ଜିଏସ୍‌ଟି ପରିସରଭୁକ୍ତ ହୋଇପାରିଲାନି ପେଟ୍ରୋଲ ଓ ଡିଜେଲ୍‌: ରାଜିହେଲେନି ରାଜ୍ୟ, ତେଲ ଲିଟର ୩୫ ଟଙ୍କା କମିଥା’ନ୍ତା

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ହାରରେ ବଡ଼ ସଂସ୍କାର ଘୋଷଣା ପରେ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀଗୁଡିକର ଦର ମହୁ ମାତ୍ରାରେ ହ୍ରାସ ଘଟିବ ବୋଲି କୁହାଯାଉଛି। ହେଲେ ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦର ସହ ଯୁଝୁଥିବା ସାଧାରଣ ଖାଉଟିଙ୍କୁ ଏଥିରୁ କୌଣସି ପ୍ରକାର ଅାଶ୍ବସ୍ତି ମିଳିପାରିନାହିଁ। କାରଣ ପେଟ୍ରୋଲ ଏବଂ ଡିଜେଲ ଏ ପର୍ଯ୍ୟନ୍ତ ଜିଏସ୍‌ଟି ପରିସରଭୁକ୍ତ ହୋଇପାରିନାହିଁ। ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ହାରରେ ବଡ଼ ସଂସ୍କାର ଘୋଷଣା ପରେ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀଗୁଡିକର ଦର ମହୁ ମାତ୍ରାରେ ହ୍ରାସ ଘଟିବ ବୋଲି କୁହାଯାଉଛି। ହେଲେ ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦର ସହ ଯୁଝୁଥିବା ସାଧାରଣ ଖାଉଟିଙ୍କୁ ଏଥିରୁ କୌଣସି ପ୍ରକାର ଅାଶ୍ବସ୍ତି ମିଳିପାରିନାହିଁ। କାରଣ ପେଟ୍ରୋଲ ଏବଂ ଡିଜେଲ ଏ ପର୍ଯ୍ୟନ୍ତ ଜିଏସ୍‌ଟି ପରିସରଭୁକ୍ତ ହୋଇପାରିନାହିଁ। ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ଏ ପର୍ଯ୍ୟନ୍ତ ସହମତି ହୋଇପାରିନାହିଁ। ଯଦି ପେଟ୍ରୋଲ ଏବଂ ଡିଜେଲ ଜିଏସ୍‌ଟି ପରିସରକୁ ଆସିଯାଏ ତେବେ ଲିଟର ପିଛା ୧୦୦ ଟଙ୍କା ମୂଲ୍ୟରେ ପେଟ୍ରୋଲ ଏବଂ ଡିଜେଲ କିଣୁଥିବା ଗ୍ରାହକ ତାହାକୁ ଲିଟର ୬୮ ଟଙ୍କାରେ ପାଇବେ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କାହିଁକି କରାଯାଉନାହିଁ ସେ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସରକାର ଆଜି ମଧ୍ୟ ଏହାକୁ ଜିଏସ୍‌ଟି ପରିସରରେ ରଖିପାରିବେ, କିନ୍ତୁ ଏହା ଜିଏସ୍‌ଟି ପ୍ରସ୍ତାବରେ ନ ଥିଲା। ସେ କହିଛନ୍ତି ଯେ ଜିଏସ୍‌ଟି ଆଣିବା ସମୟରେ ମଧ୍ୟ ଆମେ ପେଟ୍ରୋଲ ଏବଂ ଡିଜେଲକୁ ଏହି ବର୍ଗରେ ରଖିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ରାଜ୍ୟଗୁଡ଼ିକ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ବର୍ତ୍ତମାନ ଜିଏସ୍‌ଟି ପରିସରଭୁକ୍ତ କରାଯିବନାହିଁ। ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ଦାବି ବହୁତ ଦିନ ଧରି ଚାଲିଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ବର୍ତ୍ତମାନ, ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ (କେନ୍ଦ୍ର ସରକାର) ଏବଂ ଭାଟ୍ (ରାଜ୍ୟ ସରକାର) ଲାଗୁ କରାଯାଏ। ବିଭିନ୍ନ ରାଜ୍ୟରେ ଟିକସ ହାର ଭିନ୍ନ, ଯାହା କାରଣରୁ ମୂଲ୍ୟ ମଧ୍ୟ ଭିନ୍ନ ରହିଛି। ଯଦି ଏହାକୁ ଜିଏସ୍‌ଟି ରେ ସାମିଲ କରାଯାଏ ତେବେ ସାରା ଦେଶରେ ଜିଏସ୍‌ଟି ହାର ସମାନ ହେବ। ବର୍ତ୍ତମାନ, ପେଟ୍ରୋଲ ଏବଂ ଡିଜେଲ ଉପରେ ମୋଟ ଟିକସ ୫୦ ପ୍ରତିଶତରେ ପହଞ୍ଚିଛି, କିନ୍ତୁ ଜିଏସ୍‌ଟିର ସର୍ବୋଚ୍ଚ ହାର ୧୮ ପ୍ରତିଶତ (ସେପ୍ଟେମ୍ବର ୨୨ ରୁ)। ଏପରି ପରିସ୍ଥିତିରେ, ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରି ଗ୍ରାହକମାନେ ଅତି କମରେ ୩୨ ପ୍ରତିଶତ ଅର୍ଥ ସଞ୍ଚୟ କରିପାରିବେ। ସରଳ ଭାଷାରେ, ଯଦି ପେଟ୍ରୋଲ ଏବଂ ଡିଜେଲ ଉପରେ ୧୮ ପ୍ରତିଶତ ହାରରେ ଜିଏସ୍‌ଟି ଲଗାଯାଏ, ତେବେ ଗ୍ରାହକ ୧୦୦ ଟଙ୍କା ମୂଲ୍ୟର ପେଟ୍ରୋଲ ଏବଂ ଡିଜେଲକୁ ଲିଟର ପିଛା ୬୮ ଟଙ୍କାରେ ପାଇପାରିବେ। ଯାହା ଫଳରେ ତେଲ ଲିଟର ପିଛା ପ୍ରାୟ ୩୫ ଟଙ୍କା କମିପାରିଥାଆନ୍ତା।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଅପରପକ୍ଷେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ଅଧୀନରେ ଆଣିବା ପାଇଁ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ସମ୍ମତି ଆବଶ୍ୟକ। ପେଟ୍ରୋଲ ଏବଂ ଡିଜେଲ ଉପରେ ଆଦାୟ କରାଯାଉଥିବା ଭାଟ୍‌ ରାଜ୍ୟଗୁଡ଼ିକ ପାଇଁ ରାଜସ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଜିଏସ୍‌ଟି ଲାଗୁ ହେଲେ ଭାଯ୍‌ ହଟାଇ ଦିଆଯିବ, ଯାହା ରାଜ୍ୟଗୁଡ଼ିକୁ ରାଜସ୍ୱ କ୍ଷତି ପହଞ୍ଚାଇବ। ସେଥିପାଇଁ ଅନେକ ରାଜ୍ୟ ଏଥିପାଇଁ ପ୍ରସ୍ତୁତ ନାହାଁନ୍ତି।

ଯେତେବେଳେ ରାଜ୍ୟଗୁଡ଼ି ଟିକସ ହାର ସହିତ ପ୍ରସ୍ତୁତ ହେବେ , ସେତେବେଳେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସର ମଧ୍ୟକୁ ଅଣାଯାଇପାରିବ। ତଥାପି, ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ଏହାବାଦ୍‌ ଜିଏସ୍‌ଟି ସଂସ୍କାର ଘୋଷଣା ପରେ ମଧ୍ୟ ଷ୍ଟକ୍ ବଜାର କାହିଁକି ଉପରମୁହଁା ହେଉନାହିଁ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବଜାର କେବେବି ଗୋଟିଏ କାରଣ ଉପରେ କାମ କରେ ନାହିଁ। ଏହା କାମ ନ କରିବାର ବିଭିନ୍ନ କାରଣ ହୋଇପାରେ। ଜିଏସ୍‌ଟି ହାରରେ ହ୍ରାସ ସାଧାରଣ କମ୍ପାନୀଗୁଡ଼ିକ ପାଇଁ ନୁହେଁ, ଜନସାଧାରଣଙ୍କ ପାଇଁ ଟିକସ ହ୍ରାସ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର