ଖିଲାପକାରୀ ଘୋଷଣା ପୂର୍ବରୁ ଋଣ ଗ୍ରହୀତାଙ୍କୁ ମିଳିବ ପକ୍ଷ ରଖିବାର ସୁଯୋଗ

The Sakala Picture
Published On

ନୂଆଦିଲ୍ଲୀ: ଋଣ ଗ୍ରହୀତାଙ୍କୁ ମିଳିଛି ଆଶ୍ବସ୍ତି। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଛି। ଏହି ଅନୁଯାୟୀ, ଡିଫଲ୍ଟର ବା ଋଣ ଖିଲାପକାରୀ ଶ୍ରେଣୀଭୁକ୍ତ କରିବା ପୂର୍ବରୁ ବ୍ୟାଙ୍କଗୁଡିକୁ ଏଣିକି ଜଣେ ଋଣଗ୍ରହୀତାକୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ ପଡିବ। ସର୍ବୋଚ୍ଚ ଅଦାଲତ ଦେଇଥିବା ଆଦେଶ ଅନୁଯାୟୀ, ପ୍ରାକୃତିକ ନ୍ୟାୟର ସିଦ୍ଧାନ୍ତକୁ ଦୃଷ୍ଟିରେ ରଖି ଋଣକାରୀମାନଙ୍କୁ ଅଡ଼ିଟ୍ ରିପୋର୍ଟର ଫଳାଫଳକୁ ବୁଝାଇବାକୁ ସୁଯୋଗ ଦିଆଯାଉ। ଏହି ଆଦେଶ ପରେ ବ୍ୟାଙ୍କଗୁଡିକ ଋଣ […]

ନୂଆଦିଲ୍ଲୀ: ଋଣ ଗ୍ରହୀତାଙ୍କୁ ମିଳିଛି ଆଶ୍ବସ୍ତି। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଛି। ଏହି ଅନୁଯାୟୀ, ଡିଫଲ୍ଟର ବା ଋଣ ଖିଲାପକାରୀ ଶ୍ରେଣୀଭୁକ୍ତ କରିବା ପୂର୍ବରୁ ବ୍ୟାଙ୍କଗୁଡିକୁ ଏଣିକି ଜଣେ ଋଣଗ୍ରହୀତାକୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ ପଡିବ। ସର୍ବୋଚ୍ଚ ଅଦାଲତ ଦେଇଥିବା ଆଦେଶ ଅନୁଯାୟୀ, ପ୍ରାକୃତିକ ନ୍ୟାୟର ସିଦ୍ଧାନ୍ତକୁ ଦୃଷ୍ଟିରେ ରଖି ଋଣକାରୀମାନଙ୍କୁ ଅଡ଼ିଟ୍ ରିପୋର୍ଟର ଫଳାଫଳକୁ ବୁଝାଇବାକୁ ସୁଯୋଗ ଦିଆଯାଉ। ଏହି ଆଦେଶ ପରେ ବ୍ୟାଙ୍କଗୁଡିକ ଋଣ ନେଇଥିବା ବ୍ୟକ୍ତିଙ୍କୁ ଏହିପରି ମାମଲାରେ ପକ୍ଷ ରଖିବାକୁ ତିନି ସପ୍ତାହ ସମୟ ଦେବାକୁ ପଡିବ। ଏଥିସହ ଉତ୍ତର ଶୁଣିବା ବିନା ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ଗ୍ରହୀତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିପାରିବେନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ବ୍ୟାଙ୍କ କ୍ଷେତ୍ରର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବ୍ୟାଙ୍କିଙ୍ଗ୍‌ ଅନୁଯାୟୀ ୯୦ ଦିନର କୁଲିଂ ଅବଧି ସମୟ ପରେ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ଋଣ ଗ୍ରହୀତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତିିଥା। ଅନେକ ଥର ଦେଖାଯାଇଛି ଯେ ବ୍ୟାଙ୍କ ତରଫରୁ ତତ୍ପରତା ଅତ୍ୟଧିକ ମାତ୍ରାରେ ଦେଖାଯାଇଥାଏ। ଏହି କାରଣରୁ ଦେଶର ର୍ବୋଚ୍ଚ ଅଦାଲତ ଗତ ବର୍ଷ ଆରବିଆଇକୁ ଋଣ ଅସୁଲ ନିୟମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଭଏସ୍ ଅଫ୍ ବ୍ୟାଙ୍କିଙ୍ଗ୍ ସଂଗଠନର ଅଶ୍ୱିନୀ ରାଣାଙ୍କ ଅନୁଯାୟୀ ଯେତେବେଳେ ଜଣେ ବ୍ୟକ୍ତି ଋଣ ନେବାକୁ ଯାଆନ୍ତି। ତା’ପରେ ବ୍ୟାଙ୍କ ତାଙ୍କର ସମସ୍ତ ଦଲିଲ, ସ୍ଥିତି ଏବଂ ଅନ୍ୟାନ୍ୟ ଦିଗକୁ ବିଚାର କରେ। ଏପରି ପରିସ୍ଥିତିରେ, ଯେତେବେଳେ ସମାନ ବ୍ୟକ୍ତି କିଛି ସମୟ ପାଇଁ ଋଣ ପରିଶୋଧ କରିବାକୁ ସକ୍ଷମ ହୁଅନ୍ତି ନାହିଁ ସେତେବେଳେ ଏହାର କାରଣ ଜାଣିବା ପାଇଁ ତାଙ୍କୁ ସୁଯୋଗ ଦିଆଯାଇ ନ ଥାଏ। ଏଥିପାଇଁ ଏକ ସୁଯୋଗ ଦିଆଯିବା ବ୍ୟାଙ୍କ ଦ୍ବାରା ଆଇନଗତ ପ୍ରକ୍ରିୟା ଆରମ୍ଭ ହେବା ପରେ ଏବଂ ସମ୍ପୃକ୍ତ ଋଣ ଗ୍ରହୀତାଙ୍କ ଅବସ୍ଥା ଜାଣିବା ପରେ ମଧ୍ୟ ବ୍ୟାଙ୍କ ଅଧିକାରୀମାନେ କୌଣସି ସହାୟତା ଦେଇପାରି ନ ଥାନ୍ତି। ବ୍ୟାଙ୍କିଙ୍ଗ ପ୍ରସଙ୍ଗରେ ବିଶେଷଜ୍ଞ ଆଇନଜୀବୀ ଶ୍ରୀକାନ୍ତ ଶୁକ୍ଲାଙ୍କ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପ୍ରାକୃତିକ ନ୍ୟାୟ ଉପରେ ଆଧାରିତ। ଏହାପୂର୍ବରୁ, ଯଦି କୌଣସି ବ୍ୟାଙ୍କ ଋଣଗ୍ରହୀତାକୁ ଖିଲାପାକରୀ କିମ୍ବା ଡିଫଲ୍ଟର ଭାବରେ ବର୍ଗୀକୃତ କରି ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥାନ୍ତେ, ତେବେ ଏପରି ପରିସ୍ଥିତିରେ ଋଣଗ୍ରହୀତା କେବଳ କୋର୍ଟକୁ ଯାଇ ନିଜର ମାମଲା କିମ୍ବା ପ୍ରତିରକ୍ଷା ଉପସ୍ଥାପନ କରିପାରନ୍ତି। ଯେଉଁଠାରେ ବ୍ୟାଙ୍କର ମୂଳ ଉଦ୍ଦେଶ୍ୟ ହେଉଛି ଦିଆଯାଇଥିବା ଋଣ ଫେରସ୍ତ ନେବା। ଶ୍ରୀ ଶୁକ୍ଲା କହିଛନ୍ତି ଯେ ଦେଶରେ ଏଭଳି ଲକ୍ଷ ଲକ୍ଷ ମାମଲା ରହିଛି ଯେଉଁଥିରେ ଋଣ ନେଇଥିବା ବ୍ୟକ୍ତି ଆରବିଆଇକୁ କହିଥିଲେ ଯେ ବ୍ୟାଙ୍କ ନେଇଥିବା ପଦକ୍ଷେପ ମାତ୍ରାଧିକ। ଯେତେବେଳେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା, ସେତେବେଳେ ଋଣ ଗ୍ରହୀତାଙ୍କୁ ଏକ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର