ବ୍ୟବସାୟରେ ପାର୍ଟନର କରିବାର ଲୋଭ ଦେଖାଇ ମହିଳା ସମାଜସେବୀଙ୍କ ଠାରୁ ୨୬ ଲକ୍ଷ ଲୁଟି ନେଲେ ରଶ୍ମିରଞ୍ଜନ

The Sakala Picture
Published On

ଭୁବନେଶ୍ବର : ଫେସ୍‍ବୁକ୍‍ ସମ୍ପର୍କ ଜଣେ ମହିଳା ସମାଜସେବୀଙ୍କ ପାଇଁ କାଳ ହୋଇଛି। ଜଣେ ଯୁବକଙ୍କ ସହ ପରିଚିତ ହୋଇ ସମ୍ପର୍କ ବଢ଼ାଇଥିଲେ। ହେଲେ ଶେଷରେ ଉକ୍ତ ଯୁବକ ଜଣଙ୍କ ତା’ର ବ୍ୟବସାୟରେ ପାର୍ଟନର କରିବାର ଲୋଭ ଦେଖାଇ ଲୁଟି ନେଇଛନ୍ତି ୨୬ଲକ୍ଷ ଟଙ୍କା। ଏପରିକି ଟଙ୍କା ମାଗିଲେ କିମ୍ବା ଥାନାକୁ ଗଲେ ମହିଳାଙ୍କ କିଛି ଅଶ୍ଲୀଳ ଭିଡିଓକୁ ଭାଇରାଲ କରାଇ ଦେବାକୁ ଧମକ ଦେଉଛି ଅଭିଯୁକ୍ତ। ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବର ଇନ୍‍ଫୋସିଟି ଥାନା ମଧୁସୂଦନ […]

ଭୁବନେଶ୍ବର : ଫେସ୍‍ବୁକ୍‍ ସମ୍ପର୍କ ଜଣେ ମହିଳା ସମାଜସେବୀଙ୍କ ପାଇଁ କାଳ ହୋଇଛି। ଜଣେ ଯୁବକଙ୍କ ସହ ପରିଚିତ ହୋଇ ସମ୍ପର୍କ ବଢ଼ାଇଥିଲେ। ହେଲେ ଶେଷରେ ଉକ୍ତ ଯୁବକ ଜଣଙ୍କ ତା’ର ବ୍ୟବସାୟରେ ପାର୍ଟନର କରିବାର ଲୋଭ ଦେଖାଇ ଲୁଟି ନେଇଛନ୍ତି ୨୬ଲକ୍ଷ ଟଙ୍କା। ଏପରିକି ଟଙ୍କା ମାଗିଲେ କିମ୍ବା ଥାନାକୁ ଗଲେ ମହିଳାଙ୍କ କିଛି ଅଶ୍ଲୀଳ ଭିଡିଓକୁ ଭାଇରାଲ କରାଇ ଦେବାକୁ ଧମକ ଦେଉଛି ଅଭିଯୁକ୍ତ। ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବର ଇନ୍‍ଫୋସିଟି ଥାନା ମଧୁସୂଦନ ଡିଗ୍ରୀ କଲେଜ ନିକଟରେ ଘଟିଛି। ଶେଷରେ ସାହସ ଜୁଟାଇ ମହିଳା ସମାଜସେବୀ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ଜଣାପଡ଼ିଛି। କିନ୍ତୁ ମହିଳାଙ୍କ ଚୂନ ଲଗାଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିପାରି ନ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବିବାହ ଆଳରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ୨୫ ଲକ୍ଷ ଓ ଆଇଫୋନ୍‌‌ ଠକିନେଲା ରସିକିଆ ଡାକ୍ତର, ବାନ୍ଧିଲା ପୋଲିସ

ମିଳିଥିବା ସୂଚନା ଅନୁଯାୟୀ, ମହିଳା ସମାଜସେବୀ ଜଣଙ୍କ ବିବାହିତା। ଗତ କିଛିମାସ ହେବ ଫେସ୍‍ବୁକରେ ସମାଜସେବୀ ଜଣଙ୍କ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ରଶ୍ମିରଞ୍ଜନଙ୍କ ସହ ପରିଚିତ ହୋଇଥିଲା। ରଶ୍ମିରଞ୍ଜନ ଫେସ୍‍ବୁକ୍‍ରେ ମହିଳା ସମାଜସେବୀଙ୍କ ବନ୍ଧୁତାର ରିକ୍ୟୁଏଷ୍ଟ ପଠାଇଥିଲା। ଏହି ଫ୍ରେଣ୍ଡ୍‍ ରିକ୍ୟୁଏଷ୍ଟ ଦେଖି ମହିଳା ସମାଜସେବୀ ଏହାକୁ ଆକ୍‍ସେପ୍ଟ କରିଥିଲେ। ଏହାପରେ ଅଭିଯୁକ୍ତ ରଶ୍ମିରଞ୍ଜନ ତାଙ୍କ ସହ ଚାଟିଂ କରିବା ସହ ଫୋନ୍‍ରେ କଥା ହୋଇଥିଲେ। ଏହିଭଳି ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଏପରିକି ରଶ୍ମିରଞ୍ଜନ ନିଜର ପରିବାରକୁ ମଧ୍ୟ ସମାଜସେବୀଙ୍କ ଘରକୁ ବୁଲାଇ ଆଣିଥିଲେ। ଯାହାଦ୍ୱାରା ସମାଜସେବୀଙ୍କର ଅଭିଯୁକ୍ତ ରଶ୍ମିରଞ୍ଜନଙ୍କ ଉପରେ ବିଶ୍ୱାସ ଆସିଥିଲା। ରଶ୍ମୀରଞ୍ଜନ ନିଜର କନ୍‍ସଲ୍‍ଟାନ୍ସ ଫାର୍ମ ଏବଂ ଠିକାଦାର କାମ କରୁଥିବା କହିଥିଲେ।

ଆହୁରି ପଢ଼ନ୍ତୁ: ପୁଣେ ଲୋହଗଡ଼ କିଲ୍ଲା ମାମଲା: କେତନଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ବି ଉଦ୍ୟମ କରିଥିଲା ସିୟା, ବାପା କଲେ ବଡ଼ ଖୁଲାସା

ବ୍ୟବସାୟ ବୃଦ୍ଧି ପାଇଁ ମହିଳାଙ୍କୁ ପାର୍ଟନରସିପ୍‍ର ଲୋଭ ଦେଖାଇଥିଲେ। ଅଭିଯୁକ୍ତର କଥାରେ ମହିଳା ସମାଜସେବୀ ରାଜି ହୋଇଯାଇଥିଲେ। ଅଭିଯୁକ୍ତ ତାଙ୍କୁ କମ୍ପାନୀର ରେଜିଷ୍ଟ୍ରେସନର ନାମରେ ଦେଢ ଲକ୍ଷ ଟଙ୍କା ନେଇଥିଲେ। ସେହିପରି କମ୍ପାନୀର କାମ ପାଇଁ ବିଦେଶ ଯିବା ବାହାନା କରି ଲକ୍ଷାଧିକ ଟଙ୍କା ନେଇଥିଲେ। ଏହାସହ ଅଭିଯୁକ୍ତ ରଶ୍ମିରଞ୍ଜନର କହିଥିଲେ ପାରାଦ୍ୱୀପ ପୋର୍ଟର ଡ୍ରେନ କାମ ହେଉଛି ସେଥିପାଇଁ ମଧ୍ୟ ମହିଳା ସମାଜସେବୀଙ୍କ ଠାରୁ ଟଙ୍କା ମାଗି ନେଇଥିଲେ। ଏପରିକି ଅଭିଯୁକ୍ତ କହିଥିଲେ ତା’ର କମ୍ପାନୀର କାମ ଅନୁଗୋଳ, ଢେଙ୍କାନାଳ, ହାଇଦ୍ରାବାଦ ଏବଂ ଅନ୍ୟ ରାଜ୍ୟରେ ଚାଲୁଥିବା କହି ୨୬ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେଇଥିଲେ। କିନ୍ତୁ ଦିନ ବିତିଥିଲେ ମଧ୍ୟ ମହିଳା ସମାଜସେବୀଙ୍କୁ ଲାଭ ଅର୍ଥ ଦେଇ ନ ଥିଲେ। ଫଳରେ ମହିଳା ସମାଜସେବୀଙ୍କ ସନ୍ଦେହ ହୋଇଥିଲା।

ଆହୁରି ପଢ଼ନ୍ତୁ: ସିୟା ଲୋହାଗଡ଼ ଟ୍ରେକିଂରେ ଯିବାକୁ ଚାହୁଁନଥିଲେ, କେତନ ଓ ତାଙ୍କ ମାଆ ତାଙ୍କୁ ରାଜି କରାଇଥିଲେ: ସିୟାଙ୍କ ମାଆ ପୂଜା ଗୋୟଲ

ସେ ରଶ୍ମିରଞ୍ଜନଙ୍କ ବିଷୟରେ ଯାଞ୍ଚ କରିବା ପରେ ସେ ଠକ ବୋଲି ଜାଣିବାକୁ ପାଇଥିଲେ। ଏପରିକି ମହିଳା ସମାଜସେବୀ ତାଙ୍କୁ ଦେଇଥିବା ଟଙ୍କା ଫେରାଇ ଦେବାକୁ କହିଥିଲେ। ହେଲେ ଅଭିଯୁକ୍ତ ତାଙ୍କର କିଛି ଅଶ୍ଳୀଳ ଭିଡ଼ିଓ ରେକର୍ଡିଂ କରି ବ୍ଲାକ୍‍ମେଲିଂ କରିଥିଲେ। ଟଙ୍କା ମାଗିଲେ କିମ୍ବା ଥାନାକୁ ଗଲେ ଏହାକୁ ଭାଇରାଲ୍‍ କରିଦେବାକୁ ଧମକ ଦେଇଥିଲେ। ମହିଳାଙ୍କ ଅଜାଣତରେ ଅଭିଯୁକ୍ତ ତାଙ୍କ ଘରକୁ ଆସିବା ସମୟରେ ଏଭଳି ଅଶ୍ଲୀଳ ଭିଡ଼ିଓ ରେକର୍ଡିଂ କରିନେଇଥିବା ମହିଳା ସମାଜସେବୀ କହିଛନ୍ତି। ତେଣୁ ଶେଷରେ ସମାଜସେବୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ଜଣଙ୍କ ଏହିପରି ବ୍ୟବସାୟରେ ପାର୍ଟନରସିପ୍‍ର ଲୋଭ ଦେଖାଇ ଅନେକ ଲୋକଙ୍କୁ ଚୂନ ଲଗାଇଥିବା ପୁଲିସ ସନ୍ଦେହ କରୁଛି। ତେଣୁ ତାଙ୍କୁ ଗିରଫ କରାଗଲେ ଏହି ଠକେଇ ରାକେଟର ପର୍ଦ୍ଦାଫାସ ହେବ ବୋଲି ପୁଲିସ କହିଛି।

03 Apr 2021 By The Sakala

ବ୍ୟବସାୟରେ ପାର୍ଟନର କରିବାର ଲୋଭ ଦେଖାଇ ମହିଳା ସମାଜସେବୀଙ୍କ ଠାରୁ ୨୬ ଲକ୍ଷ ଲୁଟି ନେଲେ ରଶ୍ମିରଞ୍ଜନ

ଭୁବନେଶ୍ବର : ଫେସ୍‍ବୁକ୍‍ ସମ୍ପର୍କ ଜଣେ ମହିଳା ସମାଜସେବୀଙ୍କ ପାଇଁ କାଳ ହୋଇଛି। ଜଣେ ଯୁବକଙ୍କ ସହ ପରିଚିତ ହୋଇ ସମ୍ପର୍କ ବଢ଼ାଇଥିଲେ। ହେଲେ ଶେଷରେ ଉକ୍ତ ଯୁବକ ଜଣଙ୍କ ତା’ର ବ୍ୟବସାୟରେ ପାର୍ଟନର କରିବାର ଲୋଭ ଦେଖାଇ ଲୁଟି ନେଇଛନ୍ତି ୨୬ଲକ୍ଷ ଟଙ୍କା। ଏପରିକି ଟଙ୍କା ମାଗିଲେ କିମ୍ବା ଥାନାକୁ ଗଲେ ମହିଳାଙ୍କ କିଛି ଅଶ୍ଲୀଳ ଭିଡିଓକୁ ଭାଇରାଲ କରାଇ ଦେବାକୁ ଧମକ ଦେଉଛି ଅଭିଯୁକ୍ତ। ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବର ଇନ୍‍ଫୋସିଟି ଥାନା ମଧୁସୂଦନ ଡିଗ୍ରୀ କଲେଜ ନିକଟରେ ଘଟିଛି। ଶେଷରେ ସାହସ ଜୁଟାଇ ମହିଳା ସମାଜସେବୀ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ଜଣାପଡ଼ିଛି। କିନ୍ତୁ ମହିଳାଙ୍କ ଚୂନ ଲଗାଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିପାରି ନ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ସମାଜସେବୀ ଜଣଙ୍କ ବିବାହିତା। ଗତ କିଛିମାସ ହେବ ଫେସ୍‍ବୁକରେ ସମାଜସେବୀ ଜଣଙ୍କ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ରଶ୍ମିରଞ୍ଜନଙ୍କ ସହ ପରିଚିତ ହୋଇଥିଲା। ରଶ୍ମିରଞ୍ଜନ ଫେସ୍‍ବୁକ୍‍ରେ ମହିଳା ସମାଜସେବୀଙ୍କ ବନ୍ଧୁତାର ରିକ୍ୟୁଏଷ୍ଟ ପଠାଇଥିଲା। ଏହି ଫ୍ରେଣ୍ଡ୍‍ ରିକ୍ୟୁଏଷ୍ଟ ଦେଖି ମହିଳା ସମାଜସେବୀ ଏହାକୁ ଆକ୍‍ସେପ୍ଟ କରିଥିଲେ। ଏହାପରେ ଅଭିଯୁକ୍ତ ରଶ୍ମିରଞ୍ଜନ ତାଙ୍କ ସହ ଚାଟିଂ କରିବା ସହ ଫୋନ୍‍ରେ କଥା ହୋଇଥିଲେ। ଏହିଭଳି ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଏପରିକି ରଶ୍ମିରଞ୍ଜନ ନିଜର ପରିବାରକୁ ମଧ୍ୟ ସମାଜସେବୀଙ୍କ ଘରକୁ ବୁଲାଇ ଆଣିଥିଲେ। ଯାହାଦ୍ୱାରା ସମାଜସେବୀଙ୍କର ଅଭିଯୁକ୍ତ ରଶ୍ମିରଞ୍ଜନଙ୍କ ଉପରେ ବିଶ୍ୱାସ ଆସିଥିଲା। ରଶ୍ମୀରଞ୍ଜନ ନିଜର କନ୍‍ସଲ୍‍ଟାନ୍ସ ଫାର୍ମ ଏବଂ ଠିକାଦାର କାମ କରୁଥିବା କହିଥିଲେ।

ବ୍ୟବସାୟ ବୃଦ୍ଧି ପାଇଁ ମହିଳାଙ୍କୁ ପାର୍ଟନରସିପ୍‍ର ଲୋଭ ଦେଖାଇଥିଲେ। ଅଭିଯୁକ୍ତର କଥାରେ ମହିଳା ସମାଜସେବୀ ରାଜି ହୋଇଯାଇଥିଲେ। ଅଭିଯୁକ୍ତ ତାଙ୍କୁ କମ୍ପାନୀର ରେଜିଷ୍ଟ୍ରେସନର ନାମରେ ଦେଢ ଲକ୍ଷ ଟଙ୍କା ନେଇଥିଲେ। ସେହିପରି କମ୍ପାନୀର କାମ ପାଇଁ ବିଦେଶ ଯିବା ବାହାନା କରି ଲକ୍ଷାଧିକ ଟଙ୍କା ନେଇଥିଲେ। ଏହାସହ ଅଭିଯୁକ୍ତ ରଶ୍ମିରଞ୍ଜନର କହିଥିଲେ ପାରାଦ୍ୱୀପ ପୋର୍ଟର ଡ୍ରେନ କାମ ହେଉଛି ସେଥିପାଇଁ ମଧ୍ୟ ମହିଳା ସମାଜସେବୀଙ୍କ ଠାରୁ ଟଙ୍କା ମାଗି ନେଇଥିଲେ। ଏପରିକି ଅଭିଯୁକ୍ତ କହିଥିଲେ ତା’ର କମ୍ପାନୀର କାମ ଅନୁଗୋଳ, ଢେଙ୍କାନାଳ, ହାଇଦ୍ରାବାଦ ଏବଂ ଅନ୍ୟ ରାଜ୍ୟରେ ଚାଲୁଥିବା କହି ୨୬ଲକ୍ଷ ୧୫ ହଜାର ଟଙ୍କା ଲୁଟି ନେଇଥିଲେ। କିନ୍ତୁ ଦିନ ବିତିଥିଲେ ମଧ୍ୟ ମହିଳା ସମାଜସେବୀଙ୍କୁ ଲାଭ ଅର୍ଥ ଦେଇ ନ ଥିଲେ। ଫଳରେ ମହିଳା ସମାଜସେବୀଙ୍କ ସନ୍ଦେହ ହୋଇଥିଲା।

ସେ ରଶ୍ମିରଞ୍ଜନଙ୍କ ବିଷୟରେ ଯାଞ୍ଚ କରିବା ପରେ ସେ ଠକ ବୋଲି ଜାଣିବାକୁ ପାଇଥିଲେ। ଏପରିକି ମହିଳା ସମାଜସେବୀ ତାଙ୍କୁ ଦେଇଥିବା ଟଙ୍କା ଫେରାଇ ଦେବାକୁ କହିଥିଲେ। ହେଲେ ଅଭିଯୁକ୍ତ ତାଙ୍କର କିଛି ଅଶ୍ଳୀଳ ଭିଡ଼ିଓ ରେକର୍ଡିଂ କରି ବ୍ଲାକ୍‍ମେଲିଂ କରିଥିଲେ। ଟଙ୍କା ମାଗିଲେ କିମ୍ବା ଥାନାକୁ ଗଲେ ଏହାକୁ ଭାଇରାଲ୍‍ କରିଦେବାକୁ ଧମକ ଦେଇଥିଲେ। ମହିଳାଙ୍କ ଅଜାଣତରେ ଅଭିଯୁକ୍ତ ତାଙ୍କ ଘରକୁ ଆସିବା ସମୟରେ ଏଭଳି ଅଶ୍ଲୀଳ ଭିଡ଼ିଓ ରେକର୍ଡିଂ କରିନେଇଥିବା ମହିଳା ସମାଜସେବୀ କହିଛନ୍ତି। ତେଣୁ ଶେଷରେ ସମାଜସେବୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ଜଣଙ୍କ ଏହିପରି ବ୍ୟବସାୟରେ ପାର୍ଟନରସିପ୍‍ର ଲୋଭ ଦେଖାଇ ଅନେକ ଲୋକଙ୍କୁ ଚୂନ ଲଗାଇଥିବା ପୁଲିସ ସନ୍ଦେହ କରୁଛି। ତେଣୁ ତାଙ୍କୁ ଗିରଫ କରାଗଲେ ଏହି ଠକେଇ ରାକେଟର ପର୍ଦ୍ଦାଫାସ ହେବ ବୋଲି ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର