ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

The Sakala Picture
Published On

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୨୭ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ। ବିହାରରେ ହୋଲି ପାଳନର ସ୍ୱତନ୍ତ୍ରତା ଥିବାରୁ ଏଠାରେ ନାମାଙ୍କନ ଭରିବାର […]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା

ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୨୭ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

ବିହାରରେ ହୋଲି ପାଳନର ସ୍ୱତନ୍ତ୍ରତା ଥିବାରୁ ଏଠାରେ ନାମାଙ୍କନ ଭରିବାର ଶେଷ ତାରିଖ ମାର୍ଚ୍ଚ ୨୮କୁ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିହାରର ୪୦ଟି ସିଟ୍ ମଧ୍ୟରୁ ଚାରିଟିରେ ମତଦାନ ହେବ। ସେହିପରି ମାର୍ଚ୍ଚ ୨୮ରେ ନାମାଙ୍କନପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ବିହାର ପାଇଁ ଏହା ମାର୍ଚ୍ଚ ୩୦କୁ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୦ ଥିବାବେଳେ ବିହାର ପାଇଁ ଏପ୍ରିଲ୍ ୨।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ ସଂସଦୀୟ କ୍ଷେତ୍ର ପାଇଁ ଭୋଟ୍ ପଡିବ। ଯେଉଁ ରାଜ୍ୟଗୁଡ଼ିକରେ ପ୍ରଥମ ପର୍ଯ୍ଯାୟରେ ମତଦାନ ଅନୁଷ୍ଠିତ ହେବ, ସେଗୁଡ଼ିକ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଜମ୍ମୁ କଶ୍ମୀର, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀ।

20 Mar 2024 By The Sakala

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୨୭ରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ।

ବିହାରରେ ହୋଲି ପାଳନର ସ୍ୱତନ୍ତ୍ରତା ଥିବାରୁ ଏଠାରେ ନାମାଙ୍କନ ଭରିବାର ଶେଷ ତାରିଖ ମାର୍ଚ୍ଚ ୨୮କୁ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିହାରର ୪୦ଟି ସିଟ୍ ମଧ୍ୟରୁ ଚାରିଟିରେ ମତଦାନ ହେବ। ସେହିପରି ମାର୍ଚ୍ଚ ୨୮ରେ ନାମାଙ୍କନପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ବିହାର ପାଇଁ ଏହା ମାର୍ଚ୍ଚ ୩୦କୁ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୦ ଥିବାବେଳେ ବିହାର ପାଇଁ ଏପ୍ରିଲ୍ ୨।

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ ସଂସଦୀୟ କ୍ଷେତ୍ର ପାଇଁ ଭୋଟ୍ ପଡିବ। ଯେଉଁ ରାଜ୍ୟଗୁଡ଼ିକରେ ପ୍ରଥମ ପର୍ଯ୍ଯାୟରେ ମତଦାନ ଅନୁଷ୍ଠିତ ହେବ, ସେଗୁଡ଼ିକ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଜମ୍ମୁ କଶ୍ମୀର, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର