ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

କ’ଣ ହୋଇପାରେ ଅସ୍ତ୍ରବିରତିର ଆଧାର, ସାଧାରଣରେ ଉଠୁଛି ବଡ଼ ପ୍ରଶ୍ନ

The Sakala Picture
Published On

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ମଧ୍ୟରେ ଯୁଦ୍ଧର ଗତି ଆଗକୁ ଆହୁରି ତୀବ୍ର ହେବାର ଆଶଙ୍କା ବଢାଇଥିଲା ବେଳେ ଅପ୍ରତ୍ୟାଶିତ ଭାବେ ଯୁଦ୍ଧ ବିରତି ଘୋଷଣା ସବୁ ମହଲରେ ବିସ୍ମୟ ସୃଷ୍ଟି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଭାରତ ଏବଂ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ ନିଜେ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଟ୍ବିଟ୍‌ କରିବା ଖବର ସାମ୍ନାକୁ ଆସିବାର କିଛି ସମୟ ପରେ ଭାରତ ସରକାରଙ୍କ ପକ୍ଷରୁ […]

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ମଧ୍ୟରେ ଯୁଦ୍ଧର ଗତି ଆଗକୁ ଆହୁରି ତୀବ୍ର ହେବାର ଆଶଙ୍କା ବଢାଇଥିଲା ବେଳେ ଅପ୍ରତ୍ୟାଶିତ ଭାବେ ଯୁଦ୍ଧ ବିରତି ଘୋଷଣା ସବୁ ମହଲରେ ବିସ୍ମୟ ସୃଷ୍ଟି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଭାରତ ଏବଂ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ ନିଜେ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଟ୍ବିଟ୍‌ କରିବା ଖବର ସାମ୍ନାକୁ ଆସିବାର କିଛି ସମୟ ପରେ ଭାରତ ସରକାରଙ୍କ ପକ୍ଷରୁ ଯୁଦ୍ଧ ବିରତି ନେଇ ସୂଚନା ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ରୁଷିଆ ଉପରେ ୟୁକ୍ରେନର ବଡ଼ ଡ୍ରୋନ୍ ଆକ୍ରମଣ: ୧୨ ମୃତ, ୩୯ ଆହତ; ତେଲ ରିଫାଇନାରୀ କ୍ଷତିଗ୍ରସ୍ତ

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ବିକ୍ରମ ମିଶ୍ରି ଏ ସମ୍ପର୍କରେ ବିଧିବଦ୍ଧ ଭାବେ ସୂଚନା ଦେଇଥିଲେ। ତେବେ ଅଚାନକ ଭାବେ ଭାରତ ଏବଂ ପାକିସ୍ତାନ ଯୁଦ୍ଧ ବିରତି ପାଇଁ କାହିଁକି ରାଜି ହେଲେ ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନ ଉଠାଇଛି। ତେବେ ଯୁଦ୍ଧ ବିରତି ପଛରେ ଆମେରିକାର ମଧ୍ୟସ୍ଥତା ଏବଂ ପାକିସ୍ତାନକୁ ଆଇଏମଏଫର ୨.୩ ବିଲିୟନ ଡଲାରର ଋଣ ଅନୁମୋଦନ ଅନ୍ୟ ଏକ ପ୍ରମୁଖ କାରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ ତୈଳ କ୍ରୟ ଉପରେ ମନ୍ତବ୍ୟ ଦେଇ ଟ୍ରୋଲ୍‌ର ଶିକାର ହୋଇଥିଲେ ଆମେରିକୀୟ ଅଧିକାରୀ ପିଟର୍ ନାଭାରୋ; ମୋଦୀ-ଟ୍ରମ୍ପ ସମ୍ପର୍କ ଉପରେ ରଖିଲେ ପ୍ରତିକ୍ରିୟା

ଗତକାଲି ରାତିରେ ପାକିସ୍ତାନକୁ ଋଣ ଅନୁମୋଦନ କରିବା ନେଇ ଆଇଏମଏଫର କାର୍ଯ୍ୟକାରୀ ବୋର୍ଡ ବୈଠକ ବସିଥିଲା। ଭାରତ ଏହାକୁ ବିରୋଧ କରିଥିଲେ ହେଁ ଶେଷ ମୁହୂର୍ତ୍ତରେ ଆଇଏମଏଫ ପାକିସ୍ତାନକୁ ଦୁଇଟି ପର୍ଯ୍ୟାୟରେ ୨.୩ ବିଲିୟନ ଡଲାର ଦେବାକୁ ଅନୁମୋଦନ ଦେଇଥିବା ଜଣାପଡ଼ିଥିଲା। କିନ୍ତୁ ଏହାର କିଛି ସମୟ ପରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ସହ କଥା ହେବା ସହିତ ତୁରନ୍ତ ଉତ୍ତେଜନା ବନ୍ଦ କରିବାକୁ କହିଥିଲେ। ନଚେତ ପାକିସ୍ତାନ ପାଇଁ ଆଗକୁ ଭୟଙ୍କର ସ୍ଥିତି ଉପୁଜିବାରେ ବୋଲି ରୁବିଓ ସତର୍କ କରାଇ ଦେଇଥିଲେ। ଏହି ଦୁଇଟି କଥାରୁ ଯୁଦ୍ଧ ବିରତି ପାଇଁ ଆମେରିକା ବଡ଼ ପଦକ୍ଷେପ ଉଠାଇଥାଇପାରେ ବୋଲି ଆକଳନ କରାଯାଉଛି। ଗୋଟିଏ ପଟରେ ପାକିସ୍ତାନକୁ ଋଣ ସହାୟତା କରିବାକୁ ଆମେରିକା ଯୁଦ୍ଧ ବିରତି ପାଇଁ ସର୍ତ୍ତ ରଖିଥିବା ଏବଂ ଏହାକୁ ପାକିସ୍ତାନ ମାନି ନେଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: JPSC ମହାଘୋଟାଲା: ପାସ୍‌ ପାଇଁ ୧୦୦ କୋଟିର ଡିଲ୍‌, କାଟାଗୋରୀ ଅନୁସାରେ ଧାର୍ଯ୍ୟ ହୋଇଥିଲା ରେଟ୍‌

ଅନ୍ୟପକ୍ଷରେ ଭାରତର ବଡ଼ ଆକ୍ରମଣରୁ ବର୍ତ୍ତିବା ପାଇଁ ପାକିସ୍ତାନ ଯୁଦ୍ଧ ବିରତି ବୁଝାମଣା କରିବାର ଅନ୍ୟତମ କାରଣ ହୋଇପାରେ ବୋଲି କୁହାଯାଉଛି। ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ଦିଲ୍ଲୀକୁ ଲକ୍ଷ୍ୟ କରି ପ୍ରଥମଥର ଲାଗି ‘ଫତେହ-୨’ ଦୂରଗାମୀ ତଥା ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିଲା। କିନ୍ତୁ ଭାରତୀୟ ସେନାର ଏୟାର ଡିଫେନ୍ସ ସିଷ୍ଟମ ଏହି କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ନଷ୍ଟ କରିଦେଇଥିଲା ଏବଂ ଏହା ହରିୟାଣାାର ହିସାର ଅଞ୍ଚଳରେ ପଡ଼ିଥିଲା। ହେଲେ ଭାରତ ବିରୋଧରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରାଯିବା ପରେ ଭାରତ ପକ୍ଷରୁ ପାକିସ୍ତାନର ୬ଟି ଏୟାରବେସ୍‌ ଉପରେ ଆକ୍ରମଣ କରାଯାଇ ସେଗୁଡିକୁ ନଷ୍ଟ କରି ଦିଆଯାଇଥିଲା। ଏହାଛଡ଼ା ଭାରତ ମଧ୍ୟ ପାକିସ୍ତାନ ବିରୋଧରେ ଅଗ୍ନି ଭଳି ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତୁତି ନେଇଥିଲା। ଗୋଟିଏ ପକ୍ଷରେ ପାକିସ୍ତାନର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା ବେଳେ ଗୁଳିଗୋଳା ମଧ୍ୟ ଶେଷ ହେବାକୁ ବସିଥିଲା। ଯଦି ଭାରତ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରେ ତେବେ ପାକିସ୍ତାନର ଭାରୀ କ୍ଷତି ଘଟିବା ଆଶଙ୍କାରେ ପାକିସ୍ତାନ ସରକାର ଆମେରିକାର ସତର୍କତା ଅନୁଯାୟୀ ଯୁଦ୍ଧ ବିରତି ପାଇଁ ରାଜି ହୋଇଥାଇପାରନ୍ତି ବୋଲି କୁହାଯାଇଛି।

11 May 2025 By The Sakala

କ’ଣ ହୋଇପାରେ ଅସ୍ତ୍ରବିରତିର ଆଧାର, ସାଧାରଣରେ ଉଠୁଛି ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ମଧ୍ୟରେ ଯୁଦ୍ଧର ଗତି ଆଗକୁ ଆହୁରି ତୀବ୍ର ହେବାର ଆଶଙ୍କା ବଢାଇଥିଲା ବେଳେ ଅପ୍ରତ୍ୟାଶିତ ଭାବେ ଯୁଦ୍ଧ ବିରତି ଘୋଷଣା ସବୁ ମହଲରେ ବିସ୍ମୟ ସୃଷ୍ଟି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଭାରତ ଏବଂ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ ନିଜେ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଟ୍ବିଟ୍‌ କରିବା ଖବର ସାମ୍ନାକୁ ଆସିବାର କିଛି ସମୟ ପରେ ଭାରତ ସରକାରଙ୍କ ପକ୍ଷରୁ ଯୁଦ୍ଧ ବିରତି ନେଇ ସୂଚନା ଦିଆଯାଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ବିକ୍ରମ ମିଶ୍ରି ଏ ସମ୍ପର୍କରେ ବିଧିବଦ୍ଧ ଭାବେ ସୂଚନା ଦେଇଥିଲେ। ତେବେ ଅଚାନକ ଭାବେ ଭାରତ ଏବଂ ପାକିସ୍ତାନ ଯୁଦ୍ଧ ବିରତି ପାଇଁ କାହିଁକି ରାଜି ହେଲେ ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନ ଉଠାଇଛି। ତେବେ ଯୁଦ୍ଧ ବିରତି ପଛରେ ଆମେରିକାର ମଧ୍ୟସ୍ଥତା ଏବଂ ପାକିସ୍ତାନକୁ ଆଇଏମଏଫର ୨.୩ ବିଲିୟନ ଡଲାରର ଋଣ ଅନୁମୋଦନ ଅନ୍ୟ ଏକ ପ୍ରମୁଖ କାରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଗତକାଲି ରାତିରେ ପାକିସ୍ତାନକୁ ଋଣ ଅନୁମୋଦନ କରିବା ନେଇ ଆଇଏମଏଫର କାର୍ଯ୍ୟକାରୀ ବୋର୍ଡ ବୈଠକ ବସିଥିଲା। ଭାରତ ଏହାକୁ ବିରୋଧ କରିଥିଲେ ହେଁ ଶେଷ ମୁହୂର୍ତ୍ତରେ ଆଇଏମଏଫ ପାକିସ୍ତାନକୁ ଦୁଇଟି ପର୍ଯ୍ୟାୟରେ ୨.୩ ବିଲିୟନ ଡଲାର ଦେବାକୁ ଅନୁମୋଦନ ଦେଇଥିବା ଜଣାପଡ଼ିଥିଲା। କିନ୍ତୁ ଏହାର କିଛି ସମୟ ପରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ସହ କଥା ହେବା ସହିତ ତୁରନ୍ତ ଉତ୍ତେଜନା ବନ୍ଦ କରିବାକୁ କହିଥିଲେ। ନଚେତ ପାକିସ୍ତାନ ପାଇଁ ଆଗକୁ ଭୟଙ୍କର ସ୍ଥିତି ଉପୁଜିବାରେ ବୋଲି ରୁବିଓ ସତର୍କ କରାଇ ଦେଇଥିଲେ। ଏହି ଦୁଇଟି କଥାରୁ ଯୁଦ୍ଧ ବିରତି ପାଇଁ ଆମେରିକା ବଡ଼ ପଦକ୍ଷେପ ଉଠାଇଥାଇପାରେ ବୋଲି ଆକଳନ କରାଯାଉଛି। ଗୋଟିଏ ପଟରେ ପାକିସ୍ତାନକୁ ଋଣ ସହାୟତା କରିବାକୁ ଆମେରିକା ଯୁଦ୍ଧ ବିରତି ପାଇଁ ସର୍ତ୍ତ ରଖିଥିବା ଏବଂ ଏହାକୁ ପାକିସ୍ତାନ ମାନି ନେଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଭାରତର ବଡ଼ ଆକ୍ରମଣରୁ ବର୍ତ୍ତିବା ପାଇଁ ପାକିସ୍ତାନ ଯୁଦ୍ଧ ବିରତି ବୁଝାମଣା କରିବାର ଅନ୍ୟତମ କାରଣ ହୋଇପାରେ ବୋଲି କୁହାଯାଉଛି। ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ଦିଲ୍ଲୀକୁ ଲକ୍ଷ୍ୟ କରି ପ୍ରଥମଥର ଲାଗି ‘ଫତେହ-୨’ ଦୂରଗାମୀ ତଥା ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିଲା। କିନ୍ତୁ ଭାରତୀୟ ସେନାର ଏୟାର ଡିଫେନ୍ସ ସିଷ୍ଟମ ଏହି କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ନଷ୍ଟ କରିଦେଇଥିଲା ଏବଂ ଏହା ହରିୟାଣାାର ହିସାର ଅଞ୍ଚଳରେ ପଡ଼ିଥିଲା। ହେଲେ ଭାରତ ବିରୋଧରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରାଯିବା ପରେ ଭାରତ ପକ୍ଷରୁ ପାକିସ୍ତାନର ୬ଟି ଏୟାରବେସ୍‌ ଉପରେ ଆକ୍ରମଣ କରାଯାଇ ସେଗୁଡିକୁ ନଷ୍ଟ କରି ଦିଆଯାଇଥିଲା। ଏହାଛଡ଼ା ଭାରତ ମଧ୍ୟ ପାକିସ୍ତାନ ବିରୋଧରେ ଅଗ୍ନି ଭଳି ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତୁତି ନେଇଥିଲା। ଗୋଟିଏ ପକ୍ଷରେ ପାକିସ୍ତାନର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା ବେଳେ ଗୁଳିଗୋଳା ମଧ୍ୟ ଶେଷ ହେବାକୁ ବସିଥିଲା। ଯଦି ଭାରତ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରେ ତେବେ ପାକିସ୍ତାନର ଭାରୀ କ୍ଷତି ଘଟିବା ଆଶଙ୍କାରେ ପାକିସ୍ତାନ ସରକାର ଆମେରିକାର ସତର୍କତା ଅନୁଯାୟୀ ଯୁଦ୍ଧ ବିରତି ପାଇଁ ରାଜି ହୋଇଥାଇପାରନ୍ତି ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର