ରାଜ୍ୟର ଆଉ ୮ ନୂଆ ସହରରେ ଗଡ଼ିବ ‘ଆମ ବସ୍‌’

The Sakala Picture
Published On

ଭୁବନେଶ୍ୱର : କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ୪୯ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉନ୍ନୟନ କମିଶନର ଏବଂ କ୍ରୁଟ୍‌ ଚେୟାରମ୍ୟାନ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ସହରାଞ୍ଚଳ ପରିବହନକୁ ଅଧିକ ବୃଦ୍ଧି କରିବାକୁ ପ୍ରମୁଖ ରଣନୀତି ଉପରେ ଆଲୋଚନା ହୋଇଛି। ଏଥିରେ ଯାତ୍ରୀମାନଙ୍କ ଉତ୍ତମ ସୁରକ୍ଷା ଏବଂ ଗୁଣବତ୍ତା ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ କ୍ରୁଟ୍‌ର କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ଏବଂ ସମୀକ୍ଷା କରାଯାଇଛି। […]

ଭୁବନେଶ୍ୱର : କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ୪୯ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉନ୍ନୟନ କମିଶନର ଏବଂ କ୍ରୁଟ୍‌ ଚେୟାରମ୍ୟାନ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ସହରାଞ୍ଚଳ ପରିବହନକୁ ଅଧିକ ବୃଦ୍ଧି କରିବାକୁ ପ୍ରମୁଖ ରଣନୀତି ଉପରେ ଆଲୋଚନା ହୋଇଛି। ଏଥିରେ ଯାତ୍ରୀମାନଙ୍କ ଉତ୍ତମ ସୁରକ୍ଷା ଏବଂ ଗୁଣବତ୍ତା ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ କ୍ରୁଟ୍‌ର କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ଏବଂ ସମୀକ୍ଷା କରାଯାଇଛି। ସେହିପରି ଅନୁଗୁଳ, ଝାରସୁଗୁଡା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ଭଳି ୮ଟି ସହରରେ ଆମ ବସ୍‌ ଚଳାଚଳ କରିବାକୁ ବୈଠକରେ ଯୋଜନା କରାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ଏବିଭିପିର ଧାରଣା; ଭୋଟ ପୁନଃ ଗଣତି ଦାବି, ଶପଥ ଗ୍ରହଣ ଉତ୍ସବ ସ୍ଥଗିତ

ଏହାସହ ଦୁର୍ଘଟଣା ନିବାରଣ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଅତ୍ୟଧିକ ଗତି ଜନିତ ବିପଦକୁ ହ୍ରାସ କରିବା ପାଇଁ ବସ୍‌ଗୁଡ଼ିକର ଗତି ସୀମା ପ୍ରଚଳନ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଉନ୍ନତ କରିବା ପାଇଁ ରାଜ୍ୟ ପରିବହନ କତ୍ତୃପକ୍ଷ ପ୍ରତି ମାସରେ ଦୁର୍ଘଟଣାର ତଦନ୍ତ ଏବଂ ଏହି ସମୀକ୍ଷା ବୈଠକ ସହିତ ବିଶ୍ଳେଷଣ କରିବେ। ଯାତ୍ରୀଙ୍କ ସହାୟତାକୁ ଆହୁରି ବୃଦ୍ଧି କରିବା ପାଇଁ, ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ସହାୟତା ପାଇଁ ଏକ ଟୋଲ୍‌-ଫ୍ରି ନମ୍ୱର (୧୮୦୦୫୭୦୦୨୧୮) ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର