ମନୋରଞ୍ଜନ
ନିଜର ରାଜନୈତିକ ଭବିଷ୍ୟତକୁ ନେଇ ସୌମ୍ୟରଞ୍ଜନ ଅବସାଦ ଭିତରକୁ ଚାଲିଗଲେଣି : ଅନୁଭବ ପଟ୍ଟନାୟକ
ଭୁବନେଶ୍ବର : ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ବଡ଼ ମିଛୁଆ । ଏକଥା ସାରା ଓଡ଼ିଶା ଜାଣିଛି। ନିଜ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ସମ୍ପାଦକୀୟ ଜରିଆରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ଟାର୍ଗେଟ କରି ଏପରି କହିଛନ୍ତି ଖଣ୍ଡପଡା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ନିଜ ଟ୍ୱିଟର(ଏକ୍ସ) ହ୍ୟାଣ୍ଡଲରେ ଅନୁଭବ, ସୌମ୍ୟରଞ୍ଜନ ଆଜି ତାଙ୍କ ଖବର କାଗଜର ସମ୍ପାଦକୀୟରେ ଯେଉଁ ମିଥ୍ୟା ତଥ୍ୟ ଲେଖିଛନ୍ତି ତାହାକୁ ନେଇ ଚ୍ୟାଲେଞ୍ଚ କରିଛନ୍ତି। ଅନୁଭବ ଲେଖିଛନ୍ତି […]
ଭୁବନେଶ୍ବର : ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ବଡ଼ ମିଛୁଆ । ଏକଥା ସାରା ଓଡ଼ିଶା ଜାଣିଛି। ନିଜ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ସମ୍ପାଦକୀୟ ଜରିଆରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ଟାର୍ଗେଟ କରି ଏପରି କହିଛନ୍ତି ଖଣ୍ଡପଡା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ନିଜ ଟ୍ୱିଟର(ଏକ୍ସ) ହ୍ୟାଣ୍ଡଲରେ ଅନୁଭବ, ସୌମ୍ୟରଞ୍ଜନ ଆଜି ତାଙ୍କ ଖବର କାଗଜର ସମ୍ପାଦକୀୟରେ ଯେଉଁ ମିଥ୍ୟା ତଥ୍ୟ ଲେଖିଛନ୍ତି ତାହାକୁ ନେଇ ଚ୍ୟାଲେଞ୍ଚ କରିଛନ୍ତି। ଅନୁଭବ ଲେଖିଛନ୍ତି କି ଯଦି ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଆଲେଖ୍ୟରେ ଯାହା ଲେଖିଛନ୍ତି ତାହା ସତ୍ୟ ବୋଲି ପ୍ରମାଣ ଦେଇଦେବେ ତେବେ ସେ ରାଜନୀତି ଛାଡିଦେବେ।
ଆଜି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଖବର କାଗଜର ସମ୍ପାଦକୀୟ ‘ଆମ ଘରର ହାଲଚାଲ’ରେ ଲେଖିଛନ୍ତି ଯେ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ 5T ସଚିବ ଏକ ସଭାରେ କହିଛନ୍ତି।ଯାହାକୁ ନେଇ ଚ୍ୟାଲେଞ୍ଜ କରିଛନ୍ତି ଖଣ୍ଡପଡା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଅନୁଭବ କହିଛନ୍ତି କି ମୁଁ ଆପଣଙ୍କୁ ୧୨ ଘଣ୍ଟା ସମୟ ଦେଉଛି, ଆପଣ କୁହନ୍ତୁ ୫-ଟି ସଚିବ କେଉଁ ସଭାରେ କହିଛନ୍ତି କି ‘ଆସନ୍ତୁ ଆମେ ନବୀନବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା’। ୫-ଟି ସଚିବ ଏପରି କହିବା ଆପଣଙ୍କ ଖବର କାଗଜ କିମ୍ବା ଟିଭିରେ ଖବର ପଦର୍ଶିତ ହୋଇଛି କି? ଯଦି ହୋଇଛି ତଥ୍ୟ ଦିଅନ୍ତୁ । ଯଦି ଆପଣ ପ୍ରମାଣ କରିଦେବେ, ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି ଅନୁଭବଙ୍କ କହିଛନ୍ତି। ଆଉ ଯଦି ପ୍ରମାଣ କରିପାରିବେନି ତାହେଲେ ଆପଣ ମିଛୁଆ ବୋଲି କହିଛନ୍ତି ଅନୁଭବ ପଟ୍ଟନାୟକ।
In 15 days you (Shri. Soumya Patnaik) have written another article in your own newspaper which shows your extreme frustration and desperation for obvious reasons.
ଆହୁରି ପଢ଼ନ୍ତୁ: ଗୃହକୁ ନ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲି: ବଡ଼ ଖୁଲାସା କଲେ ବାଚସ୍ପତି ଓମ୍ ବିର୍ଲାYou have mentioned that Secretary 5-T has in a meeting urged the people to make Shri. Naveen Patnaik the CM for the…
— Anubhav Patnaik (@anubhavpatnaik7) August 27, 2023
ଏଥି ସହିତ ଅନୁଭବ ପଟ୍ଟନାୟକ ଲେଖିଛନ୍ତି ସୌମ୍ୟରଞ୍ଜନ ତାଙ୍କ ସମ୍ପାଦକୀୟରେ ଲେଖିଛନ୍ତି ୫-ଟି ସଚିବ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତରେ ୩୦୦ କୋଟି ଖର୍ଚ୍ଚ କରିସାରିଲେଣି। ଏହାକୁ ନେଇ ସୌମ୍ୟବାବୁଙ୍କ ପାଖରେ କିଛି ତଥ୍ୟ ପ୍ରମାଣ ଅଛି, ନାଁ ନିଜ ସ୍ବାର୍ଥ ହାସଲ ପାଇଁ ଯାହା ପାରୁଛନ୍ତି ତାହା ଲେଖୁଛନ୍ତି। ଏଥି ସହିତ ଅନୁଭବ ଲେଖିଛନ୍ତି ସୌମ୍ୟବାବୁ ଭଲଭାବେ ଜାଣିଛନ୍ତି ଯେ କିଛି ବର୍ଷ ପୂର୍ବେ କେନ୍ଦ୍ରର ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ବିଜ୍ଞାପନ ପାଇଁ ୬୦୦ କୋଟି ଖର୍ଚ୍ଚ କରିଥିଲେ। ସେତେବେଳେ ସୌମ୍ୟବାବୁଙ୍କ ବିବେକ କେଉଁଠାରେ ଥିଲା? ଆପଣଙ୍କର ଗଣିତ ଅନୁଯାୟୀ, ଉଭୟ ଚନ୍ଦ୍ରକୁ ଯାଇ ଡିଲ୍ କରିଥାଇ ପାରନ୍ତି।
ଆହୁରି ମଧ୍ୟ ଅନୁଭବ ପଟ୍ଟନାୟକ ଲେଖିଛନ୍ତି ୫-ଟି ସଚିବ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ବୁଲୁନାହାନ୍ତି। ସେ ସାରା ଓଡ଼ିଶା ବୁଲୁଛନ୍ତି ଲୋକମାନଙ୍କ ପାଇଁ। ଲୋକମାନଙ୍କୁ ଭେଟୁଛନ୍ତି, ସେମାନଙ୍କର ଅଭିଯୋଗ ଶୁଣୁଛନ୍ତି ଏବଂ ସେମାନଙ୍କଠାରୁ ବିଭିନ୍ନ ସମସ୍ୟା ନେଇ ଆବେଦନ ଗ୍ରହଣ କରୁଛନ୍ତି। ଆଉ ସମସ୍ତ ସମସ୍ୟାର ସମାଧାନ ମଧ୍ୟ ତୁରନ୍ତ କରାଯାଇଛି। କିନ୍ତୁ ସୌମ୍ୟରଞ୍ଜନ ବିଚଳିତ ହେବାର କାରଣ ହେଉଛି ୫-ଟି ସଚିବଙ୍କ ଖଣ୍ଡପଡା ଗସ୍ତ ସମୟରେ ଖଣ୍ଡପଡାବାସୀଙ୍କଠାରୁ ସର୍ବାଧିକ ସଂଖ୍ୟକ ସମସ୍ୟା ନେଇ ଆବେଦନ ଗ୍ରହଣ କରାଯାଇଥିଲା। ଏହା ଦର୍ଶାଏ ଯେ ଖଣ୍ଡପଡାର ଲୋକମାନେ ସୌମ୍ୟରଞ୍ଜନଙ୍କ ଉପରୁ ବିଶ୍ୱାସ ହରାଇଛନ୍ତି। ଯାହାକୁ ନେଇ ସୌମ୍ୟରଞ୍ଜନ ବିଚଳିତ ହୋଇଯାଇଛନ୍ତି। ନିଜର ଆଗାମୀ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ଅବସାଦ ଭିତରକୁ ଚାଲିଯାଇଛନ୍ତି। ଆଉ ତାଙ୍କର ଏହି କଷ୍ଟକୁ ନିଜ ଖବରକାଗଜରେ ସମ୍ପାଦକୀୟ ମାଧ୍ୟମରେ ଜଣାଉଛନ୍ତି। ଓଡ଼ିଶାବାସୀ ତାଙ୍କର ଦୋମୁଁହା ନୀତି ବାବଦରେ ଭଲ ଭାବେ ଅବଗତ। ନିଜ ସ୍ୱାର୍ଥ ପାଇଁ ସେ କେତେ ତଳକୁ ଖସିପାରନ୍ତି ତାହା ସଭିଙ୍କୁ ଜଣା।
ସେହିପରି ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ସୌମ୍ୟରଞ୍ଜନ ଦେଇଥିବା ମନ୍ତବ୍ୟକୁ ନେଇ ଅନୁଭବ ଲେଖିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ମାମଲରେ ଚାର୍ଜସିଟ୍ ହୋଇଛି। ସେ ଜାମିନରେ ଆସିଥିବା ଅପରାଧୀ। ତୁମର ନିଜ ଚ୍ୟାନେଲ ଏବଂ ଖବରକାଗଜ ମଧ୍ୟ ତାଙ୍କର ଏହି ଠକେଇ ମାମଲା ନେଇ ଖବର ପ୍ରଦର୍ଶନ କରିଛି। କିନ୍ତୁ ଆପଣ ଜାମିନରେ ଆସିଥିବା ଜଣେ ଅପରାଧୀଙ୍କୁ ସମର୍ଥନ କରୁଛନ୍ତି। ଯାହାକୁ ନେଇ ଆପଣ ଲଜ୍ଜିତ ନୁହଁନ୍ତି କି? ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି। ଏଥି ସହିତ ଅନୁଭବ ଲେଖିଛନ୍ତି ଓଡ଼ିଶା ଲୋକ ଜାଣିଛନ୍ତି ତୁମେ ଜଣେ ମିଛୁଆ, ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଆପଣ କ’ଣ କ’ଣ କରିପାରନ୍ତି ତାହା ସମସ୍ତଙ୍କ ଜଣା।





