କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ନାଇଟ ଚେକିଂ; ଟାର୍ଗେଟରେ ନିଶାଡ଼ି, ଲୁଟେରା ଓ ନିଶାବେପାରୀ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଆକ୍ସନ ମୋଡ଼ରେ ପୋଲିସ୍‌। ମଦ ପିଇ ଗାଡି ଚଳାଉଥିଲେ କଟୁଛି ଫାଇନ୍, ସିଜ୍ ହେଉଛି ଗାଡି । ମଦ୍ୟପ ଚାଳକଙ୍କ ଉପରେ ହେଉଛି ସ୍ପଟ୍ ଆକ୍ସନ। ରାଜଧାନୀ ରାତିରେ ପୋଲିସ୍‌ ପକ୍ଷରୁ ଚେକିଂ ବ୍ଲକିଂ। ଟାର୍ଗେଟରେ ନିଶାଡ଼ି, ଲୁଟେରା ଓ ନିଶାବେପାରୀ। ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମାରାଥନ ଚେକିଂ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଅସାମାଜିକ ତତ୍ତ୍ୱ ଯଥା ନିଶାଡି, ଲୁଟେରା, ନିଶା […]

ଭୁବନେଶ୍ୱର: ରାଜଧାନୀରେ ଆକ୍ସନ ମୋଡ଼ରେ ପୋଲିସ୍‌। ମଦ ପିଇ ଗାଡି ଚଳାଉଥିଲେ କଟୁଛି ଫାଇନ୍, ସିଜ୍ ହେଉଛି ଗାଡି । ମଦ୍ୟପ ଚାଳକଙ୍କ ଉପରେ ହେଉଛି ସ୍ପଟ୍ ଆକ୍ସନ। ରାଜଧାନୀ ରାତିରେ ପୋଲିସ୍‌ ପକ୍ଷରୁ ଚେକିଂ ବ୍ଲକିଂ। ଟାର୍ଗେଟରେ ନିଶାଡ଼ି, ଲୁଟେରା ଓ ନିଶାବେପାରୀ। ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମାରାଥନ ଚେକିଂ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଅସାମାଜିକ ତତ୍ତ୍ୱ ଯଥା ନିଶାଡି, ଲୁଟେରା, ନିଶା ବେପାରୀଙ୍କ ଭଳି ଅପରାଧୀଙ୍କ ଉପରେ ଲଗାମ ଲଗାଇବାକୁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ଚେକିଂ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ଝାରପଡା, ଲକ୍ଷ୍ମୀସାଗର ଛକ, କଳ୍ପନା, ରବି ଟକିଜ, କଟକ ରୋଡ଼, ନାଲ୍‌କୋ ଛକ, ଆଇଉସିଏଲ୍‌ ଛକ, ଡମଣା ଛକ, ରେଳ ସଦନ ସାମ୍ନା , କିଟ ଛକ, ନନ୍ଦନକାନନ ଛକରେ କଡ଼ାକଡ଼ି ଚେକିଂ କରାଯାଇଛି। ଧଉଳି, ଲିଙ୍ଗରାଜ, ବଡ଼ଗଡ଼, ଲକ୍ଷ୍ମୀସାଗର, ମୈତ୍ରୀବିହାର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଓ ଦୁଇ ଟ୍ରାଫିକ ଥାନା ପୋଲିସ ପକ୍ଷରୁ ଚେକିଂ କରାଯାଇଛି। କମିଶନରେଟ ପୋଲିସ ପକ୍ଷରୁ ଚାଲିଥିବା ସେଫ ସିଟି ଡ୍ରାଇଭ ଅଧୀନରେ ପୂର୍ବରୁ ୫୪ଟି ସ୍ଥାନରେ ୧୮ପ୍ଲାଟୁନ ଫୋର୍ସ ମୁତୟନ ହୋଇ ଟିକନିଖ ଯାଂଚ କରିଥିବାବେଳେ ଗତକାଲି ବିଭିନ୍ନ ସ୍ଥାନରେ ଏକକାଳୀନ ନାକାବନ୍ଦୀ ହୋଇଛି। ଏଣିକି ମଦ ପିଇ ଗାଡ଼ି ଚଳାଇଲେ ଆଉ ମିଳିବନି ନିସ୍ତାର। ଆଗକୁ ମଧ୍ୟ ଏଭଳି ଚେକିଂକୁ ବ୍ୟାପକ କରାଯିବା ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

10 Mar 2024 By The Sakala

କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ନାଇଟ ଚେକିଂ; ଟାର୍ଗେଟରେ ନିଶାଡ଼ି, ଲୁଟେରା ଓ ନିଶାବେପାରୀ

ଭୁବନେଶ୍ୱର: ରାଜଧାନୀରେ ଆକ୍ସନ ମୋଡ଼ରେ ପୋଲିସ୍‌। ମଦ ପିଇ ଗାଡି ଚଳାଉଥିଲେ କଟୁଛି ଫାଇନ୍, ସିଜ୍ ହେଉଛି ଗାଡି । ମଦ୍ୟପ ଚାଳକଙ୍କ ଉପରେ ହେଉଛି ସ୍ପଟ୍ ଆକ୍ସନ। ରାଜଧାନୀ ରାତିରେ ପୋଲିସ୍‌ ପକ୍ଷରୁ ଚେକିଂ ବ୍ଲକିଂ। ଟାର୍ଗେଟରେ ନିଶାଡ଼ି, ଲୁଟେରା ଓ ନିଶାବେପାରୀ। ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମାରାଥନ ଚେକିଂ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଅସାମାଜିକ ତତ୍ତ୍ୱ ଯଥା ନିଶାଡି, ଲୁଟେରା, ନିଶା ବେପାରୀଙ୍କ ଭଳି ଅପରାଧୀଙ୍କ ଉପରେ ଲଗାମ ଲଗାଇବାକୁ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ଚେକିଂ।

ଝାରପଡା, ଲକ୍ଷ୍ମୀସାଗର ଛକ, କଳ୍ପନା, ରବି ଟକିଜ, କଟକ ରୋଡ଼, ନାଲ୍‌କୋ ଛକ, ଆଇଉସିଏଲ୍‌ ଛକ, ଡମଣା ଛକ, ରେଳ ସଦନ ସାମ୍ନା , କିଟ ଛକ, ନନ୍ଦନକାନନ ଛକରେ କଡ଼ାକଡ଼ି ଚେକିଂ କରାଯାଇଛି। ଧଉଳି, ଲିଙ୍ଗରାଜ, ବଡ଼ଗଡ଼, ଲକ୍ଷ୍ମୀସାଗର, ମୈତ୍ରୀବିହାର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଓ ଦୁଇ ଟ୍ରାଫିକ ଥାନା ପୋଲିସ ପକ୍ଷରୁ ଚେକିଂ କରାଯାଇଛି। କମିଶନରେଟ ପୋଲିସ ପକ୍ଷରୁ ଚାଲିଥିବା ସେଫ ସିଟି ଡ୍ରାଇଭ ଅଧୀନରେ ପୂର୍ବରୁ ୫୪ଟି ସ୍ଥାନରେ ୧୮ପ୍ଲାଟୁନ ଫୋର୍ସ ମୁତୟନ ହୋଇ ଟିକନିଖ ଯାଂଚ କରିଥିବାବେଳେ ଗତକାଲି ବିଭିନ୍ନ ସ୍ଥାନରେ ଏକକାଳୀନ ନାକାବନ୍ଦୀ ହୋଇଛି। ଏଣିକି ମଦ ପିଇ ଗାଡ଼ି ଚଳାଇଲେ ଆଉ ମିଳିବନି ନିସ୍ତାର। ଆଗକୁ ମଧ୍ୟ ଏଭଳି ଚେକିଂକୁ ବ୍ୟାପକ କରାଯିବା ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର