ମହଙ୍ଗା ହେବ ଅନ୍‌ଲାଇନ୍‌ ଗେମ୍‌; ଲାଗିବ ୨୮% ଜିଏସ୍‌ଟି

The Sakala Picture
Published On

ନୂଆଦିଲ୍ଲୀ :ଆଗାମୀ ଦିନରେ ମହଙ୍ଗା ହେବ ଅନ୍‌ଲାଇନ୍‌ ଗେମ୍‌। ଏହା ଉପରେ ସରକାର ଲଗାଇବେ ୨୮% ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି)। ଏକ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ(ଜିଓଏମ୍‌) ଅନଲାଇନ୍ ଖେଳ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲଗାଇବାକୁ ସୁପାରିଶ କରିବାର ସମ୍ଭାବନା ରହିଛି। ମନ୍ତ୍ରୀଗୋଷ୍ଠୀ ବୈଠକରେ ଖୁବ୍‌ ଶୀଘ୍ର ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାଯାଇଛି। ପ୍ରଚଳିତ ନିୟମାନୁଯାୟୀ, ଅନଲାଇନ୍ ଗେମିଂ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ସଂଗ୍ରହ […]

ନୂଆଦିଲ୍ଲୀ :ଆଗାମୀ ଦିନରେ ମହଙ୍ଗା ହେବ ଅନ୍‌ଲାଇନ୍‌ ଗେମ୍‌। ଏହା ଉପରେ ସରକାର ଲଗାଇବେ ୨୮% ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି)। ଏକ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ(ଜିଓଏମ୍‌) ଅନଲାଇନ୍ ଖେଳ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲଗାଇବାକୁ ସୁପାରିଶ କରିବାର ସମ୍ଭାବନା ରହିଛି। ମନ୍ତ୍ରୀଗୋଷ୍ଠୀ ବୈଠକରେ ଖୁବ୍‌ ଶୀଘ୍ର ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ପ୍ରଚଳିତ ନିୟମାନୁଯାୟୀ, ଅନଲାଇନ୍ ଗେମିଂ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ସଂଗ୍ରହ କରାଯାଉଛି। ଅନଲାଇନ୍ ଗେମିଂରେ ଜିଏସ୍‌ଟି ହାର ବୃଦ୍ଧି ଉପରେ ମନ୍ତ୍ରୀଗୋଷ୍ଠୀର ରିପୋର୍ଟ ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି। ଖୁବ ଶୀଘ୍ର ଏହାକୁ ଜିଏସ୍‌ଟି ପରିଷଦ ସମ୍ମୁଖରେ ଉପସ୍ଥାପନ କରାଯିବ। ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀଗୋଷ୍ଠୀ ଅନଲାଇନ୍ ଗେମ୍‌ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଆଦାୟ କରିବାକୁ ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ତେବେ ପରିଷଦ ଏହାର ରିପୋର୍ଟର ପୁନର୍ବିଚାର କରିବାକୁ ମନ୍ତ୍ରୀ ଗୋଷ୍ଠୀଙ୍କୁ କହିଛି। ଏହାପରେ ମନ୍ତ୍ରୀଗୋଷ୍ଠୀ ପ୍ରସଙ୍ଗ ଉପରେ ଆଟର୍ଣ୍ଣି ଜେନେରାଲଙ୍କ ମତାମତ ନେଇଥିଲା ଏବଂ ଅନ୍‌ଲାଇନ୍ ଗେମିଂ ଶିଳ୍ପର ହିତାଧିକାରୀଙ୍କୁ ମଧ୍ୟ ଭେଟିଥିଲା। ଯଦିଓ ମନ୍ତ୍ରୀଗୋଷ୍ଠୀ ‘ସ୍କିଲ୍ ଅଫ୍ ସ୍କିଲ୍’ ଏବଂ ‘ଗେମ୍ ଅଫ୍ ଅପରଚ୍ୟୁନିଟି’ ପାଇଁ ବିଭିନ୍ନ ସଂଜ୍ଞା ଉପରେ ବିଚାର ବିମର୍ଶ କରିଥିଲା, ଶେଷରେ ଉଭୟଙ୍କ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର