ଫେସ୍ବୁକରେ ବନ୍ଧୁତା, ହ୍ଵାଟସ୍ଆପ୍ରେ ଭିଡିଓ କଲ୍ ଆଉ ତାପରେ ଘରକୁ ଯାଇ ପ୍ରସାଦ ଖୁଆଇ ଲୁଟି ନେଲା ଆଞ୍ଜେଲ ପ୍ରିୟା
ଭୁବନେଶ୍ବର : କମିଶନରେଟ ପୁଲିସ କବଜ୍ଜାରେ ଆଉ ଜଣେ ଆଞ୍ଜେଲ ପ୍ରିୟା। ଗତ କିଛି ଦିନ ତଳେ ରାଜଧାନୀରେ ଜଣେ ଆଞ୍ଜେଲ ପ୍ରିୟାଙ୍କ ଖବର ସମସ୍ତ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ବେଳେ ପୁଣି ସମାନ ଧରଣର ଏକ ଘଟଣା ସାମ୍ନାକୁ ଆସିଛି। ପ୍ରଥମ ଘଟଣାରେ ଆଞ୍ଜେଲ ପ୍ରିୟା ବିଭିନ୍ନ ବାହାନା ଦେଖାଇ ଯୁବକଙ୍କ ଠାରୁ ଟଙ୍କା ନେଉଥିଲା କିନ୍ତୁ ଏହି ଘଟଣାଟିରେ ଆଞ୍ଜେଲ ପ୍ରିୟା ଫେସ୍ବୁକରେ ବନ୍ଧୁତା, ହ୍ଵାଟସ୍ଆପ୍ରେ ଭିଡିଓ କଲ୍ କରିବା ସହ ଯୁବକଙ୍କ ଘରକୁ […]
ଭୁବନେଶ୍ବର : କମିଶନରେଟ ପୁଲିସ କବଜ୍ଜାରେ ଆଉ ଜଣେ ଆଞ୍ଜେଲ ପ୍ରିୟା। ଗତ କିଛି ଦିନ ତଳେ ରାଜଧାନୀରେ ଜଣେ ଆଞ୍ଜେଲ ପ୍ରିୟାଙ୍କ ଖବର ସମସ୍ତ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ବେଳେ ପୁଣି ସମାନ ଧରଣର ଏକ ଘଟଣା ସାମ୍ନାକୁ ଆସିଛି। ପ୍ରଥମ ଘଟଣାରେ ଆଞ୍ଜେଲ ପ୍ରିୟା ବିଭିନ୍ନ ବାହାନା ଦେଖାଇ ଯୁବକଙ୍କ ଠାରୁ ଟଙ୍କା ନେଉଥିଲା କିନ୍ତୁ ଏହି ଘଟଣାଟିରେ ଆଞ୍ଜେଲ ପ୍ରିୟା ଫେସ୍ବୁକରେ ବନ୍ଧୁତା, ହ୍ଵାଟସ୍ଆପ୍ରେ ଭିଡିଓ କଲ୍ କରିବା ସହ ଯୁବକଙ୍କ ଘରକୁ ଯାଇ ନିଶାମିଶା ପ୍ରସାଦ ଖୁଆଇ ଲୁଟ୍ କରିଛନ୍ତି।
ବର୍ତ୍ତମାନର ଯୁବପିଢ଼ି ସୋସିଆଲ ମିଡିଆର ବହୁଳମାତ୍ରାରେ ବ୍ୟବହାର କରୁଛନ୍ତି । ଆଉ କିଛି ଟଙ୍କା ଆୟ ପାଇଁ ଏବେ ନୂଆ ନୂଆ ତରିକା ଆପଣାଉଛନ୍ତି । ତେବେ ଫେସବୁକରେ ବନ୍ଧୁତା ସ୍ଥାପନ କରି ପରେ ବ୍ଲାକମେଲିଂ କରି ଟଙ୍କା ଆୟ କରିବା ଏବେ ଟ୍ରେଣ୍ଡ ପାଲଟିଯାଇଛି । ଅଧିକାଂଶ ମହିଳା ବା ଯୁବତୀ ଏପରି କରୁଥିବାବେଳେ ଯୁବବର୍ଗ ସେମାନଙ୍କ ଜାଲରେ ସହଜରେ ପଡ଼ିଯାଉଛନ୍ତି । ଏପରି ଜାଲ ବିଛାଉଥିବା ଜଣେ ଆଞ୍ଜେଲପ୍ରିୟା ଭୁବନେଶ୍ୱରରୁ ଗିରଫ କରାଯାଇଥିବାବେଳେ ପୁଣି ଆଉ ଜଣଙ୍କୁ ଗିରଫ କରିଛି ସହିଦନଗର ପୁଲିସ।
ସୂଚନାଅନୁସାରେ ପଶ୍ଚିମବଙ୍ଗର ପିହୁ ବିଶ୍ୱାସ ପୁରୀ ବଳିଆପଣ୍ଡାରେ ରୁହନ୍ତି। ପିହୁ ଫେସବୁକରେ ଛଦ୍ମ ଫଟୋ ଲଗାଇ ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ । କିଛି ଦିନ ଚାଟିଂ କରିବା ପରେ ବଙ୍ଗୀୟ ଯୁବତୀ ପିହୁ ନିଜ କଥା ବାର୍ତ୍ତା ଦ୍ୱାରା ଯୁବକଙ୍କ ବିଶ୍ୱାସ ଜିତୁଥିଲେ। ଆଉ ଏହାପରେ କୌଶଳ କରି ଯୁବକଙ୍କୁ ବିଭିନ୍ନ ଉପାୟରେ ଲୁଟ୍ କରୁଥିଲେ। ଆଉ ଏହିପରି ଭାବେ ପିଉ ବିଶ୍ୱାସଙ୍କ ଏହି ଚାଲରେ ଫସିଛନ୍ତି ଜଣେ ଜଣେ ଯୁବକ। ତାଙ୍କ ଘର ବଙ୍କୁଆଳ ଅଞ୍ଚଳରେ। ପିଉ ତାଙ୍କ ସହିତ ସୋଶାଲ ମିଡ଼ିଆରେ କଥା ହୋଇଥିଲେ। କଥା ହେଲା ବେଳେ ନିଜକୁ କଲେଜର କର୍ମଚାରୀ ବୋଲି କହିଥିଲେ। ଆଉ ତା’ପରେ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ଯୁବକଙ୍କ ଘରକୁ ଯାଇଥିଲେ ପିଉ। ରାତିରେ ତାଙ୍କ ସହିତ କିଛି ସମୟ ବିତାଇ ସାଙ୍ଗରେ ଆଣିଥିବା ପ୍ରସାଦ ଖାଇବାକୁ ଦେଇଥିଲେ। ପ୍ରସାଦ ଖାଇବା ପରେ ବ୍ୟକ୍ତି ଜଣକ ସଜ୍ଞା ହରାଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ପିଉ ସେମାନଙ୍କ ଘରେ ଥିବା ଟଙ୍କା ଓ ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଇଥିଲେ। ଏନେଇ ସେ ଗତ ୨୨ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। କମିଶନରେଟ୍ ପୁଲିସ ଅଭିଯୋଗକୁ ଭିତ୍ତିକରି ପୁରୀରୁ ଅଭିଯୁକ୍ତ ଯୁବତୀ ପିଉଙ୍କୁ ଗିରଫ କରିଛି। ଏଥିସହ ତାଙ୍କଠାରୁ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କରିଛି।






