ଡିସେମ୍ବର ୯ରେ ରାଜସ୍ଥାନର ୭୦୦ ବର୍ଷ ପୁରୁଣା ଦୁର୍ଗରେ ପଡିବ ଭିକ୍କି ଓ କ୍ୟାଟ୍ରିନାଙ୍କ ହାତଗଣ୍ଠି
ମୁମ୍ବାଇ: ଚର୍ଚ୍ଚାରେ କ୍ୟାଟ୍ରିନା କୈଫ୍ଏବଂ ଭିକ୍କି କୌଶଲଙ୍କ ବିବାହ । ଖବର କାଗଜ ଠାରୁ ଆରମ୍ଭ କରି ସୋସିଅଲ ମିଡିଆ ପର୍ଯ୍ୟନ୍ତ ସବୁଠି ଏହି ଲଭ୍ବର୍ଡ଼ଙ୍କ ଖବର । ମାୟାନଗରୀ ବଲିଉଡରେ ମଧ୍ୟ ଏହି ଦୁଇଜଣଙ୍କୁ ନେଇ କିଛି କମ୍ଚର୍ଚ୍ଚା ହେଉନାହିଁ । କେତେବେଳେ ଆଉଟଫିଟକୁ ନେଇ ତ କେତେବେଳେ ବିବାହ ସ୍ଥାନକୁ ନେଇ ଚର୍ଚ୍ଚା ଜୋର ଧରୁଛି । ଜାତୀୟ ଗଣମାଧ୍ୟମ ଅନୁଯାୟୀ,କ୍ୟାଟ୍ରିନା ଏବଂ ଭିକ୍କିଙ୍କ ବିବାହ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଏବଂ […]
ମୁମ୍ବାଇ: ଚର୍ଚ୍ଚାରେ କ୍ୟାଟ୍ରିନା କୈଫ୍ଏବଂ ଭିକ୍କି କୌଶଲଙ୍କ ବିବାହ । ଖବର କାଗଜ ଠାରୁ ଆରମ୍ଭ କରି ସୋସିଅଲ ମିଡିଆ ପର୍ଯ୍ୟନ୍ତ ସବୁଠି ଏହି ଲଭ୍ବର୍ଡ଼ଙ୍କ ଖବର । ମାୟାନଗରୀ ବଲିଉଡରେ ମଧ୍ୟ ଏହି ଦୁଇଜଣଙ୍କୁ ନେଇ କିଛି କମ୍ଚର୍ଚ୍ଚା ହେଉନାହିଁ । କେତେବେଳେ ଆଉଟଫିଟକୁ ନେଇ ତ କେତେବେଳେ ବିବାହ ସ୍ଥାନକୁ ନେଇ ଚର୍ଚ୍ଚା ଜୋର ଧରୁଛି । ଜାତୀୟ ଗଣମାଧ୍ୟମ ଅନୁଯାୟୀ,କ୍ୟାଟ୍ରିନା ଏବଂ ଭିକ୍କିଙ୍କ ବିବାହ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଏବଂ ସମସ୍ତ ରୀତିନୀତି ୭ ରୁ ୯ ଡିସେମ୍ବର ମଧ୍ୟରେ କରାଯିବ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ବାହାଘର ପାଇଁ ଡିସେମ୍ବର ମାସ ବାଛିଛନ୍ତି। ସାଧାସିଧା ନୁହେଁ ବରଂ ରାଜକୀୟ ଶୈଳୀରେ ଉଭୟଙ୍କ ବିବାହ ସମ୍ପନ୍ନ ହେବ । ରାଜସ୍ଥାନର ୭୦୦ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବିବାହ ହେବାକୁ ଥିବା ବେଳେ ଅତିଥିଙ୍କ ପାଇଁ ସବାଇ ମାଧୋପୁରର ଏକ ରାଜକୀୟ ରିସର୍ଟ ବୁକ୍ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ଏହି ବିବାହରେ କେଉଁ ଅତିଥିମାନେ ଯୋଗଦେବେ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଦୁହେଁ ବିବାହ ଦିନ ପିନ୍ଧିବାକୁ ଥିବା ପୋଷାକକୁ ଲୋକପ୍ରିୟ ଡିଜାଇନର ସବ୍ୟସାଚୀ ଡିଜାଇନ କରୁଥିବା ଜଣାପଡ଼ିଛି।





