୨୦୨୫ ମାର୍ଚ୍ଚ ସୁଦ୍ଧା ରୁପା ମୂଲ୍ୟ ଟପିବ ୧ ଲକ୍ଷ ଟଙ୍କା…
ନୂଆଦଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଦୈନିକ ରୂପା ମୂଲ୍ୟରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଥିଲା। ତା’ପରେ ଲାଗିଲା ଯେ ଏଥର ରୁପା ଖୁବ୍ ଦ୍ରୁତ ଗତିରେ ବଢ଼ିଚାଲିବ। ଏହାପରେ ରୂପା ମୂଲ୍ୟରେ ହ୍ରାସ ଘଟିବାକୁ ଲାଗିଲା। ବର୍ତ୍ତମାନ ପୁଣି ଥରେ ଲାଗୁଛି ଯେ ମାର୍ଚ୍ଚ ସୁଦ୍ଧା ରୂପା ମୂଲ୍ୟ ଖୁବ୍ ଶୀଘ୍ର ୧ ଲକ୍ଷ ଟଙ୍କା ଅତିକ୍ରମ କରିପାରେ। ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ବୁଲିଅନ୍ ବଜାରରେ ରୁପା ମୂଲ୍ୟ ୧ ଲକ୍ଷ […]
ନୂଆଦଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଦୈନିକ ରୂପା ମୂଲ୍ୟରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଥିଲା। ତା’ପରେ ଲାଗିଲା ଯେ ଏଥର ରୁପା ଖୁବ୍ ଦ୍ରୁତ ଗତିରେ ବଢ଼ିଚାଲିବ। ଏହାପରେ ରୂପା ମୂଲ୍ୟରେ ହ୍ରାସ ଘଟିବାକୁ ଲାଗିଲା। ବର୍ତ୍ତମାନ ପୁଣି ଥରେ ଲାଗୁଛି ଯେ ମାର୍ଚ୍ଚ ସୁଦ୍ଧା ରୂପା ମୂଲ୍ୟ ଖୁବ୍ ଶୀଘ୍ର ୧ ଲକ୍ଷ ଟଙ୍କା ଅତିକ୍ରମ କରିପାରେ।
ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ବୁଲିଅନ୍ ବଜାରରେ ରୁପା ମୂଲ୍ୟ ୧ ଲକ୍ଷ ଟଙ୍କା ଟପିଯିବ। ନିକଟରେ ଚୀନ୍ ସମେତ ବିଶ୍ବର ଅନେକ ଦେଶରେ ଅର୍ଥନୀତିର ଗତି ମନ୍ଥର ହୋଇଯାଇଥିଲା। ଏହି କାରଣରୁ ରୁପା ପାଇଁ ଶିଳ୍ପରେ ଚାହିଦା ହ୍ରାସ ପାଇବାରେ ଲାଗିଲା। ଫଳରେ ବଜାରରେ ରୁପା ମୂଲ୍ୟ ହ୍ରାସ ପାଇବାରେ ଲାଗିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। କେଡିଆ କମୋଡିଟିର ମୁଖ୍ୟ ଅଜୟ କେଡିଆ କହିଛନ୍ତି ଯେ ଶିଳ୍ପରେ ରୁପା ଚାହିଦା ପୁଣି ଥରେ ବୃଦ୍ଧି ପାଉଛି। ଏଥିସହିତ ଆସନ୍ତା ମାସରେ ସୁଧ ହାର ହ୍ରାସ କରିବାକୁ ଆମେରିକାର ଫେଡେରାଲ ରିଜର୍ଭ ସୂଚିତ କରିଛି। ଏହା ରୂପା ପାଇଁ ଶିଳ୍ପ ଚାହିଦା ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଯଦି ଚାଇନାରୁ ରୂପା ପାଇଁ ଶିଳ୍ପ ଚାହିଦା ପୁଣି ଥରେ ବୃଦ୍ଧି ପାଉଛି, ତେବେ ମାର୍ଚ୍ଚ ୨୦୨୫ ସୁଦ୍ଧା ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୧.୧୦ ଲକ୍ଷ ଟଙ୍କାରେ ପହଞ୍ଚିପାରେ।