ଗେମିଂ ଆପ୍‌ରେ ଭାରତୀୟଙ୍କ ଖର୍ଚ୍ଚ ୩୭୭୦ କୋଟି, ବ୍ୟାଟଲ୍‌ ଗେମ୍‌ ସବୁଠାରୁ ଲୋକପ୍ରିୟ ଗେମ୍

The Sakala Picture
Published On

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ମଧ୍ୟରେ ଲୋକମାନେ କରୋନା ଅବଧିରେ ଅନେକ ଡିଜିଟାଲ୍ ଶିକ୍ଷା ଲାଭ କରିଛନ୍ତି। ପିଲାମାନେ ଏହି ସମୟରେ ଅନ୍‌ଲାଇନ୍ ଗେମିଂର ବେଶୀ ନିକଟତର ହୋଇଥିଲେ। ଗେମିଂ ଆପ୍ ଦୃଷ୍ଟିରୁ ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ପ୍ଲେ ଷ୍ଟୋର ପାଇଁ ଭାରତ ବର୍ତ୍ତମାନ ସବୁଠାରୁ ବଡ ବଜାର। ଭାରତୀୟମାନେ ମୋବାଇଲ୍ ଗେମ୍ ପାଇଁ ମଧ୍ୟ ବହୁତ ଅର୍ଥ ବ୍ୟୟ କରିଛନ୍ତି। କ୍ରାଫ୍ଟନ୍ ଇନ୍‌କର୍ପୋରେଶନ୍‌ର ଭାରତ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକାର […]

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ମଧ୍ୟରେ ଲୋକମାନେ କରୋନା ଅବଧିରେ ଅନେକ ଡିଜିଟାଲ୍ ଶିକ୍ଷା ଲାଭ କରିଛନ୍ତି। ପିଲାମାନେ ଏହି ସମୟରେ ଅନ୍‌ଲାଇନ୍ ଗେମିଂର ବେଶୀ ନିକଟତର ହୋଇଥିଲେ। ଗେମିଂ ଆପ୍ ଦୃଷ୍ଟିରୁ ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ପ୍ଲେ ଷ୍ଟୋର ପାଇଁ ଭାରତ ବର୍ତ୍ତମାନ ସବୁଠାରୁ ବଡ ବଜାର। ଭାରତୀୟମାନେ ମୋବାଇଲ୍ ଗେମ୍ ପାଇଁ ମଧ୍ୟ ବହୁତ ଅର୍ଥ ବ୍ୟୟ କରିଛନ୍ତି। କ୍ରାଫ୍ଟନ୍ ଇନ୍‌କର୍ପୋରେଶନ୍‌ର ଭାରତ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକାର ମୁଖ୍ୟ ଅନୁଜ ଟଣ୍ଡନ୍ କହିଛନ୍ତି ଯେ, ୨୦୨୦ରୁ ୨୦୨୧ ପର୍ଯ୍ୟନ୍ତ ଏକ ପ୍ରମୁଖ ପରିବର୍ତ୍ତନ ହେଉଛି ଯେ, ଲୋକମାନେ ମୋବାଇଲ୍ ଗେମ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବା ଆରମ୍ଭ କରିଥିଲେ। ୨୦୨୦ରେ ଏହି ସବୁ ଗେମ୍‌ ସହିତ ଲୋକଙ୍କ ଯୋଗଦାନ ମଧ୍ୟ ଅଧିକ ରହିଛି। ଗେମିଂ ଆପ୍‌ରେ ଭାରତୀୟମାନେ ୩୭୭୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ସବୁ ଆପ୍‌ ମଧ୍ୟରୁ ବ୍ୟାଟଲ୍‌ ଗେମ୍‌ ହେଉଛି ସବୁଠାରୁ ଲୋପ୍ରିୟ ଗେମ୍।

ଟଣ୍ଡନ୍‌ଙ୍କ କହିବାନୁଯାୟୀ, ଚାରିରୁ ପାଞ୍ଚଟି ବ୍ୟାଟଲ୍‌ ରୟାଲ୍ ଆଧାରିତ ମୋବାଇଲ୍ ଗେମ୍ ଇନ୍-ଆପ୍ ଭାରତରେ ୧୦୦ ମିଲିୟନ୍ ଡଲାର୍ (ପ୍ରାୟ ୭୫୪ କୋଟି ଟଙ୍କା) ରୋଜଗାର କରିଛନ୍ତି। ଏହି ଗେମ୍‌ଗୁଡିକର ରାଜସ୍ୱ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ୨୦୨୨ରେ ଇନ୍-ଆପ୍ କ୍ରୟ ଦ୍ୱାରା ଦେଶର ଅର୍ଥନୀତି ମଧ୍ୟ ବୃଦ୍ଧି ପାଇବ। ଗେମିଂ ଏବଂ ଇଣ୍ଟରାକ୍ଟିଭ୍ ମିଡିଆ ଭେଞ୍ଚର ଫଣ୍ଡ ଲୁମିକାଇ ଏବଂ କନ୍ସଲ୍ଟିଂ ଫାର୍ମ ରେଡସିୟର ରିପୋର୍ଟ ଅନୁଯାୟୀ, ରିଅଲ ମନି ଗେମ୍‌ର ରାଜସ୍ୱ ୨୦୨୦ ଆର୍ଥିକବର୍ଷରେ ୧.୮ ବିଲିୟନ ଡ଼ଲାରରେ ପହଞ୍ଚିଛି (ପ୍ରାୟ ୧୩.୫୮ ହଜାର କୋଟି ଟଙ୍କା)। ସାମଗ୍ରିକ ଶିଳ୍ପ କ୍ଷେତ୍ରରେ ଏହାର ଅଶ ୫୧%। ମହାମାରୀ ସମୟରେ ଲୋକଙ୍କ ପାଇଁ ସମୟ ଅତିବାହିତ କରିବା ପାଇଁ ମୋବାଇଲ୍ ଗେମ୍ ଏକ ଉତ୍ତମ ଉପାୟ ହୋଇପାରିଛି। ଏକାଧିକ ଲୋକଙ୍କ ଦ୍ୱାରା ଖେଳାଯାଇଥିବା ଗେମ୍‌ଗୁଡିକ ପରିବାର ଏବଂ ସାଙ୍ଗମାନଙ୍କୁ ଏକାଠି ହେବାକୁ ସୁଯୋଗ ଦେଇଥିଲା। ଖେଳଗୁଡିକ ଲୋକମାନଙ୍କ ସହିତ ଯୋଗାଯୋଗ କରିବାର ଏକ ମାଧ୍ୟମ ହୋଇଗଲା। ଖେଳ ବିକାଶ ସଂସ୍ଥା ସୁପର ଗେମିଙ୍ଗର ସହ-ପ୍ରତିଷ୍ଠାତା ସଙ୍କେଟ ନାଡନୀ କହିଛନ୍ତି ଯେ ଯଦି ଆପଣ କିଛି ଦିନ ପାଇଁ ଏକ ସରଳ କିମ୍ବା ହାଇପର କାଜୁଆଲ୍ ଗେମ୍‌ ଖେଳନ୍ତି, ତେବେ ଆପଣ ଏଥିରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ଆପଣ ଏହି ଗେମ୍‌ଗୁଡିକ ମାସ ମାସ ଧରି ଖେଳିବାକୁ ଚାହାଁନ୍ତି। ପୁଣେ ଭିତ୍ତିକ ଷ୍ଟାର୍ଟଅପ୍ ଇଣ୍ଡସ୍ ନାମରେ ଏକ ବ୍ୟାଟଲ୍‌ ରୟାଲ୍ ଗେମ୍ ତିଆରି କରୁଛି। ଆସନ୍ତା ବର୍ଷ ଏହା ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ମାର୍କେଟ ରିସର୍ଚ୍ଚ ଏବଂ କନସଲଟାଣ୍ଟ ଫାର୍ମ ନିକୋ ପାର୍ଟନର୍ସଙ୍କ କହିବାନୁସାରେ, ମୋବାଇଲ୍ ଗେମ୍ ଏବଂ ପିସି ଗେମିଂ ପାଇଁ ଭାରତ ଏସିଆର ଦ୍ରୁତତମ ଅଭିବୃଦ୍ଧିକାରୀ ବଜାରରେ ପରିଣତ ହୋଇଛି | ୨୦୨୧ ମସିହାରେ ଏହାର ଆନୁମାନିକ ରାଜସ୍ୱ ୫୩୪.୧ ବିଲିୟନ୍‌ ଡଲାର ନିୟୁତ (ପ୍ରାୟ ୪ ହଜାର କୋଟି ଟଙ୍କା) ହେବ ବୋଲି ଆକଳନ କରାଯାଇଛି। ୨୦୨୫ ସୁଦ୍ଧା ଏଥÒରୁ ଆୟ ପ୍ରାୟ ୧୧ ହଜାର କୋଟି ଟଙ୍କା। ନଜ୍ରା ଟେକ୍ନୋଲୋଜିର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୀଷ ଅଗ୍ରୱାଲ ବିଶ୍ୱାସ କହିଛନ୍ତି ଯେ, ଗୁଗୁଲ୍ ପ୍ଲେ ଏବଂ ଆପଲ୍ ପ୍ଲେ ଷ୍ଟୋରରେ ଭାରତରେ ଇନ୍-ଆପ୍ କ୍ରୟ ପ୍ରାୟ ୫୦୦ ମିଲିୟନ୍ ଡଲାର୍ (ପ୍ରାୟ ୩୭୭୦ କୋଟି ଟଙ୍କା) ଅତିକ୍ରମ କରିଛି। ଗତ ୩ବର୍ଷ ପୂର୍ବେ ଫ୍ରି ଫାୟାର, କଲ୍ ଅଫ୍ ଡ୍ୟୁଟି ମୋବାଇଲ୍, ବ୍ୟାଟଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଭଳି ମଲ୍ଟି ପ୍ଲେୟାର ଖେଳର ଇନ୍-ଆପ୍ କ୍ରୟ ୫୦ ମିଲିୟନ୍ ଡଲାର୍ (ପ୍ରାୟ ୩୭୭ କୋଟି ଟଙ୍କା) ରହିଥିଲା, ଯାହା ଏବେ ୧୦ ଗୁଣ ବୃଦ୍ଧି ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର