ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: କୋର୍ଟରେ ହାଜର ପରେ ଜେଲ ଗଲା ଅଭିଯୁକ୍ତ ଗୋପାଳ

The Sakala Picture
Published On

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ଅଭିଯୁକ୍ତ ଗୋପାଳ ଝାରସୁଗୁଡ଼ା JMFC କୋର୍ଟରେ ହାଜର ପରେ ଜେଲ ଯାଇଛି। ଝାରସୁଗୁଡା ଉପକାରାଗାରକୁ ଗୋପାଳକୁ ନେଲା କ୍ରାଇମବ୍ରାଞ୍ଚ ।  ଗତକାଲି ରାତିରେ ନାର୍କୋ ଟେଷ୍ଟ ପରେ ଗୁଜରାଟରୁ ଝାରସୁଗୁଡ଼ା ଅଣାଯାଇଥିଲା । ସୂଚନା ଅନୁଯାୟୀ, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ସମସ୍ତ ପରୀକ୍ଷା ଶେଷ ହୋଇଛି। ମନ୍ତ୍ରୀଙ୍କୁ କାହିଁକି ଗୁଳିକରି ହତ୍ୟା କଲା ନାର୍କୋ ଟେଷ୍ଟ ବେଳେ ଗୋପାଳ ସତ […]

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ଅଭିଯୁକ୍ତ ଗୋପାଳ ଝାରସୁଗୁଡ଼ା JMFC କୋର୍ଟରେ ହାଜର ପରେ ଜେଲ ଯାଇଛି। ଝାରସୁଗୁଡା ଉପକାରାଗାରକୁ ଗୋପାଳକୁ ନେଲା କ୍ରାଇମବ୍ରାଞ୍ଚ ।  ଗତକାଲି ରାତିରେ ନାର୍କୋ ଟେଷ୍ଟ ପରେ ଗୁଜରାଟରୁ ଝାରସୁଗୁଡ଼ା ଅଣାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସୂଚନା ଅନୁଯାୟୀ, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ସମସ୍ତ ପରୀକ୍ଷା ଶେଷ ହୋଇଛି। ମନ୍ତ୍ରୀଙ୍କୁ କାହିଁକି ଗୁଳିକରି ହତ୍ୟା କଲା ନାର୍କୋ ଟେଷ୍ଟ ବେଳେ ଗୋପାଳ ସତ ଓଗାଳିଥିବା ଚର୍ଚ୍ଚା ହେଉଛି। ନାର୍କୋ ଟେଷ୍ଟ ସମୟରେ ଗୋପାଳର ବୟାନକୁ ଭିଡ଼ିଓ ରେକର୍ଡ଼ିଂ କରାଯାଇଛି। ଏହି ଭିଡ଼ିଓରେ ଗୋପାଳ ମନ୍ତ୍ରୀଙ୍କୁ କାହିଁକି ହତ୍ୟା କଲା ତାହାର କାରଣ କହିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଗୋପାଳ ଦାସ ନାର୍କୋ ଟେଷ୍ଟ ବେଳେ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଛି। ୭ ଘଣ୍ଟା ଧରି ନାର୍କୋ ଓ ପଲିଗ୍ରାଫ୍‌‌ ଟେଷ୍ଟ ସମୟରେ ତାକୁ ପ୍ରାୟ ୫୦ଟି ପ୍ରଶ୍ନ ପଚରାଯାଇଥିଲା। ଏହି ଅବସରରେ ମନ୍ତ୍ରୀଙ୍କ ଉପରେ ରାଗ ସୁଝାଇବା ପାଇଁ ସେ ସୁଯୋଗକୁ ଅପେକ୍ଷା କରି ରହିଥିଲେ ବୋଲି ଗୋପାଳ କହିଥିବା ସୂଚନା ମିଳିଛି। ଗୋପାଳ ବାଇପୋଲାର ଡିଜଅର୍ଡରରେ ଆକ୍ରାନ୍ତ ଥିଲା ଏବଂ ଏଥିପାଇଁ ଔଷଧ ଖାଉଥିଲା ବୋଲି ପରିବାର ଲୋକ କହିଥିଲେ। ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଏତିକି ଦର୍ଶାଉଛି ଯେ କୌଣସି କାରଣ ପାଇଁ ନବ ଦାସଙ୍କ ଉପରେ ତା’ର ବ୍ୟକ୍ତିଗତ ରାଗ ଥିଲା। କିନ୍ତୁ ଏହାର କାରଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ। ନାର୍କୋ ଟେଷ୍ଟରେ ଗୋପାଳ କଣ କହିଲା ଏ ନେଇ କ୍ରାଇମ୍‌‌ବ୍ରାଞ୍ଚ ପକ୍ଷରୁ କିଛି କୁହାଯାଇନାହିଁ। ସେ ଯାହା କହିଛି ତାହାକୁ ଯାହାକୁ ତର୍ଜମା କରୁଛି କ୍ରାଇମ୍‌‌ବ୍ରାଞ୍ଚ। କ୍ରାଇମ୍‌‌ବ୍ରାଞ୍ଚର ପଚରାଉଚରା ସମୟରେ ଅଭିଯୁକ୍ତ ଗୋପାଳ ବାରମ୍ୱାର ବୟାନ ବଦଳାଉଥିବାରୁ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରି ସତ-ମିଛ ପରୀକ୍ଷା କରାଯାଇଛି। ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫ୍‌‌ଏସରେ ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରାଯାଇଥିଲା। ନାର୍କୋ ଟେଷ୍ଟ କରିଥିବା ଟିମ୍‌‌ କ୍ରାଇମ୍‌‌ବ୍ରାଞ୍ଚ ଠାରୁ ଏକ ପ୍ରଶ୍ନ ତାଲିକା ନେଇଥିଲେ। ଏହି ତାଲିକା ସହ ଆଉ କିଛି ପ୍ରଶ୍ନ ମିଶାଇ ଗୋପାଳକୁ ପଚରାଯାଇଥିଲା। ଟେଷ୍ଟ ସମୟରେ ଡାକ୍ତରୀ ଟିମ୍‌‌ ସହିତ କ୍ରାଇମ୍‌‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଅନ୍ୟପଟରେ ହତ୍ୟାକାଣ୍ଡ ଘଟିଥିବା ଘଟଣା ସ୍ଥଳରୁ ପୁଲିସ ୩ଟି ଗୁଳି ଜବତ କରିଥିଲା। ଏହି ଗୁଳିର ବଲାଷ୍ଟିକ୍‌‌ ପରୀକ୍ଷା ପାଇଁ ପଠାଯାଇଥିଲା। ଆଉ ଶେଷରେ ଏହି ଗୁଳିର ବାଲାଷ୍ଟିକ୍‌‌ ରିପୋର୍ଟ ଆସିଥିବା କୁହାଯାଉଛି। ମନ୍ତ୍ରୀଙ୍କ ଛାତିରେ ବାଜିଥିବା ଗୁଳି ଗୋପାଳର ଧରିଥିବା ବନ୍ଧୁକରୁ ଫୁଟିଛି। ଏପରିକି ଗୋପାଳ ହାତ ଚିହ୍ନ ଓ ବନ୍ଧୁକରେ ଥିବା ଫିଙ୍ଗର ପ୍ରିଣ୍ଟ ମଧ୍ୟ ସମାନ ରହିଛି।

13 Feb 2023 By The Sakala

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: କୋର୍ଟରେ ହାଜର ପରେ ଜେଲ ଗଲା ଅଭିଯୁକ୍ତ ଗୋପାଳ

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ଅଭିଯୁକ୍ତ ଗୋପାଳ ଝାରସୁଗୁଡ଼ା JMFC କୋର୍ଟରେ ହାଜର ପରେ ଜେଲ ଯାଇଛି। ଝାରସୁଗୁଡା ଉପକାରାଗାରକୁ ଗୋପାଳକୁ ନେଲା କ୍ରାଇମବ୍ରାଞ୍ଚ ।  ଗତକାଲି ରାତିରେ ନାର୍କୋ ଟେଷ୍ଟ ପରେ ଗୁଜରାଟରୁ ଝାରସୁଗୁଡ଼ା ଅଣାଯାଇଥିଲା ।

ସୂଚନା ଅନୁଯାୟୀ, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ସମସ୍ତ ପରୀକ୍ଷା ଶେଷ ହୋଇଛି। ମନ୍ତ୍ରୀଙ୍କୁ କାହିଁକି ଗୁଳିକରି ହତ୍ୟା କଲା ନାର୍କୋ ଟେଷ୍ଟ ବେଳେ ଗୋପାଳ ସତ ଓଗାଳିଥିବା ଚର୍ଚ୍ଚା ହେଉଛି। ନାର୍କୋ ଟେଷ୍ଟ ସମୟରେ ଗୋପାଳର ବୟାନକୁ ଭିଡ଼ିଓ ରେକର୍ଡ଼ିଂ କରାଯାଇଛି। ଏହି ଭିଡ଼ିଓରେ ଗୋପାଳ ମନ୍ତ୍ରୀଙ୍କୁ କାହିଁକି ହତ୍ୟା କଲା ତାହାର କାରଣ କହିଥିବା କୁହାଯାଉଛି।

ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଗୋପାଳ ଦାସ ନାର୍କୋ ଟେଷ୍ଟ ବେଳେ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଛି। ୭ ଘଣ୍ଟା ଧରି ନାର୍କୋ ଓ ପଲିଗ୍ରାଫ୍‌‌ ଟେଷ୍ଟ ସମୟରେ ତାକୁ ପ୍ରାୟ ୫୦ଟି ପ୍ରଶ୍ନ ପଚରାଯାଇଥିଲା। ଏହି ଅବସରରେ ମନ୍ତ୍ରୀଙ୍କ ଉପରେ ରାଗ ସୁଝାଇବା ପାଇଁ ସେ ସୁଯୋଗକୁ ଅପେକ୍ଷା କରି ରହିଥିଲେ ବୋଲି ଗୋପାଳ କହିଥିବା ସୂଚନା ମିଳିଛି। ଗୋପାଳ ବାଇପୋଲାର ଡିଜଅର୍ଡରରେ ଆକ୍ରାନ୍ତ ଥିଲା ଏବଂ ଏଥିପାଇଁ ଔଷଧ ଖାଉଥିଲା ବୋଲି ପରିବାର ଲୋକ କହିଥିଲେ। ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଏତିକି ଦର୍ଶାଉଛି ଯେ କୌଣସି କାରଣ ପାଇଁ ନବ ଦାସଙ୍କ ଉପରେ ତା’ର ବ୍ୟକ୍ତିଗତ ରାଗ ଥିଲା। କିନ୍ତୁ ଏହାର କାରଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ। ନାର୍କୋ ଟେଷ୍ଟରେ ଗୋପାଳ କଣ କହିଲା ଏ ନେଇ କ୍ରାଇମ୍‌‌ବ୍ରାଞ୍ଚ ପକ୍ଷରୁ କିଛି କୁହାଯାଇନାହିଁ। ସେ ଯାହା କହିଛି ତାହାକୁ ଯାହାକୁ ତର୍ଜମା କରୁଛି କ୍ରାଇମ୍‌‌ବ୍ରାଞ୍ଚ। କ୍ରାଇମ୍‌‌ବ୍ରାଞ୍ଚର ପଚରାଉଚରା ସମୟରେ ଅଭିଯୁକ୍ତ ଗୋପାଳ ବାରମ୍ୱାର ବୟାନ ବଦଳାଉଥିବାରୁ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରି ସତ-ମିଛ ପରୀକ୍ଷା କରାଯାଇଛି। ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫ୍‌‌ଏସରେ ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରାଯାଇଥିଲା। ନାର୍କୋ ଟେଷ୍ଟ କରିଥିବା ଟିମ୍‌‌ କ୍ରାଇମ୍‌‌ବ୍ରାଞ୍ଚ ଠାରୁ ଏକ ପ୍ରଶ୍ନ ତାଲିକା ନେଇଥିଲେ। ଏହି ତାଲିକା ସହ ଆଉ କିଛି ପ୍ରଶ୍ନ ମିଶାଇ ଗୋପାଳକୁ ପଚରାଯାଇଥିଲା। ଟେଷ୍ଟ ସମୟରେ ଡାକ୍ତରୀ ଟିମ୍‌‌ ସହିତ କ୍ରାଇମ୍‌‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଉପସ୍ଥିତ ରହିଥିଲେ।

ଅନ୍ୟପଟରେ ହତ୍ୟାକାଣ୍ଡ ଘଟିଥିବା ଘଟଣା ସ୍ଥଳରୁ ପୁଲିସ ୩ଟି ଗୁଳି ଜବତ କରିଥିଲା। ଏହି ଗୁଳିର ବଲାଷ୍ଟିକ୍‌‌ ପରୀକ୍ଷା ପାଇଁ ପଠାଯାଇଥିଲା। ଆଉ ଶେଷରେ ଏହି ଗୁଳିର ବାଲାଷ୍ଟିକ୍‌‌ ରିପୋର୍ଟ ଆସିଥିବା କୁହାଯାଉଛି। ମନ୍ତ୍ରୀଙ୍କ ଛାତିରେ ବାଜିଥିବା ଗୁଳି ଗୋପାଳର ଧରିଥିବା ବନ୍ଧୁକରୁ ଫୁଟିଛି। ଏପରିକି ଗୋପାଳ ହାତ ଚିହ୍ନ ଓ ବନ୍ଧୁକରେ ଥିବା ଫିଙ୍ଗର ପ୍ରିଣ୍ଟ ମଧ୍ୟ ସମାନ ରହିଛି।

https://www.thesakala.in/crime/minister-naba-das-murder-case-accused-gopal-goes-to-jail-after-appearing-in-jmfc-court/article-18909
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର