୨୦୨୫ ଆର୍ଥିକ ବର୍ଷରେ ରେକର୍ଡ, ଆଇଟିଆର ଦାଖଲ କଲେ ୯.୧୯ କୋଟି

The Sakala Picture
Published On

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗତ ମାର୍ଚ୍ଚ ୩୧ ସୁଧା ଦେଶରେ ରେକର୍ଡ ୯.୧୯ କୋଟି ଲୋକ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିଛନ୍ତି। ଏଥିରେ ମହାରାଷ୍ଟ୍ରର ସର୍ବାଧିକ ଲୋକ ସାମିଲ ଅଛନ୍ତି। ଏହି ରାଜ୍ୟର ୧.୩୯ କୋଟି ନାଗରିକ ଆଇଟିଆର ଦାଖଲ କରିଛନ୍ତି। ସୂଚନା ଅନୁଯାୟୀ ଗତ ବର୍ଷ ତୁଳନାରେ ୨୦୨୫ରେ ୭.୮୬ ପ୍ରତିଶତ ଅଧିକ ଲୋକ ଆଇଟଆର ଦାଖଲ କରିଛନ୍ତି। ୨୦୨୪ରେ ମୋଟ ୮.୫୨ କୋଟି ଲୋକ ଆଇଟିଆର […]

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗତ ମାର୍ଚ୍ଚ ୩୧ ସୁଧା ଦେଶରେ ରେକର୍ଡ ୯.୧୯ କୋଟି ଲୋକ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିଛନ୍ତି। ଏଥିରେ ମହାରାଷ୍ଟ୍ରର ସର୍ବାଧିକ ଲୋକ ସାମିଲ ଅଛନ୍ତି। ଏହି ରାଜ୍ୟର ୧.୩୯ କୋଟି ନାଗରିକ ଆଇଟିଆର ଦାଖଲ କରିଛନ୍ତି। ସୂଚନା ଅନୁଯାୟୀ ଗତ ବର୍ଷ ତୁଳନାରେ ୨୦୨୫ରେ ୭.୮୬ ପ୍ରତିଶତ ଅଧିକ ଲୋକ ଆଇଟଆର ଦାଖଲ କରିଛନ୍ତି। ୨୦୨୪ରେ ମୋଟ ୮.୫୨ କୋଟି ଲୋକ ଆଇଟିଆର ଦେଇଥିଲେ। ୨୦୨୩ରେ ଏହା ୭.୭୮ କୋଟି ଥିଲା। ୨୦୨୪ରେ ଏହାଠାରୁ ୯.୫୧ ପ୍ରତିଶତ ଅଧିକ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ଦେଶରେ ଧନୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି। ଗତ ମାର୍ଚ୍ଚ ୩୧ ସୁଦ୍ଧା ୧୦, ୮୧୪ ଲୋକ ୧୦ କୋଟିରୁ ଅଧିକ ଟଙ୍କାର ରିଟର୍ଣ୍ଣ ଦାଖଲ କରିଛନ୍ତି। ତେବେ ୫-୧୦ କୋଟି ଆୟକାରୀଙ୍କ ସଂଖ୍ୟା ୧୬, ୭୯୭ ରହିଛି। ସେହିପରି ୨.୯୭ ଲକ୍ଷ ଲୋକ ୧ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖଲ କରିଛନ୍ତି। ସର୍ବାଧିକ ଆଇଟିଆର ଦାଖଲ କରିଥିବା ରାଜ୍ୟ ମଧ୍ୟରେ ମହରାଷ୍ଟ୍ର ପରେ ଉତ୍ତର ପ୍ରଦେଶ ରହିଛି। ଏଠାକାର ୯୧.୩୮ ଲକ୍ଷ ଲୋକ ଆଇଟିଆର ଦେଇଛନ୍ତି। ଏହା ପଛକୁ ଗୁଜରାଟ (୮୮.୫୮ ଲକ୍ଷ), ରାଜସ୍ଥାନ (୫୯.୭୭ ଲକ୍ଷ), ତାମିଲନାଡୁ (୫୭.୨୭ ଲକ୍ଷ), କର୍ଣ୍ଣାଟକ (୫୩,୬୨ ଲକ୍ଷ), ଦିଲ୍ଲୀ (୪୪.୬୬ ଲକ୍ଷ), ପଞ୍ଜାବ (୪୪.୨୬ ଲକ୍ଷ) ରହିଛି।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ପ୍ରେମ ନିବେଦନ କରିବା ଅଭିଯୋଗରେ ବଦଳିଲେ ଶରଣକୂଳ ଥାନା ଆଇଆଇସି

13 Apr 2025 By The Sakala

୨୦୨୫ ଆର୍ଥିକ ବର୍ଷରେ ରେକର୍ଡ, ଆଇଟିଆର ଦାଖଲ କଲେ ୯.୧୯ କୋଟି

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗତ ମାର୍ଚ୍ଚ ୩୧ ସୁଧା ଦେଶରେ ରେକର୍ଡ ୯.୧୯ କୋଟି ଲୋକ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିଛନ୍ତି। ଏଥିରେ ମହାରାଷ୍ଟ୍ରର ସର୍ବାଧିକ ଲୋକ ସାମିଲ ଅଛନ୍ତି। ଏହି ରାଜ୍ୟର ୧.୩୯ କୋଟି ନାଗରିକ ଆଇଟିଆର ଦାଖଲ କରିଛନ୍ତି। ସୂଚନା ଅନୁଯାୟୀ ଗତ ବର୍ଷ ତୁଳନାରେ ୨୦୨୫ରେ ୭.୮୬ ପ୍ରତିଶତ ଅଧିକ ଲୋକ ଆଇଟଆର ଦାଖଲ କରିଛନ୍ତି। ୨୦୨୪ରେ ମୋଟ ୮.୫୨ କୋଟି ଲୋକ ଆଇଟିଆର ଦେଇଥିଲେ। ୨୦୨୩ରେ ଏହା ୭.୭୮ କୋଟି ଥିଲା। ୨୦୨୪ରେ ଏହାଠାରୁ ୯.୫୧ ପ୍ରତିଶତ ଅଧିକ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ଦେଶରେ ଧନୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି। ଗତ ମାର୍ଚ୍ଚ ୩୧ ସୁଦ୍ଧା ୧୦, ୮୧୪ ଲୋକ ୧୦ କୋଟିରୁ ଅଧିକ ଟଙ୍କାର ରିଟର୍ଣ୍ଣ ଦାଖଲ କରିଛନ୍ତି। ତେବେ ୫-୧୦ କୋଟି ଆୟକାରୀଙ୍କ ସଂଖ୍ୟା ୧୬, ୭୯୭ ରହିଛି। ସେହିପରି ୨.୯୭ ଲକ୍ଷ ଲୋକ ୧ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖଲ କରିଛନ୍ତି। ସର୍ବାଧିକ ଆଇଟିଆର ଦାଖଲ କରିଥିବା ରାଜ୍ୟ ମଧ୍ୟରେ ମହରାଷ୍ଟ୍ର ପରେ ଉତ୍ତର ପ୍ରଦେଶ ରହିଛି। ଏଠାକାର ୯୧.୩୮ ଲକ୍ଷ ଲୋକ ଆଇଟିଆର ଦେଇଛନ୍ତି। ଏହା ପଛକୁ ଗୁଜରାଟ (୮୮.୫୮ ଲକ୍ଷ), ରାଜସ୍ଥାନ (୫୯.୭୭ ଲକ୍ଷ), ତାମିଲନାଡୁ (୫୭.୨୭ ଲକ୍ଷ), କର୍ଣ୍ଣାଟକ (୫୩,୬୨ ଲକ୍ଷ), ଦିଲ୍ଲୀ (୪୪.୬୬ ଲକ୍ଷ), ପଞ୍ଜାବ (୪୪.୨୬ ଲକ୍ଷ) ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର