ଜଳେଶ୍ବରରୁ ସାଇବର୍ ଠକକୁ ଉଠାଇନେଲା ଦିଲ୍ଲି ପୁଲିସ

The Sakala Picture
Published On

ବାଲେଶ୍ବର : ବାଲେଶ୍ବରର ଜଳେଶ୍ବରରୁ ସାଇବର ଠକକୁ ଗିରଫ ଉଠାଇନେଲା ଦିଲ୍ଲୀ ପୁଲିସ। ବସ୍ତା ବଜାରରେ ଏକ ଆଧାର କାର୍ଡ କରେସ୍କନ ଓ କିଓସ୍କ ବ୍ୟାଙ୍କ ଖୋଲି ଲୋକମାନଙ୍କ ତଥ୍ୟ ଚୋରୀ କରି ଠକୁଥିବା ଅଭିଯୋଗ ହୋଇଛି। ସୂଚନାଅନୁସାରେ ଜଳେଶ୍ବରର ସନମୌୟ ପରିଡା ବସ୍ତା ବଜାରରେ ଏକ ଆଧାର କାର୍ଡ କରେସ୍କନ ଓ କିଓସ୍କ ବ୍ୟାଙ୍କ ଖୋଲିଛନ୍ତି। ବର୍ତ୍ତମାନ ଯେକୌଣସି ସରକାରୀ କାର୍ଯ୍ୟ ପାଇଁ ଆଧାରକାର୍ଡର ଆବଶ୍ୟକତା ପଡୁିବାରୁ ଲୋକମାନେ ତାଙ୍କ ପାଖକୁ ଆଧାରକାର୍ଡ କରେକ୍ସନ ସହ […]

ବାଲେଶ୍ବର : ବାଲେଶ୍ବରର ଜଳେଶ୍ବରରୁ ସାଇବର ଠକକୁ ଗିରଫ ଉଠାଇନେଲା ଦିଲ୍ଲୀ ପୁଲିସ। ବସ୍ତା ବଜାରରେ ଏକ ଆଧାର କାର୍ଡ କରେସ୍କନ ଓ କିଓସ୍କ ବ୍ୟାଙ୍କ ଖୋଲି ଲୋକମାନଙ୍କ ତଥ୍ୟ ଚୋରୀ କରି ଠକୁଥିବା ଅଭିଯୋଗ ହୋଇଛି। ସୂଚନାଅନୁସାରେ ଜଳେଶ୍ବରର ସନମୌୟ ପରିଡା ବସ୍ତା ବଜାରରେ ଏକ ଆଧାର କାର୍ଡ କରେସ୍କନ ଓ କିଓସ୍କ ବ୍ୟାଙ୍କ ଖୋଲିଛନ୍ତି। ବର୍ତ୍ତମାନ ଯେକୌଣସି ସରକାରୀ କାର୍ଯ୍ୟ ପାଇଁ ଆଧାରକାର୍ଡର ଆବଶ୍ୟକତା ପଡୁିବାରୁ ଲୋକମାନେ ତାଙ୍କ ପାଖକୁ ଆଧାରକାର୍ଡ କରେକ୍ସନ ସହ ବିଭିନ୍ନ କାମ ପାଇଁ ଯାଇଥାନ୍ତି। ଆଉ ସେହି ସମୟରେ ସନମୌୟ ଗ୍ରାହକଙ୍କ ଅଙ୍ଗୁଠି ଛାପ ଓ ଆଧାର ସଂଗ୍ରହ କରି ତାକୁ ବିଭିନ୍ନ ଉପାୟରେ ବ୍ୟବହାର କରୁଥିଲେ। ଆଉ କିଛି ଦିନ ହେବ ସନମୌୟ ତାର ଦୋକାନ ବନ୍ଦ କରିଦେବା ପରେ ରଖିଥିବା ସମସ୍ତ ତଥ୍ୟକୁ ନେଇ ସାଇବର ଠକେଇ ଆରମ୍ଭ କରିଥିଲା। ଏନେଇ ବସ୍ତା, କମର୍ଦ୍ଦା ଓ ଦିଲ୍ଲୀ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଅନଲାଇନ୍ ଜରିଆରେ ଜଳେଶ୍ୱରରୁ ପୂରା ଦେଶରୁ କରୁଥିଲା ଲୁଟ୍ । ଛୋଟ କମ୍ପାନୀଠୁ ନାମୀ ଦାମୀ ବ୍ରାଣ୍ଡ । ସମସ୍ତଙ୍କୁ ଠକୁଥିଲା ସ୍ଥାନୀୟ ମାର୍କେଟରେ ଠକେଇ ଜଣା ପଡ଼ିବା ପରେ ସେ ରାଜ୍ୟ ବାହାର କମ୍ପାନୀଙ୍କୁ ଟାର୍ଗେଟ୍ କରିଥିଲା । ଇଣ୍ଟରନେଟକୁ ନକଲି ଜିଏସଟି ନମ୍ବର ଆଣି କାରବାର କରୁଥିଲା । ପ୍ରତି ପେମେଣ୍ଟ ବା କ୍ରାଇମ୍ ଲାଗି ଗୋଟିଏ ଲେଖାଏଁ ନୂଆ ସିମ୍ ବ୍ୟବହାର କରୁଥିଲା ସନମୟ । ବିଭିନ୍ନ ନାମୀଦାମୀ କମ୍ପାନୀର ପ୍ରଡକ୍ଟ ଅନଲାଇନରେ ବିଲିଂ କରୁଥିଲା ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଫଟୋସପ୍ ମାଧ୍ୟମରେ ବ୍ୟାଙ୍କ ପେମେଣ୍ଟର ନକଲି ଷ୍ଟେଟମେଣ୍ଟ ତିଆରି କରି କମ୍ପାନୀଙ୍କୁ ଦେଉଥିଲା । ଅନେକ କମ୍ପାନୀ ତାହାକୁ ନଦେଖି ସାମଗ୍ରୀ ଡେଲିଭରି କରି ଦିଅନ୍ତି । ସନମୟ ଲୋକଙ୍କ ଦ୍ୱାରା ବାଲେଶ୍ୱରରୁ ଜିନିଷ ନେଇ ଆସେ ।
କିଛିଦିନ ତଳେ ସନମୟ ଦିଲ୍ଲୀ ଅମର କଲୋନୀ ଅଞ୍ଚଳରେ ଥିବା ନରେଡି ଡଟ୍ ଇନ୍ ଅଟୋ ମୋବାଇଲ୍ ଇମ୍ପୋର୍ଟ, ଏକ୍ସପୋର୍ଟ ସହ ସେମିତି କରିଥିଲା । ହେଲେ, ଚାଲ୍ ଜାଣିପାରି ଥିଲା କମ୍ପାନୀ । ଏନେଇ ନରେଡ୍ ଡଟ୍ ଇନ୍ ଦିଲ୍ଲୀ ପୁଲିସକୁ ଜଣାଇବା ପରେ ବାଲେଶ୍ୱର ପୁଲିସ ପାଖରେ ଖବର ପହଞ୍ଚିଥିଲା ।

ଆଜି ସନମୌୟ ପରିଡାକୁ ଦିଲ୍ଲୀ ପୁଲିସ ଗିରଫ କରିବା ସହ ତା ନିକଟରୁ  ୧୦୦ ଟି ଆଧାର କାର୍ଡ ସହିତ ୧୦୦ ଟି ସିମ୍ କାର୍ଡ ଗୋଟେ ଲାପ୍‌ଟପ ଜବତ କରିଛି। ଲୋକମାନଙ୍କ ଆଧାର କାର୍ଡ ନେଇ ସନମୌୟ  ମୋବାଇଲ୍‌ ସିମ୍‌ କିଣୁଥିଲେ । ଏହାପରେ ଫେକ୍‌ ଆଇଡି ଖୋଲି ବିଭିନ୍ନ କମ୍ପାନିରୁ ସାମଗ୍ରୀ କିଣୁଥିଲେ। । ଅଧିକ ତଦନ୍ତ ପାଇଁ ଆଜି ତାଙ୍କୁ ଦିଲ୍ଲୀ ପୁଲିସ ରିମାଣ୍ଡରେ ନେବ ବୋଲି ଜଣାପଡିଛି।

20 Feb 2021 By The Sakala

ଜଳେଶ୍ବରରୁ ସାଇବର୍ ଠକକୁ ଉଠାଇନେଲା ଦିଲ୍ଲି ପୁଲିସ

ବାଲେଶ୍ବର : ବାଲେଶ୍ବରର ଜଳେଶ୍ବରରୁ ସାଇବର ଠକକୁ ଗିରଫ ଉଠାଇନେଲା ଦିଲ୍ଲୀ ପୁଲିସ। ବସ୍ତା ବଜାରରେ ଏକ ଆଧାର କାର୍ଡ କରେସ୍କନ ଓ କିଓସ୍କ ବ୍ୟାଙ୍କ ଖୋଲି ଲୋକମାନଙ୍କ ତଥ୍ୟ ଚୋରୀ କରି ଠକୁଥିବା ଅଭିଯୋଗ ହୋଇଛି। ସୂଚନାଅନୁସାରେ ଜଳେଶ୍ବରର ସନମୌୟ ପରିଡା ବସ୍ତା ବଜାରରେ ଏକ ଆଧାର କାର୍ଡ କରେସ୍କନ ଓ କିଓସ୍କ ବ୍ୟାଙ୍କ ଖୋଲିଛନ୍ତି। ବର୍ତ୍ତମାନ ଯେକୌଣସି ସରକାରୀ କାର୍ଯ୍ୟ ପାଇଁ ଆଧାରକାର୍ଡର ଆବଶ୍ୟକତା ପଡୁିବାରୁ ଲୋକମାନେ ତାଙ୍କ ପାଖକୁ ଆଧାରକାର୍ଡ କରେକ୍ସନ ସହ ବିଭିନ୍ନ କାମ ପାଇଁ ଯାଇଥାନ୍ତି। ଆଉ ସେହି ସମୟରେ ସନମୌୟ ଗ୍ରାହକଙ୍କ ଅଙ୍ଗୁଠି ଛାପ ଓ ଆଧାର ସଂଗ୍ରହ କରି ତାକୁ ବିଭିନ୍ନ ଉପାୟରେ ବ୍ୟବହାର କରୁଥିଲେ। ଆଉ କିଛି ଦିନ ହେବ ସନମୌୟ ତାର ଦୋକାନ ବନ୍ଦ କରିଦେବା ପରେ ରଖିଥିବା ସମସ୍ତ ତଥ୍ୟକୁ ନେଇ ସାଇବର ଠକେଇ ଆରମ୍ଭ କରିଥିଲା। ଏନେଇ ବସ୍ତା, କମର୍ଦ୍ଦା ଓ ଦିଲ୍ଲୀ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଅନଲାଇନ୍ ଜରିଆରେ ଜଳେଶ୍ୱରରୁ ପୂରା ଦେଶରୁ କରୁଥିଲା ଲୁଟ୍ । ଛୋଟ କମ୍ପାନୀଠୁ ନାମୀ ଦାମୀ ବ୍ରାଣ୍ଡ । ସମସ୍ତଙ୍କୁ ଠକୁଥିଲା ସ୍ଥାନୀୟ ମାର୍କେଟରେ ଠକେଇ ଜଣା ପଡ଼ିବା ପରେ ସେ ରାଜ୍ୟ ବାହାର କମ୍ପାନୀଙ୍କୁ ଟାର୍ଗେଟ୍ କରିଥିଲା । ଇଣ୍ଟରନେଟକୁ ନକଲି ଜିଏସଟି ନମ୍ବର ଆଣି କାରବାର କରୁଥିଲା । ପ୍ରତି ପେମେଣ୍ଟ ବା କ୍ରାଇମ୍ ଲାଗି ଗୋଟିଏ ଲେଖାଏଁ ନୂଆ ସିମ୍ ବ୍ୟବହାର କରୁଥିଲା ସନମୟ । ବିଭିନ୍ନ ନାମୀଦାମୀ କମ୍ପାନୀର ପ୍ରଡକ୍ଟ ଅନଲାଇନରେ ବିଲିଂ କରୁଥିଲା ।

ଫଟୋସପ୍ ମାଧ୍ୟମରେ ବ୍ୟାଙ୍କ ପେମେଣ୍ଟର ନକଲି ଷ୍ଟେଟମେଣ୍ଟ ତିଆରି କରି କମ୍ପାନୀଙ୍କୁ ଦେଉଥିଲା । ଅନେକ କମ୍ପାନୀ ତାହାକୁ ନଦେଖି ସାମଗ୍ରୀ ଡେଲିଭରି କରି ଦିଅନ୍ତି । ସନମୟ ଲୋକଙ୍କ ଦ୍ୱାରା ବାଲେଶ୍ୱରରୁ ଜିନିଷ ନେଇ ଆସେ ।
କିଛିଦିନ ତଳେ ସନମୟ ଦିଲ୍ଲୀ ଅମର କଲୋନୀ ଅଞ୍ଚଳରେ ଥିବା ନରେଡି ଡଟ୍ ଇନ୍ ଅଟୋ ମୋବାଇଲ୍ ଇମ୍ପୋର୍ଟ, ଏକ୍ସପୋର୍ଟ ସହ ସେମିତି କରିଥିଲା । ହେଲେ, ଚାଲ୍ ଜାଣିପାରି ଥିଲା କମ୍ପାନୀ । ଏନେଇ ନରେଡ୍ ଡଟ୍ ଇନ୍ ଦିଲ୍ଲୀ ପୁଲିସକୁ ଜଣାଇବା ପରେ ବାଲେଶ୍ୱର ପୁଲିସ ପାଖରେ ଖବର ପହଞ୍ଚିଥିଲା ।

ଆଜି ସନମୌୟ ପରିଡାକୁ ଦିଲ୍ଲୀ ପୁଲିସ ଗିରଫ କରିବା ସହ ତା ନିକଟରୁ  ୧୦୦ ଟି ଆଧାର କାର୍ଡ ସହିତ ୧୦୦ ଟି ସିମ୍ କାର୍ଡ ଗୋଟେ ଲାପ୍‌ଟପ ଜବତ କରିଛି। ଲୋକମାନଙ୍କ ଆଧାର କାର୍ଡ ନେଇ ସନମୌୟ  ମୋବାଇଲ୍‌ ସିମ୍‌ କିଣୁଥିଲେ । ଏହାପରେ ଫେକ୍‌ ଆଇଡି ଖୋଲି ବିଭିନ୍ନ କମ୍ପାନିରୁ ସାମଗ୍ରୀ କିଣୁଥିଲେ। । ଅଧିକ ତଦନ୍ତ ପାଇଁ ଆଜି ତାଙ୍କୁ ଦିଲ୍ଲୀ ପୁଲିସ ରିମାଣ୍ଡରେ ନେବ ବୋଲି ଜଣାପଡିଛି।

https://www.thesakala.in/crime/delhi-police-have-arrested-a-cyber-fraud-from-jaleswar/article-124
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର