ଭାରତ-ପାକ୍‌ ଉତ୍ତେଜନା: ଟ୍ରମ୍ପ୍‌-ମୁନିର୍‌ କ୍ରିପ୍ଟୋ ଡିଲ୍‌, ପାକିସ୍ତାନକୁ ଦକ୍ଷିଣ ଏସିଆର କ୍ରିପ୍ଟୋ ରାଜଧାନୀ କରିବା ଲକ୍ଷ୍ୟ

The Sakala Picture
Published On

ନୂଆଦିଲ୍ଲୀ,୧୬ା୫(ଏଜେନ୍ସି): ପହଲଗାମ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରିବାର ଏବଂ ପାକ୍ ସେନା ମୁଖ୍ୟ ଅସୀମ ମୁନିରଙ୍କ ମଧ୍ୟରେ ଏକ ବଡ଼ ବୁଝାମଣା ହୋଇଥିବା କ୍ରିଖବର ପଦାକୁ ଆସିଛି। ଉଭୟଙ୍କ ମଧ୍ୟରେ ଏକ ହାଇ-ପ୍ରୋଫାଇଲ୍ କ୍ରିପ୍ଟୋ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା କୁହାଯାଉଛି। ଏଥିରେ ଟ୍ରମ୍ପଙ୍କ ପରିବାର ଏବଂ ମୁନିରଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ଏହି ଚୁକ୍ତି ଏବେ ଭାରତ […]

ନୂଆଦିଲ୍ଲୀ,୧୬ା୫(ଏଜେନ୍ସି): ପହଲଗାମ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରିବାର ଏବଂ ପାକ୍ ସେନା ମୁଖ୍ୟ ଅସୀମ ମୁନିରଙ୍କ ମଧ୍ୟରେ ଏକ ବଡ଼ ବୁଝାମଣା ହୋଇଥିବା କ୍ରିଖବର ପଦାକୁ ଆସିଛି। ଉଭୟଙ୍କ ମଧ୍ୟରେ ଏକ ହାଇ-ପ୍ରୋଫାଇଲ୍ କ୍ରିପ୍ଟୋ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା କୁହାଯାଉଛି। ଏଥିରେ ଟ୍ରମ୍ପଙ୍କ ପରିବାର ଏବଂ ମୁନିରଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ଏହି ଚୁକ୍ତି ଏବେ ଭାରତ ଏବଂ ଆମେରିକାରେ ଏବେ ତଦନ୍ତ ପରିସରକୁ ଆସିଛି।

ରିପୋର୍ଟ ଅନୁଯାୟୀ, ଆମେରିକୀୟ କ୍ରିପ୍ଟୋ ଫାର୍ମ ୱାର୍ଲ୍ଡ ଲିବର୍ଟି ଫାଇନାନ୍ସିଆଲ୍ ଏବଂ ପାକିସ୍ତାନର ନବଗଠିତ ସଂସ୍ଥା ପାକିସ୍ତାନ କ୍ରିପ୍ଟୋ କାଉନସିଲ୍ ମଧ୍ୟରେ ଏହି ଚୁକ୍ତି ହୋଇଥିଲା। ଏହି ଚୁକ୍ତି ସମ୍ପର୍କରେ ସୂଚନା ଆସିବା ପରେ ରାଜନୈତିକ ଏବଂ ସୁରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ଗଭୀର ପ୍ରକାଶ ପାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ୱାର୍ଲ୍ଡ ଲିବର୍ଟି ଫାଇନାନ୍ସିଆଲ୍ ହେଉଛି ଏକ ଆମେରିକୀୟ କ୍ରିପ୍ଟୋ ଏବଂ ଫିନଟେକ୍ କମ୍ପାନୀ ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଏରିକ୍ ଟ୍ରମ୍ପ୍‌ ଏବଂ ତାଙ୍କ ଜ୍ୱାଇଁ ଜାରେଡ୍ କୁଶନର ମିଳିତ ଭାବରେ ୬୦% ଅଂଶଧନ ରହିଛଇ। ଏହି କମ୍ପାନୀ ଚଳିତବର୍ଷ ଏପ୍ରିଲରେ ପାକିସ୍ତାନ ସହିତ ଏକ ବ୍ଲକଚେନ୍-ଆଧାରିତ ସହଭାଗିତା ପାଇଁ ରାଜି ହୋଇଥିଲା। ଏହି ଚୁକ୍ତିନାମା କ୍ରିପ୍ଟୋ କାଉନସିଲ୍ ଅଫ୍ ପାକିସ୍ତାନ ସହିତ କରାଯାଇଥିଲା, ଯାହା ଏକ ନୂତନ ସଂଗଠନ। ଏହି ପରିଷଦ ବିନାନ୍ସ ଏକ୍ସଚେଞ୍ଜର ପ୍ରତିଷ୍ଠାତା ଚାଙ୍ଗପେଙ୍ଗ ଝାଓଙ୍କୁ ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲା। ଏହି ପରିଷଦର ଲକ୍ଷ୍ୟ ହେଉଛି ପାକିସ୍ତାନକୁ ଦକ୍ଷିଣ ଏସିଆର କ୍ରିପ୍ଟୋ ରାଜଧାନୀ କରିବା।

ଏହି ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ଆମେରିକାର ଏକ ପ୍ରତିନିଧିମଣ୍ଡଳୀ ପାକିସ୍ତାନ ପହଞ୍ଚିଥିଲେ, ଯେଉଁଥିରେ କମ୍ପାନୀର ପ୍ରତିଷ୍ଠାତା ଜାଚାରି ୱିଟକଫ ମଧ୍ୟ ସାମିଲ ଥିଲେ। ଜାଚାରି ହେଉଛନ୍ତି ଟ୍ରମ୍ପଙ୍କ ପୂର୍ବତନ ବ୍ୟବସାୟିକ ସହଯୋଗୀ ଷ୍ଟିଭ୍ ୱିଟକଫଙ୍କ ପୁଅ, ଯିଏ କି ବର୍ତ୍ତମାନ ମଧ୍ୟପ୍ରାଚ୍ୟ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ନିଜେ ଏହି ଟିମ୍‌କୁ ସ୍ୱାଗତ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ପାକିସ୍ତାନର କ୍ରିପ୍ଟୋ କାଉନ୍‌ସିଲ ଏବଂ ୱାର୍ଲ୍ଡ ଲିବର୍ଟି ଫାଇନାନ୍ସିଆଲ୍ ଏହାକୁ ଏକ ବୈଷୟିକ ସହଯୋଗ ବୋଲି ଏକ ବିବୃତ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଏହି ଚୁକ୍ତି ପାକିସ୍ତାନରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ୍ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଏଥିର ବ୍ଲକଚେନ୍ ପ୍ରଯୁକ୍ତିବିଦ୍ୟାକୁ ସରକାରୀ ପ୍ରତିଷ୍ଠାନରେ ସମନ୍ୱିତ କରିବା ଏବଂ କ୍ରିପ୍ଟୋ-ଆଧାରିତ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବା ବିଷୟରେ ଆଲୋଚନା ହୋଇଛି। କିନ୍ତୁ ଏହି ଚୁକ୍ତିର ସମୟ ଏବଂ ଏଥିରେ ସାମିଲ ଲୋକଙ୍କ ପୃଷ୍ଠଭୂମି ଏହାକୁ ଏକ ସାଧାରଣ ନିବେଶ ପରିବର୍ତ୍ତେ ଏକ ରଣନୈତିକ ଚୁକ୍ତି ଭାବରେ ଦେଖାଯାଉଛି।

ଭାରତର ଅନେକ ରଣନୈତିକ ବିଶେଷଜ୍ଞ ଏବଂ ସୁରକ୍ଷା ବିଶ୍ଳେଷକ ଏହି ଚୁକ୍ତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଚୁକ୍ତିନାମା ପାକିସ୍ତାନର ଆତଙ୍କବାଦୀ ପାଣ୍ଠି ଗଠନକୁ ଘୋଡାଇବା ଏବଂ ଆର୍ଥିକ ହେରଫେର ପାଇଁ ବ୍ୟବହାର କରାଯାଇପାରିବ। ଏହି ଚୁକ୍ତିର ସମୟ ଏବଂ ଏଥିରେ ସମ୍ପୃକ୍ତ ଲୋକଙ୍କ ଭୂମିକାକୁ ନେଇ ସନ୍ଦେହ ଜାତ ହୋଇଛି। ତେବେ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ ଟ୍ରମ୍ପ ପରିବାର ଏବଂ ଆମେରିକାର ହ୍ୱାଇଟ୍ ହାଉସ୍ ପକ୍ଷରୁ ଏ ଯାଏ କୌଣସି ବୟାନ ଆସିନାହିଁ। ୱାର୍ଲ୍ଡ ଲିବର୍ଟି ଫାଇନାନ୍ସିଆଲ୍ର କହିବାନୁଯାୟୀ, ଏହି ଚୁକ୍ତି ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ, କିନ୍ତୁ ରଣନୈତିକ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ସ୍ୱଚ୍ଛତା ବିନା ଏପରି ଚୁକ୍ତି ଭବିଷ୍ୟତରେ ଏକ ବଡ଼ ଭୂ-ରାଜନୈତିକ ସଙ୍କଟ ସୃଷ୍ଟି କରିପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର