ସକିଲ୍‌ ସହଯୋଗୀ ଦୁର୍ଦ୍ଦାନ୍ତ ସେକ୍‍ ବାବୁକୁ ଏନ୍‍କାଉଣ୍ଟର

The Sakala Picture
Published On

କଟକ: ସିଲଭର ସିଟିରେ ଗର୍ଜିଛି ପୋଲିସ ବନ୍ଧୁକ । ସେକ୍‍ ବାବୁକୁ ଏନ୍‍କାଉଣ୍ଟର କରିଛି କମିସନରେଟ୍‍ ପୁଲିସ। ବାବୁର ବାମ ଗୋଡ଼ ଆଣ୍ଠୁରେ ଗୁଳି ବାଜିବାରୁ ସେ ଗୁରୁତର ଆହତ ହାଇଛି। ତାକୁ ଏସ୍‍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ବାବୁକୁ କାବୁ କରିବା ସମୟରେ ସେ ପୁଲିସ ଉପରକୁ ମଧ୍ୟ ଗୁଳି ଚାଳନା କରିଥିଲା। ଏଥିରେ ଦରଘାବଜାର ଥାନା ଆଇଆଇସିଙ୍କ ସମେତ ଅନ୍ୟ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ବାବୁ କଟକର ୪ଟିି ଅପରାଧିକ ମାମଲାରେ […]

କଟକ: ସିଲଭର ସିଟିରେ ଗର୍ଜିଛି ପୋଲିସ ବନ୍ଧୁକ । ସେକ୍‍ ବାବୁକୁ ଏନ୍‍କାଉଣ୍ଟର କରିଛି କମିସନରେଟ୍‍ ପୁଲିସ। ବାବୁର ବାମ ଗୋଡ଼ ଆଣ୍ଠୁରେ ଗୁଳି ବାଜିବାରୁ ସେ ଗୁରୁତର ଆହତ ହାଇଛି। ତାକୁ ଏସ୍‍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ବାବୁକୁ କାବୁ କରିବା ସମୟରେ ସେ ପୁଲିସ ଉପରକୁ ମଧ୍ୟ ଗୁଳି ଚାଳନା କରିଥିଲା। ଏଥିରେ ଦରଘାବଜାର ଥାନା ଆଇଆଇସିଙ୍କ ସମେତ ଅନ୍ୟ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ବାବୁ କଟକର ୪ଟିି ଅପରାଧିକ ମାମଲାରେ ମୋଷ୍ଟ ୱାଣ୍ଟେଡ୍‍ ତାଲିକାରେ ରହିଥିଲା। ଏପରିକି ସେ ପୁଲିସକୁ ଚକ୍‍ମା ଦେଇ ବିଭିନ୍ନ ସମୟରେ ଫେରାର ହେଇଯାଉଥିଲା। ଆଜି ବାବୁୁ ଚନ୍ଦକା ବାରଙ୍ଗ ରୋଡରେ ଏକ ଆକ୍ଟିଭା ଗାଡିରେ ଫେରୁଥିବା ନେଇ ଦରଘାବଜାର ପୁଲିସ ଜାଣିବାକୁ ପାଇଥିଲା। ଆଇଆଇସି ପ୍ରଦୀପ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‍ ବାବୁକୁ ଧରିବା ଲାଗି ବାରଙ୍ଗରୋଡ୍‍ସ୍ଥିତ ଇଏସ୍‍ଆଇ ହସ୍ପିଟାଲ ନିକଟରେ ଚଢାଉ କରିଥିଲା। ପୁଲିସକୁ ଦେଖିବା କ୍ଷଣି ସେ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ ଟିମ୍‍ ତାକୁ ଚାରି ପଟୁ ଘେରିଯିବାରୁ ସେ ଦରଘାବଜାର ଆଇଆଇସିଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲା। ମାତ୍ର ଆଇଆଇସି ପ୍ରଦୀପ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ନିଜ ସୁରକ୍ଷା ପାଇଁ ବାବୁ ଉପରକୁ ଗୁଳି ଚାଳନା କରିଥିଲେ। ବାବୁର ବାମ ଗୋଡ ଆଣ୍ଠୁ ଉପରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲା। ଫଳରେ ପୁଲିସ ଟିମ୍‍ ତାକୁ କାବୁ କରିନେଇଥିଲା। ତା ନିକଟରୁ ଏକ ପିସ୍ତଲ, ଗୁଳି ଓ ଆକ୍ଟିଭା ଗାଡି ପୁଲିସ ଜବତ କରିଛି। ତେବେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁକୁ ଏହା ପ୍ରଥମ ଏନ୍‍କାଉଣ୍ଟର ନୁହେଁ ୨୦୧୭ ମସିହାରେ ମଙ୍ଗଳାବାଗ ପୁଲିସ ଏନ୍‍କାଉଣ୍ଟର କରିଥିଲା। ଏହା ପରେ ମଧ୍ୟ ସେ ଅପରାଧରେ ନିଜକୁ ସକ୍ରିୟ ରଖିଥିଲା।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

କ୍ୟାଣ୍ଟନମେଣ୍ଟ ଥାନା ପେନ୍‍ସନ ଲେନ୍‍ରେ ସେକ୍‍ ବାବୁ ଓରଫ ବରେନ୍‍ ବାବୁର ଘର। ସେ ୨୦୧୦ ମସିହାରୁ ଅପରାଧ ଦୁନିଆରେ ପାଦ ଥାପିଥିଲା। ଦାଦାବଟି, ଅପହରଣ, ଧମକ ଦେବା, ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ବହୁ ସଂଙ୍ଗୀନ ଅପରାଧିକ ମାମଲା ବାବୁ ନାମରେ ରହିଛି। ସେ ଗ୍ୟାଙ୍ଗଷ୍ଟର ସକିଲର ମୁଖ୍ୟ ସହଯୋଗୀ ଥିଲା। ପୁଲିସ ପିସିଆର ଉପରକୁ ବୋମା ମାଡ କରି ସେ ଚର୍ଚ୍ଚାକୁ ଆସିଥିଲା। ସକିଲ ଗିରଫ ହେବା ପରେ ବାବୁ ସକିଲ ଗ୍ୟାଙ୍ଗ୍‍ ନିୟନ୍ତ୍ରଣ କରୁଥିଲା। ସେ ୨୦୨୦ ସେପ୍ଟେମ୍ବର ୪ରେ ମଧୁପାଟଣା ଥାନାଞ୍ଚଳରେ ଥିବା ସକିଲ ଗ୍ୟାଙ୍ଗର ଆଉ ଏକ ସହଯୋଗୀକୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲା। କାରଣ ଉକ୍ତ ସହଯୋଗୀ ଜଣକ ସକିଲ ଗ୍ୟାଙ୍ଗ ଛାଡି ଏକ ରେଷ୍ଟୁରାଷ୍ଟ ଚଳାଇଥିଲା। ଗ୍ୟାଙ୍ଗରେ ସାମିଲ ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ହେଲେ ପୁଲିସ ସମ୍ପୃକ୍ତ ରେଷ୍ଟୁରାଣ୍ଟ ମାଲିକଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ବାବୁକୁ ଧରିବାରେ ସଫଳ ହୋଇ ନଥିଲା। ଏଥିସହ ବାବୁ ୨୦୧୯ ଡସେମ୍ବର ୨୧ରେ ଦରଘାବଜାର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ସକିଲ ଗ୍ୟାଙ୍ଗ ନାଁରେ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲା। ଅଭିଯୋଗ ପାଇବା ପରେ ମଧ୍ୟ ପୁଲିସ ତାକୁ ଧରିବାରେ ସଫଳ ହୋଇ ନଥିଲା। ସେହିପରି ୨୦୧୯ ସେପ୍ଟେମ୍ବର ୨୬ ତାରିଖରେ ବାବୁ ଲାଲବାଗ ଅଞ୍ଚଳରେ ସିରିଜ୍‍ ବୋମାମାଡ କରି ଆତଙ୍କ ଖେଳାଇଥିଲା। ଏହି ୪ଟି ମାମଲାରେ ବାବୁ କଟକ ସହରାଞ୍ଚଳ ପୁଲିସର ୱାଣ୍ଟେଡ୍‍ ତାଲିକାରେ ରହିଥିଲା। ଏହା ପୂର୍ବରୁ ତାର ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିଲା ବେଳେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ବାବୁକୁ ମଙ୍ଗଳବାଗ ପୁଲିସ ଏନ୍‍କାଉଣ୍ଟର କରିଥିଲା। ସେ ସୁସ୍ଥ ହେବା ପରେ ଜେଲ ଯାଇ ପୁନଶ୍ଚ ଜାମିନ୍‍ରେ ଫେରି ଅପରାଧ ଘଟାଇ ଚାଲିଥିଲା। ଏହା ପରେ ପୁଲିସ ବାବୁକୁ ଧରିବାକୁ ଯାଇ ବହୁବାର ବିଫଳ ହୋଇଥିଲା। ମାତ୍ର ନାଇଟ୍‍ କର୍ଫ୍ୟୁ ଚାଲିଥିବା ବେଳେ ଆଜି ରାତିରେ ବାରଙ୍ଗ ଅଞ୍ଚଳରେ ତାର ଜଣେ ସହଯୋଗୀକୁ ଭେଟିଥିଲା। ଏ ସଂକ୍ରାନ୍ତରେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇବା ପରେ ବାବୁକୁ କାବୁ କରିବା ଲଗି ପୁଲିସ ପୁରା ଯୋଜନା ପ୍ରସ୍ତୁତ କରିଥିଲା। ଡିସିପି ପ୍ରତୀକ ସିଂହଙ୍କ ତତ୍ୱାବଧାନରେ ଏକ ଟିମ୍‍ ବାରଙ୍ଗ ରାସ୍ତାରେ ଥିବା ଘରୋଇ ହସ୍ପିଟାଲ ନିକଟରେ ଚଢାଉ କରିଥିଲା। ଶେଷରେ ପୁଲିସ ବାବୁକୁ ଏନ୍‍କାଉଣ୍ଟର କରିବାରେ ସଫଳ ହୋଇଥିଲା। ବାବୁ ନାଁରେ ଦରଘାବଜାର, କ୍ୟାଣ୍ଟନମେଣ୍ଟ, ଲାଲବାଗ, ମଙ୍ଗଳାବାଗ, ମଧୁପାଟଣା, ସଦର, ମାଲଗୋଦାମ ଆଦି ଥାନାରେ ୨୦ଟି ଅପରାଧିକ ମାମଲା ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ଡିସିପି ପ୍ରତୀକ୍‍ ସିଂହଙ୍କ ନେତୃତ୍ୱରେ ଏହା ହେଉଛି ପ୍ରଥମ ଏନ୍‍କାଉଣ୍ଟର। ଏହା ପୂର୍ବରୁ ଡସିପି ଅଖିଳେଶ୍ୱର ସିଂହ କଟକରେ ଏନ୍‍କାଉଣ୍ଟର କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ସମୟରେ ଗୋଟିଏ ବର୍ଷ ମଧ୍ୟରେ ୧୯ଜଣ ଅପରାଧୀଙ୍କୁ ଏନ୍‍କାଉଣ୍ଟର କରିଥିଲା ପୁଲିସ। ପ୍ରାୟ ଦୁଇ ବର୍ଷ ପରେ ପୁଣି ଥିରେ କମିସନରେଟ୍‍ ପୁଲିସ ଏନ୍‍କାଉଣ୍ଟର କରିଛି ଯାହା ଅପରାଧୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

30 Apr 2021 By The Sakala

ସକିଲ୍‌ ସହଯୋଗୀ ଦୁର୍ଦ୍ଦାନ୍ତ ସେକ୍‍ ବାବୁକୁ ଏନ୍‍କାଉଣ୍ଟର

କଟକ: ସିଲଭର ସିଟିରେ ଗର୍ଜିଛି ପୋଲିସ ବନ୍ଧୁକ । ସେକ୍‍ ବାବୁକୁ ଏନ୍‍କାଉଣ୍ଟର କରିଛି କମିସନରେଟ୍‍ ପୁଲିସ। ବାବୁର ବାମ ଗୋଡ଼ ଆଣ୍ଠୁରେ ଗୁଳି ବାଜିବାରୁ ସେ ଗୁରୁତର ଆହତ ହାଇଛି। ତାକୁ ଏସ୍‍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ବାବୁକୁ କାବୁ କରିବା ସମୟରେ ସେ ପୁଲିସ ଉପରକୁ ମଧ୍ୟ ଗୁଳି ଚାଳନା କରିଥିଲା। ଏଥିରେ ଦରଘାବଜାର ଥାନା ଆଇଆଇସିଙ୍କ ସମେତ ଅନ୍ୟ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ବାବୁ କଟକର ୪ଟିି ଅପରାଧିକ ମାମଲାରେ ମୋଷ୍ଟ ୱାଣ୍ଟେଡ୍‍ ତାଲିକାରେ ରହିଥିଲା। ଏପରିକି ସେ ପୁଲିସକୁ ଚକ୍‍ମା ଦେଇ ବିଭିନ୍ନ ସମୟରେ ଫେରାର ହେଇଯାଉଥିଲା। ଆଜି ବାବୁୁ ଚନ୍ଦକା ବାରଙ୍ଗ ରୋଡରେ ଏକ ଆକ୍ଟିଭା ଗାଡିରେ ଫେରୁଥିବା ନେଇ ଦରଘାବଜାର ପୁଲିସ ଜାଣିବାକୁ ପାଇଥିଲା। ଆଇଆଇସି ପ୍ରଦୀପ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‍ ବାବୁକୁ ଧରିବା ଲାଗି ବାରଙ୍ଗରୋଡ୍‍ସ୍ଥିତ ଇଏସ୍‍ଆଇ ହସ୍ପିଟାଲ ନିକଟରେ ଚଢାଉ କରିଥିଲା। ପୁଲିସକୁ ଦେଖିବା କ୍ଷଣି ସେ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ ଟିମ୍‍ ତାକୁ ଚାରି ପଟୁ ଘେରିଯିବାରୁ ସେ ଦରଘାବଜାର ଆଇଆଇସିଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲା। ମାତ୍ର ଆଇଆଇସି ପ୍ରଦୀପ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ନିଜ ସୁରକ୍ଷା ପାଇଁ ବାବୁ ଉପରକୁ ଗୁଳି ଚାଳନା କରିଥିଲେ। ବାବୁର ବାମ ଗୋଡ ଆଣ୍ଠୁ ଉପରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲା। ଫଳରେ ପୁଲିସ ଟିମ୍‍ ତାକୁ କାବୁ କରିନେଇଥିଲା। ତା ନିକଟରୁ ଏକ ପିସ୍ତଲ, ଗୁଳି ଓ ଆକ୍ଟିଭା ଗାଡି ପୁଲିସ ଜବତ କରିଛି। ତେବେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁକୁ ଏହା ପ୍ରଥମ ଏନ୍‍କାଉଣ୍ଟର ନୁହେଁ ୨୦୧୭ ମସିହାରେ ମଙ୍ଗଳାବାଗ ପୁଲିସ ଏନ୍‍କାଉଣ୍ଟର କରିଥିଲା। ଏହା ପରେ ମଧ୍ୟ ସେ ଅପରାଧରେ ନିଜକୁ ସକ୍ରିୟ ରଖିଥିଲା।

କ୍ୟାଣ୍ଟନମେଣ୍ଟ ଥାନା ପେନ୍‍ସନ ଲେନ୍‍ରେ ସେକ୍‍ ବାବୁ ଓରଫ ବରେନ୍‍ ବାବୁର ଘର। ସେ ୨୦୧୦ ମସିହାରୁ ଅପରାଧ ଦୁନିଆରେ ପାଦ ଥାପିଥିଲା। ଦାଦାବଟି, ଅପହରଣ, ଧମକ ଦେବା, ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ବହୁ ସଂଙ୍ଗୀନ ଅପରାଧିକ ମାମଲା ବାବୁ ନାମରେ ରହିଛି। ସେ ଗ୍ୟାଙ୍ଗଷ୍ଟର ସକିଲର ମୁଖ୍ୟ ସହଯୋଗୀ ଥିଲା। ପୁଲିସ ପିସିଆର ଉପରକୁ ବୋମା ମାଡ କରି ସେ ଚର୍ଚ୍ଚାକୁ ଆସିଥିଲା। ସକିଲ ଗିରଫ ହେବା ପରେ ବାବୁ ସକିଲ ଗ୍ୟାଙ୍ଗ୍‍ ନିୟନ୍ତ୍ରଣ କରୁଥିଲା। ସେ ୨୦୨୦ ସେପ୍ଟେମ୍ବର ୪ରେ ମଧୁପାଟଣା ଥାନାଞ୍ଚଳରେ ଥିବା ସକିଲ ଗ୍ୟାଙ୍ଗର ଆଉ ଏକ ସହଯୋଗୀକୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲା। କାରଣ ଉକ୍ତ ସହଯୋଗୀ ଜଣକ ସକିଲ ଗ୍ୟାଙ୍ଗ ଛାଡି ଏକ ରେଷ୍ଟୁରାଷ୍ଟ ଚଳାଇଥିଲା। ଗ୍ୟାଙ୍ଗରେ ସାମିଲ ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ହେଲେ ପୁଲିସ ସମ୍ପୃକ୍ତ ରେଷ୍ଟୁରାଣ୍ଟ ମାଲିକଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ବାବୁକୁ ଧରିବାରେ ସଫଳ ହୋଇ ନଥିଲା। ଏଥିସହ ବାବୁ ୨୦୧୯ ଡସେମ୍ବର ୨୧ରେ ଦରଘାବଜାର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ସକିଲ ଗ୍ୟାଙ୍ଗ ନାଁରେ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲା। ଅଭିଯୋଗ ପାଇବା ପରେ ମଧ୍ୟ ପୁଲିସ ତାକୁ ଧରିବାରେ ସଫଳ ହୋଇ ନଥିଲା। ସେହିପରି ୨୦୧୯ ସେପ୍ଟେମ୍ବର ୨୬ ତାରିଖରେ ବାବୁ ଲାଲବାଗ ଅଞ୍ଚଳରେ ସିରିଜ୍‍ ବୋମାମାଡ କରି ଆତଙ୍କ ଖେଳାଇଥିଲା। ଏହି ୪ଟି ମାମଲାରେ ବାବୁ କଟକ ସହରାଞ୍ଚଳ ପୁଲିସର ୱାଣ୍ଟେଡ୍‍ ତାଲିକାରେ ରହିଥିଲା। ଏହା ପୂର୍ବରୁ ତାର ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିଲା ବେଳେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ବାବୁକୁ ମଙ୍ଗଳବାଗ ପୁଲିସ ଏନ୍‍କାଉଣ୍ଟର କରିଥିଲା। ସେ ସୁସ୍ଥ ହେବା ପରେ ଜେଲ ଯାଇ ପୁନଶ୍ଚ ଜାମିନ୍‍ରେ ଫେରି ଅପରାଧ ଘଟାଇ ଚାଲିଥିଲା। ଏହା ପରେ ପୁଲିସ ବାବୁକୁ ଧରିବାକୁ ଯାଇ ବହୁବାର ବିଫଳ ହୋଇଥିଲା। ମାତ୍ର ନାଇଟ୍‍ କର୍ଫ୍ୟୁ ଚାଲିଥିବା ବେଳେ ଆଜି ରାତିରେ ବାରଙ୍ଗ ଅଞ୍ଚଳରେ ତାର ଜଣେ ସହଯୋଗୀକୁ ଭେଟିଥିଲା। ଏ ସଂକ୍ରାନ୍ତରେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇବା ପରେ ବାବୁକୁ କାବୁ କରିବା ଲଗି ପୁଲିସ ପୁରା ଯୋଜନା ପ୍ରସ୍ତୁତ କରିଥିଲା। ଡିସିପି ପ୍ରତୀକ ସିଂହଙ୍କ ତତ୍ୱାବଧାନରେ ଏକ ଟିମ୍‍ ବାରଙ୍ଗ ରାସ୍ତାରେ ଥିବା ଘରୋଇ ହସ୍ପିଟାଲ ନିକଟରେ ଚଢାଉ କରିଥିଲା। ଶେଷରେ ପୁଲିସ ବାବୁକୁ ଏନ୍‍କାଉଣ୍ଟର କରିବାରେ ସଫଳ ହୋଇଥିଲା। ବାବୁ ନାଁରେ ଦରଘାବଜାର, କ୍ୟାଣ୍ଟନମେଣ୍ଟ, ଲାଲବାଗ, ମଙ୍ଗଳାବାଗ, ମଧୁପାଟଣା, ସଦର, ମାଲଗୋଦାମ ଆଦି ଥାନାରେ ୨୦ଟି ଅପରାଧିକ ମାମଲା ରହିଛି।

ଡିସିପି ପ୍ରତୀକ୍‍ ସିଂହଙ୍କ ନେତୃତ୍ୱରେ ଏହା ହେଉଛି ପ୍ରଥମ ଏନ୍‍କାଉଣ୍ଟର। ଏହା ପୂର୍ବରୁ ଡସିପି ଅଖିଳେଶ୍ୱର ସିଂହ କଟକରେ ଏନ୍‍କାଉଣ୍ଟର କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ସମୟରେ ଗୋଟିଏ ବର୍ଷ ମଧ୍ୟରେ ୧୯ଜଣ ଅପରାଧୀଙ୍କୁ ଏନ୍‍କାଉଣ୍ଟର କରିଥିଲା ପୁଲିସ। ପ୍ରାୟ ଦୁଇ ବର୍ଷ ପରେ ପୁଣି ଥିରେ କମିସନରେଟ୍‍ ପୁଲିସ ଏନ୍‍କାଉଣ୍ଟର କରିଛି ଯାହା ଅପରାଧୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର