ବିକ୍ରି ହେଉଛି ତଥ୍ୟ; ସାଇବର୍‌‌ ଠକଙ୍କୁ ସାବଧାନ

The Sakala Picture
Published On

ଭୁବନେଶ୍ୱର: ସର୍ବସାଧାରଣରେ ଫୋନ୍‌‌ ନମ୍ବର ଦେଉଥିଲେ ହୋଇଯାଆନ୍ତୁ ସତର୍କ। ନ ହେଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଗୋଲ୍‌‌ ହୋଇଯିବ। ସାଇବର୍‌‌ ଠକ ଲୋକଙ୍କୁ ବିଭିନ୍ନ ଉପାୟରେ ଫୋନ୍‌‌ ନମ୍ବର ନେଇ ଠକେଇ କରୁଛନ୍ତି। ଏଭଳି ଘଟଣା ଓଡ଼ିଶାର ଅନ୍ୟ ଜିଲ୍ଲା ସହ ଭୁବନେଶ୍ୱରରେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ଏ ନେଇ ପୁଲିସ ପକ୍ଷରୁ ସତର୍କ କରାଯାଇଛି। ଜଣେ ବ୍ୟକ୍ତିଙ୍କ ଡାଟା ୨ଶହ ଟଙ୍କା ଅନେକ ଲୋକେ ମଲ୍‌‌ ଯାଇ ସେଠାରୁ ପୋଷାକ ଏବଂ ଅନ୍ୟ […]

ଭୁବନେଶ୍ୱର: ସର୍ବସାଧାରଣରେ ଫୋନ୍‌‌ ନମ୍ବର ଦେଉଥିଲେ ହୋଇଯାଆନ୍ତୁ ସତର୍କ। ନ ହେଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଗୋଲ୍‌‌ ହୋଇଯିବ। ସାଇବର୍‌‌ ଠକ ଲୋକଙ୍କୁ ବିଭିନ୍ନ ଉପାୟରେ ଫୋନ୍‌‌ ନମ୍ବର ନେଇ ଠକେଇ କରୁଛନ୍ତି। ଏଭଳି ଘଟଣା ଓଡ଼ିଶାର ଅନ୍ୟ ଜିଲ୍ଲା ସହ ଭୁବନେଶ୍ୱରରେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ଏ ନେଇ ପୁଲିସ ପକ୍ଷରୁ ସତର୍କ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଜଣେ ବ୍ୟକ୍ତିଙ୍କ ଡାଟା ୨ଶହ ଟଙ୍କା
ଅନେକ ଲୋକେ ମଲ୍‌‌ ଯାଇ ସେଠାରୁ ପୋଷାକ ଏବଂ ଅନ୍ୟ ଘର କରଣା ସାମଗ୍ରୀ କିଣୁଛନ୍ତି। ହେଲେ ମଲରେ ଟଙ୍କା ପୈଠ କରିବା ସମୟରେ କାଉଣ୍ଟ ରରେ ବସିଥିବା କର୍ମଚାରୀ ଫୋନ୍‌‌ ନମ୍ବର ମାଗୁଛନ୍ତି। ସେଠାରେ ଫୋନ୍‌‌ ନମ୍ବର ଦେବା ପରେ ତାହା ମଲ୍‌‌ ମାଲିକଙ୍କ ନିକଟରେ ତଥ୍ୟ ରହିଯାଉଛି। ହାତ ଗଣତି ଲୋକେ ନୁହେଁ ମଲ୍‌‌କୁ ଆସୁଥିବା ଶତାଧିକ ଲୋକଙ୍କ ତଥ୍ୟ ତାଙ୍କ ନିକଟରେ ରହୁଛି। ପରେ ଏହି ତଥ୍ୟକୁ ସେମାନେ ସାଇବର ଠକଙ୍କୁ ବିକ୍ରି କରୁଛନ୍ତି। ପ୍ରତି ଲୋକଙ୍କ ଡାଟା ୨ଶହ ଟଙ୍କାରେ ବିକ୍ରି କରାଯାଉଛି। ଫଳରେ ସାଇବର୍‌‌ ଠକ ଉକ୍ତ ନମ୍ବର ଆଧାରରେ ବ୍ୟକ୍ତିଙ୍କ ନାମ ଏବଂ ଠିକଣା ଜାଣି ଫୋନ୍‌‌ରେ ବିଭିନ୍ନ ଲୋଭ ଦେଖାଉଛନ୍ତି।

ପେଟ୍ରୋଲ ପମ୍ପରେ ଅଫର୍‌ ଆଳରେ ନମ୍ବର ମାଗୁଛନ୍ତି
ଏବେ ପେଟ୍ରୋଲ ପମ୍ପରେ କିଛି ଯୁବକ, ଯୁବତୀ ଛିଡ଼ା ହୋଇ ଫୋନ୍‌‌ ନମ୍ବର ମାଗୁଛନ୍ତି। ସେମାନେ ପ୍ରଥମେ ଅଟକାଇ ପୁରସ୍କାର ବିଜେତା ଲୋଭ ଦେଖାଇ ଫୋନ୍‌‌ ନମ୍ବର ନିଅନ୍ତି। ନମ୍ବର ନେବା ପରେ ବିଜେତା ହେଲେ ଫୋନ୍‌‌ ଯିବ ବୋଲି କହିଥାନ୍ତି। ଅନେକ ଲୋକେ ଲୋଭରେ ପଡ଼ି ସବୁ ତଥ୍ୟ ଦେଇଥାନ୍ତି। ଏହି ତଥ୍ୟ ନେବା ପରେ ସମସ୍ତଙ୍କୁ ଫୋନ୍‌‌ କରି ବିଜେତା ହୋଇଥିବା କହିଥାନ୍ତି। ଅଫିସ୍‌‌କୁ ଯାଇ ପରିବାର ସହ ପୁରସ୍କାର ନେବାକୁ କହିଥାନ୍ତି। ଆପଣ ସେମାନଙ୍କ ଅଫିସ୍‌‌କୁ ଯିବା ପରେ ସେମାନେ ଲୋଭରେ ପକାଇ ଇନ୍ସ୍ୟୁରାନ୍ସ କରି ନେଇଥାନ୍ତି। କେବଳ ଏତିକି ନୁହେଁ ସେମାନଙ୍କ କାମ ଶେଷ ହେବା ପରେ ଏହାକୁ ସାଇବର ଠକଙ୍କୁ ବିକ୍ରି କରି ଦେଇଥାନ୍ତି।

ବ୍ୟାଙ୍କ୍‌‌ରୁ ହେଉଛି ତଥ୍ୟ ଚୋରି
ଏବେ ବ୍ୟାଙ୍କ୍‌‌ର କିଛି କର୍ମଚାରୀ ଟଙ୍କା ଲୋଭରେ ଉପଭୋକ୍ତାଙ୍କ ତଥ୍ୟକୁ ସାଇବର ଠକଙ୍କୁ ବିକ୍ରି କରୁଛନ୍ତି। ସାଇବର ଠକଙ୍କୁ ୧୦୦ ଜଣ ବ୍ୟକ୍ତିଙ୍କ ଡାଟାକୁ ୫ହଜାର ଟଙ୍କାରେ ବିକ୍ରି ହେଉଛି। ଗତ ବର୍ଷ ରସୁଲଗଡ଼ରୁ ୪ଜଣ ସାଇବର ଠକଙ୍କୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ପଚରାଉଚରା କରାଯିବା ପରେ ସେମାନେ ବ୍ୟାଙ୍କ୍‌‌ରୁ ଡାଟା କିଣି ନେଇଥିବା ସ୍ୱୀକାର କରିଥିଲେ।

ଘରକୁ ଘର ବୁଲି ତଥ୍ୟ ମାଗୁଛନ୍ତି ଠକ
ଅନେକ ଘରୋଇ ସଂସ୍ଥା ସର୍ଭେ ଆଳରେ ଘରକୁ ଘରକୁ ଯାଇ ତଥ୍ୟ ମାଗୁଛନ୍ତି। ଲୋକେ ସରକାରୀ ସୁବିଧା ପାଇବା ଆଶାରେ ବ୍ୟକ୍ତିଗତ ତଥ୍ୟ ଦେଉଛନ୍ତି। ଏହି ତଥ୍ୟ ନେବା ପରେ ଘରୋଇ ସଂସ୍ଥା ସାଇବର ଠକଙ୍କୁ ତଥ୍ୟ ବିକ୍ରି କରୁଛନ୍ତି। ଏନେଇ ପୁଲିସ ଲୋକଙ୍କୁ ସଚେତନ କରିଛନ୍ତି ଯେ, କାହାରିକୁ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ।

20 Mar 2023 By The Sakala

https://www.thesakala.in/crime/sales-are-data-beware-of-cyber-scammers/article-19962
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର