ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ, ଜାଣନ୍ତୁ କ’ଣ ରହିଛି ପ୍ରେସ୍ ଦିବସର ଇତିହାସ…..

The Sakala Picture
Published On

ଭୁବନେଶ୍ବର : ସମାଜର ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ସ୍ବାଧୀନତା ସଂଗ୍ରାମର ଇତିହାସ ହେଉ କି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାର ଉଚ୍ଛେଦ, ତୃଣମୂଳ ସ୍ତରରେ ଲୋକଙ୍କର ସ୍ବର ଉତ୍ଥାପନ ହେଉ କି ସମାଜ ପ୍ରତି ରାଜନେତାମାନଙ୍କ ବାର୍ତ୍ତାର ପ୍ରଚାର- ଏସବୁ ଦିଗରେ ଗଣମାଧ୍ୟମ ପ୍ରମୁଖ ଯୋଗସୂତ୍ର ରକ୍ଷାକାରୀ। ଗଣତନ୍ତ୍ର କିଭଳି ସୁସ୍ଥ ଓ ସମୃଦ୍ଧ ହୋଇ ରହିବ ଏବଂ ସରକାର କିଭଳି ଭାବେ ଲୋକଙ୍କ ହିତ ପାଇଁ କାମ କରିବେ, ସେଥିପାଇଁ ଗଣମାଧ୍ୟମ ନିଜର ଦାୟିତ୍ବ ନିର୍ବାହ […]

ଭୁବନେଶ୍ବର : ସମାଜର ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ସ୍ବାଧୀନତା ସଂଗ୍ରାମର ଇତିହାସ ହେଉ କି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାର ଉଚ୍ଛେଦ, ତୃଣମୂଳ ସ୍ତରରେ ଲୋକଙ୍କର ସ୍ବର ଉତ୍ଥାପନ ହେଉ କି ସମାଜ ପ୍ରତି ରାଜନେତାମାନଙ୍କ ବାର୍ତ୍ତାର ପ୍ରଚାର- ଏସବୁ ଦିଗରେ ଗଣମାଧ୍ୟମ ପ୍ରମୁଖ ଯୋଗସୂତ୍ର ରକ୍ଷାକାରୀ। ଗଣତନ୍ତ୍ର କିଭଳି ସୁସ୍ଥ ଓ ସମୃଦ୍ଧ ହୋଇ ରହିବ ଏବଂ ସରକାର କିଭଳି ଭାବେ ଲୋକଙ୍କ ହିତ ପାଇଁ କାମ କରିବେ, ସେଥିପାଇଁ ଗଣମାଧ୍ୟମ ନିଜର ଦାୟିତ୍ବ ନିର୍ବାହ କରିଥାଏ। ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ ଗଣତନ୍ତ୍ର ସେତେ ସୁଦୃଢ଼ ହେବ। ପ୍ରତିକୂଳ ସ୍ଥିତିରେ ବି ସାମ୍ବାଦିକମାନେ ଜନସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କରିଥା’ନ୍ତି। ମହାମାରୀ କରୋନା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ଆଗଧାଡ଼ିର ଯୋଦ୍ଧା ସାଜି ନିୟମିତ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିଲେ।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଦେଶର ପ୍ରଥମ ସମ୍ବାଦପତ୍ର ‘ବେଙ୍ଗଲ ଗ୍ୟାଜେଟ୍‌’ ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ୍‌ ହିକିଙ୍କ ଦ୍ୱାରା ପ୍ରକାଶ ପାଇବା ପରଠାରୁ ଜନସାଧାରଣଙ୍କ ସଶକ୍ତୀକରଣ ଲାଗି ସମ୍ବାଦପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ସାମ୍ବାଦିକତାର ମୌଳିକ ନୀତି ହେଉଛି ପାଠକଙ୍କ ନିକଟରେ ସତ୍ୟ, ବସ୍ତୁନିଷ୍ଠ, ସଠିକ୍‌ ଓ ନିରପେକ୍ଷ ସୂଚନା ପହଞ୍ଚାଇବା। ଏହି ପରିପ୍ରେକ୍ଷୀରେ ଜାତୀୟ ପ୍ରେସ୍ ଦିବସ ପାଳନ ଅନେକ ଗୁରୁତ୍ବ ବହନ କରେ।

ଆହୁରି ପଢ଼ନ୍ତୁ: ହସ୍ପିଟାଲରେ କିଡ୍‌ନୀ ରାକେଟ: ୬ ଲକ୍ଷରେ କିଣି ୮୦ ଲକ୍ଷରେ ବିକ୍ରି, ୫ ଡାକ୍ତର ଗିରଫ

ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ୍‌ ଦିବସ। ୧୯୫୬ ମସିହାରେ ସରକାର ପ୍ରଥମ ଥର ପାଇଁ ପ୍ରେସ୍ କମିସନ ବସାଇ ପ୍ରେସ୍ କାଉନସିଲ୍ ଗଠନ ପାଇଁ ସୁପାରିସ କରିଥିଲେ। ୧୯୬୬ ମସିହା ଜୁଲାଇ ୪ ତାରିଖରେ ପ୍ରଥମ କରି ଭାରତର ପ୍ରେସ୍ ପରିଷଦ(ପ୍ରେସ୍‌ କାଉନସିଲ୍‌ ଅଫ ଇଣ୍ଡିଆ) ଗଠନ ହୋଇଥିଲା। ଏହାର ଅଧ୍ୟକ୍ଷ ଥିଲେ ସେତେବେଳର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଜେ. ଆର୍. ମୁଦୋଲ୍‌କର୍। ସେହିବର୍ଷ ନଭେମ୍ବର ମାସ ୧୬ ତାରିଖରୁ ପ୍ରେସ୍ ପରିଷଦ ବିଧିବଦ୍ଧ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ତେଣୁ ସେହିଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନ ହେବେ, ସେଥିପାଇଁ ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆ କାମ କରିଆସୁଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର, ୭ଦିନ ବୃଦ୍ଧି ହେଲା ଧାନକିଣା ଅବଧି

ଭାରତୀୟ ପ୍ରେସ୍ କାଉନସିଲ୍ ସମ୍ବାଦପତ୍ରଗୁଡ଼ିକର ନୈତିକ ମାର୍ଗଦର୍ଶକ। ଯଦି କୌଣସି ବ୍ୟକ୍ତିଙ୍କୁ କୌଣସି ଖବରକୁ ନେଇ ଆପତ୍ତି ଥାଏ, ତେବେ ସେ ପ୍ରେସ୍ କାଉନସିଲ୍ ନିକଟରେ ଅଭିଯୋଗ କରିପାରିବେ। ଅପରପକ୍ଷେ, ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ, ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ। ସାମ୍ବାଦିକମାନେ ହେଲେ  ସମାଜର ଜାଗ୍ରତ ପ୍ରହରୀ। ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ, ତେବେ ସମାଜ ଆଗକୁ ବଢ଼ିପାରେ ନାହିଁ।  ତେଣୁ ନିରପେକ୍ଷ, ନିର୍ଭୀକ ଓ ଗଠନମୂଳକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ୟ ହେବା ଉଚିତ।

16 Nov 2022 By The Sakala

ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ, ଜାଣନ୍ତୁ କ’ଣ ରହିଛି ପ୍ରେସ୍ ଦିବସର ଇତିହାସ…..

ଭୁବନେଶ୍ବର : ସମାଜର ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ସ୍ବାଧୀନତା ସଂଗ୍ରାମର ଇତିହାସ ହେଉ କି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାର ଉଚ୍ଛେଦ, ତୃଣମୂଳ ସ୍ତରରେ ଲୋକଙ୍କର ସ୍ବର ଉତ୍ଥାପନ ହେଉ କି ସମାଜ ପ୍ରତି ରାଜନେତାମାନଙ୍କ ବାର୍ତ୍ତାର ପ୍ରଚାର- ଏସବୁ ଦିଗରେ ଗଣମାଧ୍ୟମ ପ୍ରମୁଖ ଯୋଗସୂତ୍ର ରକ୍ଷାକାରୀ। ଗଣତନ୍ତ୍ର କିଭଳି ସୁସ୍ଥ ଓ ସମୃଦ୍ଧ ହୋଇ ରହିବ ଏବଂ ସରକାର କିଭଳି ଭାବେ ଲୋକଙ୍କ ହିତ ପାଇଁ କାମ କରିବେ, ସେଥିପାଇଁ ଗଣମାଧ୍ୟମ ନିଜର ଦାୟିତ୍ବ ନିର୍ବାହ କରିଥାଏ। ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ ଗଣତନ୍ତ୍ର ସେତେ ସୁଦୃଢ଼ ହେବ। ପ୍ରତିକୂଳ ସ୍ଥିତିରେ ବି ସାମ୍ବାଦିକମାନେ ଜନସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କରିଥା’ନ୍ତି। ମହାମାରୀ କରୋନା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ଆଗଧାଡ଼ିର ଯୋଦ୍ଧା ସାଜି ନିୟମିତ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିଲେ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ଦେଶର ପ୍ରଥମ ସମ୍ବାଦପତ୍ର ‘ବେଙ୍ଗଲ ଗ୍ୟାଜେଟ୍‌’ ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ୍‌ ହିକିଙ୍କ ଦ୍ୱାରା ପ୍ରକାଶ ପାଇବା ପରଠାରୁ ଜନସାଧାରଣଙ୍କ ସଶକ୍ତୀକରଣ ଲାଗି ସମ୍ବାଦପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ସାମ୍ବାଦିକତାର ମୌଳିକ ନୀତି ହେଉଛି ପାଠକଙ୍କ ନିକଟରେ ସତ୍ୟ, ବସ୍ତୁନିଷ୍ଠ, ସଠିକ୍‌ ଓ ନିରପେକ୍ଷ ସୂଚନା ପହଞ୍ଚାଇବା। ଏହି ପରିପ୍ରେକ୍ଷୀରେ ଜାତୀୟ ପ୍ରେସ୍ ଦିବସ ପାଳନ ଅନେକ ଗୁରୁତ୍ବ ବହନ କରେ।

ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ୍‌ ଦିବସ। ୧୯୫୬ ମସିହାରେ ସରକାର ପ୍ରଥମ ଥର ପାଇଁ ପ୍ରେସ୍ କମିସନ ବସାଇ ପ୍ରେସ୍ କାଉନସିଲ୍ ଗଠନ ପାଇଁ ସୁପାରିସ କରିଥିଲେ। ୧୯୬୬ ମସିହା ଜୁଲାଇ ୪ ତାରିଖରେ ପ୍ରଥମ କରି ଭାରତର ପ୍ରେସ୍ ପରିଷଦ(ପ୍ରେସ୍‌ କାଉନସିଲ୍‌ ଅଫ ଇଣ୍ଡିଆ) ଗଠନ ହୋଇଥିଲା। ଏହାର ଅଧ୍ୟକ୍ଷ ଥିଲେ ସେତେବେଳର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଜେ. ଆର୍. ମୁଦୋଲ୍‌କର୍। ସେହିବର୍ଷ ନଭେମ୍ବର ମାସ ୧୬ ତାରିଖରୁ ପ୍ରେସ୍ ପରିଷଦ ବିଧିବଦ୍ଧ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ତେଣୁ ସେହିଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନ ହେବେ, ସେଥିପାଇଁ ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆ କାମ କରିଆସୁଛି।

ଭାରତୀୟ ପ୍ରେସ୍ କାଉନସିଲ୍ ସମ୍ବାଦପତ୍ରଗୁଡ଼ିକର ନୈତିକ ମାର୍ଗଦର୍ଶକ। ଯଦି କୌଣସି ବ୍ୟକ୍ତିଙ୍କୁ କୌଣସି ଖବରକୁ ନେଇ ଆପତ୍ତି ଥାଏ, ତେବେ ସେ ପ୍ରେସ୍ କାଉନସିଲ୍ ନିକଟରେ ଅଭିଯୋଗ କରିପାରିବେ। ଅପରପକ୍ଷେ, ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ, ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ। ସାମ୍ବାଦିକମାନେ ହେଲେ  ସମାଜର ଜାଗ୍ରତ ପ୍ରହରୀ। ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ, ତେବେ ସମାଜ ଆଗକୁ ବଢ଼ିପାରେ ନାହିଁ।  ତେଣୁ ନିରପେକ୍ଷ, ନିର୍ଭୀକ ଓ ଗଠନମୂଳକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ୟ ହେବା ଉଚିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର