ଆଜିଠୁ ୪ ମାସ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

The Sakala Picture
Published On

ମୟୂରଭଞ୍ଜ: ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ବର୍ଷା ଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଆଜିଠୁ ୪ ମାସ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦପୂର୍ଣ୍ଣ ହୋଇଯାଏ । ଏଣୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ । ବର୍ଷା କମିବା ପରେ […]

ମୟୂରଭଞ୍ଜ: ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ବର୍ଷା ଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଆଜିଠୁ ୪ ମାସ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦପୂର୍ଣ୍ଣ ହୋଇଯାଏ । ଏଣୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ । ବର୍ଷା କମିବା ପରେ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲର ମରାମତି କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌ ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର