ଏଣିକି ସିମ୍ କାର୍ଡ ବିକ୍ରୟ ପାଇଁ ସିମ୍ ଡିଲରଙ୍କ ପୋଲିସ୍ ଯାଞ୍ଚ ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ ୧୦ ଲକ୍ଷ ଜୋରିମାନା

The Sakala Picture
Published On

ନୂଆଦିଲ୍ଲୀ: ସିମ୍ କାର୍ଡ ପ୍ରସଙ୍ଗରେ କେନ୍ଦ୍ର ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଅନୁଯାୟୀ, ସିମ୍ କାର୍ଡ ବିକ୍ରୟ ପାଇଁ ସିମ୍ ଡିଲରଙ୍କ ପୋଲିସ୍ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ନକଲି ସିମ୍ କାର୍ଡ ବିକ୍ରି ଏବଂ ସମାନ ନାମ କିମ୍ବା ଆଇଡିରେ ଏକାଧିକ ସିମ୍ କାର୍ଡ ବିକ୍ରୟ ବନ୍ଦ କରିବ। ଏହା ସ୍ପାମ୍ ଘଟଣାକୁ ମଧ୍ୟ ହ୍ରାସ କରିପାରିବ। ଗୋଟିଏ ଆଇଡିରେ ସିମ୍ କାର୍ଡ ସୀମାକୁ ସରକାର କମ୍ […]

ନୂଆଦିଲ୍ଲୀ: ସିମ୍ କାର୍ଡ ପ୍ରସଙ୍ଗରେ କେନ୍ଦ୍ର ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଅନୁଯାୟୀ, ସିମ୍ କାର୍ଡ ବିକ୍ରୟ ପାଇଁ ସିମ୍ ଡିଲରଙ୍କ ପୋଲିସ୍ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ନକଲି ସିମ୍ କାର୍ଡ ବିକ୍ରି ଏବଂ ସମାନ ନାମ କିମ୍ବା ଆଇଡିରେ ଏକାଧିକ ସିମ୍ କାର୍ଡ ବିକ୍ରୟ ବନ୍ଦ କରିବ। ଏହା ସ୍ପାମ୍ ଘଟଣାକୁ ମଧ୍ୟ ହ୍ରାସ କରିପାରିବ। ଗୋଟିଏ ଆଇଡିରେ ସିମ୍ କାର୍ଡ ସୀମାକୁ ସରକାର କମ୍ କରିପାରନ୍ତି। ଗୋଟିଏ ଆଇଡିରେ ୯ ବଦଳରେ ଜଣକୁ ୪ ସିମ୍ ଅନୁମତି ମିଳିପାରେ। ଅର୍ଥାତ୍ ଗୋଟିଏ ଆଇଡିରେ ୪ଟି ସିମ୍ ଇସ୍ୟୁ ହୋଇପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଆଇଡିରେ ୯ଟି ସିମ୍ ମିଳୁଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବିବୃତ୍ତିରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଦେଶରେ ୫୨ ଲକ୍ଷ ମୋବାଇଲ୍ ସଂଯୋଗ ବନ୍ଦ ହୋଇଯାଇଥିବାବେଳେ ୬୭,୦୦୦ ଡିଲରଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ମେ ୨୦୨୩ଠାରୁ ସିମ୍ କାର୍ଡ ଡିଲରଙ୍କ ବିରୋଧରେ ୩୦୦ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ନକଲି ସିମ୍ କାର୍ଡ Ñକେଟ୍ ସହିତ ଜଡିତ ପ୍ରାୟ ୬୬,୦୦୦ ହ୍ବାଟ୍ସଆପ୍ ଆକାଉଣ୍ଟକୁ ମଧ୍ୟ ଅବରୋଧ କରାଯାଇଛି। ନୂତନ ଗାଇଡଲାଇନ ଅନୁଯାୟୀ ପୋଲିସ ଯାଞ୍ଚ ବିନା ସିମ୍ କାର୍ଡ ବିକ୍ରି କରୁଥିବା ଡିଲରଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ। ଏହାହେଲେ ଦେଶର ପ୍ରାୟ ୧୦ଲକ୍ଷ ସିମ୍ କାର୍ଡ ଡିଲରଙ୍କୁ ପୋଲିସ ଯାଞ୍ଚ କରିବାକୁ ପଡ଼ିବ। ଏହା ବ୍ୟତୀତ ବ୍ୟବସାୟ (ଦୋକାନ) ର କେୱାଇସି ମଧ୍ୟ କରିବାକୁ ହେବ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଦେଶରେ ପ୍ରତିଦିନ ସିମ୍ କାର୍ଡ ଜାଲିଆତି ହେଉଛି। ନିକଟରେ ଗୋଟିଏ ଆଧାର କାର୍ଡରେ ୬୫୮ ଟି ସିମ୍ କାର୍ଡ ଜାରି କରାଯାଇଥିଲା ଏବଂ ଏହି ସମସ୍ତ ସିମ୍ କାର୍ଡ ବ୍ୟବହାର କରାଯାଉଥିଲା। ତାମିଲନାଡୁର ସାଇବର ଅପରାଧ ବିଭାଗ ଚଳିତ ସପ୍ତାହରେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କଠାରୁ ୧୦୦-୧୫୦ ସିମ୍ କାର୍ଡ ଜବତ କରିଛି। ଗତ ଚାରିମାସ ମଧ୍ୟରେ, ତାମିଲନାଡୁରେ ୨୫,୧୩୫ ସିମ୍ କାର୍ଡକୁ ଅବରୋଧ କରାଯାଇଛି। ବିଜୟୱାଡାର ଅନ୍ୟ ଏକ ମାମଲାରେ ସମାନ ଫଟୋ ପରିଚୟ ସହିତ ୬୫୮ ସିମ୍ କାର୍ଡ ଜାରି କରାଯାଇଛି। ଭାରତରେ ସାଇବର ଠକେଇ ମାମଲା କ୍ରମାଗତ ଭାବେ ବଢୁଛି। କଲ୍ ଡ୍ରପ୍, ଟେଲିକମ୍ ନେଟୱର୍କରେ ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ପଦକ୍ଷେପ ଉଠାଇପାରନ୍ତି। ଠକେଇ ରୋକିବା ପାଇଁ ଭାରତ ସରକାର ପୂର୍ବରୁ ହିଁ ସଞ୍ଚାର ସାଥୀ ପୋର୍ଟାଲ ଲଞ୍ଚ୍ କରିସାରିଛନ୍ତି। ଏହି ପୋର୍ଟାଲରେ ଚୋରି ହୋଇଥିବା ବା ହଜିଯାଇଥିବା ଫୋନର ଅଭିଯୋଗ କରିପାରିବେ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର