ପୃଥିବୀ ଆଡ଼କୁ ମାଡ଼ିଆସୁଛି ସୌରଝଡ଼

The Sakala Picture
Published On

ନୂଆଦିଲ୍ଲୀ : ପୃଥିବୀ ଆଡକୁ ଏକ ଶକ୍ତିଶାଳୀ ସୌର ମାଡି ଆସୁଛି। ଯାହାର ବେଗ ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିଲୋମିଟର ରହିଛି। ଏହି ସୌର ଝଡ ଦିନେ ଦୁଇ ଦିନ ମଧ୍ୟରେ କୌଣସି ସମୟରେ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ବିଶ୍ବସ୍ତରର ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି। ଯଦି ଏହା ଘଟେ ତେବେ ଏହି କାରଣରୁ ଉପଗ୍ରହ ସିଗ୍‌ନାଲରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ବୋଲି ସେମାନେ କହିଛନ୍ତି। ଏହାବ୍ୟତୀତ ବିମାନ […]

ନୂଆଦିଲ୍ଲୀ : ପୃଥିବୀ ଆଡକୁ ଏକ ଶକ୍ତିଶାଳୀ ସୌର ମାଡି ଆସୁଛି। ଯାହାର ବେଗ ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିଲୋମିଟର ରହିଛି। ଏହି ସୌର ଝଡ ଦିନେ ଦୁଇ ଦିନ ମଧ୍ୟରେ କୌଣସି ସମୟରେ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ବିଶ୍ବସ୍ତରର ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି। ଯଦି ଏହା ଘଟେ ତେବେ ଏହି କାରଣରୁ ଉପଗ୍ରହ ସିଗ୍‌ନାଲରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ବୋଲି ସେମାନେ କହିଛନ୍ତି। ଏହାବ୍ୟତୀତ ବିମାନ ଉଡାଣ, ରେଡିଓ ସିଗ୍ନାଲ, ଯୋଗାଯୋଗ ଓ ପାଣିପାଗ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି। ଆମେରିକୀୟ ମହାକାଶ ସଂସ୍ଥା ନାସାର ଆକଳନ ଅନୁଯାୟୀ ବର୍ତ୍ତମାନ ଏହି ଝଡ଼ର ଗତି ଘଣ୍ଟା ପ୍ରତି ୧୬ ଲକ୍ଷ ନଅ ହଜାର ୩୪୪ କିମି ରହିଥିବା ବେଳେ ଏହାର ଗତି ଆହୁରି ତୀବ୍ର ହୋଇପାରେ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଫଳରେ ମହାକାଶରେ ମହାଝଡ ସୃଷ୍ଟି ହେବା ସହିତ ବିଦ୍ୟୁତ ସରୋବରାହ ବ୍ୟବସ୍ଥା ବ୍ୟାହତ ହୋଇ ପୃଥିବୀ ପୃଷ୍ଠକୁ ଅନ୍ଧକାର କରିଦେବାର ମଧ୍ୟ ସମ୍ଭାବନା ରହିଥିବା ବିଶେଷଜ୍ଞମାନେ କହିଛନ୍ତି। ୧୯୮୯ ମସିହାରେ ଦେଖାଯାଇଥିବା ସୌର ଝଡ କାରଣରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ କାନାଡାର କ୍ୟୁବାକ ସହର ୧୨ ଘଣ୍ଟା ଧରି ଅନ୍ଧାରରେ ରହିଥିଲା। ଏଥିରେ ଲକ୍ଷାଧିକ ଲୋକଙ୍କ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ସୂର୍ଯ୍ୟର ବାୟୁମଣ୍ଡଳରୁ ଉତ୍ପନ୍ନ ଏହି ସୌରଝଡ କାରଣରୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ନେଇ ମହାକାଶର ଏକ ଅଞ୍ଚଳରେ ପ୍ରଭାବ ଦେଖିବାକୁ ମିଳିପାରେ। ଏହା ଯୋଗୁଁ ଉତ୍ତର କିମ୍ବା ଦକ୍ଷିଣ ଅକ୍ଷାଂଶରେ ରହୁଥିବା ଲୋକେ ରାତିରେ ସୁନ୍ଦର ଏବଂ ଉଜ୍ଜ୍ଵଳ ଆଲୋକ ଦେଖି ପାରନ୍ତି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ବିଶେଷଜ୍ଞମାନଙ୍କ ମତରେ ସୌର ଝଡ କାରଣରୁ ପୃଥିବୀର ବାୟୁମଣ୍ଡଳ ଗରମ ହୋଇଥାଏ। ଯାହାର ସିଧା ପ୍ରଭାବ ଉପଗ୍ରହ ଉପରେ ପଡିଥାଏ। ଏଥିରେ ଜିପିଏସ୍‌ ନେଭିଗେସନ, ମୋବାଇଲ ଫୋନ୍ ସିଗ୍ନାଲ ଓ ସାଟେଲାଇଟ୍ ଟିଭିରେ ବାଧା ଉତ୍ପନ୍ନ ହୋଇଥାଏ। ପାୱାର ଲାଇନ୍‌ରେ ଦ୍ରୁତ ବେଗରେ ବିଦ୍ୟୁଥ ପ୍ରବାହ ଯୋଗୁଁ ଟ୍ରାନ୍ସଫର୍ମର ନଷ୍ଟ ହୋଇଯିବାର ମଧ୍ୟ ସମ୍ଭାବନା ରହିଥାଏ। କିନ୍ତୁ ସାଧାରଣ ଭାବେ ଏଭଳି କମ ଘଟିଥାଏ। କାରଣ ପୃଥିବୀ ପୃଷ୍ଠର ଚୁମ୍ବକୀୟ କ୍ଷେତ୍ର ଝଡ ବିରୋଧରେ ସୁରକ୍ଷା କବଚ ଭଳି କାମ କରିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର