ଆଜିଠାରୁ ସଂସଦର ଶୀତ ଅଧିବେଶନ, ରାଜ୍ୟ ସ୍ୱାର୍ଥ ପାଇଁ ଗର୍ଜିବ ବିଜେଡି

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ। ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ଅଧିବେଶନ କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ। ୧୭ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଆୟୁଧ କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତ କରିଛି ଯୋଜନା। ଉଭୟ ରାଜ୍ୟସଭା ଓ ଲୋକସଭାରେ ଦଳୀୟ ସାଂସଦମାନେ ରାଜ୍ୟବାସୀଙ୍କ ହିତ ଜଡ଼ିତ ପ୍ରସଙ୍ଗକୁ ଆୟୁଧ କରିବେ। ଲୋକସଭା ବାଚସ୍ପତି ଓମ୍‍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ […]

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ। ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ଅଧିବେଶନ କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ। ୧୭ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଆୟୁଧ କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତ କରିଛି ଯୋଜନା। ଉଭୟ ରାଜ୍ୟସଭା ଓ ଲୋକସଭାରେ ଦଳୀୟ ସାଂସଦମାନେ ରାଜ୍ୟବାସୀଙ୍କ ହିତ ଜଡ଼ିତ ପ୍ରସଙ୍ଗକୁ ଆୟୁଧ କରିବେ। ଲୋକସଭା ବାଚସ୍ପତି ଓମ୍‍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଏହାର ଝଲକ ଦେଖିବାକୁ ମିଳିଛି। ଚଳିତ ଅଧିବେଶନରେ ମହିଳା ସଂରକ୍ଷଣ ସଂକ୍ରାନ୍ତ ବିଲ୍‍ ସଂସଦରେ ଗୃହୀତ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି। ଏପରିକି ଏହି ପ୍ରସଙ୍ଗରେ ବିଜେଡି ଅନ୍ୟ ରାଜନୈତିକ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ଦଳୀୟ ସାଂସଦମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ଚଳିତ ଅଧିବେଶନରେ ଜାତୀୟ ପ୍ରସଙ୍ଗ ସହ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ବିଜେଡି ଅଧିକ ଧ୍ୟାନ କେନ୍ଦ୍ରିତ କରିବ। ଦଳୀୟ ସାଂସଦମାନେ ସଦନରେ କୃଷି ବିକାଶ ଓ କୃଷକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଠାରୁ ଆରମ୍ଭ କରି ରେଳ ଚଳାଚଳ, ଗ୍ରାମୀଣ ଆବାସ, ପାନୀୟଜଳ ଯୋଗାଣ ଆଦି ପ୍ରସଙ୍ଗରେ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇବେ। ଅନୁରୂପ ଭାବରେ କେନ୍ଦୁପତ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରୁ ଜିଏସ୍‍ଟି ହ୍ରାସ, ଉଷୁନା ଚାଉଳ ଉଠାଣ, ବକେୟା କେନ୍ଦ୍ରୀୟ ଅନୁଦାନ ପ୍ରଦାନ, କୋଇଲା ରାଜଭାଗ ବୃଦ୍ଧି ପ୍ରସଙ୍ଗରେ ଦଳୀୟ ସାଂସଦମାନେ କେନ୍ଦ୍ର ସରକାରଙ୍କୁ ଘେରିବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘକାଳ ହେଲା ବିଭିନ୍ନ ଫୋରମ୍‍ରେ ମହିଳା ସଂରକ୍ଷଣ ବିଲ୍‍ ପାରିତ କରାଇବାକୁ ଚେଷ୍ଟା କରି ଆସୁଛନ୍ତି। ଅତଏବ ଏହି ବିଲ୍‍କୁ ସଂସଦରେ କିପରି ପାରିତ କରାଯିବ, ସେନେଇ ବିଜେଡି ଦୃଢ଼ ଦାବି ଉତ୍‍ଥାପନ କରିବ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ମହିଳାଙ୍କୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବା ବେଳେ ରାଜନୀତି କ୍ଷେତ୍ରରେ ମଧ୍ୟ ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ଆସନ ପ୍ରଦାନ କରିଥିଲେ। ସେହିପରି ସେମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଜାତୀୟସ୍ତରରେ ଆନ୍ଦୋଳନ ଚଳାଇ ଆସିଥିବା ବେଳେ ନବୀନଙ୍କ ଏହି ଆନ୍ଦୋଳନକୁ ବହୁ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ସେହିପରି ଚଳିତ ଅଧିବେଶନରେ ରାଜ୍ୟର ୧୬୦ ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ବିଜେଡି ଦାବି କରିବ ବୋଲି ଜଣାପଡ଼ିଛି। ୨୦୧୧ ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ରାଜ୍ୟର କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥକୁ ଏଥର ସଂସଦରେ ପୂରାଦମ୍‍ରେ ଉପସ୍ଥାପିତ କରାଯିବ ବୋଲି ବିଜେଡି ସାଂସଦମାନେ କହିଛନ୍ତି। କେନ୍ଦୁପତ୍ର ପରି ଲଘୁ ବନ୍ୟଜାତ ସାମଗ୍ରୀ ଉପରେ କେନ୍ଦ୍ର ସରକାରଙ୍କ ୧୮% ଜିଏସ୍‍ଟି ରାଜ୍ୟର ଲକ୍ଷଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳି ଓ ଏହି କାର୍ଯ୍ୟ ସହ ଜଡ଼ିତ ଶ୍ରମିକମାନଙ୍କ ପେଟରେ ଲାତ ମାରିବା ପରି ହୋଇଛି। ଅତଏବ କେନ୍ଦୁପତ୍ରରୁ ସମ୍ପୂର୍ଣ୍ଣ ଜିଏସ୍‍ଟି ଉଚ୍ଛେଦ ପାଇଁ ବିଜେଡି ଦାବି କରିବ। ଅନ୍ୟପକ୍ଷରେ କୋଇଲା ରାଜଭାଗକୁ ୧୪ %ରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଁ ରାଜ୍ୟ ସରକାର ଦୀର୍ଘ ଦିନ ହେବ ଧରି ଦାବି କରିଆସୁଛନ୍ତି। ମାତ୍ର ଏନେଇ କେନ୍ଦ୍ର କୌଣସି ଠୋସ୍‍ ନିଷ୍ପତ୍ତି ନେଉ ନ ନାହିଁ। ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୪୦୦ ଟଙ୍କାକୁ ବୃଦ୍ଧି କରିବା ସହ ଓଡ଼ିଶାର ବକେୟା ଉଷୁନା ଚାଉଳକୁ କିପରି କେନ୍ଦ୍ର ସରକାର ଉଠାଇବେ ସେନେଇ ବିଜେଡି ସାଂସଦମାନେ ଚାପ ସୃଷ୍ଟି କରିବେ।

ଅନ୍ୟପକ୍ଷରେ କେବଳ ଚାଉଳ ସବ୍‍ସିଡି ବାବଦରେ କେନ୍ଦ୍ର ଉପରେ ପ୍ରାୟ ୧୪୨୯୨ କୋଟି ଟଙ୍କା ବକେୟା ରହିଥିବା ବେଳେ ଅନ୍ୟ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ବକେୟା ପ୍ରଦାନ କରୁନାହାନ୍ତି। ଅନେକ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ଅନୁଦାନ ହ୍ରାସ କରିଛନ୍ତି ଓ ଠିକ୍‍ ସମୟରେ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ବୃତ୍ତିରାଶି ପ୍ରଦାନ କରୁନାହାନ୍ତି। ଶିକ୍ଷା କ୍ଷେତ୍ରରେ ରୁଷା ପାଣ୍ଠି, ମଧ୍ୟାହ୍ନ ଭୋଜନରେ କେନ୍ଦ୍ର ପକ୍ଷରୁ ମିଳୁଥିବା ଅର୍ଥ ମଧ୍ୟ ସଠିକ୍‍ ସମୟରେ ଆସୁନାହିଁ। ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ଏନେଇ କୌଣସି ପ୍ରଭାବ ପଡ଼ୁନାହିଁ। ତେଣୁ ଏହା ମଧ୍ୟ ଚଳିତ ଅଧିବେଶନର ପ୍ରମୁଖ ପ୍ରସଙ୍ଗ ସାଜିବ ବୋଲି ଦଳୀୟ ସାଂସଦଙ୍କ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ନିରନ୍ତର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଥିବା ଓଡ଼ିଶା ଦୀର୍ଘ ଦିନ ହେବ ଫୋକସ୍‍ ଷ୍ଟେଟର ମାନ୍ୟତା ଦାବି କରି ଆସୁଛି। ସେହିପରି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ଦାବି କରି ଆସୁଛନ୍ତି। ଏହାବ୍ୟତୀତ ଅନ୍ୟ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଓଡ଼ିଶାରେ ରେଳ ଏବଂ ବିମାନ ସେବା ଭିତ୍ତିଭୂମିର ଉନ୍ନତିକରଣ ସହ ଓଡ଼ିଶାକୁ ପିଏମ୍‍ ଆବାସ ଯୋଜନାରେ ମିଳିବାକୁ ଥିବା ପକ୍କାଘରରେ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି ବିରୋଧରେ ମଧ୍ୟ ବିଜେଡି ସାଂସଦମାନେ ଦୃଢ଼ଦାବି ଉପସ୍ଥାପିତ କରିବେ ବୋଲି ସୂଚନା ମିଳିଛି।

ନୂଆପଡ଼ା-ବରଗଡ଼ ରେଳପଥ, ସମ୍ବଲପୁର-ଗୋପାଳପୁର ରେଳପଥ ସହ ରାଜ୍ୟରେ ରେଳ କରିଡର ସ୍ଥାପନ, ରାଉରକେଲା ଓ ଯାଜପୁର ରୋଡ୍‍କୁ ରେଳ ଡିଭିଜନ ଘୋଷଣା ପ୍ରସଙ୍ଗ ମଧ୍ୟ ସଂସଦରେ ଉଠିବ ବୋଲି ସୂଚନା ମିଳିଛି। ଏହା ସହ ସେହିପରି ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ମଧ୍ୟ ବିଜେଡି ପକ୍ଷରୁ ସଂସଦରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାପଡ଼ିଛି। ଏକ ଆଞ୍ଚଳିକ ଦଳ ଭାବରେ ବିଜେଡି ରାଜ୍ୟ ସ୍ୱାର୍ଥର ପ୍ରହରୀ ସାଜିଛି। ଗତ ୨୨ ବର୍ଷ ଧରି ରାଜ୍ୟର ଜନସାଧାରଣ ବିଜେଡି ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖି ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ଦାବି ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଲଢ଼ି ଆସିଛି।

ରାଜ୍ୟର ଜନସାଧାରଣଙ୍କ ସ୍ୱରକୁ ବିଜେଡି ଦିଲ୍ଲୀରେ ପହଞ୍ଚାଇବା ସହ ହକ୍‍ ପୂରଣ ପାଇଁ ସଂସଦରେ ଲଢ଼ିବାକୁ ଅଣ୍ଟା ଭିଡ଼ିଛି। ନିକଟରେ ପଦ୍ମପୁର ଉପନିର୍ବାଚନ ପ୍ରଚାର କାଳରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ହକ୍‍ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢ଼ିବାକୁ ଘୋଷଣା କରିଛନ୍ତି। ଏହିକ୍ରମରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ସଂସଦର ଶୀତ ଅଧିବେଶନରେ ଏହାର ଝଲକ ଦେଖିବାକୁ ମିଳିବ। ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳୀୟ ସାଂସଦମାନେ କେନ୍ଦ୍ର ସରକାରଙ୍କ ଅବହେଳା, ଓଡ଼ିଶା ପ୍ରତି ଉପେକ୍ଷା ମନୋଭାବକୁ ଗୋଟିଗୋଟି କରି ଉଠାଇବେ।

07 Dec 2022 By The Sakala

https://www.thesakala.in/big-news/winter-session-of-parliament-from-today/article-17146
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର