ଅନ୍‌ଲାଇନ୍‌ ଗେମିଂ ଉପରେ ୨୮ ପ୍ରତିଶତ ଜିଏସ୍‌ଟି: କେନ୍ଦ୍ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ଜୁଲାଇରେ ହେବ ଶୁଣାଣି

The Sakala Picture
Published On

ନୂଆଦିଲ୍ଲୀ:  ଅନଲାଇନ୍ ଗେମିଂ କମ୍ପାନୀଗୁଡିକ ଲଗାଯାଇଥିବା ଜୁଆ ରାଶିର ସମ୍ପୂର୍ଣ୍ଣ ମୂଲ୍ୟ ୨୮ ପ୍ରତିଶତ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି)ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ଟି ଅସୁଲ କରିୀବା ନେଇ ସରକାର ଗେମିଂ କମ୍ପାନୀଗୁଡିକୁ ନୋଟିସ୍‌ ଜାରି କରିଛନ୍ତି, ଯାହାକୁସବୁ କମ୍ପାନୀ ତୀବ୍ର ବିରୋଧ କରୁଛନ୍ତି। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଅନ୍‌ଲାଇନ୍‌ ଗେମିଂ କମ୍ପାନୀଗୁଡିକ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ […]

ନୂଆଦିଲ୍ଲୀ:  ଅନଲାଇନ୍ ଗେମିଂ କମ୍ପାନୀଗୁଡିକ ଲଗାଯାଇଥିବା ଜୁଆ ରାଶିର ସମ୍ପୂର୍ଣ୍ଣ ମୂଲ୍ୟ ୨୮ ପ୍ରତିଶତ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି)ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ଟି ଅସୁଲ କରିୀବା ନେଇ ସରକାର ଗେମିଂ କମ୍ପାନୀଗୁଡିକୁ ନୋଟିସ୍‌ ଜାରି କରିଛନ୍ତି, ଯାହାକୁସବୁ କମ୍ପାନୀ ତୀବ୍ର ବିରୋଧ କରୁଛନ୍ତି। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଅନ୍‌ଲାଇନ୍‌ ଗେମିଂ କମ୍ପାନୀଗୁଡିକ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ବଢୁଛି ଉତ୍ତେଜନା: ଭାରତୀୟ ତୈଳ ଟ୍ୟାଙ୍କରକୁ ଫେରାଇ ଦେଲା ଇରାନ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ବାଜି ନେଟୱାର୍କ ପ୍ରାଇଭେଟ ଲିମିଟେଡ ପକ୍ଷରୁ କରାଯାଇଥିବା ଏକ ଆବେଦନ ଉପରେ ଆଜି ଶୁଣାଣି କରିଥିଲେ। ଶୁଣାଣି ସମୟରେ ଅନ୍‌ଲାଇନ୍‌ ଗେମିଂ କମ୍ପାନୀଗୁଡିକ ପକ୍ଷରୁ ମାମଲା ପରିଚାଳନା କରୁଥବା ଆଇନଜୀବୀ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ସରକାର କୋର୍ଟଙ୍କୁ କହିଛନ୍ତି ଯେ ବିଜ୍ଞପ୍ତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ, ବରଂ କିଛି ମାମଲାରେ ନିର୍ଦ୍ଦେଶନାମା ଜାରି କରାଯିବାର ସମ୍ଭାବନା ରହିଛି। ଅପରପକ୍ଷେ ଜିଏସ୍‌ଟି ବିଭାଗ ମାମଲା ପରିଚାଳନା ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଭେଙ୍କଟରମଣ ଆଇନଜୀବୀଙ୍କୁ ତାଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। ଏହି ଅବସରରେ ସିଜେଆଇ ସୂଚାଇ ଦେଇଛି ଯେ ଗ୍ରୀଷ୍ମ ଅବକାଶ ପରେ କୋର୍ଟ ଏହି ପିଟିସନର ଶୁଣାଣି କରିବେ। ଏହାଛଡା ସର୍ବୋଚ୍ଚ ଅଦାଲତ ଅନେକ ଗେମିଂ କମ୍ପାନୀ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଚରଣ୍ୟା ଲକ୍ଷ୍ମୀକୁମାରଙ୍କୁ ଶୁଣାଣି ପାଇଁ ତାରିଖ ସ୍ଥିର କରିବାକୁ ଜୁଲାଇରେ ଏକ ଇ-ମେଲ୍ କରିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ଉତ୍ତେଜନା: ହର୍ମୁଜ୍ ପ୍ରଣାଳୀକୁ ନେଇ ବିବାଦ, ୩ ପ୍ରତିଶତ ବଢ଼ିଲା ଅଶୋଧିତ ତୈଳ ଦର

ଅନ୍‌ଲାଇନ୍ ରିଅଲ୍ ମନି ଗେମିଂ କମ୍ପାନୀଗୁଡିକ ପକ୍ଷରୁ ଏହି ଘଟଣାରେ ୩୦ଟି ପିଟିସନ୍ ଦାଖଲ କରାଯାଇଛି। ଜୁଆ ଖେଳ ମୂଳ୍ୟର ୨୮ ପ୍ରତିଶତ ଜିଏସ୍‌ଟି ହିସାବରେ ଦାବି କରାଯାଇଥିବା ପିଛିଲା ଜିଏସ୍‌ଟି ନୋଟିସକୁ ଚ୍ୟାଲେଞ୍ଜ କରି ହଜାରେ କୋଟି ଟଙ୍କା ଦେୟ ଦାବି ବିରୁଦ୍ଧରେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି। ଡିସେମ୍ବର ୨୦୨୩ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ୋଟଇସ୍‌ଗୁଡିକ ଉପରେ ରହିତାଦେଶ ଲାଗୁ କରିବାକୁ ମନା କରିଦେଇଥିଲେ। ଏହି ୩୦ ଟି ପିଟିସନ୩ ବିଭିନ୍ନ ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରାଯାଇଥିବା ୨୭ଟି ଆବେଦନ, ହେଡ୍ ଡିଜିଟାଲ୍ ଏବଂ ପ୍ଲେ ଗେମ୍ସ ଦ୍ବାରା ଦାଖଲ ହୋଇଥିବା ଦୁଇଟି ରିଟ୍‌ ପିଟିସନ୍‌ ଏବଂ ଶେଷରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଏସ୍‌ଟି ବିଭାଗ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଅନ୍ତର୍ଭୁକ୍ତ। ଡିସେମ୍ବର ୨୦୨୩ ସୁଦ୍ଧା ଏହି ଅନଲାଇନ୍ ଗେମିଂ କମ୍ପାନୀଗୁଡିକୁ ୨୦୨୨-୨୩ ମସିହାରେ ୧.୧୨ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଏବଂ ୨୦୨୩-୨୪ର ପ୍ରଥମ ୭ ମାସରେ ସୁଧ ଏବଂ ଜରିମାନା ସହିତ ୭୧ଟି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଧାରା ୭୪ ଅନୁଯାୟୀ ଏହି ବିଜ୍ଞପ୍ତି ଜାରି କରାଯାଇଛି, ଯାହା ଟିକସ ଦାବିର ଶତପ୍ରତିଶତ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ବିଭାଗକୁ କ୍ଷମତା ପ୍ରଦାନ କରୁଛି, ତେଣୁ ଏହା ସୁଧ ସମେତ ୨.୩ ଲକ୍ଷ କୋଟିରୁ ଅଧିକ ଟଙ୍କା ହୋଇପାରେ।

04 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp