ସୁନା ଆଉ ସେୟାର ବଜାରରୁ ନିବେଶକ ମାଲେମାଲ: ୧୮ ବର୍ଷରେ ମିଳିଛି ୫୦୦% ରିଟର୍ଣ୍ଣ

The Sakala Picture
Published On

ମୁମ୍ବାଇ: ଦିନକୁ ଦିନ ନୂଆ ନୂଆ ନିବେଶକ ସୃଷ୍ଟି ହେଉଛନ୍ତି। ସେୟାର ବଜାର ପ୍ରତି ଯୁବପୀଢ଼ିଙ୍କ ଅଗ୍ରହ ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ବିଗତ ଦିନ ଗୁଡିକରୁ ସୁନା ଆଉ ସେୟାର ବଜାରରୁ ନିବେଶକମାନେ ମାଲେମାଲ ହୋଇଛନ୍ତି। ଏହି ସମୟରେ ସୁନା ଏବଂ ଷ୍ଟକ୍ ବଜାରରୁ ନିବେଶକଙ୍କୁ ପ୍ରାୟ ସମାନ ରିଟର୍ଣ୍ଣ ମିଳିଛି। ବିଗତ ୧୮ ବର୍ଷର ସେୟାର ବଜାରର ତଥ୍ୟକୁ ହିସାବକୁ ନେଲେ ଜଣାପଡିଛି ଯେ, ଏହି ୧୮ ବର୍ଷ ମଧ୍ୟରେ ଉଭୟ ସୁନା […]

ମୁମ୍ବାଇ: ଦିନକୁ ଦିନ ନୂଆ ନୂଆ ନିବେଶକ ସୃଷ୍ଟି ହେଉଛନ୍ତି। ସେୟାର ବଜାର ପ୍ରତି ଯୁବପୀଢ଼ିଙ୍କ ଅଗ୍ରହ ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ବିଗତ ଦିନ ଗୁଡିକରୁ ସୁନା ଆଉ ସେୟାର ବଜାରରୁ ନିବେଶକମାନେ ମାଲେମାଲ ହୋଇଛନ୍ତି। ଏହି ସମୟରେ ସୁନା ଏବଂ ଷ୍ଟକ୍ ବଜାରରୁ ନିବେଶକଙ୍କୁ ପ୍ରାୟ ସମାନ ରିଟର୍ଣ୍ଣ ମିଳିଛି। ବିଗତ ୧୮ ବର୍ଷର ସେୟାର ବଜାରର ତଥ୍ୟକୁ ହିସାବକୁ ନେଲେ ଜଣାପଡିଛି ଯେ, ଏହି ୧୮ ବର୍ଷ ମଧ୍ୟରେ ଉଭୟ ସୁନା ଏବଂ ଷ୍ଟକ୍ ବଜାର ନିବେଶକଙ୍କୁ ପାଖାପାଖି ୫୦୦ ପ୍ରତିଶତ ରିଟର୍ଣ୍ଣ ଦେଇଛନ୍ତି। ତଥାପି, ବର୍ଷକୁ ବର୍ଷ ଉଭୟରୁ ରିଟର୍ଣ୍ଣ କେତେବେଳ ବଢ଼ୁଛି ତ କେତେବେଳେ କମୁଛି। ନିବେଶକଙ୍କ ମଧ୍ୟରେ ଉଭୟ ଷ୍ଟକ୍ ବଜାର ଏବଂ ସୁନା ହେଉଛି ସବୁଠାରୁ ଲୋକପ୍ରିୟ ନିବେଶ ବିକଳ୍ପ। ତେବେ ନିବଶେକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍ୟମ ଭାବରେ ବିବେଚନା କରୁଛନ୍ତି। ଷ୍ଟକ୍ ବଜାର ବିପଦପୂର୍ଣ୍ଣ ହୋଇଥ଄ଲେ ମଧ୍ୟ ୨୦୦୬ରୁ ୨୦୨୩ ପର୍ଯ୍ୟନ୍ତ ସୁନା ଏବଂ ସେନ୍‌ସେକ୍ସର ତଥ୍ୟ ତୁଳନା କଲେ ଉଭୟ ସମାନ ଦେଖାଯାଏ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ବର୍ଷ ୨୦୦୬ରେ ଉଭୟ ସେନ୍‌ସେକ୍ସ ଏବଂ ସୁନା ପ୍ରାୟ ୧୦,୦୦୦ ସ୍ତରରେ ରହିଥ଄ଲେ। ଯଦି କେହି ସେତେବେଳେ ସୁନା ଏବଂ ସେନ୍‌ସେକ୍ସରେ ୧ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ, ତେବେ ବର୍ତ୍ତମାନ ଅର୍ଥାତ୍‌ ୧୮ ବର୍ଷ ମଧ୍ୟରେ ଏହା ୬ ଲକ୍ଷ ଟଙ୍କା ହୋଇଥାନ୍ତା। ଅନ୍ୟ ଅର୍ଥରେ ୫୦୦ % ଲାଭ। ୨୦୦୬ରେ ସେନ୍‌ସେକ୍ସ ୧୩,୭୮୭ ପଏଣ୍ଟରେ ରହିଥ଄ବାବେଳେ ସୁନା ୧୦ ଗ୍ରାମ(୨୪ କ୍ୟାରେଟ୍‌) ପିଛା ମୂଲ୍ୟ ୧୦,୦୦୦ ଟଙ୍କା ରହିଥ଄ଲା। ବର୍ତ୍ତମାନ ଅର୍ଥାତ୍‌ ଜୁନ୍‌ ୧୨ରେ ସେନ୍‌ସେକ୍ସ ୬୨,୭୨୪ ପଏଣ୍ଟ ଛୁଇଁଥ଄ବାବେଳେ ସୁନା ୧୦ ଗ୍ରାମ ପିଛା ୬୧,୫୦୦ ଟଙ୍କାରେ ପହଞ୍ଚିଛି। ଷ୍ଟକ୍ ବଜାର ବିଷୟରେ ବିଶେଷଜ୍ଞଙ୍କ କହିବା ହେଉଛି ସୁନା ତୁଳନାରେ ଏଥିରେ ଅନେକ ପୁଞ୍ଜି ବିନିଯୋଗର ବିକଳ୍ପ ରହିଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଉଦାହରଣ ସ୍ୱରୂପ, ୨୦୦୦ରୁ ଅଧିକ କମ୍ପାନୀର ସେୟାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ। ଆପଣ ଏଠାରେ ବ୍ୟକ୍ତିଗତ କମ୍ପାନୀଗୁଡିକରେ ଟଙ୍କା ବିନିଯୋଗ କରିପାରିବେ। ତଥାପି, ଏଥିରେ ମଧ୍ୟ ବିପଦ ରହିଛି। ସେଠାରେ ଅନେକ କମ୍ପାନୀ ରହିଛନ୍ତି ଯେଉଁମାନେ ହଜାରେ ପ୍ରତିଶତ ରିଟର୍ଣ୍ଣ ଦେଇଛନ୍ତି, ଆଉ ଅନେକ କମ୍ପାନୀ ବୁଡ଼ି ବି ଯାଇଛନ୍ତି। ଉଭୟ ଷ୍ଟକ୍ ବଜାର ଏବଂ ସୁନାରେ ବିନିଯୋଗ କରିବା ଆପଣଙ୍କ ରିସ୍କ ନେବାର କ୍ଷମତା ଉପରେ ନିର୍ଭର କରେ। ୧ ଏପ୍ରିଲ ୧୯୭୯ରେ ୧୦୦ର ମୂଳ ମୂଲ୍ୟ (ବେସ୍‌ ପ୍ରାଇସ୍‌) ସହିତ ଆରମ୍ଭ କରାଯାଇଥ଄ଲା। ସେନ୍‌ସିଟିଭ୍‌ ଏବଂ ଇଣ୍ଡେକ୍ସ ଦୁଇଟି ନାମକୁ ମିଳାଇ ସେନ୍‌ସେକ୍ସ ନାମକରଣ କରାଯାଇଥ଄ଲା। ଷ୍ଟକ୍‌ ବଜାର ବିଶେଷଜ୍ଞ ଦୀପକ୍‌ ମୋହିନୀ ଏହି ନାମ ଦେଇଥÒଲେ। ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ସୁନା ବଜାର। କାରଣ ଅଳଙ୍କାର ଆକାରରେ ଭାରତରେ ସୁନା ବ୍ୟବହାର ବହୁତ ଅଧିକ। ଏହା ବ୍ୟତୀତ ଭାରତରେ ପର୍ବପର୍ବାଣୀରେ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ। ପ୍ରାଚୀନ କାଳରୁ ଏଠାରେ ସୁନା ପୂଜା କରାଯାଇଆସୁଛି।

14 Jun 2023 By The Sakala

ସୁନା ଆଉ ସେୟାର ବଜାରରୁ ନିବେଶକ ମାଲେମାଲ: ୧୮ ବର୍ଷରେ ମିଳିଛି ୫୦୦% ରିଟର୍ଣ୍ଣ

ମୁମ୍ବାଇ: ଦିନକୁ ଦିନ ନୂଆ ନୂଆ ନିବେଶକ ସୃଷ୍ଟି ହେଉଛନ୍ତି। ସେୟାର ବଜାର ପ୍ରତି ଯୁବପୀଢ଼ିଙ୍କ ଅଗ୍ରହ ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ବିଗତ ଦିନ ଗୁଡିକରୁ ସୁନା ଆଉ ସେୟାର ବଜାରରୁ ନିବେଶକମାନେ ମାଲେମାଲ ହୋଇଛନ୍ତି। ଏହି ସମୟରେ ସୁନା ଏବଂ ଷ୍ଟକ୍ ବଜାରରୁ ନିବେଶକଙ୍କୁ ପ୍ରାୟ ସମାନ ରିଟର୍ଣ୍ଣ ମିଳିଛି। ବିଗତ ୧୮ ବର୍ଷର ସେୟାର ବଜାରର ତଥ୍ୟକୁ ହିସାବକୁ ନେଲେ ଜଣାପଡିଛି ଯେ, ଏହି ୧୮ ବର୍ଷ ମଧ୍ୟରେ ଉଭୟ ସୁନା ଏବଂ ଷ୍ଟକ୍ ବଜାର ନିବେଶକଙ୍କୁ ପାଖାପାଖି ୫୦୦ ପ୍ରତିଶତ ରିଟର୍ଣ୍ଣ ଦେଇଛନ୍ତି। ତଥାପି, ବର୍ଷକୁ ବର୍ଷ ଉଭୟରୁ ରିଟର୍ଣ୍ଣ କେତେବେଳ ବଢ଼ୁଛି ତ କେତେବେଳେ କମୁଛି। ନିବେଶକଙ୍କ ମଧ୍ୟରେ ଉଭୟ ଷ୍ଟକ୍ ବଜାର ଏବଂ ସୁନା ହେଉଛି ସବୁଠାରୁ ଲୋକପ୍ରିୟ ନିବେଶ ବିକଳ୍ପ। ତେବେ ନିବଶେକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍ୟମ ଭାବରେ ବିବେଚନା କରୁଛନ୍ତି। ଷ୍ଟକ୍ ବଜାର ବିପଦପୂର୍ଣ୍ଣ ହୋଇଥ଄ଲେ ମଧ୍ୟ ୨୦୦୬ରୁ ୨୦୨୩ ପର୍ଯ୍ୟନ୍ତ ସୁନା ଏବଂ ସେନ୍‌ସେକ୍ସର ତଥ୍ୟ ତୁଳନା କଲେ ଉଭୟ ସମାନ ଦେଖାଯାଏ।

ବର୍ଷ ୨୦୦୬ରେ ଉଭୟ ସେନ୍‌ସେକ୍ସ ଏବଂ ସୁନା ପ୍ରାୟ ୧୦,୦୦୦ ସ୍ତରରେ ରହିଥ଄ଲେ। ଯଦି କେହି ସେତେବେଳେ ସୁନା ଏବଂ ସେନ୍‌ସେକ୍ସରେ ୧ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ, ତେବେ ବର୍ତ୍ତମାନ ଅର୍ଥାତ୍‌ ୧୮ ବର୍ଷ ମଧ୍ୟରେ ଏହା ୬ ଲକ୍ଷ ଟଙ୍କା ହୋଇଥାନ୍ତା। ଅନ୍ୟ ଅର୍ଥରେ ୫୦୦ % ଲାଭ। ୨୦୦୬ରେ ସେନ୍‌ସେକ୍ସ ୧୩,୭୮୭ ପଏଣ୍ଟରେ ରହିଥ଄ବାବେଳେ ସୁନା ୧୦ ଗ୍ରାମ(୨୪ କ୍ୟାରେଟ୍‌) ପିଛା ମୂଲ୍ୟ ୧୦,୦୦୦ ଟଙ୍କା ରହିଥ଄ଲା। ବର୍ତ୍ତମାନ ଅର୍ଥାତ୍‌ ଜୁନ୍‌ ୧୨ରେ ସେନ୍‌ସେକ୍ସ ୬୨,୭୨୪ ପଏଣ୍ଟ ଛୁଇଁଥ଄ବାବେଳେ ସୁନା ୧୦ ଗ୍ରାମ ପିଛା ୬୧,୫୦୦ ଟଙ୍କାରେ ପହଞ୍ଚିଛି। ଷ୍ଟକ୍ ବଜାର ବିଷୟରେ ବିଶେଷଜ୍ଞଙ୍କ କହିବା ହେଉଛି ସୁନା ତୁଳନାରେ ଏଥିରେ ଅନେକ ପୁଞ୍ଜି ବିନିଯୋଗର ବିକଳ୍ପ ରହିଛି।

ଉଦାହରଣ ସ୍ୱରୂପ, ୨୦୦୦ରୁ ଅଧିକ କମ୍ପାନୀର ସେୟାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ। ଆପଣ ଏଠାରେ ବ୍ୟକ୍ତିଗତ କମ୍ପାନୀଗୁଡିକରେ ଟଙ୍କା ବିନିଯୋଗ କରିପାରିବେ। ତଥାପି, ଏଥିରେ ମଧ୍ୟ ବିପଦ ରହିଛି। ସେଠାରେ ଅନେକ କମ୍ପାନୀ ରହିଛନ୍ତି ଯେଉଁମାନେ ହଜାରେ ପ୍ରତିଶତ ରିଟର୍ଣ୍ଣ ଦେଇଛନ୍ତି, ଆଉ ଅନେକ କମ୍ପାନୀ ବୁଡ଼ି ବି ଯାଇଛନ୍ତି। ଉଭୟ ଷ୍ଟକ୍ ବଜାର ଏବଂ ସୁନାରେ ବିନିଯୋଗ କରିବା ଆପଣଙ୍କ ରିସ୍କ ନେବାର କ୍ଷମତା ଉପରେ ନିର୍ଭର କରେ। ୧ ଏପ୍ରିଲ ୧୯୭୯ରେ ୧୦୦ର ମୂଳ ମୂଲ୍ୟ (ବେସ୍‌ ପ୍ରାଇସ୍‌) ସହିତ ଆରମ୍ଭ କରାଯାଇଥ଄ଲା। ସେନ୍‌ସିଟିଭ୍‌ ଏବଂ ଇଣ୍ଡେକ୍ସ ଦୁଇଟି ନାମକୁ ମିଳାଇ ସେନ୍‌ସେକ୍ସ ନାମକରଣ କରାଯାଇଥ଄ଲା। ଷ୍ଟକ୍‌ ବଜାର ବିଶେଷଜ୍ଞ ଦୀପକ୍‌ ମୋହିନୀ ଏହି ନାମ ଦେଇଥÒଲେ। ଚୀନ୍ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ସୁନା ବଜାର। କାରଣ ଅଳଙ୍କାର ଆକାରରେ ଭାରତରେ ସୁନା ବ୍ୟବହାର ବହୁତ ଅଧିକ। ଏହା ବ୍ୟତୀତ ଭାରତରେ ପର୍ବପର୍ବାଣୀରେ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ। ପ୍ରାଚୀନ କାଳରୁ ଏଠାରେ ସୁନା ପୂଜା କରାଯାଇଆସୁଛି।

https://www.thesakala.in/business/investing-in-gold-and-stock-markets-500-returns-in-18-years/article-22583
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp