୨୦୨୪ରେ ଭାରତୀୟଙ୍କୁ କଲବଲ କରିବ ‘ମହଙ୍ଗା ମାଡ଼’, ସତର୍କ କଲା ବିଶ୍ୱ ବ୍ୟାଙ୍କ
ନୂଆଦିଲ୍ଲୀ : ଭାରତର ଅଭିବୃଦ୍ଧିକୁ ଦେଖି ସମଗ୍ର ବିଶ୍ୱ ବର୍ତ୍ତମାନ ଚକିତ। ବିଶ୍ୱ ବ୍ୟାଙ୍କ ହେଉ କିମ୍ବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଭଳି ସମସ୍ତ ଆର୍ଥିକ ଏଜେନ୍ସି, ଭାରତର ଅଭିବୃଦ୍ଧିକୁ ନେଇ ଆଶ୍ବସ୍ତ। ସମ୍ପ୍ରତି ଅଭିବୃଦ୍ଧି କ୍ଷେତ୍ରରେ ଚୀନ୍କୁ ଝଟ୍କା ଦେଇଛି ବିଶ୍ୱ ବ୍ୟାଙ୍କ। ଧୀରେଧୀରେ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଅଭିବୃଦ୍ଧି କ୍ଷେତ୍ରରେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ହେଲେ ଏଥର ବିଶ୍ୱ ବ୍ୟାଙ୍କରୁ ଭାରତକୁ ବଡ଼ ଝଟ୍କା ଲାଗିଛି। ଦେଶକୁ ଏହି ଝଟ୍କା ଅଭିବୃଦ୍ଧି କ୍ଷେତ୍ରରେ […]
ନୂଆଦିଲ୍ଲୀ : ଭାରତର ଅଭିବୃଦ୍ଧିକୁ ଦେଖି ସମଗ୍ର ବିଶ୍ୱ ବର୍ତ୍ତମାନ ଚକିତ। ବିଶ୍ୱ ବ୍ୟାଙ୍କ ହେଉ କିମ୍ବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଭଳି ସମସ୍ତ ଆର୍ଥିକ ଏଜେନ୍ସି, ଭାରତର ଅଭିବୃଦ୍ଧିକୁ ନେଇ ଆଶ୍ବସ୍ତ। ସମ୍ପ୍ରତି ଅଭିବୃଦ୍ଧି କ୍ଷେତ୍ରରେ ଚୀନ୍କୁ ଝଟ୍କା ଦେଇଛି ବିଶ୍ୱ ବ୍ୟାଙ୍କ। ଧୀରେଧୀରେ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଅଭିବୃଦ୍ଧି କ୍ଷେତ୍ରରେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ହେଲେ ଏଥର ବିଶ୍ୱ ବ୍ୟାଙ୍କରୁ ଭାରତକୁ ବଡ଼ ଝଟ୍କା ଲାଗିଛି। ଦେଶକୁ ଏହି ଝଟ୍କା ଅଭିବୃଦ୍ଧି କ୍ଷେତ୍ରରେ ନୁହେଁ, ବରଂ ମୁଦ୍ରାସ୍ଫୀତିକୁ ନେଇ ମିଳିଛି।
ବିଶ୍ବ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୩ ପ୍ରତିଶତ ରହିବା ନେଇ ଆକଳନ କରିଥିବା ବେଳେ ମୁଦ୍ରାସ୍ଫୀତିକୁ ନେଇ ଚେତାବନୀ ଦେଇଛି। ୨୦୨୪ରେ ଭାରତରେ ମହଙ୍ଗା ମାଡ଼ ଜୋରଦାର ହେବ ବୋଲି ବିଶ୍ବ ବ୍ୟାଙ୍କ ଆକଳନ କହିଛି। ଘରୋଇ ବଜାରରେ ଉପଯୋଗିତା ହାରରେ ହ୍ରାସ ଘଟିବା ଆଶଙ୍କା କରାଯାଉଛି। କାରଣ ମହାମାରୀ ପରେ ଭାରତ ଯେଉଁ ଅଭିବୃଦ୍ଧି ହାସଲ କରିଥିଲା, ଏବେ ତାହା ମନ୍ଥର ହେବାରେ ଲାଗିଛି।
ଆଗାମୀ ଦିନରେ ଭାରତର ମୁଦ୍ରାସ୍ଫୀତିକୁ ନେଇ ବିଶ୍ବ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ଭାରତରେ ମୁଦ୍ରାସ୍ଫୀତି ବଢ଼ିପାରେ ବୋଲି ବିଶ୍ୱ ବ୍ୟାଙ୍କ ସୂଚନା ଦେଇଛି। ବ୍ୟାଙ୍କ ଏହାର ଆକଳନରେ ମୁଦ୍ରାସ୍ଫୀତି ହାରରେ ୭୦ ବେସିସ୍ ପଏଣ୍ଟ ବୃଦ୍ଧି ଘଟାଇଛି। ଏହା ଅନୁଯାୟୀ, ବ୍ୟାଙ୍କ ଭାରତର ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୫.୨ ପ୍ରତିଶତରୁ ୫.୯ ପ୍ରତିଶତକୁ ବୃଦ୍ଧି କରିଛି। ୟୁରୋପୀୟ ସଂଘ (ଇୟୁ) ବ୍ୟତୀତ ଭାରତର ପ୍ରମୁଖ ବ୍ୟବସାୟିକ ଅଂଶୀଦାରଙ୍କ ମଧ୍ୟରେ ଧୀମା ଅଭିବୃଦ୍ଧି ଯୋଗୁ ଭାରତୀୟ ସାମଗ୍ରୀର ବାହ୍ୟ ଚାହିଦା ହ୍ରାସ ପାଇଛି। ଯାହାର ଫଳସ୍ବରୂପ ରପ୍ତାନିରେ ହ୍ରାସ ଘଟିଛି।
ଏହା ପୂର୍ବରୁ ଘରୋଇ ଚାହିଦା ଦୃଢ଼ ରହିବା ଯୋଗୁ ପ୍ରଥମ ତ୍ରୈମାସିକରେ ଦେଶର ଅର୍ଥନୀତିରେ ୭.୮ପ୍ରତିଶତ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ବିଶ୍ବ ବ୍ୟାଙ୍କ କହିବାନୁଯାୟୀ, ଖାଦ୍ୟ ମୁଦ୍ରାସ୍ଫୀତି ଯୋଗୁ କେତେକାଂଶରେ ଚାହିଦାରେ ହ୍ରାସ ଘଟିଛି। ବିଶେଷକରି ସ୍ୱଳ୍ପ ଆୟ ବର୍ଗରେ ଚାହିଦା ହ୍ରାସ ପାଇଛି। ମୌସୁମୀ ଋତୁରେ ଅନିୟମିତ ବର୍ଷା ହେତୁ ଜୁଲାଇରେ ଖାଦ୍ୟ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିଲା। ଅଗଷ୍ଟରେ ଭାରତର ମୁଦ୍ରାସ୍ଫୀତି ୬.୮ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଜୁଲାଇରେ ଏହା ୧୫ ମାସର ସର୍ବୋଚ୍ଚ ସ୍ତର ୭.୪ ପ୍ରତିଶତ ରହିଥିଲା।