ଅଦୃଶ୍ୟ ଠକଙ୍କ କବ୍‍ଜାରେ ରାଜଧାନୀବାସୀ

The Sakala Picture
Published On

ଭୁବନେଶ୍ୱର: ସାଇବର୍‍ ଥାନା, ମାନବସମ୍ବଳ ଓ ସଚେତନତା ସତ୍ତ୍ବେ ସାଇବର୍‍ ଠକେଇ କମୁନି। ରାଜଧାନୀରେ ଦିନକୁ ଦିନ ସାଇବର୍‍ ଠକେଇ ବଢ଼ିବାରେ ଲାଗିଛି। ଉପକଣ୍ଠବର୍ତ୍ତୀ ଜଟଣୀଠାରୁ ଆରମ୍ଭ କରି ଭୁବନେଶ୍ୱର ସହରବାସୀ ସାଇବର୍‍ ଠକଙ୍କ ଦ୍ୱାରା ଶିକାର ହେଉଛନ୍ତି। ମଙ୍ଗଳବାର ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ବେଳେ ଅତିଚତୁରତାର ସହ ୨୨ହଜାର ଟଙ୍କା ଫେରାଇ ଆଣିଛନ୍ତି ଯୁବକ। ସାଇବର୍‍ ଠକଙ୍କୁ ପାଠ ପଢ଼ାଇଲେ ଯୁବକ ସାଇବର୍‍ ଠକଙ୍କୁ ଫସାଇଛନ୍ତି ଜଣେ ଚତୁର ଯୁବକ। ଆଉ ଠକେଇ […]

ଭୁବନେଶ୍ୱର: ସାଇବର୍‍ ଥାନା, ମାନବସମ୍ବଳ ଓ ସଚେତନତା ସତ୍ତ୍ବେ ସାଇବର୍‍ ଠକେଇ କମୁନି। ରାଜଧାନୀରେ ଦିନକୁ ଦିନ ସାଇବର୍‍ ଠକେଇ ବଢ଼ିବାରେ ଲାଗିଛି। ଉପକଣ୍ଠବର୍ତ୍ତୀ ଜଟଣୀଠାରୁ ଆରମ୍ଭ କରି ଭୁବନେଶ୍ୱର ସହରବାସୀ ସାଇବର୍‍ ଠକଙ୍କ ଦ୍ୱାରା ଶିକାର ହେଉଛନ୍ତି। ମଙ୍ଗଳବାର ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ବେଳେ ଅତିଚତୁରତାର ସହ ୨୨ହଜାର ଟଙ୍କା ଫେରାଇ ଆଣିଛନ୍ତି ଯୁବକ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ସାଇବର୍‍ ଠକଙ୍କୁ ପାଠ ପଢ଼ାଇଲେ ଯୁବକ

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

ସାଇବର୍‍ ଠକଙ୍କୁ ଫସାଇଛନ୍ତି ଜଣେ ଚତୁର ଯୁବକ। ଆଉ ଠକେଇ ହୋଇଥିବା ୨୨ହଜାର ଟଙ୍କା ଫେରାଇ ଆଣିଛନ୍ତି ଉକ୍ତ ଯୁବକ। ଜଟଣୀ ଥାନା କୁଦିଆରୀ ଅଞ୍ଚଳରେ ଲୋକନାଥ ପ୍ରଧାନ ନିଜର ବୁଦ୍ଧି ଖଟାଇ ସାଇବର୍‍ ଠକଙ୍କଠାରୁ ଫେରାଇ ଆଣିଲେ ୨୨ ହଜାର ଟଙ୍କା। ଏନେଇ ସାଇବର୍‍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଗଷ୍ଟ ୨୪ ତାରିଖରେ ଲୋକନାଥଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ଟଙ୍କା ଆସିଥିଲା। ସେହି ଟଙ୍କା ସେ ଫୋନ୍‍ ପେ’ ମାଧ୍ୟମରେ ଘରକୁ ପଠାଇବା ପାଇଁ ପ୍ରୟାସ କରୁଥିଲେ। ମାତ୍ର ଫୋନ୍‍ ପେ’ରେ ସମସ୍ୟା ଦେଖା ଦେଇଥିଲା। ଯେଉଁଥିପାଇଁ ଟଙ୍କା କାରବାର ହୋଇପାରୁ ନ ଥିଲା। ଦୁଇ ଦିନ ଧରି ସେ ବାରମ୍ୱାର ପଠାଇବା ପରେ ମଧ୍ୟ ଟଙ୍କା ପଠାଇ ପାରି ନ ଥିଲେ। ପରେ ସେ ଗୁଗଲରେ ଫୋନ୍‍ ପେ’ କଷ୍ଟମର୍‍ କେୟାର ନମ୍ୱର ସର୍ଚ୍ଚ କରିଥିଲେ। ଆଉ ସେଥିରୁ ମିଳିଥିବା ନମ୍ୱରରେ ସେ ଫୋନ୍‍ କରିଥିଲେ। ହେଲେ କଲ୍‍ଟି ଫୋନ୍‍ ପେ’ କଷ୍ଟମର୍‍ କେୟାର ସେଣ୍ଟରରେ ଲାଗିବା ବଦଳରେ ସାଇବର୍‍ ଠକଙ୍କ ପାଖରେ ଲାଗିଥିଲା। ସାଇବର ଠକମାନେ ଫୋନ୍‍ ରିସିଭ୍‍ କରି ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ଠକଙ୍କ ପରାମର୍ଶ କ୍ରମେ ଲୋକନାଥ ଏନି ଡେସ୍କ ଆପ୍‍ ଡାଉନଲୋଡ୍‍ କରିବା ପରେ ତାଙ୍କ ଆଧାର ଓ ପାନ୍‍ ନମ୍ୱର ନେଇ ଯାଇଥିଲେ ଠକ। ଠକମାନେ ଆକାଉଣ୍ଟରୁ ୨୨ହଜାର ନେଇ ଫୋନ୍‍ ପେ’ ଆକାଉଣ୍ଟକୁ ବ୍ଲକ୍‍ କରିଦେଇଥିଲେ। ଟଙ୍କା କଟି ଯାଇଥିବା କଥା ନ କହି ବରଂ ଆକାଉଣ୍ଟରେ ଅଧିକ ଟଙ୍କା ଡିପୋଜିଟ୍‍ କରିବା ପାଇଁ ବାହାନା କରିଥିଲେ ଲୋକନାଥ। ସାଇବର୍‍ ଠକ ୫ ମିନିଟ୍‍ ପାଇଁ ୟୁପିଏ ଆକାଉଣ୍ଟ ଖୋଲିବା ପରେ ଲୋକନାଥ ଆକାଉଣ୍ଟରେ ଥିବା ସବୁ ଟଙ୍କା ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ଟଙ୍କା ଟ୍ରାନ୍ସଫର ପରେ ସାଇବର ଠକମାନେ ୩ରୁ ୪ ଟି ନମ୍ୱରରୁ ଫୋନ୍‍ କରିଥିଲେ। ସାଇବର୍‍ ଠକମାନେ ଲୋକନାଥଙ୍କ ପିଛା ଛାଡ଼ି ନ ଥିଲେ। ଏଣୁ ସେ ସାଇବର୍‍ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

‘୫-ଜି’ ଅପଗ୍ରେଡ୍‍ ଆଳରେ ବଢୁଛି ଠକେଇ
ଏବେ ରାଜଧାନୀକୁ ‘୫-ଜି’ ସିମ୍‍ ଆସି ନାହିଁ। ହେଲେ ଲୋକଙ୍କୁ ‘୫-ଜି’ ଅପ୍‍ଗ୍ରେଡ ଆଳରେ ସାଇବର୍‍ ଠକ ଠକେଇ କରୁଥିବା ଅଭିଯୋଗ ହୋଇଛି। ସିମ୍‍ ହ୍ୟାକକରି ଆକାଉଣ୍ଟରୁ ଟଙ୍କା ପୋଛି ନେଉଛନ୍ତି ସାଇବର୍‍ ଠକ। ତେଣୁ ଏନେଇ ଲୋକଙ୍କୁ ସତର୍କ କରାଇଛି କ୍ରାଇମବ୍ରାଞ୍ଚ ଏବଂ କମିସନ୍‍ରେଟ୍‍ ପୁଲିସ। ପୁରୁଣା ସିମ୍‍ ଅପଗ୍ରେଡ କରାଇବା ପାଇଁ ଗ୍ରାହକଙ୍କୁ ଫୋନ୍‍ କରି ବେଶ୍‍ କୌଶଳର ସହ ଆକାଉଣ୍ଟ ସଫା କରିଦେଉଛନ୍ତି ସାଇବର୍‍ ଗ୍ୟାଙ୍ଗ। ଏଭଳି ଏକାଧିକ ଅଭିଯୋଗ ପାଇଲା ପରେ ସତର୍କ କରିଛି କ୍ରାଇମବ୍ରାଞ୍ଚ। ଏହିପରି ଫୋନ୍‍ କଲ୍‍କୁ ବିଶ୍ୱାସ ନ କରିବା ପାଇଁ ପୁଲିସ ସୂଚନା ଦେଇଛି। ଗ୍ରାହକମାନେ ଯେତେବେଳେ ସାଇବର ଠକଙ୍କ କଥାରେ ବିଶ୍ୱାସ କରି ଓଟିପି ଦେଇଦେଉଛନ୍ତି, ଓଟିପି ଅବା ଲିଙ୍କ ଖୋଲିବା ମାତ୍ରେ ଗ୍ରାହକଙ୍କ ଫୋନ୍‍ ଥିବା ସିମ୍‍ର ସମସ୍ତ ତଥ୍ୟ ଠକଙ୍କ ପାଖକୁ ଚାଲିଯାଉଛି। ଗ୍ରାହକଙ୍କ ସିମ୍‍ ଅଚଳ ହେବା ସହିତ ସେହି ସିମ୍‍ ନମ୍ୱରଟି ଠକ ପାଖରେ ଥିବା ଏକ ବ୍ଲାଙ୍କ ସିମ୍‍ ଆକ୍ଟିଭ୍‍ ହୋଇଯାଉଛି। ଏବେ ପ୍ରାୟତଃ ବ୍ୟାଙ୍କ ଆକାଉଣ୍ଟ ସହ ସିମ୍‍ ଲିଙ୍କ ହୋଇ ରହୁଛି। ଯାହାଦ୍ୱାରା ସାଇବର ଠକଙ୍କୁ ଠକିବାକୁ ସହଜ ହେଉଛି। ଏପର୍ଯ୍ୟନ୍ତ ରାଜ୍ୟରେ ୬ଟି ଏହି ନୂଆପ୍ରକାର ଠକେଇ ହୋଇସାରିଲାଣି। ଏଭଳି କଲ୍‍ ଆସିବା ମାତ୍ରେ ତୁରନ୍ତ କାଟି ଦିଅନ୍ତୁ। ଯଦି ମନରେ କିଛି ସିମ୍‍ ସମ୍ପର୍କିତ ଆଶଙ୍କା ଆସୁଛି ତେବେ ନିକଟସ୍ଥ ରିଟେଲର ଷ୍ଟୋରକୁ ଯାଇ ବୁଝାବୁଝି କରିବାକୁ ପୁଲିସ ପକ୍ଷରୁ ସଚେତନ କରାଯାଇଛି। ଭୁବନେଶ୍ୱରରେ ୭ରୁ ଊର୍ଦ୍ଧ୍ବ ଲୋକଙ୍କର ଏଭଳି ସିମ୍‍ ହ୍ୟାକ୍‍ କରାଯାଇ ଠକେଇ କରାଯାଇଥିବା ସାଇବର ଥାନାରେ ଅଭିଯୋଗ ହୋଇଛି। ତେଣୁ କ୍ରାଇମ୍‍ବ୍ରାଞ୍ଚ ପରେ କମିସନ୍‍ରେଟ୍‍ ପୁଲିସ ଲୋକଙ୍କୁ ସଚେତନ କରିଛି।

ବ୍ୟବସାୟୀଙ୍କଠାରୁ ୧.୨୬ ଲକ୍ଷ ଠକେଇ
ଏସ୍‍ବିଆଇ କ୍ରେଡିଟ କାର୍ଡ ଅପଡେଟ୍‍ କରିବା ଆଳରେ ବ୍ୟବସାୟୀଙ୍କୁ ୧ ଲକ୍ଷ ୨୬ ହଜାର ଚୂନ ଲଗାଇଛନ୍ତି ସାଇବର ଠକ। ଏନେଇ ବ୍ୟବସାୟୀ ଜଣକ ସାଇବର୍‍ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ବ୍ୟବସାୟୀଙ୍କୁ କ୍ରେଡିଟ କାର୍ଡ ଅପଡେଟ୍‍ କରିବା ଲାଗି ତାଙ୍କ ମୋବାଇଲ୍‍ ନମ୍ବରକୁ ମେସେଜ୍‍ ଆସିଥିଲା। ମେସେଜ ଉପରେ କ୍ଲିକ କରିବା ପରେ ବ୍ୟବସାୟୀଙ୍କ ଆକାଉଣ୍ଟରେ ଥିବା ୧ ଲକ୍ଷ ୨୬ହଜାର ଟଙ୍କା କଟି ଯାଇଥିଲା। ସେହିପରି ଆଉ ଜଣେ ବ୍ୟବସାୟୀଙ୍କୁ ସ୍ୱଳ୍ପମୂଲ୍ୟରେ ଶାଢ଼ି ଦେବାକୁ କହି ଠକ ଆଗ୍ରୀମ ବାବଦରେ ୪୫ହଜାର ଟଙ୍କା ନେଇଯାଇଥିଲା। ପରବର୍ତ୍ତୀ ସମୟରେ ଠକ ଫୋନ ନମ୍ବରକୁ ବନ୍ଦ କରି ଦେଇଥିଲା। ସେ ମଧ୍ୟ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ବିଦ୍ୟୁତ୍‍ ପୈଠ କରିବାକୁ ଯାଇ ଫସିଲେ ଅବସରପ୍ରାପ୍ତ ଅଧ୍ୟାପକ

ଅନ୍‍ଲାଇନ୍‍ରେ ବକେୟା ବିଦ୍ୟୁତ ବିଲ୍‍ ପୈଠ କରିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ପି.କେ ମହାପାତ୍ର। ତାଙ୍କ ଠାରୁ ୨୪ହଜାର ଟଙ୍କା ଠକେଇ ହୋଇଛି। ଏନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ ତାଙ୍କୁ ବିଦ୍ୟୁତ ବିଲ୍‍ ପୈଠ ଲାଗି ଏକ ମେସେଜ୍‍ ଆସିଥିଲେ। ମେସେଜରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିଥିଲେ ଶ୍ରୀ ମହାପାତ୍ର। ଠକ ବିଦ୍ୟୁତ ବିଲ୍‍ ପୈଠ ହୋଇ ନ ଥିବା କହିବା ସହ ରାତି ସାଢ଼େ ୯ଟା ସୁଦ୍ଧା ବିଦ୍ୟୁତ କଟିଯିବ ବୋଲି କହି ଭୟଭୀତ କରାଇଥିଲା। ପରେ ଅପଡେଟ୍‍ କରିବା ଆଳରେ ଓଟିପି ନେଇ ଯାଇ ଆକାଉଣ୍ଟରୁ ୨୪ହଜାର ଟଙ୍କା କାଟି ନେଇଯାଇଥିଲା ସାଇବର୍‍ ଠକ। ପ୍ରକାଶ ଥାଉ କି ମାସକ ଭିତରେ ବିଦ୍ୟୁତ ବିଲ୍‍ ପୈଠ କରିବା ଆଳରେ ରାଜଧାନୀରୁ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ହୋଇଛି। ଏଥିରେ ଅଧିକାଂଶ ବରିଷ୍ଠ ନାଗରିକ ଫସିଛନ୍ତି। ଏଥିପାଇଁ ଏକ ଭିଡିଓ ମାଧ୍ୟମରେ ସଚେତନ କରିବା ଲାଗି ଯୋଜନା କରୁଛି ସାଇବର୍‍ ଥାନା ପୁଲିସ।

07 Sep 2022 By The Sakala

https://www.thesakala.in/crime/cyber-fraud-is-on-the-rise-in-the-bbsr/article-14776
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର