ଗହମ ମୂଲ୍ୟ ୬ ମାସରେ ସର୍ବାଧିକ : ୫୦ ଛୁଇଁଲାଣି ଅଟା ଦର, ପାର୍ବଣରେ ହେବ ଆହୁରି ମହଙ୍ଗା

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ତେଲ ଦର ପରେ ତେଜରାତି ସାମଗ୍ରୀ ଆଉ ପନିପରିବା ଦର ବୃଦ୍ଧିରେ ଖାଉଟି ଅସ୍ତବ୍ୟସ୍ତ। ଏହାସହ ମୁଖ୍ୟ ଆହାର କୁହାଯାଉଥିବା ଚାଉଳ ଓ ଗହମର ଅହେତୁକ ଦର ବୃଦ୍ଧି ଏବେ ହାଣ୍ଡିଶାଳ ଉପରେ ଚଡ଼କ ପକାଇଲାଣି। ପୂର୍ବରୁ ଚାଉଳ ଦର ଖୁବ୍‌ ବଢ଼ିଥିବାବେଳେ ଗହମ ଦର ବଢ଼ିବାକୁ ଯାଉଛି। ମଙ୍ଗଳବାର ଦେଶରେ ଗହମର ମୂଲ୍ୟ ବିଗତ ୬ ମାସର ସର୍ବୋଚ୍ଚ ସ୍ତରରେ […]

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ତେଲ ଦର ପରେ ତେଜରାତି ସାମଗ୍ରୀ ଆଉ ପନିପରିବା ଦର ବୃଦ୍ଧିରେ ଖାଉଟି ଅସ୍ତବ୍ୟସ୍ତ। ଏହାସହ ମୁଖ୍ୟ ଆହାର କୁହାଯାଉଥିବା ଚାଉଳ ଓ ଗହମର ଅହେତୁକ ଦର ବୃଦ୍ଧି ଏବେ ହାଣ୍ଡିଶାଳ ଉପରେ ଚଡ଼କ ପକାଇଲାଣି। ପୂର୍ବରୁ ଚାଉଳ ଦର ଖୁବ୍‌ ବଢ଼ିଥିବାବେଳେ ଗହମ ଦର ବଢ଼ିବାକୁ ଯାଉଛି। ମଙ୍ଗଳବାର ଦେଶରେ ଗହମର ମୂଲ୍ୟ ବିଗତ ୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଅର୍ଥାତ୍‌ ଗହମ କ୍ବିଣ୍ଟାଲ ପିଛା ୨୫୪୪ ଟଙ୍କା ଛୁଇଁଛି। ଗତ ୪ ମାସ ମଧ୍ୟରେ ଗହମ ମୂଲ୍ୟରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ହୋଇଛି। ଗହମର ସୀମିତ ଯୋଗାଣ ଚାହିଦାରେ ବୃଦ୍ଧି ଯୋଗୁ ବଜାରରେ ଏବେ ଅଟା ଦର ବଢ଼ି ବଢ଼ି କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି। ବର୍ତ୍ତମାନ ଯାହା ଆଶଙ୍କା କରାଯାଉଛି ଆସନ୍ତା ପାର୍ବଣ ବେଳକୁ ବଜାରରେ ଅଟା ମହଙ୍ଗା ହେବ।

ଆହୁରି ପଢ଼ନ୍ତୁ: SpaceX ସହ ମିଶିଲା xAI: ୧.୨୫ ଟ୍ରିଲିୟନ ଡଲାରର IPO ପାଇଁ ଇଲନ୍ ମସ୍କଙ୍କ ବଡ଼ ଯୋଜନା

ବଜାରରେ ଅଟା ମୂଲ୍ୟରେ ଅହେତୁକ ବୃଦ୍ଧି ପାଇଁ ଗହମ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଆମଦାନୀ ଶୁଳ୍କକୁ ରଦ୍ଦ କରିପାରନ୍ତି। ଏ ନେଇ ସରକାର ନିକଟରେ ସୂଚନା ଦେଇଛନ୍ତି। ଚଳିତବର୍ଷ ଶେଷ ଭାଗରେ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।ଏହାପରେ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ମଧ୍ୟ ହେବ। ଗହମର ମୂଲ୍ୟ ବୃଦ୍ଧି ହେତୁ ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ସମ୍ଭାବନା ରହିଛି। ସାଧାରଣତଃ ଦେଶରେ ବାର୍ଷିକ ୧୦୮ ନିୟୁତ ଟନ୍ ଗହମ ଉପଯୋଗ ହୋଇଥାଏ। ଦିଲ୍ଲୀର ଜଣେ ବ୍ୟବସାୟୀ କହିଛନ୍ତି ଯେ ଗହମ ଉତ୍ପାଦନ ହେଉଥିବା ସମସ୍ତ ରାଜ୍ୟରେ ଯୋଗାଣ ପ୍ରାୟ ବନ୍ଦ ହୋଇଯାଇଛି। ଗହମ ଅଭାବ ଯୋଗୁ ବଜାରରୁ ଯୋଗାଣ ହାତେଇବାରେ ମଇଦା ମିଲ୍‌ଗୁଡିକ ଏବେ ଖୁବ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: ଏହି ସବୁ ସାମଗ୍ରୀ ଉପରେ ଆଉ ଲାଗିବନି ଟିକସ...

ମଙ୍ଗଳବାର ଗହମ ମୂଲ୍ୟରେ ୧.୫% ବୃଦ୍ଧି ହୋଇ ଟନ୍ ପିଛା ୨୫,୪୪୬ ଟଙ୍କା ହୋଇଛି, ଯାହା ଫେବୃଆରୀ ୧୦ଠାରୁ ସର୍ବାଧିକ। ମୁମ୍ବାଇର ଜଣେ ଡିଲର କହିଛନ୍ତି ଯେ ଖୋଲା ବଜାରକୁ ସରକାର ଗୋଦାମରୁ ଷ୍ଟକ୍ ମୁକ୍ତ କରିବା ଉଚିତ, ଯାହା ଦ୍ବାରା ପାର୍ବଣ ଋତୁରେ କୌଣସି ଅଭାବ ଦେଖା ନ ଦେବ। ଅଗଷ୍ଟ ପହିଲା ସୁଦ୍ଧା ସରକାରଙ୍କପାଖରେ ୨୮.୩ ନିୟୁତ ଟନ୍ଗହମ ଷ୍ଟକ୍‌ ରହିଥିଲା, ଯାହା ଗତବର୍ଷର ୨୬.୬ ନିୟୁତ ଟନ୍ ତୁଳନାରେ ଅଧିକ। ମୂଲ୍ୟ ହ୍ରାସ କରିବାକୁ ଆମଦାନୀ ଆବଶ୍ୟକ ବୋଲି ଡିଲରମାନେ କହିଛନ୍ତି। ଆମଦାନୀ ବିନା ସରକାର ଯୋଗାଣ ବୃଦ୍ଧି କରିପାରିବେ ନହିଁ।

ଆହୁରି ପଢ଼ନ୍ତୁ: ଆମେରିକା ସହ ‘ଜିରୋ ଟାରିଫ୍’ ଚୁକ୍ତି: ଭାରତର ଚାଷୀ ଓ କୃଷିଶିଳ୍ପ ପ୍ରତି ବିପଦ

ଏହାଛଡା କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟର ସଚିବ ସଞ୍ଜୀବ ଚୋପ୍ରା ଗତ ସପ୍ତାହରେ କହିଥିଲେ ଯେ ଗହମ ଉପରେ ୪୦ ପ୍ରତିଶତ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି। ମିଲର୍ ଏବଂ ବ୍ୟବସାୟୀଙ୍କ ପାଇଁ ଷ୍ଟକ୍ ସୀମା ମଧ୍ୟ ହ୍ରାସ କରାଯାଇପାରେ। କୃଷି ମନ୍ତ୍ରଣାଳୟ ନିକଟରୁ ହସ୍ତଗତ ସୂଚନା ଅନୁଯାୟୀ, ୨୦୨୩ରେ ଦେଶରେ ଗହମ ଉତ୍ପାଦନ ରେକର୍ଡ ୧୧,୨୭୪ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି, ଯାହାକି ବର୍ଷକ ପୂର୍ବରୁ ୧୦.୭୭ ନିୟୁତ ଟନ୍ ରହିଥିଲା। ଅପରପକ୍ଷେ ରଏଟର୍ସ ରିପୋର୍ଟ ଅନୁଯାୟୀ, ଜୁନ୍ ମାସରେ ଏକ ଟ୍ରେଡିଂ ହାଉସ୍‌ ଦାବି କରିଛି ଯେ ୨୦୨୩ରେ ଦେଶରେ ଗହମ ଉତ୍ପାଦନ କୃଷି ମନ୍ତ୍ରଣାଳୟର ଆକଳନଠାରୁ ୧୦ ପ୍ରତିଶତ କମ୍ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp