ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ୧ ଘଣ୍ଟାରୁ ଅଧିକ ସମୟ କଲେ ଆଲୋଚନା

The Sakala Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୂଆଦିଲ୍ଲୀରେ ଥିବା ମୋଦୀଙ୍କ ବାସଭବନରେ ପହଞ୍ଚି ମମତା ତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମମତା କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗର ବକେୟା ଥିବା ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ବାବଦ ଦେୟ ସମେତ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ତେବେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପାର୍ଥ ଚାଟାର୍ଜୀଙ୍କୁ […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୂଆଦିଲ୍ଲୀରେ ଥିବା ମୋଦୀଙ୍କ ବାସଭବନରେ ପହଞ୍ଚି ମମତା ତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ମମତା କେନ୍ଦ୍ର ସରକାରଙ୍କ ଉପରେ ପଶ୍ଚିମବଙ୍ଗର ବକେୟା ଥିବା ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ବାବଦ ଦେୟ ସମେତ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ତେବେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯିବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମମତାଙ୍କର ଏହି ବୈଠକକୁ ନେଇ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ଉତ୍ସାହର ସହ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’: ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

ଅନ୍ୟପକ୍ଷରେ ମୋଦୀ ଓ ମମତାଙ୍କ ଭେଟଘାଟକୁ ରାଜନୀତିକ ପଣ୍ଡିତମାନେ ଅଲଗା ନଜରରେ ମଧ୍ୟ ଦେଖୁଛନ୍ତି। ଇଡି କ୍ରମାଗତ ଭାବେ ବେଙ୍ଗଲର ମନ୍ତ୍ରୀମାନଙ୍କୁ ଟାର୍ଗେଟ କରୁଥିବାରୁ ଏ ସମ୍ପର୍କରେ କୌଣସି ବୁଝାମଣା କରିବାକୁ ମମତା ଦିଲ୍ଲୀ ଆସି ମୋଦୀଙ୍କୁ ଭେଟିଥିବା ସେମାନେ କହିଛନ୍ତି। ସମ୍ଭବତଃ କୌଣସି ସେଟିଂ କରିବାକୁ ସେ ଚାହୁଁଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି। ସେହିପରି ବିଜେପି ନେତା ଦିଲୀପ ଘୋଷ ମଧ୍ୟ ମୋଦୀ ଓ ମମତାଙ୍କ ଭେଟଘାଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସହ ବୁଝାମଣା ବା ସେଟିଂ ହୋଇ ସାରିଥିବା ଗୋଟିଏ ସଙ୍କେତ ଦେବାକୁ ଦିଦି ହଠାତ୍‌ ମୋଦୀଙ୍କୁ ଭେଟିଛନ୍ତି। ମମତାଙ୍କ ଏହି ଷଡ଼ଯନ୍ତ୍ର ପ୍ରତି କେନ୍ଦ୍ର ସରକାର ସତର୍କ ରୁହନ୍ତୁ ବୋଲି ସେ ଗତକାଲି କହିଥିଲେ।

ଆହୁରି ପଢ଼ନ୍ତୁ: ଉତ୍ତର ଆଣ୍ଡାମାନରେ ପଶିଲା ଘୂର୍ଣ୍ଣିବଳୟ; ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ ସମ୍ଭାବନା, ୨୨ରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

୪ ଦିନିଆ ଦିଲ୍ଲ ଗସ୍ତରେ ଥିବା ମମତା ୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦେବେ।ଏହାପୂର୍ବରୁ ସେ ମୋଦିଙ୍କୁ ଭେଟି ରାଜ୍ୟର ବାକି ରହିଥିବା ଜିଏସ୍‌ଟି ବାବାଦ ଅର୍ଥ ଦେବାକୁ ଅନୁରୋଧ କରିଛନ୍ତି। ଏଥିସହ ଆହୁରି ଅନେକ ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିବା ଜଣାପଡ଼ିଛି। ମୋଦିଙ୍କୁ ଭେଟିବା ପରେ ମମତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବେ। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମମତାଙ୍କ ସହ ଏହା ତାଙ୍କର ପ୍ରଥମ ଭେଟଘାଟ। ମମତା ତାଙ୍କ ବିରୋଧରେ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲେ। ହେଲେ ଶ୍ରୀମତୀ ମୁର୍ମୁ ନିର୍ବାଚନରେ ଜିତି ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର