ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଉପରେ ଅନିଶ୍ଚିତତା

The Sakala Picture
Published On

କଟକ : ପରିବହନ ବିଭାଗର ନୂଆ ନିୟମାନୁସାରେ ଗାଡିଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏପରିକି ଏହି ପ୍ରକ୍ରିୟା ମଧ୍ୟ ଗତ ୨୦ଦିନ ହେବ ଆରମ୍ଭ ହୋଇଛି। ହେଲେ ଗାଡିଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ଲୋକଙ୍କ ମଧ୍ୟରେ ସେଭଳି ଆଗ୍ରହ ପ୍ରକାଶ ପାଇ ନଥିବା ପରିଲକ୍ଷିତ ହୋଇଛି। ଏହି ନମ୍ବର ପ୍ଲେଟଗୁଡିକ ଗାଡି ମାଲିକ ଚାହୁଁଥିବା ନିଜ ଗାଡି ନିର୍ମାତା କମ୍ପାନୀର ସୋ’ରୁମ ଗୁଡିକରେ ଲଗାଯାଉଛି। ଏଥିପାଇଁ ଗାଡି ଚାଳକ ବା ମାଲିକଙ୍କୁ […]

କଟକ : ପରିବହନ ବିଭାଗର ନୂଆ ନିୟମାନୁସାରେ ଗାଡିଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏପରିକି ଏହି ପ୍ରକ୍ରିୟା ମଧ୍ୟ ଗତ ୨୦ଦିନ ହେବ ଆରମ୍ଭ ହୋଇଛି। ହେଲେ ଗାଡିଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ଲୋକଙ୍କ ମଧ୍ୟରେ ସେଭଳି ଆଗ୍ରହ ପ୍ରକାଶ ପାଇ ନଥିବା ପରିଲକ୍ଷିତ ହୋଇଛି। ଏହି ନମ୍ବର ପ୍ଲେଟଗୁଡିକ ଗାଡି ମାଲିକ ଚାହୁଁଥିବା ନିଜ ଗାଡି ନିର୍ମାତା କମ୍ପାନୀର ସୋ’ରୁମ ଗୁଡିକରେ ଲଗାଯାଉଛି। ଏଥିପାଇଁ ଗାଡି ଚାଳକ ବା ମାଲିକଙ୍କୁ ସେମାନଙ୍କ ଗାଡିର ସମ୍ପୂର୍ଣ୍ଣ ବିବରଣୀ ସହ ନିର୍ଦ୍ଦିଷ୍ଟ ୱେବସାଇଟକୁ ଯାଇ ଆବେଦନ କରିବାକୁ ପଡୁଛି। ଯେଉଁଥିପାଇଁ ଗାଡି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବିଭିନ୍ନ ସ୍ଥାନର ପ୍ରାଧିକୃତ ବିକ୍ରେତାଙ୍କ ନିକଟରେ ସେପରି ଭିଡ ମଧ୍ୟ ଦେଖିବାକୁ ମିଳୁନାହିଁ।

ଆହୁରି ପଢ଼ନ୍ତୁ: ଆସନ୍ତା ୧୧ ଓ ୧୨ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି

ପରିବହନ ଏହି ପ୍ରକ୍ରିୟାରେ ଦୁଇଚକିଆ ଗାଡି ପାଇଁ ୩୪୯ଟଙ୍କା ଓ ଚାରିଚକିଆ ପାଇଁ ୧୧୦୦ଟଙ୍କା ଧାର୍ଯ୍ୟ କରିଛି। ୨୦୧୯ ଏପ୍ରିଲ ୧୯ପୂର୍ବରୁ ପଞ୍ଜିକୃତ ସମସ୍ତ ଗାଡି ପାଇଁ ଏହି ନମ୍ବର ପ୍ଲେଟ ଲଗାଇବାକୁ ନିକଟରେ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରିକି ଏହି ନମ୍ବର ପ୍ଲେଟ ନଲଗାଇଲେ ଆସନ୍ତା ଅଗଷ୍ଟ ୩୧ସୁଦ୍ଧା କୌଣସି ଜରିମାନା ଆଦାୟ ହେବ ନାହିଁ ବୋଲି ପରିବହନ ବିଭାଗ ସ୍ପଷ୍ଟ କରିଛି। ପ୍ରକାଶଥାଉକି ୨୦୧୯ ସୁଦ୍ଧା ରାଜ୍ୟରେ ପ୍ରାୟ ୮୦ଲକ୍ଷ ପଞ୍ଜିକୃତ ଗାଡି ରହିଛି। ରାଜ୍ୟରେ ୧୫ବର୍ଷରୁ ଊର୍ଦ୍ଧ୍ବ ଲକ୍ଷାଧିକ ଗାଡି ଗଡ଼ୁଥିବା ବେଳେ ଏବେ ଏହି ଗାଡି ମାଲିକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି। ଅବଶ୍ୟ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ ଲାଗିବା ନେଇ ଶେଷ ଅବଧି ଡିସେମ୍ବର ୩୧ପର୍ଯ୍ୟନ୍ତ ରହିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା

ଅନ୍ୟପଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବୁକିଂ କରିଲେ କେତେକ ଗାଡି ଡିଲର ପଏଣ୍ଟରେ ବାଧ୍ୟତାମୂଳକ ପେଡ୍‍ ସର୍ଭିିସିଂ କରାଯାଉଛି ତ ପୁଣି ନମ୍ବର ପ୍ଲେଟର ଏକ ଫ୍ରେମ ଲଗାଇବାକୁ ମନଇଚ୍ଛା ଟଙ୍କା ଆଦାୟ କରାଯାଉଥିବା ଗାଡି ଚାଳକ ମାନେ ଅଭିଯୋଗ କରୁଛନ୍ତି। ଦେୟଯୁକ୍ତ ସର୍ଭିସିଂ ପାଇଁ ଦୁଇଚକିଆ ଗାଡି ବାବଦରେ ଗ୍ରାହକଙ୍କଠାରୁ ୫୦୦ରୁ ଅଧିକ ଟଙ୍କା ଓ ଚାରଚକିଆ ପାଇଁ ପ୍ରାୟ ୧ହଜାର ଅତିରିକ୍ତ ଟଙ୍କା ନିଆଯାଉଛି। ସେହିପରି ନମ୍ବର ପ୍ଲେଟ ପାଇଁ ଗ୍ରାହକଙ୍କୁ ଏକ ପ୍ଲାଷ୍ଟିକ ଫ୍ରେମ ଦିଆଯାଉଛି ଯାହା ବାବଦରେ ୧୫୦ରୁ ୩୦୦ଟଙ୍କା ଆଦାୟ ହେଉଥିବା କୁହାଯାଉଛି। ଅନ୍ୟପଟରେ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ଗାଡି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା କ୍ଷେତ୍ରରେ ଯେପରି ଗାଡି ଡିଲର୍‌ମାନେ ଶୋଷଣ ନକରନ୍ତି ସେଥିପାଇଁ ପୋର୍ଟାଲରେ ଅନଲାଇନ ଜରିଆରେ ଆଗୁଆ ଟଙ୍କା ଗ୍ରହଣ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ବୟଫ୍ରେଣ୍ଡ୍ ରୁମରେ ଗର୍ଲଫ୍ରେଣ୍ଡକୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

30 Jun 2022 By The Sakala

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଉପରେ ଅନିଶ୍ଚିତତା

କଟକ : ପରିବହନ ବିଭାଗର ନୂଆ ନିୟମାନୁସାରେ ଗାଡିଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏପରିକି ଏହି ପ୍ରକ୍ରିୟା ମଧ୍ୟ ଗତ ୨୦ଦିନ ହେବ ଆରମ୍ଭ ହୋଇଛି। ହେଲେ ଗାଡିଗୁଡିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ଲୋକଙ୍କ ମଧ୍ୟରେ ସେଭଳି ଆଗ୍ରହ ପ୍ରକାଶ ପାଇ ନଥିବା ପରିଲକ୍ଷିତ ହୋଇଛି। ଏହି ନମ୍ବର ପ୍ଲେଟଗୁଡିକ ଗାଡି ମାଲିକ ଚାହୁଁଥିବା ନିଜ ଗାଡି ନିର୍ମାତା କମ୍ପାନୀର ସୋ’ରୁମ ଗୁଡିକରେ ଲଗାଯାଉଛି। ଏଥିପାଇଁ ଗାଡି ଚାଳକ ବା ମାଲିକଙ୍କୁ ସେମାନଙ୍କ ଗାଡିର ସମ୍ପୂର୍ଣ୍ଣ ବିବରଣୀ ସହ ନିର୍ଦ୍ଦିଷ୍ଟ ୱେବସାଇଟକୁ ଯାଇ ଆବେଦନ କରିବାକୁ ପଡୁଛି। ଯେଉଁଥିପାଇଁ ଗାଡି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବିଭିନ୍ନ ସ୍ଥାନର ପ୍ରାଧିକୃତ ବିକ୍ରେତାଙ୍କ ନିକଟରେ ସେପରି ଭିଡ ମଧ୍ୟ ଦେଖିବାକୁ ମିଳୁନାହିଁ।

ପରିବହନ ଏହି ପ୍ରକ୍ରିୟାରେ ଦୁଇଚକିଆ ଗାଡି ପାଇଁ ୩୪୯ଟଙ୍କା ଓ ଚାରିଚକିଆ ପାଇଁ ୧୧୦୦ଟଙ୍କା ଧାର୍ଯ୍ୟ କରିଛି। ୨୦୧୯ ଏପ୍ରିଲ ୧୯ପୂର୍ବରୁ ପଞ୍ଜିକୃତ ସମସ୍ତ ଗାଡି ପାଇଁ ଏହି ନମ୍ବର ପ୍ଲେଟ ଲଗାଇବାକୁ ନିକଟରେ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରିକି ଏହି ନମ୍ବର ପ୍ଲେଟ ନଲଗାଇଲେ ଆସନ୍ତା ଅଗଷ୍ଟ ୩୧ସୁଦ୍ଧା କୌଣସି ଜରିମାନା ଆଦାୟ ହେବ ନାହିଁ ବୋଲି ପରିବହନ ବିଭାଗ ସ୍ପଷ୍ଟ କରିଛି। ପ୍ରକାଶଥାଉକି ୨୦୧୯ ସୁଦ୍ଧା ରାଜ୍ୟରେ ପ୍ରାୟ ୮୦ଲକ୍ଷ ପଞ୍ଜିକୃତ ଗାଡି ରହିଛି। ରାଜ୍ୟରେ ୧୫ବର୍ଷରୁ ଊର୍ଦ୍ଧ୍ବ ଲକ୍ଷାଧିକ ଗାଡି ଗଡ଼ୁଥିବା ବେଳେ ଏବେ ଏହି ଗାଡି ମାଲିକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି। ଅବଶ୍ୟ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ ଲାଗିବା ନେଇ ଶେଷ ଅବଧି ଡିସେମ୍ବର ୩୧ପର୍ଯ୍ୟନ୍ତ ରହିଛି।

ଅନ୍ୟପଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବୁକିଂ କରିଲେ କେତେକ ଗାଡି ଡିଲର ପଏଣ୍ଟରେ ବାଧ୍ୟତାମୂଳକ ପେଡ୍‍ ସର୍ଭିିସିଂ କରାଯାଉଛି ତ ପୁଣି ନମ୍ବର ପ୍ଲେଟର ଏକ ଫ୍ରେମ ଲଗାଇବାକୁ ମନଇଚ୍ଛା ଟଙ୍କା ଆଦାୟ କରାଯାଉଥିବା ଗାଡି ଚାଳକ ମାନେ ଅଭିଯୋଗ କରୁଛନ୍ତି। ଦେୟଯୁକ୍ତ ସର୍ଭିସିଂ ପାଇଁ ଦୁଇଚକିଆ ଗାଡି ବାବଦରେ ଗ୍ରାହକଙ୍କଠାରୁ ୫୦୦ରୁ ଅଧିକ ଟଙ୍କା ଓ ଚାରଚକିଆ ପାଇଁ ପ୍ରାୟ ୧ହଜାର ଅତିରିକ୍ତ ଟଙ୍କା ନିଆଯାଉଛି। ସେହିପରି ନମ୍ବର ପ୍ଲେଟ ପାଇଁ ଗ୍ରାହକଙ୍କୁ ଏକ ପ୍ଲାଷ୍ଟିକ ଫ୍ରେମ ଦିଆଯାଉଛି ଯାହା ବାବଦରେ ୧୫୦ରୁ ୩୦୦ଟଙ୍କା ଆଦାୟ ହେଉଥିବା କୁହାଯାଉଛି। ଅନ୍ୟପଟରେ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ଗାଡି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା କ୍ଷେତ୍ରରେ ଯେପରି ଗାଡି ଡିଲର୍‌ମାନେ ଶୋଷଣ ନକରନ୍ତି ସେଥିପାଇଁ ପୋର୍ଟାଲରେ ଅନଲାଇନ ଜରିଆରେ ଆଗୁଆ ଟଙ୍କା ଗ୍ରହଣ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର