ମୋବାଇଲ୍‌ ଟାୱାର୍‌ ନାମରେ ବଡ଼ ଠକେଇ, ଟ୍ରାଇ ନାମରେ ସାଇବର ଠକ ପଠାଉଛନ୍ତି ନୋଟିସ୍‌

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ମୋବାଇଲ ଟାୱାର ବସାଇବା ନାମରେ ବଡ଼ ଠକେଇ ହେଉଛି। ଏମିତିକି ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ନାମ ନେଇ ସାଇବର ଠକମାନେ ମୋବାଇଲ ଟାୱାର ବସାଇବା ପାଇଁ ଲୋକଙ୍କୁ ପ୍ରବଞ୍ଚନାତ୍ମକ ମେସେଜ୍‌ ପଠାଉଛନ୍ତି। ଠକମାନେ ଲୋକଙ୍କଠାରୁ ମେସେଜ୍ ପଠାଇ ଟାୱାର ସ୍ଥାପନ ପାଇଁ ଅଗ୍ରୀମ ଆକାରରେ ଟଙ୍କା ଆଦାୟ କରୁଛନ୍ତି। ଭାରତୀୟ ଟେଲିକମ୍ ବିଭାଗ (ଡିଓଟି) ମୋବାଇଲ୍ ଟାୱାର ସ୍ଥାପନ ନାମରେ ଠକେଇ ବିରୁଦ୍ଧରେ ଲୋକଙ୍କୁ ସତର୍କ କରିଛି। ଟେଲିକମ୍‌ ବିଭାଗ […]

ନୂଆଦିଲ୍ଲୀ : ଦେଶରେ ମୋବାଇଲ ଟାୱାର ବସାଇବା ନାମରେ ବଡ଼ ଠକେଇ ହେଉଛି। ଏମିତିକି ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ନାମ ନେଇ ସାଇବର ଠକମାନେ ମୋବାଇଲ ଟାୱାର ବସାଇବା ପାଇଁ ଲୋକଙ୍କୁ ପ୍ରବଞ୍ଚନାତ୍ମକ ମେସେଜ୍‌ ପଠାଉଛନ୍ତି। ଠକମାନେ ଲୋକଙ୍କଠାରୁ ମେସେଜ୍ ପଠାଇ ଟାୱାର ସ୍ଥାପନ ପାଇଁ ଅଗ୍ରୀମ ଆକାରରେ ଟଙ୍କା ଆଦାୟ କରୁଛନ୍ତି। ଭାରତୀୟ ଟେଲିକମ୍ ବିଭାଗ (ଡିଓଟି) ମୋବାଇଲ୍ ଟାୱାର ସ୍ଥାପନ ନାମରେ ଠକେଇ ବିରୁଦ୍ଧରେ ଲୋକଙ୍କୁ ସତର୍କ କରିଛି। ଟେଲିକମ୍‌ ବିଭାଗ ଏବଂ ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ ଦ୍ୱାରା ଏପରି କୌଣସି ବାର୍ତ୍ତା ପଠାଯାଇନାହିଁ ବୋଲି ଏଥିରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନଭେମ୍ବରରେ ବଢ଼ିବ ପେଟ୍ରୋଲ, ଡିଜେଲ ଓ ମୋବାଇଲ ଟାରିଫ୍; ଆହୁରି ମହଙ୍ଗା ହେବ ଡାଲି, ଅଟା ଓ ଖାଇବା ତେଲ

ସାଇବର ଅପରାଧୀମାନେ ମାସିକ ଭଡ଼ା ଦେବା ବଦଳରେ ଘରର ଛାତ ଉପରେ କିମ୍ବା ଖାଲି ଜମିରେ ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ଲୋକଙ୍କୁ ପ୍ରଲୋଭିତ କରି ନୋଟିସ୍ ପଠାଇ ୫୦୦୦ ଟଙ୍କାର ଅଗ୍ରୀମ ଜମା ମାଗୁଛନ୍ତି। ଏଥିରେ ଠକମାନେ ଏକ ଚିଠି ପ୍ରସ୍ତୁତ କରିଛନ୍ତି, ଯାହା ସରକାରୀ ନିର୍ଦ୍ଦେଶନାମା ପରି ଦେଖାଯାଉଛି। ଏହାର ଭାଷା ମଧ୍ୟ ସରକାରୀ କାଗଜପତ୍ର ଭଳି େହାଇଛି। ଏଥିରେ, ଟାୱାର ସ୍ଥାପନ କରିବା ବଦଳରେ କମ୍ପାନୀର ଓକିଲଙ୍କ ଆକାଉଣ୍ଟରେ ୫୦୦୦ ଟଙ୍କା ଜମା କରିବାକୁ କୁହାଯାଇଛି। କିଛି ଲୋକ ଏହି ଠକେଇର ଶିକାର ହେଉଛନ୍ତି। ଟ୍ରାଇ କହିଛି ଯେ ମୋବାଇଲ୍ ଟାୱାର ସ୍ଥାପନ ପାଇଁ କୌଣସି ଏନ୍‌ଓସି ପ୍ରଦାନ କରାଯାଏନାହିଁ। ଯଦି ଆପଣ ଏପରି କୌଣସି ମେସେଜ୍ ପାଆନ୍ତି, ତେବେ ଏହା ସମ୍ପୂର୍ଣ୍ଣ ନକଲି। ଟ୍ରାଇ କହିବାନୁଯାୟୀ, ଏପରି ମେସେଜ୍ ପାଇବା ପରେ କୌଣସି ପ୍ରକାରର କାରବାର କରିବାରୁ ଦୂରେଇ ରୁହନ୍ତୁ। ଆପଣ ସମ୍ପୃକ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କୁ ଏ ବିଷୟରେ ଜଣାଇବା ଉଚିତ। ଆପଣ ଟେଲିକମ୍ୟୁନିକେସନ୍ ବିଭାଗର ସରକାରୀ ୱେବସାଇଟ୍ ପରିଦର୍ଶନ କରି ମଧ୍ୟ ଯାଞ୍ଚ କରିପାରିବେ ଏବଂ ପୋଲିସ ଷ୍ଟେସନରେ ଠକେଇ ଅଭିଯୋଗ ପଞ୍ଜୀକରଣ ବି କରିପାରିବେ।

ସାଇବର ଠକମାନେ ଲୋକଙ୍କୁ ସେମାନଙ୍କ ଜମି କିମ୍ବା ଛାତ ଉପରେ ଟାୱାର ସ୍ଥାପନ କରିବା ବଦଳରେ ପ୍ରତି ମାସରେ ବହୁତ ଅର୍ଥ ରୋଜଗାର କରିବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଥାନ୍ତି। ଏହାସହିତ, ସେମାନେ ଟେଲିକମ୍ କମ୍ପାନୀ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଚାକିରି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦିଦେଇଥାନ୍ତି। ଏହି କାରଣରୁ ଲୋକମାନେ ସହଜରେ ସେମାନଙ୍କ ଫାଶରେ ପଡ଼ି ଠକେଇର ଶିକାର ହୁଅନ୍ତି। ମୋବାଇଲ୍ ଟାୱାର ଠକେଇରେ, ପ୍ରଥମେ ଠକମାନେ ନିଜକୁ ଟେଲିକମ୍ କମ୍ପାନୀର ପ୍ରତିନିଧି ବୋଲି ଦାବି କରିଥାନ୍ତି। ଏହା ପରେ, କମ୍ପାନୀର ନୀତି ନାମରେ ସେମାନେ ଜମି ମାଲିକଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇଥାନ୍ତି କିମ୍ବା କିଛି ନ କରି ବହୁତ ଟଙ୍କା ରୋଜଗାର କରିବା ଲୋଭ ଦେଖାନ୍ତି। ସେମାନଙ୍କ ଫାଶରେ ପଡ଼ିବା ପରେ, ସେମାନେ କମ୍ପାନୀରେ ପଞ୍ଜିକରଣ କରିବା ନାମରେ ଜମି ମାଲିକଙ୍କଠାରୁ ଫାଇଲ୍ ଚାର୍ଜ ମାଗନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଟେଲିକମ୍ କମ୍ପାନୀ କେବେ ବି କାହାକୁ ଏପରି କଲ୍ କରେ ନାହିଁ ଏବଂ ମୋବାଇଲ୍ ଟାୱାର ଲଗାଇବା ପାଇଁ ପ୍ରସ୍ତାବ ଦିଏ ନାହିଁ। ଯଦି ଏପରି କଲ୍ ଆସୁଥାଏ, ତେବେ ସେହି ଠକମାନଙ୍କଠାରୁ ଦୂରେଇ ରହିବା ଜରୁରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp