ଫାଶ୍‌ଟ୍ୟାଗ୍‌ ୟୁଜର୍ସଙ୍କୁ ଆଶ୍ବସ୍ତି: ଫେବୃଆରୀରୁ ରହିବନି କେୱାଇଭି ଝିନ୍‌ଝଟ୍‌

Madhusudan Das Picture
Published On

ନୂଆଦିଲ୍ଲୀ: ଫାସ୍‌ଟ୍ୟାଗ ପ୍ରସଙ୍ଗରେ ଭାରତୀୟ ଜାତୀୟ ରାଜପଥ ପ୍ରଧିକରଣ (ଏନଏଚ୍‌ଏଆଇ) ବଡ଼ ନିଷ୍ପତ୍ତି ନେଇଛି। ଏଣିକି ବନ୍ଦ ହେବ କାର, ଜିପ୍ ଏବଂ ଭ୍ୟାନ ଭଳି ଚାରି ଚକିଆ ଗାଡ଼ି ପାଇଁ ନୂଆ ଫାସ୍‌ଟ୍ୟାଗ ଜାରି ସମୟରେ ଆବଶ୍ୟକ ହେଉଥିବା ‘ନୋ ୟୋର ଭେଇକିଲ’ (କେୱାଇଭି) ପ୍ରକ୍ରିୟା। ଏହି ପରିବର୍ତ୍ତନ ୨୦୨୬ ଫେବୃଆରୀ ପହିଲାଠାରୁ ଲାଗୁ ହେବ। ଏହା ଫାସ୍‌ଟ୍ୟାଗ ୟୁଜର୍ସଙ୍କୁ ବଡ଼ ଆଶ୍ବସ୍ତି ଦେଇଛି। କାରଣ ଫାସ୍‌ଟ୍ୟାଗ ଆକ୍ଟିଭ ହେବା ପରେ ଦେଖାଦେଉଥିବା ସମସ୍ୟା ଏଣିକି  ଦୂର ହୋଇଯିବ। କେଓ୍ବାଇଭିର ଉଦ୍ଦେଶ୍ୟ ହେଉଛି ଫାସ୍‌ଟ୍ୟାଗ ଠିକ୍ ଭାବେ ଗାଡ଼ିରେ ଲଗାଯିବା ଏବଂ ଏହା ପ୍ରକୃତ ମାଲିକଙ୍କ ସହ ଜଡ଼ିତ ରହିଛି କି’ ନାହିଁ ତାହା ସୁନିଶ୍ଚିତ କରିବା। ଏହାଦ୍ବାରା ଭୁଲ ବ୍ୟବହାର, ନକଲି ଟ୍ୟାଗ କିମ୍ବା ଭୁଲ ଗାଡ଼ି ଦ୍ବାରା ଲିଙ୍କ୍ ହେବା ଭଳି ଅସୁବିଧା ରହି ନ ଥାଏ। ଏହି ଯାଞ୍ଚ ବାହାନ ପୋର୍ଟାଲରେ ପଞ୍ଜିକୃତ ଥିବା ଗାଡ଼ିର ସବିଶେଷ ରେଜିଷ୍ଟ୍ରେସନର ତଥ୍ୟ ଅନୁସାରେ ହୋଇଥାଏ। 

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

ଏସବୁ ଯାଞ୍ଚ ବାଦ୍ ଗାଡ଼ିରେ ପୂର୍ବରୁ କୌଣସି ଆକ୍ଟିଭ ଫାସ୍‌ଟ୍ୟାଗ ଅଛି କି ନାହିଁ , ଯଦି ଅଛି ତାହା କଳା ତାଲିକାଭୁକ୍ତ ହୋଇନାହିଁ ତ। ତାହା କେୱାଇଭି ପ୍ରକ୍ରିୟାରେ ଯାଞ୍ଚ କରାଯାଇଥାଏ। ପୂର୍ବରୁ ଫାସ୍‌ଟ୍ୟାଗ ଆକ୍ଟିଭ ହେବା ପରେ, ବେଳେବେଳେ କେଓ୍ବାଇଭିର ଯାଞ୍ଚ କରିବାକୁ ପଡ଼ୁଥିଲା। ଏହାଦ୍ବାରା ୟୁଜର୍ସଙ୍କୁ ପରେ ଡକ୍ୟୁମେଣ୍ଟ ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ଏହି ନୂଆ ପଦକ୍ଷେପରେ  କେଓ୍ବାଇଭିର ଆବଶ୍ୟକତାକୁ ଶେଷ କରିଦିଆଯାଇଛି। ଯେଉଁ ଗାଡ଼ିରେ ପୂର୍ବରୁ ଫାସ୍‌ଟ୍ୟାଗ ରହିଛି। ସେମାନଙ୍କ ପାଇଁ ମଧ୍ୟ ରୁଟିନ କେଓ୍ବାଇଭିର ଆବଶ୍ୟତା ରହିବନି। ଏହି ଯାଞ୍ଚ କେବଳ ସ୍ବତନ୍ତ୍ର ମାମଲାରେ ହେବ, ଯେମିତି କି ଫାସ୍‌ଟ୍ୟାଗ ଭୁଲ ଉପାୟରେ ଜାରି ହୋଇଥିଲେ କିମ୍ବା ଅନୁଚିତ ବ୍ୟବହାର ହୋଇଥିବା ଅଭିଯୋଗ ଆସିଥିଲେ। ଯଦି କୌଣସି ଅଭିଯୋଗ ହୋଇନାହିଁ ତା’ ହେଲେ ପୁରୁଣା କାରର ଫାସ୍‌ଟ୍ୟାଗ ଉପରେ କୌଣସି କେଓ୍ବାଇଭି କରିବାକୁ ପଡ଼ିବନି। ବ୍ୟାଙ୍କଗୁଡ଼ିକ ଏବେ ବାହନ ପୋର୍ଟାଲରେ ଗାଡ଼ିର ବିବରଣୀ ଯାଞ୍ଚ କରିବା ପରେ ହିଁ ଫାସ୍‌ଟ୍ୟାଗ ଆକ୍ଟିଭ କରିପାରିବେ। ଏବେ ପ୍ରଥମେ ଆକ୍ଟିଭ ଏବଂ ତା’ ପରେ ଯାଞ୍ଚ ସିଷ୍ଟମକୁ ବନ୍ଦ କରାଯାଇଛି।

04 Jan 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର