ଗ୍ରାହକଙ୍କୁ ମିଳିବ ଓଲା ଇ-ସ୍କୁଟରର ଟେଷ୍ଟ ରାଇଡ୍‌ ସୁବିଧା, ବୁକିଂ ଆଇଡି ଦେଇ ଉଠାଇ ପାରିବେ ଲାଭ

The Sakala Picture
Published On

ନୂଆଦିଲ୍ଲୀ: ସାଧାରଣତଃ କୌଣସି ନୂଆ ଗାଡି କିଣିବା ପୂର୍ବରୁ ଆପଣ ଏହାକୁ ଟେଷ୍ଟ ଡ୍ରାଇଭିଂରେ ନେବାକୁ ଚାହାଁନ୍ତି। ଏହା ଦ୍ବାରା ଆପଣଙ୍କ ଗାଡିଟି କିପରି ଲାଗୁଛି ଏବଂ ତାହାର ମାଇଲେଜ୍‌, କମ୍ଫଟନେସ୍‌, ବ୍ରେକିଂ ସିଷ୍ଟମ ଇତ୍ୟାଦି ବିଷୟରେ ଜଣାପଡିଥାଏ। ଯଦି ଆପଣ ବର୍ତ୍ତମାନ ସମୟରେ ମାର୍କେଟରେ ଚହଳ ପକାଇଥିବା ଓଲା ଇ-ସ୍କୁଟର କିଣିବାକୁ ଆଗ୍ରହୀ କିମ୍ବା ବଢୁଥିବା ତେଲ ଦରକୁ ଦେଖି ଇଲେକ୍ଟ୍ରିକ୍‌ ଗାଡି କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଓଲା […]

ନୂଆଦିଲ୍ଲୀ: ସାଧାରଣତଃ କୌଣସି ନୂଆ ଗାଡି କିଣିବା ପୂର୍ବରୁ ଆପଣ ଏହାକୁ ଟେଷ୍ଟ ଡ୍ରାଇଭିଂରେ ନେବାକୁ ଚାହାଁନ୍ତି। ଏହା ଦ୍ବାରା ଆପଣଙ୍କ ଗାଡିଟି କିପରି ଲାଗୁଛି ଏବଂ ତାହାର ମାଇଲେଜ୍‌, କମ୍ଫଟନେସ୍‌, ବ୍ରେକିଂ ସିଷ୍ଟମ ଇତ୍ୟାଦି ବିଷୟରେ ଜଣାପଡିଥାଏ। ଯଦି ଆପଣ ବର୍ତ୍ତମାନ ସମୟରେ ମାର୍କେଟରେ ଚହଳ ପକାଇଥିବା ଓଲା ଇ-ସ୍କୁଟର କିଣିବାକୁ ଆଗ୍ରହୀ କିମ୍ବା ବଢୁଥିବା ତେଲ ଦରକୁ ଦେଖି ଇଲେକ୍ଟ୍ରିକ୍‌ ଗାଡି କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଓଲା ଏବେ ଟେଷ୍ଟ ରାଇଡ୍‌ର ସୁବିଧା ଆଣିଛି । ଯେଉଁମାନ ଓଲା ଇ-ସ୍କୁଟର କିଣିବା ପାଇଁ ବୁକିଂ କରିଛନ୍ତି। ସେମାନେ ନିଜର ବୁକିଂ ଆଇଡି ଦେଇ ଟେଷ୍ଟ ରାଇଡର ଲାଭ ଉଠାଇ ପାରିବେ। ଏହି ଲାଭ ଉଠାଇବା ପାଇଁ ଆପଣ https://www.testride.olaelectric.com/  ୱେବସାଇଟରକୁ ଯାଇ ପଞ୍ଜିକୃତ କରିପାରିବେ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଏହି ବୁକିଂର ସୁବିଧା ଦିଲ୍ଲୀ, ବାଙ୍ଗାଲୁର, କୋଚି, ଚେନ୍ନାଇ, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, ଭୁବନେଶ୍ବର ଏବଂ ସୁରଥରେ ଆରମ୍ଭ ହୋଇଛି। ଟେଷ୍ଟ ରାଇଡ୍‌ ପାଇଁ ଦିଲ୍ଲୀ, ସୁରଥ ଓ ହାଇଦ୍ରାବଦର ସମସ୍ତ ସ୍ଲଟ ବୁକିଂ ସରିଛି। ପୁଣେ, ମୁମ୍ବାଇ, ଚେନ୍ନାଇ, କୋଚିରେ ଟେଷ୍ଟ ରାଇଡ୍‌ ପାଇଁ ୨୬ ତାରିଖ ଅର୍ଥାତ ଶୁକ୍ରାବର ଆଜି ରହିଛି। ବାଙ୍ଗାଲୁରରେ ଆସନ୍ତା  ଅର୍ଥାତ ୨୯ ତାରଖ ରହିଛି। ସେହିପରି ଓଡ଼ିଶାର ଭୁବନେଶ୍ବର ପାଇଁ ଟେଷ୍ଟ ରାଇଡ୍‌ର ତାରିଖ ୨୭ ( ଶନିବାର) ଓ ୨୮ ( ରବିବାର ) ରହିଛି।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର