ମନୋରଞ୍ଜନ
ଓଡ଼ିଶା
ପନିପରିବା ଦର ବୃଦ୍ଧିର ପ୍ରଭାବ : ନିରାମିଷ ଥାଳିରେ ମହଙ୍ଗା ମାଡ଼, ଜୁନ୍ରେ ଦର ୧୦ ପ୍ରତିଶତ ବଢ଼ିଲା
ନୂଆଦିଲ୍ଲୀ : ପୁଣି ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ଼।ଜୁଡ଼୍ ମାସରେ ବଢ଼ିଛି ନିରାମିଷ ଥାଳି ଦାମ୍। ଜୁନ୍ରେ ନିରାମିଷ ଥାଳି ମୂଲ୍ୟ ହାରାହାରି ୧୦ ପ୍ରତିଶତ ବୃଦ୍ଧି ହୋଇଛି। ବିଶେଷ କରି ପନିପରିବାର ଉଚ୍ଚ ଦର ପ୍ରଭାବରେ ଖାଥଇବା ଥାଳି ମହଙ୍ଗା ହୋଇଛି। ଆଉ ଏହି ମୂଲ୍ୟ ବୃଦ୍ଧିର ଅନ୍ୟତମ କାରଣ ହେଉଛି ପିଆଜ, ଟମାଟୋ ଏବଂ ଆଳୁ ଦାମ୍ରେ ହୋଇଥିବା ବୃଦ୍ଧି। କ୍ରିସିଲ୍ ପକ୍ଷରୁ ଜାରି କରାଯାଇଥିବା ଏହାର ମାସିକ ରିପୋର୍ଟ ‘ରୋଟି ରାଇସ […]
ନୂଆଦିଲ୍ଲୀ : ପୁଣି ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ଼।ଜୁଡ଼୍ ମାସରେ ବଢ଼ିଛି ନିରାମିଷ ଥାଳି ଦାମ୍। ଜୁନ୍ରେ ନିରାମିଷ ଥାଳି ମୂଲ୍ୟ ହାରାହାରି ୧୦ ପ୍ରତିଶତ ବୃଦ୍ଧି ହୋଇଛି। ବିଶେଷ କରି ପନିପରିବାର ଉଚ୍ଚ ଦର ପ୍ରଭାବରେ ଖାଥଇବା ଥାଳି ମହଙ୍ଗା ହୋଇଛି। ଆଉ ଏହି ମୂଲ୍ୟ ବୃଦ୍ଧିର ଅନ୍ୟତମ କାରଣ ହେଉଛି ପିଆଜ, ଟମାଟୋ ଏବଂ ଆଳୁ ଦାମ୍ରେ ହୋଇଥିବା ବୃଦ୍ଧି। କ୍ରିସିଲ୍ ପକ୍ଷରୁ ଜାରି କରାଯାଇଥିବା ଏହାର ମାସିକ ରିପୋର୍ଟ ‘ରୋଟି ରାଇସ ରେଟ୍’ରେ ଏ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ଜୁନ୍ରେ ନିରାମିଷ ଥାଳି ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘଟି ଥାଳି ପିଛା ଦାମ୍ ୨୯.୪ ଟଙ୍କା ହୋଇଛି। ଯାହା ଗତ ବର୍ଷ ଜୁନ୍ ମାସରେ ୨୬.୭ ଟଙ୍କା ରହିଥିଲା। ତେବେ ଚଳିତବର୍ଷ ମେ’ ମାସରେ ୨୭.୮ ଟଙ୍କା ରହିଥିଲା। ନିରାମିଷ ଥାଳିରେ ରୁଟି, ପିଆଜ, ଟମାଟୋ ତଥା ଆଳୁ, ଚାଉଳ, ଡାଲି, ଦହି ଏବଂ ସାଲାଡ ଆଦି ଖାଦ୍ୟ ସାମିଲ ରହିଛି। ତେବେ ଟମାଟୋ ଦାମ୍ରେ ୩୦ ପ୍ରତିଶତ, ଆଳୁ ୫୯ ପ୍ରତିଶତ ଏବଂ ପିଆଜ ମୂଲ୍ୟରେ ୪୬ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି ଆମିଷ ଥାଳିର ମୂଲ୍ୟରେ କିନ୍ତୁ ଜୁନ୍ ମାସରେ ହ୍ରାସ ଦେଖିବାକୁ ମିଳିଛି। ଜୁନ୍ରେ ଆମିଷ ଥାଳିର ଦାମ୍ ହାରାହାରି ୫୮ ଟଙ୍କା ହୋଇଛି। ଯେତେବେଳେ କି ୨୦୨୩ ଜୁନ୍ରେ ଆମିଷ ଥାଳିର ଦାମ୍ ହାରାହାରି ୬୦.୫ ଟଙ୍କା ରହିଥିଲା।
ରିପୋର୍ଟ ଅନୁଯାୟୀ, ଗତ ବର୍ଷ ତୁଳନାରେ ବ୍ରଏଲର କୁକୁଡ଼ାର ମୂଲ୍ୟରେ ପ୍ରାୟ ୧୪ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଏହା ସହ ପର୍ଯ୍ୟାପ୍ତ ପରିମାଣ ଏବଂ କମ୍ ଚାରା ଖର୍ଚ୍ଚ କାରଣରୁ ଆମିଷ ଥାଳି ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଏଥିଯୋଗୁ ଆମିଷ ଥାଳି ମୂଲ୍ୟରେ ହ୍ରାସ ହୋଇଛି। ଅପରପକ୍ଷେ ନିରାମିଷ ଥାଳି ମୂଲ୍ୟରେ ବୃଦ୍ଧିର ପ୍ରମୁଖ କାରଣ ହେଉଛି, ରବି ଫସଲରେ ହ୍ରାସ ଯୋଗୁଁ ପିଆଜ ଦର ବଢ଼ିବା ଏବଂ ମାର୍ଚ୍ଚରେ ଅସ୍ବାଭାବିକ ବର୍ଷା ଯୋଗୁ ଆଳୁ ଉତ୍ପାଦନ ପ୍ରଭାବିତ ହୋଇଛି। ଆହୁରି ମଧ୍ୟ କର୍ଣ୍ଣାଟକ ତଥା ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଅତ୍ୟଧିକ ତାପମାତ୍ରା କାରଣରୁ ଖରାଦିନିଆ ଫସଲରେ ସଂକ୍ରମଣ ଫଳରେ ଟମାଟୋ ଉତ୍ପାଦନ ଗତ ବର୍ଷ ତୁଳନାରେ ଚଳିତବର୍ଷ ୩୫ ପ୍ରତିଶତ ହ୍ରାସ ପାଇଛି। ଏସବୁବାଦ୍ ବର୍ତ୍ତମାନ ବଜାରରେ ଚାଉଳ ମୂଲ୍ୟରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି।