ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ : ୨୦ ଜିଲ୍ଲାର ୪୩ ପଞ୍ଚାୟତ ପାଇଁ ହେବ ଉପନିର୍ବାଚନ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ଜୁନ୍‌ ୨୩ ତାରିଖରେ ୪୩ଟି ସରପଞ୍ଚ ଓ ୨୭୨ ୱାର୍ଡ ମେମ୍ୱର ପଦବୀ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ୨୪ ତାରିଖରେ ଭୋଟ ଗଣତି ସହିତ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ମଙ୍ଗଳବାର ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ୨୦ଟି ଜିଲ୍ଲାରେ ଖାଲିଥିବା ୪୩ଟି ସରପଞ୍ଚ ଏବଂ ୨୩ ଜିଲ୍ଲାରେ ୱାର୍ଡ ମେମ୍ୱର ପଦବୀ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ଚଳିତ […]

ଭୁବନେଶ୍ୱର: ଆସନ୍ତା ଜୁନ୍‌ ୨୩ ତାରିଖରେ ୪୩ଟି ସରପଞ୍ଚ ଓ ୨୭୨ ୱାର୍ଡ ମେମ୍ୱର ପଦବୀ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ୨୪ ତାରିଖରେ ଭୋଟ ଗଣତି ସହିତ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ମଙ୍ଗଳବାର ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ୨୦ଟି ଜିଲ୍ଲାରେ ଖାଲିଥିବା ୪୩ଟି ସରପଞ୍ଚ ଏବଂ ୨୩ ଜିଲ୍ଲାରେ ୱାର୍ଡ ମେମ୍ୱର ପଦବୀ ପାଇଁ ନିର୍ବାଚନ ହେବ।

ଆହୁରି ପଢ଼ନ୍ତୁ: ଲଙ୍ଗ୍ ରେଞ୍ଜ୍ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ, ଡିଆରଡିଓ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ

ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍‌ ୨୪ ଯାଏଁ ଉକ୍ତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ବୋଲି ଜଣାପଡିଛି। ଚଳିତ ମାସ ୨୨ ତାରିଖରେ ନିର୍ବାଚନ ସମ୍ପର୍କରେ ଘୋଷଣା କରାଯିବ ଏବଂ ୨୬ରୁ ୩୧ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ଜୁନ୍‌ ୪ ତାରିଖ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଜୁନ୍‌ ୨୩ ତାରିଖ ସକାଳ ୭ରୁ ଅପରାହ୍ନ ୧ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ପରଦିନ ଅର୍ଥାତ ଜୁନ୍‌ ୨୪ ତାରିଖ ସକାଳ ୮ଟାରୁ ବ୍ଲକ ଅଫିସରେ ଭୋଟ ଗଣତି କରାଯିବ ଏବଂ ୨୫ ତାରିଖରେ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଉପନିର୍ବାଚନ ହେବାକୁ ଥିବା ପଞ୍ଚାୟତ ଏବଂ ଓ୍ବାର୍ଡ ଗୁଡ଼ିକରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ମୃତ, ଇସ୍ତଫା, ଅଯୋଗ୍ୟ ଘୋଷଣା ଆଦି କାରଣରୁ ଏହି ସବୁ ଆସନରେ ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ପଦ ଖାଲି ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରରେ ପ୍ରବଳ ଗ୍ରୀଷ୍ମପ୍ରବାହ: ଜୁନ୍ ୨୦ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା

  • ରାଜ୍ୟର ୨୦ ଜିଲ୍ଲାର ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ଓ ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ସଭ୍ୟ ପାଇଁ ହେବ ଉପନିର୍ବାଚନ
  • ମେ’ ୨୨ ଅର୍ଥାତ କାଲି ଆସିବ ନୋଟିଫିକେସନ୍
  • ମେ ୨୬, ୨୮, ୨୯, ୩୦ ଓ ୩୧ରେ ନାମାଙ୍କନ ଦାଖଲ
  • ଜୁନ୍ ୨ରେ ନାମାଙ୍କନ ଯାଞ୍ଚ, ୪ରେ ପ୍ରତ୍ୟାହାର 
  • ଜୁନ୍ ୨୩ରେ ଭୋଟ 
  • ଜୁନ୍ ୨୪ରେ ଆସିବା ଆସିବ ରେଜଲ୍ଟ
21 May 2025 By The Sakala

ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ : ୨୦ ଜିଲ୍ଲାର ୪୩ ପଞ୍ଚାୟତ ପାଇଁ ହେବ ଉପନିର୍ବାଚନ

ଭୁବନେଶ୍ୱର: ଆସନ୍ତା ଜୁନ୍‌ ୨୩ ତାରିଖରେ ୪୩ଟି ସରପଞ୍ଚ ଓ ୨୭୨ ୱାର୍ଡ ମେମ୍ୱର ପଦବୀ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ୨୪ ତାରିଖରେ ଭୋଟ ଗଣତି ସହିତ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ମଙ୍ଗଳବାର ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ୨୦ଟି ଜିଲ୍ଲାରେ ଖାଲିଥିବା ୪୩ଟି ସରପଞ୍ଚ ଏବଂ ୨୩ ଜିଲ୍ଲାରେ ୱାର୍ଡ ମେମ୍ୱର ପଦବୀ ପାଇଁ ନିର୍ବାଚନ ହେବ।

ନିର୍ବାଚନ ପାଇଁ ଚଳିତ ମାସ ୨୦ ତାରିଖରୁ ଜୁନ୍‌ ୨୪ ଯାଏଁ ଉକ୍ତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ବୋଲି ଜଣାପଡିଛି। ଚଳିତ ମାସ ୨୨ ତାରିଖରେ ନିର୍ବାଚନ ସମ୍ପର୍କରେ ଘୋଷଣା କରାଯିବ ଏବଂ ୨୬ରୁ ୩୧ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ଜୁନ୍‌ ୪ ତାରିଖ ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଜୁନ୍‌ ୨୩ ତାରିଖ ସକାଳ ୭ରୁ ଅପରାହ୍ନ ୧ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ପରଦିନ ଅର୍ଥାତ ଜୁନ୍‌ ୨୪ ତାରିଖ ସକାଳ ୮ଟାରୁ ବ୍ଲକ ଅଫିସରେ ଭୋଟ ଗଣତି କରାଯିବ ଏବଂ ୨୫ ତାରିଖରେ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଉପନିର୍ବାଚନ ହେବାକୁ ଥିବା ପଞ୍ଚାୟତ ଏବଂ ଓ୍ବାର୍ଡ ଗୁଡ଼ିକରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ମୃତ, ଇସ୍ତଫା, ଅଯୋଗ୍ୟ ଘୋଷଣା ଆଦି କାରଣରୁ ଏହି ସବୁ ଆସନରେ ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ପଦ ଖାଲି ପଡ଼ିଥିଲା।

  • ରାଜ୍ୟର ୨୦ ଜିଲ୍ଲାର ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ଓ ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ସଭ୍ୟ ପାଇଁ ହେବ ଉପନିର୍ବାଚନ
  • ମେ’ ୨୨ ଅର୍ଥାତ କାଲି ଆସିବ ନୋଟିଫିକେସନ୍
  • ମେ ୨୬, ୨୮, ୨୯, ୩୦ ଓ ୩୧ରେ ନାମାଙ୍କନ ଦାଖଲ
  • ଜୁନ୍ ୨ରେ ନାମାଙ୍କନ ଯାଞ୍ଚ, ୪ରେ ପ୍ରତ୍ୟାହାର 
  • ଜୁନ୍ ୨୩ରେ ଭୋଟ 
  • ଜୁନ୍ ୨୪ରେ ଆସିବା ଆସିବ ରେଜଲ୍ଟ
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର