ହୁରୁନ୍‌ ବିଶ୍ବ ଧନୀ ତାଲିକା, ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ

The Sakala Picture
Published On

ନୁଆଦିଲ୍ଲୀ: ହୁରୁନ ବିଶ୍ବ ଧନୀ ତାଲିକା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀ ଏବେ ଦେଶର ସବୁଠୁ ଧନୀ ବ୍ୟକ୍ତି। ଗୌତମ ଆଦାନୀ ଏହି ସୂଚୀରେ ୨୩ତମ ସ୍ଥାନକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୮୨ ବିଲିୟନ ଡଲାର ରହିଥିବାବେଳେ ଗୌତମ ଆଦାନୀ ଓ ତାଙ୍କ ପରିବାର ପାଖରେ ୫୩ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଗତ ଏକ ବର୍ଷ ମଧ୍ୟରେ ଉଭୟ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇଛି। […]

ନୁଆଦିଲ୍ଲୀ: ହୁରୁନ ବିଶ୍ବ ଧନୀ ତାଲିକା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀ ଏବେ ଦେଶର ସବୁଠୁ ଧନୀ ବ୍ୟକ୍ତି। ଗୌତମ ଆଦାନୀ ଏହି ସୂଚୀରେ ୨୩ତମ ସ୍ଥାନକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୮୨ ବିଲିୟନ ଡଲାର ରହିଥିବାବେଳେ ଗୌତମ ଆଦାନୀ ଓ ତାଙ୍କ ପରିବାର ପାଖରେ ୫୩ ବିଲିୟନ ଡଲାରର ସମ୍ପତ୍ତି ରହିଛି। ଗତ ଏକ ବର୍ଷ ମଧ୍ୟରେ ଉଭୟ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇଛି। ଏହି ସମୟରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୨୦ ପ୍ରତିଶତ ହ୍ରାସ ଘଟିଛି। ସେହିପରି ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୩୫ ପ୍ରତିଶତ ହ୍ରାସ ଘଟିଛି। ସାଇରସ ପୁନାୱାଲା ଓ ଶିବ ନାଦର ପରିବାର ଯଥାକ୍ରମେ ତାଲିକାର ୪୬ ଓ ୫୦ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସ୍ୱର୍ଗତ ରାକେଶ ଝୁନଝୁନୱାଲା, ତାଙ୍କ ପତ୍ନୀ ରେଖା ଝୁନଝୁନୱାଲା ଏବଂ ତାଙ୍କ ପରିବାର ପ୍ରଥମଥର ପାଇଁ ସ୍ଥାନ ପାଇଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

୨୦୨୩ ମସିହାର ତାଲିକାରେ ମୋଟ ୩୩୧୨ ଅରବପତି ସ୍ଥାନ ପାଇଛନ୍ତି। ଏଥିରେ ଆମେରିକା, ଚୀନ୍ ଓ ଭାରତର ସବୁଠାରୁ ଅଧିକ ଅରବପତି ରହିଛନ୍ତି। ଭାରତର ୧୮୭ ଅରବପତି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ ୧୬ ଜଣ ଅରବପତି ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ହୁରୁନ ରିପୋର୍ଟ ଅନୁଯାୟୀ, ଭାରତରେ ରହୁଥିବା ଅରବପତିମାନଙ୍କର ପସନ୍ଦର ସ୍ଥାନ ହେଉଛି ଦେଶର ଅର୍ଥିକ ରାଜଧାନୀ ମୁମ୍ବଇ। ମୁମ୍ବାଇ ହେଉଛି ଦେଶର ଏକମାତ୍ର ସହର, ଯେଉଁଠାରେ ଦେଶର ପ୍ରାୟ ଏକ ତୃତୀୟାଂଶ ଅରବପତି ରହୁଛନ୍ତି। ମୁମ୍ବଇରେ ରହୁଥବା ଅରବପତିଙ୍କ ସଂଖ୍ୟା ବାଙ୍ଗାଲୋରରେ ରହୁଥିବା ଅରବପତିଙ୍କ ତୁଳନାରେ ତିନି ଗୁଣ ଅଧିକ। ଏଥିସହିତ ଦିଲ୍ଲୀ ତୁଳନାରେ ଏହା ଦୁଇଗୁଣରୁ ଅଳ୍ପ କମ୍। ମୁମ୍ବଇରେ ୬୬ ଜଣ ଅରବପତି ରହୁଛନ୍ତି। ଯାହା ଦେଶର ମୋଟ ଅରବପତିଙ୍କ ସଂଖ୍ୟାର ଏକ ତୃତୀୟାଂଶ। ରାଜଧାନୀ ଦିଲ୍ଲୀରେ ୩୯ ଜଣ ଏବଂ ବେଙ୍ଗାଲୁରୁରେ ୨୧ ଜଣ ଅରବପତି ବାସ କରୁଛନ୍ତି। ବର୍ତ୍ତମାନ ଦେଶରେ ୧୮୭ ଅରବପତି ରହୁଛନ୍ତି।

23 Mar 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର