିମାଣ୍ଡରେ ଏପ୍ରିଲ ୧୩ ଯାଏଁ ରହିଛନ୍ତି । ଏକ ବ୍ୟବସାୟୀକ ପ୍ରତିଷ୍ଠାନର ଜିଏସଟି ମାମଲା ରଫାଦଫା ଓ ଜବତ ହୋଇଥିବା ସାମଗ୍ରୀ ଫେରାଇବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଆଗରୁ ମଧ୍ୟ ଅନେକ ଅଭିଯୋଗ ଚିତ୍ତରଂଜନ ମହାନ୍ତିଙ୍କ ବିରୋଧରେ ରହିଥିଲା । କେନ୍ଦ୍ରାପଡ଼ାର ପୈତୃକ ଘର, କଟକର ନିଜ ଘର ଓ ପାରାଦୀପ କାର୍ୟ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସର ତିନୋଟି ଟିମ୍ ।

https://www.thesakala.in/crime/vigilance-raid-at-gst-officers-house-rs-64-lakh-gold-found/article-20475
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର