ଲଗାତାର ଦଶମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ : ‘ମହଙ୍ଗା ହେବନି ଋଣ, ବଢିବନି ଇଏମଆଇ’
ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଲଗାତାର ଦଶମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ପୂର୍ବ ପରି ଅପରିବର୍ତ୍ତିତ ରହିଛି ରେପୋ ରେଟ୍। ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା ହୋଇଛି । ଆରବିଆଇର ୬ ଜଣିଆ ମନିଟାରୀ ପଲିସି କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ। […]
ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଲଗାତାର ଦଶମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ପୂର୍ବ ପରି ଅପରିବର୍ତ୍ତିତ ରହିଛି ରେପୋ ରେଟ୍। ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା ହୋଇଛି । ଆରବିଆଇର ୬ ଜଣିଆ ମନିଟାରୀ ପଲିସି କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ।
ମୁଦ୍ରା ନୀତିର ସମୀକ୍ଷା ଉପସ୍ଥାପନ କରୁଥିବାବେଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଯେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ଅନିଶ୍ଚିତତା ହେତୁ ବଜାରରେ ଦର ଦାମ ମହଙ୍ଗା ରହୁଛି। ଆରବିଆଇ ଏହା ଉପରେ ନଜର ରଖିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣରଙ୍କ ଅନୁଯାୟୀ ଆରବିଆଇ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ଆକଳନକୁ ୭.୨ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ନମନୀୟ ମୁଦ୍ରା ନୀତି ଢାଞ୍ଚା ୮ ବର୍ଷ ପୂରଣ କରିଛି, ଏହା ଏକ ପ୍ରମୁଖ ଗଠନମୂଳକ ସଂସ୍କାର। ସେ କହିଛନ୍ତି ଯେ କ୍ରମାଗତ ଦଶମ ଥର ପାଇଁ ଆରବିଆଇ ବେଞ୍ଚମାର୍କ ସୁଧ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି।
ରେପୋ ରେଟ୍ କ’ଣ?
ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍ ବଢିଲେ ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍ ଲୋନ୍, କାର୍ ଲୋନ୍ ଏବଂ ପର୍ସନାଲ ଲୋନ୍ ଉପରେ ସୁଧ ହାର ବୃଦ୍ଧି ପାଇବ। ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ। କିନ୍ତୁ ଚଳିତ ଥର ଯଦିଓ ରିପୋ ରେଟ୍ ଅପରିବର୍ତ୍ତିତ ରହିଛି, ଏଣୁ ଋଣ ମହଙ୍ଗା ହେବ ନାହିଁ କି ଇଏମଆଇ ବଢିବ ନାହିଁ।