ବିଦ୍ରୋହୀ ବିଧାୟକଙ୍କୁ ବୁଝାଇ ପାରିଲେନି ଉଦ୍ଧବ, ଏବେ ସେମାନଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରୁଛନ୍ତି ଉଦ୍ଧବଙ୍କ ପତ୍ନୀ ରଶ୍ମି

The Sakala Picture
Published On

ମୁମ୍ବାଇ : ମହାରାଷ୍ଟ୍ରର ରାଜନୀତି କେତେ ବେଳେ କେଉଁ ମୋଡ ନେଉଛି ତାହା କହିବା ମୁସ୍କିଲ ହୋଇଯାଇଛି। ରାଜନୀତିରେ ଥମୁନି ଝଡ ଥମୁନି ଥିବା ବେଳେ କାହା ପାଇଁ ମହାରାଷ୍ଟ୍ରରେ ଚାଲିଥିବା ଶକ୍ତି ସଂଗ୍ରାମ ସାଂଘାତିକ ପ୍ରମାଣିତ ହେବ, ତାହା କେବଳ ସମୟ କହିବ। ହେଲେ ଦିନ ଯେତିକି ଗଡୁଛି ସେତିକି ଦ୍ୱନ୍ଦ ସେତିକି ବଢୁଛି। ଶିବସେନା ବନାମ ବିଦ୍ରୋହୀ ବିଧାୟକଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ ସରଗରମ ସ୍ଥିତି ଜାରି ରହିଛି। ସରକାରକୁ ବଞ୍ଚାଇ କିଭଳି […]

ମୁମ୍ବାଇ : ମହାରାଷ୍ଟ୍ରର ରାଜନୀତି କେତେ ବେଳେ କେଉଁ ମୋଡ ନେଉଛି ତାହା କହିବା ମୁସ୍କିଲ ହୋଇଯାଇଛି। ରାଜନୀତିରେ ଥମୁନି ଝଡ ଥମୁନି ଥିବା ବେଳେ କାହା ପାଇଁ ମହାରାଷ୍ଟ୍ରରେ ଚାଲିଥିବା ଶକ୍ତି ସଂଗ୍ରାମ ସାଂଘାତିକ ପ୍ରମାଣିତ ହେବ, ତାହା କେବଳ ସମୟ କହିବ। ହେଲେ ଦିନ ଯେତିକି ଗଡୁଛି ସେତିକି ଦ୍ୱନ୍ଦ ସେତିକି ବଢୁଛି। ଶିବସେନା ବନାମ ବିଦ୍ରୋହୀ ବିଧାୟକଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ ସରଗରମ ସ୍ଥିତି ଜାରି ରହିଛି। ସରକାରକୁ ବଞ୍ଚାଇ କିଭଳି ସଙ୍କଟର ସମାଧାନ କରାଯିବ ସେନେଇ ଠାକରେଙ୍କ ନେତ୍ୱତ୍ୱରେ ବସୁଛି ଘନଘନ ବୈଠକ। ହେଲେ ଆଖିଦୃଶିଆ ସଫଳତା ଏଯାଏଁ ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: ଗଜପତି RTO ଅଫିସରେ ଭୟାବହ ଅଗ୍ନିକାଣ୍ଡ: ସର୍ଭର ରୁମ୍ ସମ୍ପୂର୍ଣ୍ଣ ପୋଡ଼ି ଛାରଖାର

ଗୋଟିଏ ପଟେ ଉଦ୍ଧବ ଓ ଅନ୍ୟପଟେ ସିନ୍ଦେ । ଶିବସେନାରେ କୁହୁଳିଥିବା ବିଦ୍ରୋହର ନିଆଁ ଏବେ ବ୍ୟାପକ ରୂପ ଧାରଣ କଲାଣି । ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ସିନ୍ଦେଙ୍କ ହାତରେ ଥିବା ବେଳେ ଉଦ୍ଧବ ସରକାରଙ୍କ ଉପରେ ସଙ୍କଟର କଳାବାଦଲ ଘୂରି ବୁଲୁଛି। ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ଶିବସେନା ଯଥାସମ୍ଭବ ଚେଷ୍ଟା କରୁଛି। ଏହାରି ଭିତରେ ବଡ ବଡ ନେତାଙ୍କ ପରେ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ମଇଦାନକୁ ଓହ୍ଲାଇଛନ୍ତି। ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଅଣ୍ଟା ଭିଡିଛନ୍ତି ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେ। ବିଧାୟକମାନଙ୍କୁ ଫେରାଇ ଆଣିବା ପାଇଁ ସେ ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜଟିଳ ହୋଇ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପତ୍ନୀ ରଶ୍ମି ବିଦ୍ରୋହୀ ବିଧାୟକମାନଙ୍କ ପତ୍ନୀଙ୍କ ସହିତ ଯୋଗାଯୋଗ କରି କହୁଛନ୍ତି ଯେ, ସେମାନେ ନିଜ ନିଜର ସ୍ବାମୀଙ୍କୁ ବୁଝାଶୁଝା କରି ଫେରି ଆସିବାକୁ କୁହନ୍ତୁ। ରଶ୍ମୀ ଠାକରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଲାଗି ପଡିଛନ୍ତି। ସେ ଲଗାତାର ବିଧାୟକଙ୍କ ପତ୍ନୀମାନଙ୍କ ସହ ଯୋଗଯୋଗ କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ପତ୍ନୀଙ୍କ ମାଧ୍ୟମରେ ସେ ନିଜ କଥା ତାଙ୍କ ପାଖକୁ ପହଞ୍ଚାଉଛନ୍ତି। ଏଥିପାଇଁ ରଶ୍ମୀ ଠାକରେ ମାତୋଶ୍ରୀରୁ ବହୁ ବିଦ୍ରୋହୀ ବିଧାୟକଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କ ସ୍ୱାମୀଙ୍କୁ ବହୁ ବୁଝାଇବା ପରେ ଉଦ୍ଧବ ଶିବିରକୁ ଫେରିବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ 'ରାହୁରେଖା ଲାଗି' ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଅନ୍ୟପଟେ ଗୌହାଟୀ ହୋଟେଲ୍‌ରେ ଥିବା କେତେକ ବିଦ୍ରୋହୀ ବିଧାୟକମାନଙ୍କ ନିକଟକୁ ଉଦ୍ଧବ ଠାକ୍‌ରେ ମଧ୍ୟ ‘ମେସେଜ୍‌’ ପଠାଉଛନ୍ତି। ଫେରି ଆସିବା ପାଇଁ ସେ ନିଜ ମେସେଜରେ କହିଥିବା ଜଣାପଡିଛି। ସେପଟେ, ଶିବସେନା ବିଦ୍ରୋହୀ ନେତା ଏକନାଥ ସି‌ନ୍ଦେ ବିଜେପି ନେତା ଦେବେନ୍ଦ୍ର ଫଡ଼ନବୀଶଙ୍କୁ ଗତରାତିରେ ଗୁଜରାଟରେ ଭେଟି ମହାରାଷ୍ଟରେ ସମ୍ଭାବ୍ୟ ସରକାର ଗଠନ କରିବା ଲାଗି ଆଲୋଚନା କରିଥିବା କଥା ବିଶେଷସୂତ୍ରରୁ ଜଣା ପଡ଼ିବା ପରେ ‘ଟିମ୍‌ ଠାକ୍‌ରେ’ କହିଛି ଯେ, ବି‌ଦ୍ରୋହୀମାନଙ୍କ ବିଶ୍ବାସଘାତକତାକୁ ଭୁଲି ହେବନାହିଁ।

ଅନ୍ୟପଟେ ବିଦ୍ରୋହୀ ବିଧାୟକଙ୍କ ବୈଠକ ଡକାଇଛନ୍ତି ଏକନାଥ ସିନ୍ଦେ । ଆଜି ମଧ୍ୟାହ୍ନରେ ଗୌହ୍ୱାଟିରେ ବିଦ୍ର୍ରୋହୀ ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହେବ । ଗତକାଲି ଶିବସେନା ସାଂସଦ ସଞ୍ଜୟ ରାଉତ ବାଲଠାକରେଙ୍କ ନାଁରେ ଭୋଟ ମାଗିପାରିବେନି ଚେତାବନୀ ଦେଇଥିବା ବେଳେ ଆଗାମୀ କାର୍ୟ୍ୟପନ୍ଥା କଣ ହେବ ତାହା ଉପରେ ଆଜି ବୈଠକରେ ନିଷ୍ପତି ନିଅଯିବ ବୋଲି ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର