ପେଟ୍ରୋଲ ପମ୍ପରେ ମିଳୁଛି ପାଣି ମିଶା ପେଟ୍ରୋଲ

The Sakala Picture
Published On

ମୟୁରଭଞ୍ଜ: ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଶହେ ଛୁଇଁଲାଣି । ଏପରି ସମୟରେ ପୁଣି ପାଣି ମିଶା ପେଟ୍ରୋଲ । ଅଭିଯୋଗ ଅନୁସାରେ ମୟୁରଭଞ୍ଜର ଏକ ପେଟ୍ରୋଲ ପମ୍ପରେ ମିଳୁଛି ଏହିପରି ପାଣି ମିଶା ପେଟ୍ରୋଲ । ଭେଜାଲ ପେଟ୍ରୋଲକୁ ନେଇ ପମ୍ପରେ ଉତ୍ତେଜନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ଉପଖଣ୍ଡ ୪୯ ନମ୍ବର ଜାତୀୟ ରାଜପଥ ମୁର୍ଗାପାଟ ରିଲାଏଆନ୍ସ ପେଟ୍ରୋଲ ପମ୍ପରେ । କିଛି ବାଇକ ଚାଳକ ପେଟ୍ରୋଲ ଭରିବା […]

ମୟୁରଭଞ୍ଜ: ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଶହେ ଛୁଇଁଲାଣି । ଏପରି ସମୟରେ ପୁଣି ପାଣି ମିଶା ପେଟ୍ରୋଲ । ଅଭିଯୋଗ ଅନୁସାରେ ମୟୁରଭଞ୍ଜର ଏକ ପେଟ୍ରୋଲ ପମ୍ପରେ ମିଳୁଛି ଏହିପରି ପାଣି ମିଶା ପେଟ୍ରୋଲ । ଭେଜାଲ ପେଟ୍ରୋଲକୁ ନେଇ ପମ୍ପରେ ଉତ୍ତେଜନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ଉପଖଣ୍ଡ ୪୯ ନମ୍ବର ଜାତୀୟ ରାଜପଥ ମୁର୍ଗାପାଟ ରିଲାଏଆନ୍ସ ପେଟ୍ରୋଲ ପମ୍ପରେ । କିଛି ବାଇକ ଚାଳକ ପେଟ୍ରୋଲ ଭରିବା ପରେ ଗାଡି ଷ୍ଟାର୍ଟ ନହେବାରୁ ସନ୍ଦେହ କରିଥିଲେ । ପରେ ଏକ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେବାକୁ କହିଥିଲେ । ପ୍ଲାଷ୍ଟିକରେ ପେଟ୍ରୋଲ ଭରିବା ପରେ ଏଥିରେ ପାଣିଥିବା ଦେଖାଦେଇଥିଲା ।

ଆହୁରି ପଢ଼ନ୍ତୁ: କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେଙ୍କ ପରଲୋକ: ୯୨ ବର୍ଷ ବୟସରେ ଆଖି ବୁଜିଲେ ସୁର ସାମ୍ରାଜ୍ଞୀ

ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଲୋକେ ପେଟ୍ରୋଲ ପମ୍ପ ଘେରିଥିଲେ । ତେବେ ଏନେଇ ପେଟ୍ରୋଲ ପମ୍ପ ପରିଚାଳକ କିମ୍ବା ନୋଜେଲ ମେନ ଅନଭିଜ୍ଞ ଥିବା ଜଣାଇଛନ୍ତି । କିପରି ପେଟ୍ରୋଲରେ ପାଣି ବାହାରିଲା ଜାଣିନଥିବା ସେମାନେ ପ୍ରକାଶ କରିଛନ୍ତି । ସେପଟେ ଏହି ଘଟଣା ପରେ ପେଟ୍ରୋଲ ପମ୍ପକୁ ବନ୍ଦ କରିଦିଆଯାଇଛି । ପରୀକ୍ଷା ପରେ ପ୍ରକୃତ କଥା ପଦାକୁ ଆସିବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ ।

ଆହୁରି ପଢ଼ନ୍ତୁ: ଆଜି ମନ୍ଦିରମାଳନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ; ବଦଳିଛି ସହରର ରୂପରେଖ, ବଦଳିଛି ପରିବେଶ

27 Jun 2021 By The Sakala

ପେଟ୍ରୋଲ ପମ୍ପରେ ମିଳୁଛି ପାଣି ମିଶା ପେଟ୍ରୋଲ

ମୟୁରଭଞ୍ଜ: ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଶହେ ଛୁଇଁଲାଣି । ଏପରି ସମୟରେ ପୁଣି ପାଣି ମିଶା ପେଟ୍ରୋଲ । ଅଭିଯୋଗ ଅନୁସାରେ ମୟୁରଭଞ୍ଜର ଏକ ପେଟ୍ରୋଲ ପମ୍ପରେ ମିଳୁଛି ଏହିପରି ପାଣି ମିଶା ପେଟ୍ରୋଲ । ଭେଜାଲ ପେଟ୍ରୋଲକୁ ନେଇ ପମ୍ପରେ ଉତ୍ତେଜନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କରଞ୍ଜିଆ ଉପଖଣ୍ଡ ୪୯ ନମ୍ବର ଜାତୀୟ ରାଜପଥ ମୁର୍ଗାପାଟ ରିଲାଏଆନ୍ସ ପେଟ୍ରୋଲ ପମ୍ପରେ । କିଛି ବାଇକ ଚାଳକ ପେଟ୍ରୋଲ ଭରିବା ପରେ ଗାଡି ଷ୍ଟାର୍ଟ ନହେବାରୁ ସନ୍ଦେହ କରିଥିଲେ । ପରେ ଏକ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେବାକୁ କହିଥିଲେ । ପ୍ଲାଷ୍ଟିକରେ ପେଟ୍ରୋଲ ଭରିବା ପରେ ଏଥିରେ ପାଣିଥିବା ଦେଖାଦେଇଥିଲା ।

ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଲୋକେ ପେଟ୍ରୋଲ ପମ୍ପ ଘେରିଥିଲେ । ତେବେ ଏନେଇ ପେଟ୍ରୋଲ ପମ୍ପ ପରିଚାଳକ କିମ୍ବା ନୋଜେଲ ମେନ ଅନଭିଜ୍ଞ ଥିବା ଜଣାଇଛନ୍ତି । କିପରି ପେଟ୍ରୋଲରେ ପାଣି ବାହାରିଲା ଜାଣିନଥିବା ସେମାନେ ପ୍ରକାଶ କରିଛନ୍ତି । ସେପଟେ ଏହି ଘଟଣା ପରେ ପେଟ୍ରୋଲ ପମ୍ପକୁ ବନ୍ଦ କରିଦିଆଯାଇଛି । ପରୀକ୍ଷା ପରେ ପ୍ରକୃତ କଥା ପଦାକୁ ଆସିବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର