ଇଣ୍ଡିଗୋ ଏୟାର ଲାଇନ୍ସ ପାଇଁ ବଢ଼ୁଛି ଅଡୁଆ; ପାଇଲଟ୍‌ ଓ କ୍ୟାବିନ୍‌ କ୍ରିୟୁଙ୍କ ପରେ ସମୂହ ଛୁଟିରେ ଗଲେ ମେଣ୍ଟେନାନ୍ସ ଟେକ୍ନିସିଆନ୍‌

The Sakala Picture
Published On

ନୂଆଦିଲ୍ଲୀ: ଘରୋଇ ବିମାନେ ସେବା ପ୍ରଦାନାକରୀ ଇଣ୍ଡିଗୋ ଏୟାରଲାଇନ୍ସ ପାଇଁ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି। ପାଇଲଟ୍ ଏବଂ କ୍ୟାବିନ କ୍ରୁଙ୍କ ପରେ ଇଣ୍ଡିଗୋ ଏୟାର ଲାଇନ୍ସର ବହୁ ସଂଖ୍ୟାରେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଟେକ୍ନିସିଆନ ଏବେ ସାମୂହିକ ଛୁଟିରେ ଯାଇଛନ୍ତି। ହାଇଦ୍ରାବାଦ ଏବଂ ଦିଲ୍ଲୀ ଭଳି ପ୍ରମୁଖ ବିମାନ ବନ୍ଦରେ ବିମାନ କମ୍ପାନୀ ଲାଗି ଏଭଳି ପରିସ୍ଥିତି ଉପୁଜିଛି। ଯାହାଫଳରେ ବିମାନ ଉଡାଣ ନେଇ ସମସ୍ୟା ଦେଖାଦେଇଛି। ତେବେ ଏ ପର୍ଯ୍ୟନ୍ତ ଇଣ୍ଡିଗୋ ପକ୍ଷରୁ ପ୍ରସଙ୍ଗ […]

ନୂଆଦିଲ୍ଲୀ: ଘରୋଇ ବିମାନେ ସେବା ପ୍ରଦାନାକରୀ ଇଣ୍ଡିଗୋ ଏୟାରଲାଇନ୍ସ ପାଇଁ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି। ପାଇଲଟ୍ ଏବଂ କ୍ୟାବିନ କ୍ରୁଙ୍କ ପରେ ଇଣ୍ଡିଗୋ ଏୟାର ଲାଇନ୍ସର ବହୁ ସଂଖ୍ୟାରେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଟେକ୍ନିସିଆନ ଏବେ ସାମୂହିକ ଛୁଟିରେ ଯାଇଛନ୍ତି। ହାଇଦ୍ରାବାଦ ଏବଂ ଦିଲ୍ଲୀ ଭଳି ପ୍ରମୁଖ ବିମାନ ବନ୍ଦରେ ବିମାନ କମ୍ପାନୀ ଲାଗି ଏଭଳି ପରିସ୍ଥିତି ଉପୁଜିଛି। ଯାହାଫଳରେ ବିମାନ ଉଡାଣ ନେଇ ସମସ୍ୟା ଦେଖାଦେଇଛି। ତେବେ ଏ ପର୍ଯ୍ୟନ୍ତ ଇଣ୍ଡିଗୋ ପକ୍ଷରୁ ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅପରପକ୍ଷେ କମ୍ପାନୀ ପକ୍ଷରୁ ହାଇଦ୍ରାବାଦ ଏବଂ ଦିଲ୍ଲୀର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା 'କ୍ୟୁଡେଙ୍ଗା' (Qdenga), ୪ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇର ମଞ୍ଜୁରୀ

ରିପୋର୍ଟ ଅନୁଯାୟୀ, ଜୁଲାଇ ୮ରେ ହାଇଦ୍ରାବାଦରେ ନାଇଟ୍ ସିଫ୍ଟ ପାଇଁ କିଛି ଟେକ୍ନିସିଆନ ରିପୋର୍ଟ କରି ନ ଥିଲେ। ଟେକ୍ନିସିଆନ ସମୂହ ଛୁଟିରେ ରହିବା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଉଡାଣରେ ବିଳମ୍ବ ହେବା ନେଇ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ। ଏହାପୂର୍ବରୁ ଜୁଲାଇ ୨ ରେ ଇଣ୍ଡିଗୋର କ୍ୟାବିନ କ୍ରିୟୁମାନେ ବହୁ ସଂଖ୍ୟାରେ ସାମୂହିକ ଛୁଟିରେ ରହିଥିଲେ। ସେତେେବଳେ ଇଣ୍ଡିଗୋ କର୍ମଚାରୀମାନେ ଏୟାର ଇଣ୍ଡିଆର ୱାକ୍‌ ଇନ୍‌-ଇଣ୍ଟର ଭ୍ୟୁରେ ଯାଇଥିବା କୁହାଯାଇଥିଲା। ସେହି ଦିନ ଇଣ୍ଡିଗୋ ବିମାନ ଉଡାଣ ୫୫ ପ୍ରତିଶତ ବିଳମ୍ବ ହୋଇଥିଲା। ବର୍ତ୍ତମାନ ଇଣ୍ଡିଗୋର ବିମାନ ସେବାରେ ଏକ ବଡ଼ ଧରଣର ପରିବର୍ତ୍ତନ ଚାଲିଛି। କମ୍ପାନୀର ସିଇଓ ରୋନୋଜୟ ଦତ୍ତା ଏବଂ ମୁଖ୍ୟ ବାଣିଜ୍ୟ ଅଧିକାରୀ ୱିଲି ବୋଲ୍ଟରଙ୍କ ସହ ଅନ୍ୟ କିଛି ଅଧିକାରୀ ଇସ୍ତଫା ଦେଇଛନ୍ତି। କେଏଲଏମ ରୟାଲ ଡଚ୍ ଏୟାରଲାଇନ୍ସର ଅଧ୍ୟକ୍ଷ ତଥା ସିଇଓ ପିଟର ଏଲବର୍ସ ଇଣ୍ଡିଗୋର ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

କରୋନା ମହାମାରୀ ସମୟରେ ଇଣ୍ଡିଗୋ ଏହାର ପାଇଲଟଙ୍କ ଦରମାରେ ୨୮% ପର୍ଯ୍ୟନ୍ତ ହ୍ରାସ କରିଥିଲା। ଚଳିତବର୍ଷ ଏପ୍ରିଲ ପହିଲାରେ ପାଇଲଟଙ୍କ ଦରମା ୮% ଏବଂ ପୁନର୍ବାର ଆଉ ୮% ବୃଦ୍ଧି କରିବାକୁ ବିମାନ କମ୍ପାନୀ ନିଷ୍ପତ୍ତି ନେଇସାରିଛି। ଏହା ସତ୍ତ୍ବେ ବର୍ତ୍ତମାନର ଦରମା ୨୦୨୦ର ପୂର୍ବ ସ୍ତର ତୁଳନାରେ ପ୍ରାୟ ୧୬% କମ୍ ରହିଛି। ଏହାବ୍ୟତୀତ ଚଳିତବର୍ଷ ଜାନୁଆରୀରେ ଟାଟା ଗ୍ରୁପ ଏୟାର ଇଣ୍ଡିଆ ଅଧିଗ୍ରହଣ କରିଥିଲା। ନୂତନ ବିମାନ କିଣିବା ଏବଂ ଏହାର ସେବାରେ ଉନ୍ନତି ଆଣିବାକୁ ଯୋଜନା କରୁଥିବାରୁ ଏୟାର ଇଣ୍ଡିଆ ନୂତନ କ୍ରିୟୁଙ୍କ ପାଇଁ ଏକ ନିଯୁକ୍ତି ଡ୍ରାଇଭ୍ ଆରମ୍ଭ କରିଛି। ସେଥିରେ ଅଧିକାଂଶ କର୍ମଚାରୀ ଇଣ୍ଡିଗୋର ରହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

11 Jul 2022 By The Sakala

ଇଣ୍ଡିଗୋ ଏୟାର ଲାଇନ୍ସ ପାଇଁ ବଢ଼ୁଛି ଅଡୁଆ; ପାଇଲଟ୍‌ ଓ କ୍ୟାବିନ୍‌ କ୍ରିୟୁଙ୍କ ପରେ ସମୂହ ଛୁଟିରେ ଗଲେ ମେଣ୍ଟେନାନ୍ସ ଟେକ୍ନିସିଆନ୍‌

ନୂଆଦିଲ୍ଲୀ: ଘରୋଇ ବିମାନେ ସେବା ପ୍ରଦାନାକରୀ ଇଣ୍ଡିଗୋ ଏୟାରଲାଇନ୍ସ ପାଇଁ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି। ପାଇଲଟ୍ ଏବଂ କ୍ୟାବିନ କ୍ରୁଙ୍କ ପରେ ଇଣ୍ଡିଗୋ ଏୟାର ଲାଇନ୍ସର ବହୁ ସଂଖ୍ୟାରେ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଟେକ୍ନିସିଆନ ଏବେ ସାମୂହିକ ଛୁଟିରେ ଯାଇଛନ୍ତି। ହାଇଦ୍ରାବାଦ ଏବଂ ଦିଲ୍ଲୀ ଭଳି ପ୍ରମୁଖ ବିମାନ ବନ୍ଦରେ ବିମାନ କମ୍ପାନୀ ଲାଗି ଏଭଳି ପରିସ୍ଥିତି ଉପୁଜିଛି। ଯାହାଫଳରେ ବିମାନ ଉଡାଣ ନେଇ ସମସ୍ୟା ଦେଖାଦେଇଛି। ତେବେ ଏ ପର୍ଯ୍ୟନ୍ତ ଇଣ୍ଡିଗୋ ପକ୍ଷରୁ ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅପରପକ୍ଷେ କମ୍ପାନୀ ପକ୍ଷରୁ ହାଇଦ୍ରାବାଦ ଏବଂ ଦିଲ୍ଲୀର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ରିପୋର୍ଟ ଅନୁଯାୟୀ, ଜୁଲାଇ ୮ରେ ହାଇଦ୍ରାବାଦରେ ନାଇଟ୍ ସିଫ୍ଟ ପାଇଁ କିଛି ଟେକ୍ନିସିଆନ ରିପୋର୍ଟ କରି ନ ଥିଲେ। ଟେକ୍ନିସିଆନ ସମୂହ ଛୁଟିରେ ରହିବା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଉଡାଣରେ ବିଳମ୍ବ ହେବା ନେଇ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ। ଏହାପୂର୍ବରୁ ଜୁଲାଇ ୨ ରେ ଇଣ୍ଡିଗୋର କ୍ୟାବିନ କ୍ରିୟୁମାନେ ବହୁ ସଂଖ୍ୟାରେ ସାମୂହିକ ଛୁଟିରେ ରହିଥିଲେ। ସେତେେବଳେ ଇଣ୍ଡିଗୋ କର୍ମଚାରୀମାନେ ଏୟାର ଇଣ୍ଡିଆର ୱାକ୍‌ ଇନ୍‌-ଇଣ୍ଟର ଭ୍ୟୁରେ ଯାଇଥିବା କୁହାଯାଇଥିଲା। ସେହି ଦିନ ଇଣ୍ଡିଗୋ ବିମାନ ଉଡାଣ ୫୫ ପ୍ରତିଶତ ବିଳମ୍ବ ହୋଇଥିଲା। ବର୍ତ୍ତମାନ ଇଣ୍ଡିଗୋର ବିମାନ ସେବାରେ ଏକ ବଡ଼ ଧରଣର ପରିବର୍ତ୍ତନ ଚାଲିଛି। କମ୍ପାନୀର ସିଇଓ ରୋନୋଜୟ ଦତ୍ତା ଏବଂ ମୁଖ୍ୟ ବାଣିଜ୍ୟ ଅଧିକାରୀ ୱିଲି ବୋଲ୍ଟରଙ୍କ ସହ ଅନ୍ୟ କିଛି ଅଧିକାରୀ ଇସ୍ତଫା ଦେଇଛନ୍ତି। କେଏଲଏମ ରୟାଲ ଡଚ୍ ଏୟାରଲାଇନ୍ସର ଅଧ୍ୟକ୍ଷ ତଥା ସିଇଓ ପିଟର ଏଲବର୍ସ ଇଣ୍ଡିଗୋର ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିବେ।

କରୋନା ମହାମାରୀ ସମୟରେ ଇଣ୍ଡିଗୋ ଏହାର ପାଇଲଟଙ୍କ ଦରମାରେ ୨୮% ପର୍ଯ୍ୟନ୍ତ ହ୍ରାସ କରିଥିଲା। ଚଳିତବର୍ଷ ଏପ୍ରିଲ ପହିଲାରେ ପାଇଲଟଙ୍କ ଦରମା ୮% ଏବଂ ପୁନର୍ବାର ଆଉ ୮% ବୃଦ୍ଧି କରିବାକୁ ବିମାନ କମ୍ପାନୀ ନିଷ୍ପତ୍ତି ନେଇସାରିଛି। ଏହା ସତ୍ତ୍ବେ ବର୍ତ୍ତମାନର ଦରମା ୨୦୨୦ର ପୂର୍ବ ସ୍ତର ତୁଳନାରେ ପ୍ରାୟ ୧୬% କମ୍ ରହିଛି। ଏହାବ୍ୟତୀତ ଚଳିତବର୍ଷ ଜାନୁଆରୀରେ ଟାଟା ଗ୍ରୁପ ଏୟାର ଇଣ୍ଡିଆ ଅଧିଗ୍ରହଣ କରିଥିଲା। ନୂତନ ବିମାନ କିଣିବା ଏବଂ ଏହାର ସେବାରେ ଉନ୍ନତି ଆଣିବାକୁ ଯୋଜନା କରୁଥିବାରୁ ଏୟାର ଇଣ୍ଡିଆ ନୂତନ କ୍ରିୟୁଙ୍କ ପାଇଁ ଏକ ନିଯୁକ୍ତି ଡ୍ରାଇଭ୍ ଆରମ୍ଭ କରିଛି। ସେଥିରେ ଅଧିକାଂଶ କର୍ମଚାରୀ ଇଣ୍ଡିଗୋର ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp