ଗୁଜରାଟକୁ ଭେଟିବ କିଏ ? ଫାଇନାଲ୍‌ ଟିକେଟ ପାଇଁ ଚାଲିଛି ରାଜସ୍ଥାନ – ବାଙ୍ଗାଲୋର ଲଢେଇ

The Sakala Picture
Published On

ଅହମ୍ମଦାବାଦ୍‍:  ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଯେଉଁ ଦଳ ଏହି ମ୍ୟାଚରେ ବିଜୟୀ ହାସଲ କରିବ ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ତେଣୁ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ରାଜସ୍ଥାନ ଓ ବାଙ୍ଗାଲୋର ପାଇଁ ସେମିଫାଇନାଲ ସଦୃଶ ହୋଇଛି। ଏହି ମ୍ୟାଚ୍‌ର ବିଜେତା ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବ। ତେବେ ଏହି ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ […]

ଅହମ୍ମଦାବାଦ୍‍:  ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଯେଉଁ ଦଳ ଏହି ମ୍ୟାଚରେ ବିଜୟୀ ହାସଲ କରିବ ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ତେଣୁ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ରାଜସ୍ଥାନ ଓ ବାଙ୍ଗାଲୋର ପାଇଁ ସେମିଫାଇନାଲ ସଦୃଶ ହୋଇଛି। ଏହି ମ୍ୟାଚ୍‌ର ବିଜେତା ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବ। ତେବେ ଏହି ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରୁଛି ବାଙ୍ଗାଲୋର। ରାଜସ୍ଥାନର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ସମାନ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ବାଙ୍ଗାଲୋର ବିଜୟରେ ରଜତ ଷ୍ଟାର୍‍

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ବୁଧବାର ଖେଳାଯାଇଥିବା ଏଲିମିନେଟର୍‍ ମ୍ୟାଚରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ୧୪ ରନରେ ଲକ୍ଷ୍ନୌ ସୁପର୍‍ ଜ୍ୟାଣ୍ଟସ୍‍କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ରଜତ ପଟିଦାରଙ୍କ ଅପରାଜିତ ୧୧୨ ରନ ବଳରେ ୪ ୱିକେଟ୍‍ ହରାଇ ୨୦୭ ରନ କରିଥିଲା। ଜବାବରେ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୬ ୱିକେଟ୍‍ରେ ୧୯୩ ରନ କରିବାକୁ ସମର୍ଥ ହୋଇଥିଲା। ରାହୁଲ ୭୯ ରନର ଅଧିନାୟକତ୍ୱ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ୧୪ ରନରେ ବିଜୟ ସହ ବାଙ୍ଗାଲୋର କ୍ୱାଲିଫାୟର-୨କୁ ପ୍ରବେଶ କରିଛି। ଫଳରେ ସେମିଫାଇନାଲ ସଦୃଶ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ ପୂର୍ବରୁ ବାଙ୍ଗାଲୋରର ମନୋବଳ ଦୃଢ଼ ରହିଛି। ବିଶେଷ କରି ଯୁବ ବ୍ୟାଟର୍‍ ରଜତ ପଟିଦାରଙ୍କ ଶତକ ବାଙ୍ଗାଲୋର ଟିମ୍‍ ମ୍ୟାନେଜମେଣ୍ଟ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଲିଗ୍‍ ପର୍ଯ୍ୟାୟରେ ବାଙ୍ଗାଲୋର ୧୪ ମ୍ୟାଚ୍‍ ଖେଳି ୮ ବିଜୟ ଓ ୬ ପରାଜୟ ସହ ୧୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିବା ସହ ପ୍ଲେ-ଅଫ୍‍’ରେ ପ୍ରବେଶ କରିଥିଲା

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଡୁ ପ୍ଲେସିସ ସର୍ବାଧିକ ସ୍କୋରର

ବାଙ୍ଗାଲୋର ପାଇଁ ଅଧିନାୟକ ଫାଫ୍‍ ଡୁ ପ୍ଲେସିସ୍‍ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର୍‍ ରହିଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ଭେଟେରାନ ବ୍ୟାଟର୍‍ ୧୫ ମ୍ୟାଚ୍‍ ଖେଳି ୪୪୩ ରନ୍‍ ସଂଗ୍ରହ କରିଛନ୍ତି। ତାଲିକାରେ କୋହଲି ୨ୟ ସ୍ଥାନରେ ରହିଛନ୍ତି। ୧୫ ମ୍ୟାଚ ଖେଳିଥିବା କୋହଲିଙ୍କ ନାମରେ ୩୩୪ ରନ ଲିପିବଦ୍ଧ ରହିଛି। ସେହିଭଳି ସ୍ପିନର ୱାନିନ୍ଦୁ ହାସରଙ୍ଗା ବାଙ୍ଗାଲୋରର ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୫ ୱିକେଟ୍‍ ଅକ୍ତିଆର କରିଛନ୍ତି। ଦୁଇ ଦ୍ରୁତ ବୋଲର ହର୍ଶଲ ପଟେଲ ଓ ଜୋଶ୍‍ ହାଜେଲଉଡ୍‍ଙ୍କ ନାମରେ ଯଥାକ୍ରମେ ୧୯ ଓ ୧୮ ୱିକେଟ୍‍ ଲିପିବଦ୍ଧ ରହିଛି। ତେଣୁ ଏହି ୩ ବୋଲର ରାଜସ୍ଥାନ ବ୍ୟାଟର୍‍ଙ୍କୁ ଅଡ଼ୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ରାଜସ୍ଥାନ ପାଇଁ ଆଉ ଏକ ସୁଯୋଗ

ଚଳିତ ଆଇପିଏଲ୍‍ରେ ସଞ୍ଜୁ ସାମସନ୍‍ଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସକୁ ଅନ୍ୟତମ ସନ୍ତୁଳିତ ଦଳ ଭାବେ ବିବେଚିତ କରାଯାଉଛି। ଲିଗ୍‍ ପର୍ଯ୍ୟାୟରେ ରାଜସ୍ଥାନ ୧୪ ମ୍ୟାଚରୁ ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଟେବଲ୍‍ର ଦ୍ୱିତୀୟ ସ୍ଥାନରେ ରହିଥିଲା। ପ୍ରଥମ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ୭ ୱିକେଟ୍‍ରେ ଗୁଜରାଟ ନିକଟରୁ ହାରି ସିଧାସଳଖ ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚିତ ରହିଥିଲା। ଏହି ମ୍ୟାଚରେ ଜୋଶ୍‍ ବଟ୍‍ଲର (୮୯ ରନ) ଓ ସାମସନ୍‍ (୪୭)ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ବଳରେ ୬ ୱିକେଟ୍‍ରେ ୧୮୮ ରନ କରିଥିଲା। କିନ୍ତୁ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪୦ ଓ ଡେଭିଡ୍‍ ମିଲର୍‍ଙ୍କ ୬୮ ରନର ଅପରାଜିତ ଇନିଂସ ବଳରେ ୩ ୱିକେଟ୍‍ ହରାଇ ସହଜ ବିଜୟ ଲାଭ କରିଥିଲା।

ବଟ୍‍ଲର୍‍ଙ୍କ ଉପରେ ଭରସା

ଚଳିତ ସିଜନରେ ଜୋଶ୍‍ ବଟଲର୍‍ ଚମତ୍କାର ଫର୍ମରେ ରହିଛନ୍ତି। ବଟଲର୍‍ ୧୫ ମ୍ୟାଚ୍‍ ଖେଳି ୫୧.୨୮ ଆଭରେଜରେ ୭୧୮ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୩ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ରହିଛି। ରାଜସ୍ଥାନକୁ ପ୍ଲେ-ଅଫ୍‍ରେ ପ୍ରବେଶ କରାଇବାରେ ବଟଲର୍‍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବଟଲର୍‍ଙ୍କ ପଛକୁ ସଞ୍ଜୁ ସାମସନ (୪୨୧ ରନ) ରାଜସ୍ଥାନ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍‍ ସଂଗ୍ରହକାରୀ ଖେଳାଳି ରହିଛନ୍ତି। ସେହିଭଳି ବୋଲିଂରେ ୟୁଜବେନ୍ଦ୍ର ଚହଲ ରାଜସ୍ଥାନ ପାଇଁ ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୬ ୱିକେଟ୍‍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣଙ୍କ ନାମରେ ୧୫ ୱିକେଟ୍‍ ରହିଛି।

27 May 2022 By The Sakala

ଗୁଜରାଟକୁ ଭେଟିବ କିଏ ? ଫାଇନାଲ୍‌ ଟିକେଟ ପାଇଁ ଚାଲିଛି ରାଜସ୍ଥାନ – ବାଙ୍ଗାଲୋର ଲଢେଇ

ଅହମ୍ମଦାବାଦ୍‍:  ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଯେଉଁ ଦଳ ଏହି ମ୍ୟାଚରେ ବିଜୟୀ ହାସଲ କରିବ ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ତେଣୁ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ରାଜସ୍ଥାନ ଓ ବାଙ୍ଗାଲୋର ପାଇଁ ସେମିଫାଇନାଲ ସଦୃଶ ହୋଇଛି। ଏହି ମ୍ୟାଚ୍‌ର ବିଜେତା ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବ। ତେବେ ଏହି ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରୁଛି ବାଙ୍ଗାଲୋର। ରାଜସ୍ଥାନର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ସମାନ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଛି।

ବାଙ୍ଗାଲୋର ବିଜୟରେ ରଜତ ଷ୍ଟାର୍‍

ବୁଧବାର ଖେଳାଯାଇଥିବା ଏଲିମିନେଟର୍‍ ମ୍ୟାଚରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ୧୪ ରନରେ ଲକ୍ଷ୍ନୌ ସୁପର୍‍ ଜ୍ୟାଣ୍ଟସ୍‍କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ରଜତ ପଟିଦାରଙ୍କ ଅପରାଜିତ ୧୧୨ ରନ ବଳରେ ୪ ୱିକେଟ୍‍ ହରାଇ ୨୦୭ ରନ କରିଥିଲା। ଜବାବରେ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୬ ୱିକେଟ୍‍ରେ ୧୯୩ ରନ କରିବାକୁ ସମର୍ଥ ହୋଇଥିଲା। ରାହୁଲ ୭୯ ରନର ଅଧିନାୟକତ୍ୱ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ୧୪ ରନରେ ବିଜୟ ସହ ବାଙ୍ଗାଲୋର କ୍ୱାଲିଫାୟର-୨କୁ ପ୍ରବେଶ କରିଛି। ଫଳରେ ସେମିଫାଇନାଲ ସଦୃଶ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ ପୂର୍ବରୁ ବାଙ୍ଗାଲୋରର ମନୋବଳ ଦୃଢ଼ ରହିଛି। ବିଶେଷ କରି ଯୁବ ବ୍ୟାଟର୍‍ ରଜତ ପଟିଦାରଙ୍କ ଶତକ ବାଙ୍ଗାଲୋର ଟିମ୍‍ ମ୍ୟାନେଜମେଣ୍ଟ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଲିଗ୍‍ ପର୍ଯ୍ୟାୟରେ ବାଙ୍ଗାଲୋର ୧୪ ମ୍ୟାଚ୍‍ ଖେଳି ୮ ବିଜୟ ଓ ୬ ପରାଜୟ ସହ ୧୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିବା ସହ ପ୍ଲେ-ଅଫ୍‍’ରେ ପ୍ରବେଶ କରିଥିଲା

ଡୁ ପ୍ଲେସିସ ସର୍ବାଧିକ ସ୍କୋରର

ବାଙ୍ଗାଲୋର ପାଇଁ ଅଧିନାୟକ ଫାଫ୍‍ ଡୁ ପ୍ଲେସିସ୍‍ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର୍‍ ରହିଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ଭେଟେରାନ ବ୍ୟାଟର୍‍ ୧୫ ମ୍ୟାଚ୍‍ ଖେଳି ୪୪୩ ରନ୍‍ ସଂଗ୍ରହ କରିଛନ୍ତି। ତାଲିକାରେ କୋହଲି ୨ୟ ସ୍ଥାନରେ ରହିଛନ୍ତି। ୧୫ ମ୍ୟାଚ ଖେଳିଥିବା କୋହଲିଙ୍କ ନାମରେ ୩୩୪ ରନ ଲିପିବଦ୍ଧ ରହିଛି। ସେହିଭଳି ସ୍ପିନର ୱାନିନ୍ଦୁ ହାସରଙ୍ଗା ବାଙ୍ଗାଲୋରର ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୫ ୱିକେଟ୍‍ ଅକ୍ତିଆର କରିଛନ୍ତି। ଦୁଇ ଦ୍ରୁତ ବୋଲର ହର୍ଶଲ ପଟେଲ ଓ ଜୋଶ୍‍ ହାଜେଲଉଡ୍‍ଙ୍କ ନାମରେ ଯଥାକ୍ରମେ ୧୯ ଓ ୧୮ ୱିକେଟ୍‍ ଲିପିବଦ୍ଧ ରହିଛି। ତେଣୁ ଏହି ୩ ବୋଲର ରାଜସ୍ଥାନ ବ୍ୟାଟର୍‍ଙ୍କୁ ଅଡ଼ୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ରାଜସ୍ଥାନ ପାଇଁ ଆଉ ଏକ ସୁଯୋଗ

ଚଳିତ ଆଇପିଏଲ୍‍ରେ ସଞ୍ଜୁ ସାମସନ୍‍ଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସକୁ ଅନ୍ୟତମ ସନ୍ତୁଳିତ ଦଳ ଭାବେ ବିବେଚିତ କରାଯାଉଛି। ଲିଗ୍‍ ପର୍ଯ୍ୟାୟରେ ରାଜସ୍ଥାନ ୧୪ ମ୍ୟାଚରୁ ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଟେବଲ୍‍ର ଦ୍ୱିତୀୟ ସ୍ଥାନରେ ରହିଥିଲା। ପ୍ରଥମ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ୭ ୱିକେଟ୍‍ରେ ଗୁଜରାଟ ନିକଟରୁ ହାରି ସିଧାସଳଖ ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚିତ ରହିଥିଲା। ଏହି ମ୍ୟାଚରେ ଜୋଶ୍‍ ବଟ୍‍ଲର (୮୯ ରନ) ଓ ସାମସନ୍‍ (୪୭)ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ବଳରେ ୬ ୱିକେଟ୍‍ରେ ୧୮୮ ରନ କରିଥିଲା। କିନ୍ତୁ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪୦ ଓ ଡେଭିଡ୍‍ ମିଲର୍‍ଙ୍କ ୬୮ ରନର ଅପରାଜିତ ଇନିଂସ ବଳରେ ୩ ୱିକେଟ୍‍ ହରାଇ ସହଜ ବିଜୟ ଲାଭ କରିଥିଲା।

ବଟ୍‍ଲର୍‍ଙ୍କ ଉପରେ ଭରସା

ଚଳିତ ସିଜନରେ ଜୋଶ୍‍ ବଟଲର୍‍ ଚମତ୍କାର ଫର୍ମରେ ରହିଛନ୍ତି। ବଟଲର୍‍ ୧୫ ମ୍ୟାଚ୍‍ ଖେଳି ୫୧.୨୮ ଆଭରେଜରେ ୭୧୮ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୩ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ରହିଛି। ରାଜସ୍ଥାନକୁ ପ୍ଲେ-ଅଫ୍‍ରେ ପ୍ରବେଶ କରାଇବାରେ ବଟଲର୍‍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବଟଲର୍‍ଙ୍କ ପଛକୁ ସଞ୍ଜୁ ସାମସନ (୪୨୧ ରନ) ରାଜସ୍ଥାନ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍‍ ସଂଗ୍ରହକାରୀ ଖେଳାଳି ରହିଛନ୍ତି। ସେହିଭଳି ବୋଲିଂରେ ୟୁଜବେନ୍ଦ୍ର ଚହଲ ରାଜସ୍ଥାନ ପାଇଁ ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୬ ୱିକେଟ୍‍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣଙ୍କ ନାମରେ ୧୫ ୱିକେଟ୍‍ ରହିଛି।

https://www.thesakala.in/big-news/who-will-meet-gujarat-rajasthan-bangalore-fight-is-underway-for-the-final-ticket/article-11949
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର